ପ୍ରେମିକାଙ୍କ ଭାଇକୁ ହତ୍ୟା କଲେ ପ୍ରେମିକ

କାଳିଆପାଣି,୩୦।୧୧(ଡି.ଏନ.ଏ.): ପ୍ରେମିକାଙ୍କ ଭାଇକୁ ଖଣ୍ତାରେ ହାଣି ହତ୍ୟା କଲେ ପେମିକ। ଯାଜପୁର ଜିଲା କାଳିଆପାଣି ଥାନା ଅନ୍ତର୍ଗତ ଟାଟା ବଜାରରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ମଙ୍ଗଳବାର ଦେଖିବାକୁ ମିଳିଛି। ଏହାକୁ ନେଇ ଆଜି ବୁଧବାର ସକାଳୁ ଟମକା-ମଙ୍ଗଳପୁର ରାସ୍ତାକୁ ମୃତକଙ୍କ ପରିବାର ଧାରଣାରେ ବସିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ସୁକିନ୍ଦା ସୁକିନ୍ଦା ବ୍ଲକ ଅନ୍ତର୍ଗତ ରାଁସୋଳ ଗ୍ରାମ ରବି ସାମଲଙ୍କ ପୁଅ ବିରେନ ସାମଲ ( ୩୨) ବାମ୍ବିଲୋ ଗ୍ରାମର ସନ୍ତୋଷ ମହାପାତ୍ରଙ୍କ ଝିଅଙ୍କ ସହ ପ୍ରେମ ସମ୍ପର୍କ ଥିଲା। ୧ ମାସ ପୂର୍ବରୁ ଝିଅକୁ ବିରେନ ନେଇ ଫେରାର ହୋଇଥିବା ବେଳେ ୮ ଦିନ ପୂର୍ବରୁ ପୁଣି ତାଙ୍କ ଘରେ ଆଣି ଛାଡି ଦେଇଥିଲେ । ଏପରି କାମକୁ ଝିଅର ଭାଇ କାହ୍ନୁ ମହାପାତ୍ର (୨୭) ବିରୋଧ କରୁଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ରାତି ପ୍ରାୟ ୮ .୪୫ରେ ଦୋକାନ ପାଇଁ ଆସିଥିବା କିଛି ହାଡୱୟାର ଜିନିଷ ବୋହିକି ନେବା ବେଳେ କାହ୍ନୁଙ୍କୁ ପଛପଟୁ ଖଣ୍ଡାରେ ଆକ୍ରମଣ କରିଥିଲେ ବିରେନ। ସ୍ଥାନୀୟ ଲୋକ ଉଦ୍ଧାର କରି ସୁକିନ୍ଦା ଡାକ୍ତରଖାନାକୁ ପଠାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏପରି ସମ୍ବେଦନଶୀଳ ଘଟଣାକୁ ନେଇ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବା ଦାବିରେ ଆଜି ରାସ୍ତାରେ ଧାରଣାରେ ବସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଡି ପଞ୍ଜାବ ରିଅଲିଟି ଶୋ’ ଫାଇନାଲରେ ଅନିକେତ

ସାକ୍ଷୀଗୋପାଳ,୨୮ା୭(ସ୍ବ.ପ୍ର.):ଡିଡି ପଞ୍ଜାବରେ ପ୍ରସାରିତ ଅନଲାଇନ ରିଅଲିଟି ଶୋ ‘କିସମେ କିତନା ହେ ଦମ’ ଫାଇନାଲରେ ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବୀରରାମଚନ୍ଦ୍ରପୁର ଗ୍ରାମର ଅନିକେତ...

କନ୍ତୋଲରେ ବୋମାମାଡ଼, ଜଣେ ଗୁରୁତର

ଆଠଗଡ଼,୨୦।୧୨(ଡି.ଏନ୍‌.ଏ.): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କନ୍ତୋଲ ବଉଳ ମଣ୍ଡପ ସାହିର ପ୍ରକାଶ କୁମାର ନାୟକଙ୍କ ଘର ଉପରେ ବୋମାମାଡ଼ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ...

ଦାବି ପୂରଣ ନ ହେଲେ ଆନ୍ଦୋଳନ

ବାଲେଶ୍ୱର ଅଫିସ,୧୬।୧୧: ଓଡ଼ିଶା ଅମଲା ସଂଘର ବାଲେଶ୍ୱର ଶାଖା ପକ୍ଷରୁ କନିଷ୍ଠ ସହାୟକମାନଙ୍କ ଯୋଗ୍ୟତା ଭିତ୍ତିକ ଦରମା ଓ ଗ୍ରେଡ୍‌ ପେ ବୃଦ୍ଧି କରିବା ପାଇଁ...

ନାବାଳିକା ଗଣବଳାତ୍କାର: ମହିଳାଙ୍କ ସମେତ ୬ ଗିରଫ

ସମ୍ବଲପୁର,୨ା୮(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ଗୋଡ଼ଭଗା ଅଞ୍ଚଳର ଏକ ଢାବା ନିକଟରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର...

୬୨ ଲକ୍ଷ ଖର୍ଚ୍ଚ ସତ୍ତ୍ୱେ ଅବସ୍ଥା ସୁଧୁରୁନି

ପଟ୍ଟାମୁଣ୍ଡାଇ,୨୨ା୧୧(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଅଞ୍ଚଳର ଜୀବନରେଖା କୁହାଯାଉଥିବା ଉତିକଣ ବନ୍ୟା ବନ୍ଧ ରାସ୍ତା ନିର୍ମାଣରେ ୬୨ ଲକ୍ଷ ଟଙ୍କା ଖର୍ଚ୍ଚ ସତ୍ତ୍ୱେ ଅବସ୍ଥା ସୁଧୁରୁନାହିଁ ବୋଲି ଅଭିଯୋଗ...

କରୋନା କଟକଣା: ଗଞ୍ଜାମରେ ନିରାଡ଼ମ୍ବର ହେବ ଦୋଳଯାତ୍ରା

ଗଞ୍ଜାମ,୨୦।୩(ଡି.ଏନ୍‌.ଏ.): ଗଞ୍ଜାମର ଐତିହାସିକ ଦୋଳଯାତ୍ରା ଏଥର ନିରାଡ଼ମ୍ବରରେ ପାଳନ ହେବ। କରୋନା କଟକଣା ପାଇଁ ଚଳିତ ବର୍ଷ ବାଜା ରୋଷଣୀ ନାଚଗୀତ ବିନା କେବଳ ରୀତିନୀତିରେ...

ସୋର ବ୍ଲକରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ୭ ଗ୍ରାମର ମୁଖ୍ୟ ରାସ୍ତା ସିଲ୍‌

ସୋର, ୩୦।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ ତଳନଗର ପଞ୍ଚାୟତର ବେଲସବିରା ଓ ସୁନାରୀ ଗ୍ରାମରେ ବୁଧବାର ୨ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସ୍ଥାନୀୟ...

ଦିଗପହଣ୍ଡି ରେଞ୍ଜର ନିଲମ୍ବିତ

ବ୍ରହ୍ମପୁର ଅଫିସ୍‌,୧୫ା୮-ଗଞ୍ଜାମ ଜିଲା ଦିଗପହଣ୍ଡିର ଭାରପ୍ରାପ୍ତ ରେଞ୍ଜର ପରମାନନ୍ଦ ପାଣିଗ୍ରାହୀ ବୁଧବାର ନିଲମ୍ବିତ ହୋଇଛନ୍ତି। ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୁରେଶ ପନ୍ଥ ତାଙ୍କୁ ନିଲମ୍ବିତ...

Advertisement
Archives

Model This Week