ଛତ୍ରପୁର,୧୫ା୭(ଡି.ଏନ୍.ଏ.)- ଛତ୍ରପୁରଠାରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲାର ସମସ୍ତ ଅଧିକାରୀଙ୍କ ସହ କୋଭିଡ୍-୧୯ ପରିଚାଳନାଗତ ବିଭିନ୍ନ ବିଷୟ ନେଇ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ।
କରୋନା ଯୋଦ୍ଧା ଭାବେ କାର୍ଯ୍ୟକରି ସଂକ୍ରମିତ ହୋଇଥିବା କେତେକ ଅଧିକାରୀ ଓ କର୍ମଚାରୀ ସୁସ୍ଥ ହୋଇ ଫେରି କାର୍ଯ୍ୟରେ ଯୋଗ ଦେଇଥିବାରୁ ଜିଲାପାଳ ସେମାନଙ୍କ ସାହାସକୁ ସାଧୁବାଦ ଜଣାଇଥିଲେ। ସମ୍ପ୍ରତି ରେଡ୍ ଜୋନରେ ସଂକ୍ରମିତ ବ୍ୟକ୍ତିଙ୍କ ଉପରେ ନଜରରେ ରଖିବା ଓ ତାଙ୍କ ଘର ସାମ୍ନାରେ ରେଡ୍ ଜୋନ୍ ଷ୍ଟିକର ଲଗାଇବା ସହ ସଂକ୍ରମିତ ବ୍ୟକ୍ତିଙ୍କୁ ଏକାନ୍ତ ରଖିବା ବ୍ୟବସ୍ଥା କଡାକଡି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସହରାଞ୍ଚଳରେ ଯଦି କାହାଘରେ ଏକାନ୍ତ ରହିବାର ସୁବିଧା ନଥିବ ତେବେ ତାଙ୍କୁ କମ୍ୟୁନିଟି କେୟାର ହେଲ୍ଥ ସେଣ୍ଟରରେ ରଖିବାକୁ ଜଣାଇଥିଲେ। ଗ୍ରାମାଞ୍ଚଳରେ କେତେକ ଅମାନିଆ ଦଳଗତ ତାସ୍ ଖେଳିବା ପ୍ରଶାସନ ନଜରକୁ ଆସିଛି। ସେହି ବ୍ୟକ୍ତିଙ୍କ ବିରୋଧରେ ଏଫ୍ଆଇଆର୍ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବର୍ତ୍ତମାନ ଗାଁ ପୋଖରୀରେ ଗାଧୋଇବାକୁ ବାରଣ କରାଯାଇଛି। ଏହାକୁ ଅଧିକ ନଜର ରଖିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଜିଲା ସ୍ତରରୁ ଅଧିକାରୀ ମାନଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯିବ। ସେମାନେ କମ୍ୟୁନିଟି କେୟାର ହେଲ୍ଥ ସେଣ୍ଟର ଯାଇ ପର୍ଯ୍ୟବେକ୍ଷଣ କରି ତଦାରଖ କରିବେ। ସ୍ବେଚ୍ଛାସେବୀ ଅନୁଷ୍ଠାନ କିମ୍ବା ସଂଘ ଚାହିଁଲେ ସ୍ବଇଚ୍ଛାରେ ସେମାନଙ୍କ ଅଞ୍ଚଳରେ ହୋମ୍ ଆଇସୋଲେସନ ସେଣ୍ଟର କରିପାରିବେ ଏବଂ କମ୍ୟୁନିଟି କେୟାର ହେଲ୍ଥ ସେଣ୍ଟର ଗୁଡିକର ପରିଚାଳନା କାର୍ଯ୍ୟ ତୁଲାଇ ପାରିବେ।

କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂଘ ଦେଲା ୩ ଲକ୍ଷ
ଭୁବନେଶ୍ୱର,୧୨ା୬(ବ୍ୟୁରୋ): କରୋନା ମୁକାବିଲା ପାଇଁ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂଘ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି(ସିଏମ୍ଆର୍ଏଫ୍)କୁ ୩ଲକ୍ଷ ଟଙ୍କା ଦାନ କରିଛି। ରାଜ୍ୟ ଲୋକସେବା...

ସହାୟତା ଆଳରେ ପ୍ରଚାର ନ ହେଉ
ପୁରୀ ଅଫିସ,୨୪।୮: ପୁରୀ ଜିଲାର ଅଧିକାଂଶ ଅଞ୍ଚଳରେ ବନ୍ୟାର ବିଭୀଷିକା ଦେଖାଯାଇଥିବା ବେଳେ ଏବେ ବି ହଜାର ହଜାର ଲୋକ ବନ୍ୟାଜଳ ଘେରରେ ରହିବା ସହ...

ଏପଟେ ଝଲସୁଛି, ସେପଟେ ଅନ୍ଧାର
ଭୁବନେଶ୍ୱର,୨୩।୧(ବ୍ୟୁରୋ):ହକି ବିଶ୍ୱକପ୍କୁ ନେଇ କଳିଙ୍ଗ ଷ୍ଟାଡିୟମ୍ ଓ ଆଖପାଖ ଅଞ୍ଚଳ ରଙ୍ଗିନ ଆଲୋକମାଳାରେ ଝଲସୁଛି। ସେପଟେ ଡଟ୍ଫେଷ୍ଟ ଆୟୋଜିତ ହେଉଥିବା ୟୁନିଟ୍-୩ ଅଞ୍ଚଳର ଆଲୋକୀକରଣ ଆଖି...

ଫୋରେନ୍ସିକ୍ ଲାବଠୁ ଡିଜିଟାଲ ଦସ୍ତାବିଜ୍ ମାଗିଲା ଇଡି
ଭୁବନେଶ୍ୱର,୧୬।୧୨ (ବ୍ୟୁରୋ): ବ୍ଲାକ୍ମେଲର ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁହାଁମୁହିଁ ଜେରା କରୁଛି। ଏପଟେ...

ମାସେ ବନ୍ଦ ରହିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ ସେବା
ଭୁବନେଶ୍ୱର,୧୯।୯(ବ୍ୟୁରୋ): ଭୁବନେଶ୍ୱରକୁ ବ୍ୟାଙ୍କକ୍କୁ ଚଳାଚଳ କରୁଥିବା ଏୟାର ଇଣ୍ଡିଆର ଡାଇରେକ୍ଟ ଫ୍ଲାଇଟ୍ ସେବା ସେପ୍ଟେମ୍ବର ୨୩ରୁ ଅସ୍ଥାୟୀଭାବେ ବନ୍ଦ ରହିବ। ଏହା ଅକ୍ଟୋବର ଶେଷ କିମ୍ବା...

ଗୋପାଳବନ୍ଧ, ମେରୁ ପଡ଼ିଆ ଖାଁ ଖାଁ : କଟକଣାରେ ଶେଷ ହେଲା ଦଣ୍ଡ ଯାତ୍ରା
ପୁରୁଷୋତ୍ତମପୁର,୧୪।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଦଣ୍ଡ ଯାତ୍ରା ବୁଧବାର ଉଦ୍ଯାପିତ ହୋଇଛି। ଏହା ମହା ବିଷୁବ ସଂକ୍ରାନ୍ତି...

ଶ୍ରାବଣ ମାସ ପ୍ରଥମ ସୋମବାର ଶ୍ରୀଲିଙ୍ଗରାଜଙ୍କ ପୀଠରେ ୩ ହଜାର କାଉଡ଼ିଆ
ପୁରୁଣା ଭୁବନେଶ୍ୱର,୨୩। ୭(ଡି.ଏନ.ଏ.): ଶ୍ରାବଣ ମାସର ପ୍ରଥମ ସୋମବାରରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କୁ ପ୍ରାୟ ୩ ହଜାର ୪୦ ଜଣ କାଉଡ଼ିଆ ଜଳଲାଗି କରିଥିବା ପ୍ରଶାସନ ସୂତ୍ରରୁ...

ଆଜି ମାଘ ସପ୍ତମୀ: ବିନା ଶ୍ରଦ୍ଧାଳୁରେ ବୁଡ଼ ସମ୍ପନ୍ନ
କୋଣାର୍କ,୭ା୨(ଡି.ଏନ୍.ଏ.): ଆଜି ପବିତ୍ର ମାଘ ସପ୍ତମୀ। କୋଭିଡ୍ କଟକଣାରେ ବିନା ଶ୍ରଦ୍ଧାଳୁରେ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ଼ ନୀତି ସମ୍ପନ୍ନ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ଚନ୍ଦ୍ରଭାଗା...