ଗଞ୍ଜାମ

ବ୍ୟାରିକେଡ୍‌ ଡେଉଁଛନ୍ତି ଅମାନିଆ: ତାଗିଦ୍‌ କରିବାରୁ ବିଡିଓଙ୍କୁ ଦୁର୍ବ୍ୟବହାର

ଆର.ଉଦୟଗିରି,୧୫ା୭(ଡି.ଏନ୍‌.ଏ.)-ଗଜପତି ଜିଲା ଆର୍‌.ଉଦୟଗିରି ପଞ୍ଚାୟତର ଜଣେ ଆୟୁଷ ଡ଼ାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ହୋମ୍‌ଗାର୍ଡ କରୋନା ସଂକ୍ରମିତ ହେବାପରେ ସେମାନେ ରହୁଥିବା ପଞ୍ଚାୟତର ୩ ସାହିକୁ ୭ଦିନ ପାଇଁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଥିଲା ପ୍ରଶାସନ। ପ୍ରବେଶ ପଥରେର ବ୍ୟାରିକେଡ୍‌ କରି ସିଲ୍‌…

କ୍ଲିନିକ୍‌ ସିଲ୍‌, ଡାକ୍ତର ଗିରଫ

ଶେରଗଡ଼,୧୫ା୭(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଶେରଗଡ଼ ରମୁଣି ସାହିରେ କୋଭିଡ୍‌ କଟକଣା ନ ମାନି କ୍ଲିନିକ୍‌ ଖୋଲିବା ଜଣେ ଡାକ୍ତରଙ୍କୁ ମହଙ୍ଗା ପଡିଛି। ସମ୍ପୃକ୍ତ କ୍ଲିନିକ୍‌କୁ ସିଲ୍‌ କରାଯାଇଥିବା ବେଳେ ଡାକ୍ତରଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଗିରଫ ଡାକ୍ତର ହେଲେ ସୁନୀଲ…

୧୬ରୁ ପୁରୁଷୋତ୍ତମପୁର ସହର ଶଟ୍‌ଡାଉନ: ଆଇନ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ପୁରୁଷୋତ୍ତମପୁର, ୧୫।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ କରୋନା ପଜିଟିଭଙ୍କ ସଂଖ୍ୟା ବଢିବାରେ ଲାଗିଛି। କେତେକ ଅମାନିଆ ଦୋକାନ ବଜାରରେ ସାମାଜିକ ଦୂରତ୍ୱ ରକ୍ଷା କରୁ ନ ଥିବା ଦେଖିବାକୁ ମିଳୁଛି। ତେଣୁ ଗୋଷ୍ଠୀ ସଂକ୍ରମଣକୁ ରୋକିବା ଲାଗି ପୁରୁଷୋତ୍ତମପୁର ଏନ୍‌ଏସି…

ବୁଗୁଡ଼ାରେ ପୁଣି ୧୭ କରୋନା ପଜିଟିଭ୍‌: ୧୯ ପର୍ଯ୍ୟନ୍ତ ବଢ଼ିଲା ଶଟ୍‌ଡାଉନ୍‌

ବୁଗୁଡ଼ା,୧୫ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଲୋକେ ବିଭିନ୍ନ ଆଶଙ୍କା ଦେଇ ଗତି କରୁଛନ୍ତି। ସେହିପରି ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକବାସୀ ମଧ୍ୟ ଏଥିରୁ ବାଦ୍‌ ପଡ଼ି ନ ଥିବା ଜଣାପଡ଼ିଛି। ବୁଗୁଡ଼ାରେ ବୁଧବାର ପୁଣି ୧୭…

ଶଟ୍‌ଡାଉନ୍‌ କଟକଣା ଉଲ୍ଲଂଘନ: ମାସ୍କ ନ ପିନ୍ଧି ଦେଲେ ୬୩ ହଜାର ଟଙ୍କା ଜରିମାନା

ବ୍ରହ୍ମପୁର ଅଫିସ,୧୫।୭: ଗଞ୍ଜାମ ଜିଲାରେ କରୋନା ସଂକ୍ରମିତ ସଂଖ୍ୟା ସହିତ ମୃତ୍ୟୁ ହାର ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ ସରକାର ଲକ୍‌ଡାଉନ ଓ ଶଟ୍‌ଡାଉନ୍‌ କଟକଣାକୁ ଜୋରଦାର କରିଛନ୍ତି । ଜିଲାରେ ଜାରି ହୋଇଥିବା ଏହି…

ପୁଣି ୨୧ ପର୍ଯ୍ୟନ୍ତ ଛତ୍ରପୁର ସମେତ ୭ ଏନ୍‌ଏସି ଶଟ୍‌ଡାଉନ୍‌: ଆଜି ୪ଟା ଭିତରେ କିଣନ୍ତୁ ଆବଶ୍ୟକୀୟ ସାମଗ୍ରୀ

ଛତ୍ରପୁର,୧୫।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସବ୍‌ଡିଭିଜନ ଅଧୀନ ୭ ଏନ୍‌ଏସି ( ହିଞ୍ଜିଳି ମ୍ୟୁନିସିପାଲିଟି ଓ ଗଞ୍ଜାମ ଏନଏସି ବ୍ୟତୀତ ) ୧୬ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ୬ ଦିନ ଶଟ୍‌ଡାଉନ୍‌ ରହିବ। ଉକ୍ତ ଏନ୍‌ଏସିରେ ପଜିଟିଭ୍‌ ସଂଖ୍ୟା ବଢୁଛି…

କରୋନାରେ ବିଏମ୍‌ସିର ମୁଖ୍ୟ କିରାଣିଙ୍କ ମୃତ୍ୟୁ: ୧୪ ଦିନ ପାଇଁ ଏସବୁ ବିଭାଗ ବନ୍ଦ, ଏସବୁ ଖୋଲା

ବ୍ରହ୍ମପୁର ଅଫିସ,୧୫।୭: ବ୍ରହ୍ମପୁର ବିଏମସିର ମୁଖ୍ୟ କିରାଣି ଉପେନ୍ଦ୍ର ମାଝିଙ୍କ କରୋନାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ବିଏମ୍‌ସି କମିଶନର ଚକ୍ରବର୍ତ୍ତୀ ସିଂ ରଠୋର ସୂଚନା ଦେଇଛନ୍ତି…

ଆମ୍ବୁଲାନ୍ସ ଆବଶ୍ୟକ ବୋଲି ହେଲ୍ପଲାଇନ୍‌ ନମ୍ବରକୁ ଯାଇଥିଲା ୩୧ କଲ୍‌: ୩୧ ଜଣ ଗଲେ କୋଭିଡ ହସ୍ପିଟାଲ

ଛତ୍ରପୁର,୧୫।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଛତ୍ରପୁର ସ୍ଥିତ ଆର୍‌ଟିଓ ଅଫିସରେ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ମନିଟରିଂ ସେଲ ରହିଛି। ୧୪ ତାରିଖରେ ଏଠାକୁ କରୋନା ଆକ୍ରାନ୍ତଙ୍କ ପାଇଁ ଆମ୍ବୁଲାନ୍ସ ଆବଶ୍ୟକ ବୋଲି ୩୧ଟି କଲ୍‌ ହେଲ୍ପଲାଇନ ନମ୍ବରକୁ ଯାଇଥିଲା। ପରେ ଉକ୍ତ ୩୧…

ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେଲେ ୮ କରୋନା ଯୋଦ୍ଧା

ଛତ୍ରପୁର,୧୫ା୭(ଡି.ଏନ୍‌.ଏ.) : କରୋନାରୁ ସୁସ୍ଥ ହୋଇ ଗଞ୍ଜାମ ଜିଲାରେ ୮ କରୋନା ଯୋଦ୍ଧା ପୁଣି ନିଜ କାର୍ଯ୍ୟରେ ମଙ୍ଗଳବାର ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ବିଡିଓ, ସହକାରୀ ଯନ୍ତ୍ରୀ, ମାର୍କେଟିଂ ଇନ୍ସପେକ୍ଟର, ପଞ୍ଚାୟତ ନିର୍ବାହୀ ଅଧିକାରୀ, ୪ ପୋଲିସ ଅଧିକାରୀ ଓ…

୨ ଗଞ୍ଜେଇ ମାଫିଆ କୋଭିଡ୍‌ ହସ୍‌ପିଟାଲରୁ ଚମ୍ପଟ

ଗୋପାଳପୁର,୧୫ା୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ଶୀତଳାପଲ୍ଲୀ କୋଭିଡ୍‌ ହସ୍‌ପିଟାଲରୁ ୨ ଗଞ୍ଜେଇ ମାଫିଆ ରବିବାର ସନ୍ଧ୍ୟାରେ ଚମ୍ପଟ ମାରିଛନ୍ତି। ହସ୍ପିଟାଲର ଜେନେରାଲ ମ୍ୟାନେଜର ସନ୍ଦୀପ ମିଶ୍ର ୨୪ ଘଣ୍ଟା ପରେ ସୋମବାର ରାତିରେ ଏନେଇ ଗୋପାଳପୁର ଥାନାରେ ଅଭିଯୋଗ…

ରେଡ୍‌ ଜୋନ୍‌ରେ ସଂକ୍ରମିତଙ୍କ ଉପରେ ନଜର ରଖ-ଜିଲାପାଳ : ସମସ୍ତଙ୍କ ହେବ ସ୍ବାସ୍ଥ୍ୟ ଯାଞ୍ଚ

ଛତ୍ରପୁର,୧୫ା୭(ଡି.ଏନ୍‌.ଏ.)- ଛତ୍ରପୁରଠାରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲାର ସମସ୍ତ ଅଧିକାରୀଙ୍କ ସହ କୋଭିଡ୍‌-୧୯ ପରିଚାଳନାଗତ ବିଭିନ୍ନ ବିଷୟ ନେଇ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ। କରୋନା ଯୋଦ୍ଧା ଭାବେ କାର୍ଯ୍ୟକରି ସଂକ୍ରମିତ ହୋଇଥିବା କେତେକ ଅଧିକାରୀ ଓ…

ବାରିକେଡ୍‌ ଡେଉଁଛନ୍ତି ଅମାନିଆ, ଶଟ୍‌ଡାଉନ୍‌ କଲେ ସରପଞ୍ଚ

ଆର.ଉଦୟଗିରି,୧୫ା୭(ଡି.ଏନ.ଏ)- ଗଜପତି ଜିଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆର୍‌.ଉଦୟଗିରି ପଞ୍ଚାୟତର ଜଣେ ଆୟୁଷ ଡ଼ାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ହୋମ୍‌ଗାର୍ଡ କରୋନା ସଂକ୍ରମିତ ହେବାପରେ ସେମାନେ ରହୁଥିବା ପଞ୍ଚାୟତର ୩ ସାହିକୁ ୭ଦିନ ପାଇଁ କଣ୍ଟେନ୍‌ମେଣ୍ଟ ଜୋନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?