ଜାନୁୟାରୀରୁ ପୌର ପାଳିକାରେ ଲାଗୁହେବ ମୋ ସରକାର

ପାରାଦୀପ,୧୨ା୧୨(ସ୍ବ.ପ୍ର.): ୨୦୨୦ ଜାନୁୟାରୀ ପହିଲାରୁ ପାରାଦୀପ ପୌରପାଳିକାରେ ମୋ ସରକାର ଯୋଜନା ଲାଗୁହେବ। ଏହା ଜାନୁୟାରୀ ୧୦ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ ଚାଲିବ। ତା’ପରଠାରୁ ପୂର୍ଣ୍ଣାଙ୍ଗଭାବେ ମୋ ସରକାର ନୀତି ନିୟମ ଲାଗୁ ହେବ। ଏନେଇ ରାଜ୍ୟର ୧୧୪ ପୌରସଂସ୍ଥା ମଧ୍ୟରୁ ପାରାଦୀପ ପୌର ସଂସ୍ଥା ପକ୍ଷରୁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଉପାଧ୍ୟକ୍ଷ ପ୍ରଭାତୀ ନାୟକ, ପୌର ନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତିଙ୍କ ସମତେ ସମସ୍ତ କାଉନସିଲର ଓ ପୌର କର୍ମଚାରୀ ଉପସ୍ଥିତ ଥିଲେ। ଗଣତନ୍ତ୍ରରେ ଲୋକମତ ହେଉଛନ୍ତି ଜନତା। ସେମାନଙ୍କ ପ୍ରତ୍ୟେକ କାମ କରିବା ପାଇଁ ସରକାରୀ କର୍ମଚାରୀ ବାଧ୍ୟ। ଜାନୁୟାରୀ ୧ରୁ ପୌର କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସମସ୍ତ କଥାକୁ ସହୃଦୟତାର ସହ ଶୁଣିବାକୁ ହେବ। ଏଥିରେ କେହି ଅସନ୍ତୋଷ ପ୍ରକଟ କଲେ ସରକାରଙ୍କ ପ୍ରଦତ୍ତ ନମ୍ବର ୧୪୫୪୫କୁ ଅଭିଯୋଗକାରୀ ଜଣାଇବେ। ଏହାପରେ ନିରପେକ୍ଷ ତଦନ୍ତ କରାଯାଇ ଅଭିଯୋଗ ଶୁଣି ନ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୂର୍ବରୁ ପ୍ରଚଳିତ ଥିବା ଯଥା: ବାବୁ ନାହାନ୍ତି, ଫାଇଲ କାମ ଅମୁକ ବାବୁଙ୍କ ପାଖରେ ଅଛି ଆଦି ମୋ ସରକାରରେ ଚଳିବ ନାହିଁ ବୋଲି କୁହାଯାଇଛି। ବିଧାୟକ ସମ୍ବିତ କହିଥିଲେ, ଏବେ ମୋ ସରକାରରେ ସମସ୍ତ ଜନପ୍ରତିନିଧିଙ୍କ ସୂଚନା ଉପର ମହଲରେ ରେକର୍ଡ ହେଉଛି। ଆମକୁ ମଧ୍ୟ ପ୍ରତିଦିନ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ସୂଚନା ଦେବାକୁ ପଡ଼ୁଛି। ୭ ଦିନର ରିପୋର୍ଟ କାର୍ଡ ଆମେ ସରକାରଙ୍କୁ ଜଣାଉଛୁ। ଏପରିସ୍ଥଳେ ନୂଆ ବ୍ୟବସ୍ଥାରେ ସମସ୍ତେ ଲୋକଙ୍କ ପାଇଁ କାମ କରନ୍ତୁ। ଏବେଠାରୁ କାମ ଲେ ଆସନ୍ତା ନିର୍ବାଚନବେଳେକୁ ଲୋକେ ତୁମକୁ ଗ୍ରହଣ କରିବେ ବୋଲି ସେ ଜନପ୍ରତିନିଧିଙ୍କ ଉଦ୍ଦେଶ୍ୟରେ କହିଥିଲେ। ଏଥିସହ ଆଗାମୀ ଦିନରେ ହୋଲ୍ଡିଂ ଟିକସ, ଟ୍ରେଡ୍‌ ଲାଇସେନ୍ସ, ବିଲ୍ଡିଂ ପ୍ଲାନ ଆଦି କାମ ଅନ୍‌ଲାଇନରେ କରାଯିବ ବୋଲି କୁହାଯାଇଥିଲା। ପରେ ପୌର ପାଳିକାର କାଉନସିଲ ବୈଠକ ଓ ବିଭିନ୍ନ ନୂତନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri