ରାସ୍ତାରେ ଗଦାହୋଇଛି ବାଲି, ମେଟାଲ : ଠିକାଦାରଙ୍କ ଦେଖାନାହିଁ
ନାଉଗାଁ,୧।୭(ସ୍ବ.ପ୍ର.): ନାଉଗାଁ ବ୍ଲକର ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ମରାମତି ଅଭାବରୁ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅବସ୍ଥା ଏଭଳି ହୋଇ ଯେ, ଗାଡ଼ି ଚଳାଚଳ ତ ଦୂରର କଥା ଚାଲିକି ଯିବା ମଧ୍ୟ କଷ୍ଟକର। ରାସ୍ତା ମରାମତି…
ବର୍ଷା ହେଲେ ସମବାୟ ସମିତି ଗୃହରୁ ପାଣି ଗଳୁଛି
ନାଉଗଁା,୨୭ା୬(ସ୍ବ.ପ୍ର.): ଚାଷୀଙ୍କ ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ଖୋଲାଯାଇଛି କୃଷି ସମବାୟ ସମିତି। ଏହା ମାଧ୍ୟମରେ କୃଷିଋଣଠାରୁ ଆରମ୍ଭ କରି ଗ୍ରୁପ୍ ଋଣ, ରିହାତି ଦରରେ ବିହନ ଆଦି ଯୋଗାଇ ଦିଆଯିବା ସହ ମଣ୍ଡି ମାଧ୍ୟମରେ ଚାଷୀଙ୍କଠାରୁ ଧାନ, ମୁଗ ଆଦି…
ଛୋଟ ପ୍ରୟାସ ସୃଷ୍ଟି କଲା ଆଦର୍ଶ ପ୍ରୟାସ
ପାରାଦୀପ,୨୫ା୬(ସ୍ବ.ପ୍ର.): କର୍ମମୟ ଜୀବନରୁ ସମୟ ମିଳିଲେ ଜମୁଥିଲା ଖଟି। ହେଲେ ହଠାତ୍ ବଦଳିଗଲା ଜୀବନର ରାସ୍ତା। ଦୁର୍ଘଟଣାରେ ଗୁରୁତର ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆଶୁ ଚିକିତ୍ସା ଯୋଗାଇବାରେ ସଫଳ ହେବା ପରେ ଜନ୍ମ ନେଲା ନୂଆ ସଂକଳ୍ପ। ଏଣିକି ଆଉ…
କେନାଲ ଅବରୋଧ କରି ଗୃହ ନିର୍ମାଣ : ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ
ତିର୍ତ୍ତୋଲ,୨୫ା୬(ଡି.ଏନ.ଏ.): ତିର୍ତ୍ତୋଲ ବ୍ଲକ ତେନ୍ତୁଳିପଦା ପଞ୍ଚାୟତର ଶାରଳାରୋଡ ବଜାର ଶେଷମୁଣ୍ଡରେ କେନାଲ ଅବରୋଧ କରି ଜଣେ ବ୍ୟକ୍ତି ସ୍ଥାୟୀ ଗୃହ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବାଇଁଗୋଳ ଓ ତେନ୍ତୁଳିପଦା ରାଜସ୍ବ ଗ୍ରାମର ଚାଷଜମିକୁ ଏହି କେନାଲ ଦ୍ୱାରା ଜଳସେଚନ…
ନିଯୁକ୍ତି ପ୍ରତିଶୃତି ପ୍ରହସନ : ନିର୍ବାଚନ ପରେ ନେତା ନୀରବ
ପାରାଦୀପ,୨୪ା୬(ସ୍ବ.ପ୍ର.): ବର୍ତ୍ତମାନ ଦେଶରେ ବେକାରୀ ସମସ୍ୟା ଏକ ମୁଖ୍ୟ ପ୍ରସଙ୍ଗ ହୋଇ ଛିଡ଼ାହୋଇଛି। ତେଣୁ ଗତ ସାଧାରଣ ନିର୍ବାଚନରେ ପ୍ରାୟ ସବୁ ରାଜନୈତିକ ଦଳ ଏହି ପ୍ରସଙ୍ଗକୁ ଅସ୍ତ୍ର କରି ମଇଦାନକୁ ଓହ୍ଲାଇଥିଲେ। ବିଶେଷ କରି ପାରାଦୀପ ନିର୍ବାଚନମଣ୍ଡଳୀରେ ପ୍ରାୟ ସମସ୍ତ…
ଫେରୀଘାଟକୁ ନେଇ ବିବାଦ : ଯାତ୍ରୀ ନେବାକୁ ୨ ନିଲାମଧାରୀଙ୍କ ମଧ୍ୟରେ ପ୍ରତିଯୋଗିତା
କୁଜଙ୍ଗ,୨୪ା୬(ସ୍ବ.ପ୍ର.): କୁଜଙ୍ଗ ବ୍ଲକ ଜିଲାନାସୀ ପଞ୍ଚାୟତ ଦେଇ ପ୍ରବାହିତ ପାଇକା ନଦୀରେ ଫେରୀଘାଟ ପରିଚାଳନାକୁ କେନ୍ଦ୍ରକରି ବିବାଦ ସୃଷ୍ଟି ହୋଇଛି। ଉଭୟ ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ା ଜିଲା ପକ୍ଷରୁ ୨ଟି ଫେରିଘାଟ ପରିଚାଳିତ ହେଉଥିବାରୁ ଦୁଇ ଜିଲାର ନିଲାମଧାରୀଙ୍କ ମଧ୍ୟରେ ଏକ…
ବଜ୍ରପାତରେ ଛାତ୍ରୀ ମୃତ, ୨ ଯୁବକ ଗୁରୁତର
ଜଗତ୍ସିଂହପୁର ଅଫିସ,୨୧ା୬: ଜଗତ୍ସିଂହପୁର ଥାନା ଅଧୀନ ରମ୍ଭାଦେଈପୁର ପଞ୍ଚାୟତରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ବଜ୍ରପାତରେ ପଞ୍ଚାୟତ ଅନ୍ତର୍ଗତ ନରଣପୁର ଗ୍ରାମର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ସୁବଳ ଭୋଇଙ୍କ…
କୃଷି ଋଣ ପ୍ରଦାନରେ ହେରଫେର ଅଭିଯୋଗ
ଜଗତ୍ସିଂହପୁର ଅଫିସ,୨୧ା୬: ଚାଷୀ ଓ ଚାଷର ଉନ୍ନତି ପାଇଁ ସରକାର ଗୁରୁତ୍ୱାରୋପ କରୁଥିବା ଡିଣ୍ଡିମ ପିଟୁଛନ୍ତି। କମ ସୁଧରେ କୃଷି ଋଣ ପ୍ରଦାନ କରୁଛନ୍ତି। ଏହାଦ୍ୱାରା ଚାଷୀ ଯେପରି ଅର୍ଥାଭାବ ଜନିତ ସମସ୍ୟାର ସମ୍ମୁଖୀନ ନ ହେବ ତା ଉପରେ ଗୁରୁତ୍ୱ…
ପୁତ୍ର ସନ୍ତାନ ଜନ୍ମ ଦେଲେ ନାବାଳିକା
ଏରସମା,୨୦ା୬(ସ୍ବ.ପ୍ର.): ଏରସମା ଥାନା ଅଞ୍ଚଳର ଜଣେ ନାବାଳିକା ଗୁରୁବାର ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏହାପରେ ନାବାଳିକା ଓ ନବଜାତ ଶିଶୁର ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ଜଗତ୍ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।…
ଜଗତ୍ସିଂହପୁରରେ କାୟାମେଲୁଛି ବ୍ରାଉନ ସୁଗାର ର଼୍ୟାକେଟ: ୩ ଗିରଫ, ୪.୭୩ ଗ୍ରାମ ବ୍ରାଉନ ସୁଗାର ଜବତ
ଜଗତ୍ସିଂହପୁର ଅଫିସ,୧୯ା୬: ଜଗତ୍ସିଂହପୁର ଜିଲାରେ ଏବେ ବ୍ରାଉନ ସୁଗାର ର଼୍ୟାକେଟ୍ କାୟା ମେଲିବାରେ ଲାଗିଛି। ବିଶେଷକରି କମ୍ ବୟସର ଯୁବକମାନେ ଅଳ୍ପ ପରିଶ୍ରମରେ ଅଧିକ ଟଙ୍କା ଉପାର୍ଜନ ଲକ୍ଷ୍ୟରେ ଏହି କାରବାରରେ ସାମିଲ ହେଉଛନ୍ତି। ଏହି କାରବାର ଦିନେ କି ମାସେ…
ଅଗ୍ନି ବିପନ୍ନଙ୍କୁ ମିଳୁନି ସହାୟତା: ଗୋଟିଏ ଘରେ ଗାଈ-ମଣିଷ
ନାଉଗାଁ,୧୯ା୬(ସ୍ବ.ପ୍ର.): ନାଉଗାଁ ବ୍ଲକ ନୂଆଗାଁ ପଞ୍ଚାୟତ ଭାସିଆକୁଦ ଗ୍ରାମର ବଟକୃଷ୍ଣ ଜେନା। ପରିବାର କହିଲେ ସ୍ତ୍ରୀ, ପିଲାଛୁଆ ଓ ଭାଇ କେଦାର, ଭାଉଜ ଓ ସେମାନଙ୍କ ପିଲାଛୁଆ ମିଶି ୧୪ ଜଣ। ୨ ଭାଇ ଗାଈ ରଖି ନିଜ ଗୁଜୁରାଣ ମେଣ୍ଟାଉଥିଲେ।…
ବିଦ୍ୟାଳୟ ଖୋଲିବ, ଶ୍ରେଣୀଗୃହ ଉପର ମୁକୁଳା
ଜଗତ୍ସିଂହପୁର ଅଫିସ,୧୮ା୬: ବାତ୍ୟା ଫନୀ ପ୍ରଭାବରେ ଜଗତ୍ସିଂହପୁର ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଦ୍ୟାଳୟଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା ଯିବାର ଇତିମଧ୍ୟରେ ଦେଢ ମାସ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ପୁନରୁଦ୍ଧାର କାମ ସରିନାହିଁ। ବିଶେଷକରି ସରକାରୀ ବିଦ୍ୟାଳୟଗୁଡିକର ପୁନରୁଦ୍ଧାର କାର୍ଯ୍ୟ…

