୨ ଗଞ୍ଜେଇ ମାଫିଆ କୋଭିଡ୍‌ ହସ୍‌ପିଟାଲରୁ ଚମ୍ପଟ

ଗୋପାଳପୁର,୧୫ା୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ଶୀତଳାପଲ୍ଲୀ କୋଭିଡ୍‌ ହସ୍‌ପିଟାଲରୁ ୨ ଗଞ୍ଜେଇ ମାଫିଆ ରବିବାର ସନ୍ଧ୍ୟାରେ ଚମ୍ପଟ ମାରିଛନ୍ତି। ହସ୍ପିଟାଲର ଜେନେରାଲ ମ୍ୟାନେଜର ସନ୍ଦୀପ ମିଶ୍ର ୨୪ ଘଣ୍ଟା ପରେ ସୋମବାର ରାତିରେ ଏନେଇ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମାଲା (ନଂ.୧୦୧/୨୦) ରୁଜୁ କରି ତଦନ୍ତ ଚଳାଇଛି। ପ୍ରକାଶ ଯେ, ଗତ ୩ ତାରିଖରେ ଗଜପତିରୁ ଭୁବନେଶ୍ୱର ଗଞ୍ଜେଇ ଚାଲାଣ ହେଉଥିବା ଅବକାରୀ ଗୁଇନ୍ଦା ବିଭାଗ ସୂଚନା ପାଇଥିଲା। ବିଭାଗୀୟ ଅଧିକାରୀ ବ୍ରହ୍ମପୁର ନୂଆ ବସ୍‌ଷ୍ଟାଣ୍ଡରେ ଚଢ଼ାଉ କରି ଏକ ଟାଟାସୁମୋରୁ ୧୦୭କେଜି ଗଞ୍ଜେଇ ଜବତ କରିବା ସହ ୨ ମାଫିଆଙ୍କୁ ଗିରଫ କରିଥିଲେ। ସେମାନେ ହେଲେ ଭୁବନେଶ୍ୱର ବରଗଡ଼ ବ୍ରିଟ୍‌ କଲୋନୀର ରମେଶ ଚନ୍ଦ୍ର ପ୍ରଧାନ (୨୫) ଓ ଅର୍ଜୁନ ସ୍ବାଇଁ(୩୫)। ମାମଲା (ନଂ.୫୫/୨୦-୨୧) ରୁଜୁ କରି ୪ ତାରିଖରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଇଦିଆଯାଇଥିଲା। ସେତେବେଳେ ୨ ଅଭିଯୁକ୍ତଙ୍କ ସ୍ବାବ୍‌ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ୭ ତାରିଖରେ ରିପୋର୍ଟ ପଜିଟିଭ ଆସିବା ପରେ ଅଭିଯୁକ୍ତଙ୍କୁ ପାରଳା ମହାରାଜା କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ଗତ ୧୦ ତାରିଖରେ ଅଧିକ ଚିକିତ୍ସା ପାଇଁ ସେଠାରୁ ଶୀତଳାପଲ୍ଲୀ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ରବିବାର ସନ୍ଧ୍ୟାରେ ୨ ଅଭିଯୁକ୍ତ କୌଣସି ପ୍ରକାରେ ସେଠାରୁ ଖସି ପଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିରଞ୍ଜନଙ୍କ ପ୍ରଶ୍ନ: ଅଧିକ ସୁଧ ନା କମିଶନ ଆଶାରେ ୟେସ୍‌ ବ୍ୟାଙ୍କରେ ଟଙ୍କା ରଖିଥିଲେ

ଭୁବନେଶ୍ୱର,୮ା୩(ବ୍ୟୁରୋ): ୟେସ୍‌ ବ୍ୟାଙ୍କରେ ଜମାଥିବା ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ରବିବାର ଏ ସମ୍ପର୍କରେ ପଚରାଯିବାରୁ ନିରଞ୍ଜନ...

ରମାଦେବୀ ବିଶ୍ୱବିଦ୍ୟାଳୟ: ୟୁଜି, ପିଜି, ବିଏଡ୍‌ ପରୀକ୍ଷା ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର,୧୦।୯(ବୁରୋ) – ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ୟୁଜି, ପିଜି ଓ ବିଏଡ୍‌ ପରୀକ୍ଷା ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ କରିଛି। ୟୁଜି ଶେଷ ସେମିଷ୍ଟର ପାଇଁ...

୧୪ବର୍ଷରୁ ବଳାତ୍କାର, ଏବେ ୩ କନ୍ୟା ସନ୍ତାନର ମା’

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ବୟସ ଯେତେବେଳେ ୧୪ ହୋଇଥିଲା ସେବେଠାରୁ ବଳାତ୍କାରର ଶିକାର ହୋଇ ଆସୁଛନ୍ତି ଜଣେ ଯୁବତୀ। ୧୫ବର୍ଷ ଧରି ସମ୍ପର୍କୀୟ ମାମୁଙ୍କ ବଳତ୍କାର ଯୋଗୁ...

ଓଡ଼ିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି

ଭୁବନେଶ୍ୱର,୨।୭(ବ୍ୟୁରୋ): କରୋନା ରୋଗୀଙ୍କ ପାଇଁ ଓଡ଼ିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି। ଗୁରୁବାର ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ନେଇ...

ଧରିତ୍ରୀରେ ଖବର ପ୍ରକାଶିତ ହେବାପରେ ଚେତିଲା ପୂର୍ତ୍ତ ବିଭାଗ: ରାତିଅଧିଆ ରାସ୍ତା ମରାମତି କାର୍ଯ୍ୟ ଶେଷ

ଦାରିଙ୍ଗବାଡ଼ି,୨୦।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି-ବ୍ରାହ୍ମଣୀଗାଁକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ଦବି ଯାତାୟାତରେ ସମସ୍ୟା ହେଉଥିଲା। ତେବେ ରାସ୍ତା ମରାମତି ଦିଗରେ ବିଭାଗ ପଦକ୍ଷେପ...

କୃଷି ବିଭାଗ ଅଗୋଚରରେ କୃଷକ ପଞ୍ଜୀକରଣ: ଫେକ୍‌ ଓ୍ବେବ୍‌ସାଇଟ୍‌ରେ ପଞ୍ଜୀକରଣ କରି ଟଙ୍କା ହଡପ ସନ୍ଦେହ

ସୋରଡା, ୧୩ା୬ (ଡି.ଏନ.ଏ.)- ସୋରଡା ଅଞ୍ଚଳରେ କୃଷକ ପରିଚୟପତ୍ର ପାଇବା ପାଇଁ ମହିଳା ପୁରୁଷ ଚାଷୀମାନଙ୍କ ଭିଡ କୃଷି କାର୍ଯ୍ୟାଳୟରେ ଲାଗିରହିଛି। ରାଜ୍ୟ କୃଷିବିଭାଗ ତରଫରୁ...

କେନ୍ଦୁଝରରେ ଝଡପବନ ସହ କୁଆପଥର ବର୍ଷା, ଲୋକେ ଆଶ୍ୱସ୍ତ

କେନ୍ଦୁଝର, ୨୮ା୫ (ସ୍ବ.ପ୍ର./ଡି.ଏନ.ଏ.)-ଗତ କିଛି ଦିନ ହେଲା କେନ୍ଦୁଝରର ପାରଦ ଆକାଶଛୁଆଁ ହେଉଥିବାରୁ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡିଛି। ଏଭଳି ସମୟରେ ମଙ୍ଗଳବାର ଅପରାହ୍ନରେ ହଠାତ କୁଆପଥର...

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝଡ଼ବର୍ଷା ସମ୍ଭାବନା: ୧୨ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର, ୧୨।୫(ବ୍ୟୁରୋ): ବିହାର ଓ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଖୋର୍ଦ୍ଧା, ମୟୂରଭଞ୍ଜ, କୋରାପୁଟ,...

Advertisement
Archives

Model This Week