ଛତ୍ରପୁର,୧୫ା୭(ଡି.ଏନ୍.ଏ.)- ଛତ୍ରପୁରଠାରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲାର ସମସ୍ତ ଅଧିକାରୀଙ୍କ ସହ କୋଭିଡ୍-୧୯ ପରିଚାଳନାଗତ ବିଭିନ୍ନ ବିଷୟ ନେଇ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ।
କରୋନା ଯୋଦ୍ଧା ଭାବେ କାର୍ଯ୍ୟକରି ସଂକ୍ରମିତ ହୋଇଥିବା କେତେକ ଅଧିକାରୀ ଓ କର୍ମଚାରୀ ସୁସ୍ଥ ହୋଇ ଫେରି କାର୍ଯ୍ୟରେ ଯୋଗ ଦେଇଥିବାରୁ ଜିଲାପାଳ ସେମାନଙ୍କ ସାହାସକୁ ସାଧୁବାଦ ଜଣାଇଥିଲେ। ସମ୍ପ୍ରତି ରେଡ୍ ଜୋନରେ ସଂକ୍ରମିତ ବ୍ୟକ୍ତିଙ୍କ ଉପରେ ନଜରରେ ରଖିବା ଓ ତାଙ୍କ ଘର ସାମ୍ନାରେ ରେଡ୍ ଜୋନ୍ ଷ୍ଟିକର ଲଗାଇବା ସହ ସଂକ୍ରମିତ ବ୍ୟକ୍ତିଙ୍କୁ ଏକାନ୍ତ ରଖିବା ବ୍ୟବସ୍ଥା କଡାକଡି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସହରାଞ୍ଚଳରେ ଯଦି କାହାଘରେ ଏକାନ୍ତ ରହିବାର ସୁବିଧା ନଥିବ ତେବେ ତାଙ୍କୁ କମ୍ୟୁନିଟି କେୟାର ହେଲ୍ଥ ସେଣ୍ଟରରେ ରଖିବାକୁ ଜଣାଇଥିଲେ। ଗ୍ରାମାଞ୍ଚଳରେ କେତେକ ଅମାନିଆ ଦଳଗତ ତାସ୍ ଖେଳିବା ପ୍ରଶାସନ ନଜରକୁ ଆସିଛି। ସେହି ବ୍ୟକ୍ତିଙ୍କ ବିରୋଧରେ ଏଫ୍ଆଇଆର୍ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବର୍ତ୍ତମାନ ଗାଁ ପୋଖରୀରେ ଗାଧୋଇବାକୁ ବାରଣ କରାଯାଇଛି। ଏହାକୁ ଅଧିକ ନଜର ରଖିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଜିଲା ସ୍ତରରୁ ଅଧିକାରୀ ମାନଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯିବ। ସେମାନେ କମ୍ୟୁନିଟି କେୟାର ହେଲ୍ଥ ସେଣ୍ଟର ଯାଇ ପର୍ଯ୍ୟବେକ୍ଷଣ କରି ତଦାରଖ କରିବେ। ସ୍ବେଚ୍ଛାସେବୀ ଅନୁଷ୍ଠାନ କିମ୍ବା ସଂଘ ଚାହିଁଲେ ସ୍ବଇଚ୍ଛାରେ ସେମାନଙ୍କ ଅଞ୍ଚଳରେ ହୋମ୍ ଆଇସୋଲେସନ ସେଣ୍ଟର କରିପାରିବେ ଏବଂ କମ୍ୟୁନିଟି କେୟାର ହେଲ୍ଥ ସେଣ୍ଟର ଗୁଡିକର ପରିଚାଳନା କାର୍ଯ୍ୟ ତୁଲାଇ ପାରିବେ।
ଓଡ଼ିଶା ବନ୍ଦ ଡାକରାରେ ଅତାବିରାରେ ଜନଜୀବନ ପ୍ରଭାବିତ
ଅତାବିରା,୮ା୧୦(ଯୁଧିଷ୍ଠିର ମହାପାତ୍ର): କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାରେ ବରଗଡ଼ ଜିଲା ଅତାବିରା ଠପ୍ ହୋଇପଡ଼ିଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ…
ସରକାରୀ ବସ୍ କାଚ ଭାଙ୍ଗିଲେ, ସାପ୍ତାହିକ ହାଟ ବି ବନ୍ଦ କଲେ ବିକ୍ଷୋଭକାରୀ
ଛତ୍ରପୁର,୮ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଇଣ୍ଡିଆ ବ୍ଲକ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦରେ ମଧ୍ୟ ଦେଖାଯାଇଛି। ସିପିଆଇର…
କଂଗ୍ରେସର ବନ୍ଦ ଡାକରାରେ ଅଟକି ରହିଛି ଗାଡ଼ିମୋଟର, ଯାତ୍ରୀ ହନ୍ତସନ୍ତ
ପଟ୍ଟାଙ୍ଗି,୮ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ କଂଗ୍ରେସର ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଦଳର ବ୍ଲକ ସଭାପତି ଅର୍ଜୁନ ବାଙ୍କା…
କଳାହାଣ୍ଡିରେ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଜାତୀୟ ରାଜପଥ ଅବରୋଧ କରି ବିକ୍ଷୋଭକାରୀ…
ଭବାନୀପାଟଣା,୮ା୧୦(ଉତ୍ତମ କୁମାର ଦାଶ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପ୍ରଭାବ କଳାହାଣ୍ଡି ଜିଲାରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ…
କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସର ଗର୍ଜନ, ମହାକାଳପଡ଼ାରେ ପଡ଼ିଲା ପ୍ରଭାବ
ମହାକାଳପଡ଼ା,୮ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଇଣ୍ଡି ମେଣ୍ଟ ଓ ଜାତୀୟ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦର ପ୍ରଭାବ ପଡ଼ିଛି। କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତିକୁ ନେଇ ଗର୍ଜିଛନ୍ତି ଇଣ୍ଡି…
ଗଞ୍ଜାମରେ ଓଡ଼ିଶା ବନ୍ଦର ପ୍ରଭାବ: କେନ୍ଦ୍ର ସରକାର ବିରୋଧରେ ଗର୍ଜିଲେ ବିରୋଧୀ
ଗଞ୍ଜାମ,୮।୧୦(ବିଦ୍ୟାଧର ସାହୁ):ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ଗଞ୍ଜାମରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ ସିପିଆଇ(ଏମ) ସମେତ ବାମପନ୍ଥୀ ଦଳ ପକ୍ଷରୁ…
ଘଡ଼ଘଡ଼ି ସହ ଛେଚିବ ବର୍ଷା: ସତର୍କ କଲା ପାଣିପାଗ କେନ୍ଦ୍ର
ଭୁବନେଶ୍ୱର, ୮ା୧୦(ସୌମ୍ୟରଞ୍ଜନ ରାଉତ):ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍ କରୁଛି। ତେବେ ଆସନ୍ତା ୨ରୁ…
ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର
ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

