ଶାରଳା ମନ୍ଦିର ହୁଣ୍ଡିରୁ ଟଙ୍କା ଗାଏବ୍‌ : ଧାରଣାରେ ବସିଲେ ପଣ୍ଡା, ସେବାୟତ

ଜଗତ୍‌ସିଂହପୁର ଅଫିସ,୧୨ା୧୨: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳାଙ୍କ ହୁଣ୍ଡିରୁ ବୁଧବାର ଟଙ୍କା ଗାଏବ ହୋଇଥିବା ସନ୍ଦେହ କରାଯାଇଛି। ଚଞ୍ଚକତାପୂର୍ବକ ହୁଣ୍ଡି ଖୋଲାଯାଇ ଟଙ୍କା ଗାଏବ୍‌ ହୋଇଥିବା ପଣ୍ଡା, ସେବାୟତମାନେ ଅଭିଯୋଗ କରିବା ସହ ପାଖାପାଖି ୪ ଘଣ୍ଟା ମନ୍ଦିର ପରିସରରେ ଧାରଣାରେ ବସିଥିଲେ। ଏ ସମ୍ପର୍କରେ ସନ୍ତୋଷଜନକ ଉତ୍ତର ନ ମିଳିବା ଯାଏ ସେମାନେ ଆନ୍ଦୋଳନ ଜାରି ରଖିବେ ବୋଲି ‘ଧରିତ୍ରୀ’କୁ ସ୍ବତନ୍ତ୍ର ଭାବେ ସୂଚନା ଦେଇଥିଲେ। କିନ୍ତୁ ଓଡ଼ିଶା ହିନ୍ଦୁ ସମ୍ପ୍ରଦାୟ ଦେବୋତ୍ତର (ଓଏଚ୍‌ଆର୍‌ଇ) ଆଇନ ବଳରେ ହୁଣ୍ଡି ଖୋଲା ଯାଇଥିବା ମନ୍ଦିର ମଧ୍ୟବର୍ତ୍ତୀକାଳିନ ଟ୍ରଷ୍ଟି ତଥା ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି, ମନ୍ଦିରରେ କୌଣସି ପ୍ରକାର ଅର୍ଥନୈତିକ ଅନିୟମିତତାକୁ ପ୍ରସୟ ଦିଆଯିବ ନାହିଁ। ଏବେ ଏଜି ଅଡିଟ୍‌ ଚାଲିଛି। ତେଣୁ ଅନେକ ଭୟଭୀତ ହୋଇ ପଡିଛନ୍ତି। ପ୍ରସଙ୍ଗକୁ ଭିନ୍ନମୋଡ ଦେବା ପାଇଁ ଚେଷ୍ଟା ଚାଲିଥିବା ସେ କହିଛନ୍ତି।
ପଣ୍ଡା, ସେବାୟତମାନେ ଅଭିଯୋଗ କରି କହିଛନ୍ତି, ହୁଣ୍ଡିରୁ ଟଙ୍କା ବାହାର କରିବା ପାଇଁ ଦିନ ସ୍ଥିର ହେଲେ ମନ୍ଦିର ପ୍ରଶାସନ ତରଫରୁ ସେମାନଙ୍କୁ ଅବଗତ କରାଯାଇଥାଏ। କିନ୍ତୁ ବୁଧବାର ଅପରାହ୍ନ ପ୍ରାୟ ୩ଟା ବେଳେ ଦେବୋତ୍ତର ସହକାରୀ କମିଶନର ଓ ମନ୍ଦିର ନିର୍ବାହୀ ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀ ସେବାୟତ ଓ ପଣ୍ଡାଙ୍କୁ ଅବଗତ ନ କରି ହୁଣ୍ଡି ଖୋଲିଥିଲେ। କେବଳ ଖୋଲି ନ ଥିଲେ ଲୁଚାଛପାରେ ଟଙ୍କା ଗଣତି କରୁଥିଲେ। ଏ କଥା ଜଣାପଡିବା ପରେ ପଣ୍ଡା, ସେବାୟତମାନେ ସେଠାରେ ପହଞ୍ଚତ୍ ବୁଝିବାକୁ ଚାହିଁଥିଲେ। କିନ୍ତୁ କେଉଁ ପରିସ୍ଥିତିରେ ହୁଣ୍ଡିରୁ ଟଙ୍କା କଢା ଗଲା ତାର କୌଣସି ସନ୍ତୋଷଜନକ ଉତ୍ତର ମିଳି ନ ଥିଲା। ବରଂ ଦେବୋତ୍ତର ସହକାରୀ କମିଶନର ପରିସ୍ଥିତିକୁ ଏଡାଇବା ପାଇଁ ସ୍ଥାନ ଛାଡି ପଳାଇଥିଲେ। ତେଣୁ ପଣ୍ଡା, ସେବାୟତମାନେ ବାଧ୍ୟ ହୋଇ ଧାରଣାରେ ବସିଥିଲେ। ଧାରଣା ଜାରି ରହିଥିବା ବେଳେ ମନ୍ଦିର ଆକାଉଣ୍ଟ ଅଫିସର ଓ ଅନ୍ୟ କର୍ମଚାରୀମାନେ ଖସି ଯାଇଥିଲେ। ନିର୍ବାହୀ ଅଧିକାରୀଙ୍କ ସନ୍ଧାନ ମଧ୍ୟ ମିଳି ନ ଥିଲା। ଯେହେତୁ ଅଡିଟ୍‌ ଚାଲିଥିଲା ତେଣୁ ପୋଲିସ ଓ ନିର୍ଦ୍ଦିଷ୍ଟ କେତେଜଣ ଅଡିଟ୍‌ କର୍ମଚାରୀ ସେଠାରେ ଉପସ୍ଥିତ ଥିଲେ। ଖବର ଲେଖାହେଲା ବେଳକୁ ୨ଟି ଥଳିଆରେ ଅଧା ବସ୍ତା ଲେଖାଏ ଟଙ୍କା ଥିବା ଏବଂ ପୋଲିସ ଜଗି ରହିଥିବା କୁହାଯାଉଛି। କେତେଜଣ ସେବାୟତ ଓ ପଣ୍ଡା ପ୍ରତିକ୍ରିୟାରେ କହିଛନ୍ତି, ସେମାନଙ୍କ ଉଦ୍ୟମ ଯୋଗୁ ୨୦ ବର୍ଷ ପୂର୍ବରୁ ମନ୍ଦିର ପରିସରରେ ହୁଣ୍ଡି ବ୍ୟବସ୍ଥା କରାଯାଇଛି। ହୁଣ୍ଡିରୁ ଟଙ୍କା କଢ଼ାଯିବା ପୂର୍ବରୁ ସେମାନଙ୍କୁ ଅବଗତ କରାଯିବା ସହ ଉପସ୍ଥିତ ରହିବା ପାଇଁ କୁହାଯାଏ। ଏହି ପ୍ରକ୍ରିୟା ଦୀର୍ଘ ବର୍ଷ ଧରି ଚାଲିଥିବା ବେଳେ ବୁଧବାର ନାଟକୀୟ ଢଙ୍ଗରେ ହୁଣ୍ଡି ଖୋଲା ଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଲା କେଉଁ ହୁଣ୍ଡି ଖୋଲାଯାଇଥିଲା ତାହା ଏବେ ବି ଅସ୍ପଷ୍ଟ। କାରଣ ମନ୍ଦିର ଭିତରେ ୫ ଓ ବାହାରେ ୨ଟି ହୁଣ୍ଡି ରହିଛି। ସବୁ ହୁଣ୍ଡିରେ ତାଲା ପଡିଛି। ବୁଧବାର ଯେଉଁ ଟଙ୍କା କଢା ଯାଇଥିଲା ତାହା କେଉଁ ହୁଣ୍ଡିରୁ ବାହାରିଛି ସେ ସମ୍ପର୍କରେ ମନ୍ଦିର ନିର୍ବାହୀ ଅଧିକାରୀ କିମ୍ବା ଆକାଉଣ୍ଟ ଅଧିକାରୀ କିଛି କହିବାକୁ ନାରାଜ। ଅପରାହ୍ନ ପ୍ରାୟ ୩ଟାରେ ମା’ଙ୍କ ମୁଖଶାଳାରେ ଥିବା ହୁଣ୍ଡିର ୭୫ ଭାଗ ଟଙ୍କା ଚଞ୍ଚକତାପୂର୍ବକ କଢାଯାଇଥିବା ସନ୍ଦେହ କରାଯାଉଛି। ମୋଟ ଉପରେ ୫ ବସ୍ତା ନୋଟ୍‌ ଓ ଖୁଚୁରା ବାହାର କରାଯାଇଥିବା ବେଳେ ସେଥିମଧ୍ୟରୁ ୨ ବସ୍ତା ଗାଏବ୍‌ ହୋଇ ଯାଇଥିବା ଧାରଣାରତ ପଣ୍ଡା ଓ ସେବାୟତମାନେ ଅଭିଯୋଗ କରିଛନ୍ତି। ଏହା ଉପରେ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଦେବୋତ୍ତର କମିଶନର ଦେବାଶିଷ ଦାଶଙ୍କ ସହ ତାଙ୍କ ମୋବାଇଲ ଯୋଗେ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସମ୍ଭବ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri