ନୂଆ କଂକ୍ରିଟ୍‌ ରାସ୍ତା ଫଟାଇ ମରାମତି

ଯାଜପୁର ଅଫିସ,୨ା୧୨:ଯାଜପୁର ଜିଲାର ଅନ୍ୟତମ ସହର ବ୍ୟାସନଗର ପୌର ପରିଷଦରେ ସର୍ବାଧିକ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ ଓ କର୍ମଚାରୀଙ୍କ ରାଜୁତି ଚାଲିଥିବା ଅଭିଯୋଗ ହେଉଛି। କେବଳ ପରିମଳ ବ୍ୟବସ୍ଥା ନୁହେଁ ଯନ୍ତ୍ରୀ ବିଭାଗରେ ଉନ୍ନୟନ କାର୍ଯ୍ୟରେ ଆବଣ୍ଟିତ ଅନୁଦାନକୁ ମଧ୍ୟ ଏଠାରେ ମିଳିମିଶି ହରିଲୁଟ କରାଯାଉଛି। କେତେଜଣ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ, ଅଧିକାରୀ ଓ କର୍ମଚାରୀଙ୍କୁ ସ୍ଥାନୀୟ ପ୍ରଭାବଶାଳୀ ନେତାମାନେ ବି ସୁରକ୍ଷା ଯୋଗାଇ ଦେଉଥିବାରୁ ଦୁର୍ନୀତି ଆହୁରି ବଢି ବଢି ଚାଲିଛି। ଫଳରେ ରାସ୍ତାଘାଟ ନିର୍ମାଣର ସ୍ଥାୟିତ୍ୱ ୨ ମାସ ନ ପୁରୁଣୁ ଦୁଇ ଫାଳ ହେଉଥିବା ଦେଖିବାକୁ ମିଳିଛି। ଏଠାରେ ଗୋଶାଳା ଛକ ଠାରୁ ମହତାବନଗର ରାସ୍ତାକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ମର୍ମରେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଗୁରୁବାର ଉକ୍ତ ରାସ୍ତାରେ ପୁଣି ମରାମତି କାମ ଆରମ୍ଭ ହୋଇଛି। ହେଲେ ପୂର୍ବରୁ ଯେତେ ଥର ମରାମତି କରାଯାଇଥିଲେ ହେଁ ଫାଟ କମିବା ପରିବର୍ତ୍ତେ ପୁଣି ତାହା ଓସରିଆ ହେବାକୁ ଲାଗିଛି। ଏହାସହ ବିଭିନ୍ନ ଡ୍ରେନେଜ, ସିମେଣ୍ଟ ଇଟା ରାସ୍ତା ଆଦି କଂକ୍ରିଟକରଣ କାମରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। ଏଥିପାଇଁ ପୌରାଧ୍ୟକ୍ଷା ଏବଂ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ବିବାଦ ତେଜିଥିଲା ା ଶେଷରେ ଫାଇଲ ଫିଙ୍ଗା ପର୍ଯ୍ୟନ୍ତ କଥା ଯାଇଥିଲା ା ଯାହାର ଭିଡିଓ ଭାଇରାଲ ହୋଇ ସାରା ରାଜ୍ୟରେ ବ୍ୟାସନଗର ପୌର ପରିଷଦ ନିନ୍ଦିତ ହୋଇ ସାରିଛି । ତେଣୁ ବିିଭିନ୍ନ ସଙ୍ଗଠନ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଥିଲେ ମଧ୍ୟ ତାହାକୁ ଚପାଇ ଦିଆଯାଇଥିବା ମତପ୍ରକାଶ ପାଇଛି।
ପ୍ରଶାସନରେ ସ୍ବଚ୍ଛତା ଏବଂ ପିସି ରାଜରର ଅବସାନ ପାଇଁ ରାଜ୍ୟ ସରକାର ସ୍ଲୋଗାନ ଦେଇଛନ୍ତି ା ହେଲେ ଏହାର ବିପରୀତ ଦୃଶ୍ୟ ଯାଜପୁର ଜିଲା ବ୍ୟାସନଗର ପୌରପରିଷଦରେ ଦେଖିବାକୁ ମିଳୁଛି ା ବିନା ପରସେଣ୍ଟ(ପିସି)ରେ ଫାଇଲ ଏଠାରେ ଘୁଞ୍ଚେ ନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ା କହିବାକୁ ଗଲେ ପିସି ରାଜରେ ସହରବାସୀ ବହୁଳଭାବେ ପ୍ରଭାବିତ ହେଉଛନ୍ତି ା ଏଠାରେ କେବଳ ପରିମଳ ସେବା ପାଇଁ ମାସିକ ପ୍ରାୟ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାରୁ ପିସି ଆକାରରେ ନିରୂପିତ ଅର୍ଥ ଭାବେ ସିଂହଭାଗ ଅର୍ଥ ବାଟମାରଣା ହୋଇଯାଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ା ସେହିପରି ଉନ୍ନୟନ କାର୍ଯ୍ୟରେ ମଧ୍ୟ ପିିସି ରାଜ ବିକାଶରେ ଅନ୍ତରାୟ ସୃଷ୍ଟି କରିଛି ବୋଲି ବହୁ ସଚେତନ ନାଗରିକ କହିଛନ୍ତି ା ପ୍ରାୟ ପ୍ରତ୍ୟେକ ପ୍ରକଳ୍ପରେ କେତେଜଣ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଓ ଜନ ପ୍ରତିନିଧି ପିସି ନେଉଛନ୍ତି ା ଏଭଳି ସ୍ଥିତିରେ ସଂପୃକ୍ତ ଯନ୍ତ୍ରୀମାନେ ଠିକାଦାରଙ୍କୁ ତାଗିଦ କରିବାକୁ ସାହାସ ଜୁଟାଇ ପାରୁନାହାନ୍ତି। ସୂଚନା ଅନୁଯାୟୀ, ୨୫ ନଂ. ୱାର୍ଡ ଗୋଶାଳା ଛକଠାରୁ ମହତାବନଗର ରାସ୍ତା ନିର୍ମାଣ ପାଇଁ ୨୦୨୦-୨୧ରେ ୮ ଲକ୍ଷ ୨୫ ହଜାର ୫୦୦ ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ଗତ ଜୁନ ମାସରେ ଏହି କଂକ୍ରିଟ କାମ ଶେଷ ହୋଇଥିଲା। ହେଲେ ରାସ୍ତା ନିର୍ମାଣ ପୂର୍ବରୁ ଯନ୍ତ୍ରୀଙ୍କ ଏଷ୍ଟିମେଟରେ ତ୍ରୁଟି ଏବଂ ନିମ୍ନମାନର କାର୍ଯ୍ୟ କାରଣରୁ ରାସ୍ତା ମଝିରେ ଫାଟ ସୃଷ୍ଟି ହୋଇଛି। ଆଉ କିଛି ଦିନ ପରେ ରାସ୍ତାଟି ସମ୍ପୂର୍ଣ୍ଣ ଭାବେ ଗମନାଗମନ ଅନୁପଯୋଗୀ ହୋଇଯିବ ବୋଲି ସ୍ପଷ୍ଟ ଭାବେ ଜଣାପଡୁଛି ା ସେହିପରି ପ୍ଲଟ ଚୂନଭାଟି ଆଦିବାସୀ ସାହିରେ ନିର୍ମିତ ଫେବର ରାସ୍ତାର ୱାଲ ମାସକ ମଧ୍ୟରେ ଭାଙ୍ଗି ଯାଇ ଚୂନା ହେବାକୁ ବସିଛି। ସହରରେ ଏଭଳି ଅନେକ ରାସ୍ତା ପିସି ରାଜ ପାଇଁ ଲୋକଙ୍କ କାମରେ ଲାଗି ପାରୁନାହିଁ ବୋଲି ମତପ୍ରକାଶ ପାଇଛି। ଏନେଇ ବିଭିନ୍ନସ୍ତରରେ ଅଭିଯୋଗ ହେବା ପରେ କଂକ୍ରିଟ ରାସ୍ତାକୁ ଭାଙ୍ଗି ପୁଣି ମରାମତି କରାଯାଉଛି। ସେଠାରେ ଲୁହା ରଡ ଲଗାଇ ପୁଣି କଂକ୍ରିଟ କରଣ କରାଗଲେ ରାସ୍ତା ସୁଦୃଢ ହେବ ବୋଲି ଠିକାଦାର କହୁଛନ୍ତି। ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ବିକ୍ରମ ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ନିର୍ମାଣାଧୀନ ପ୍ରକଳ୍ପଗୁଡିକର ନିୟମିତ ଭାବେ ତଦାରଖ କରାଯାଉଛି। ଯେଉଁଠି ଅଟକଳ ଅନୁସାରେ କାମ ହେଉନି ସେଠାରେ ଆବଶ୍ୟକ ପରାମର୍ଶ ଦିଆଯାଉଛି। କୌଣସି କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri