ଗଞ୍ଜାମ

ଗଞ୍ଜାମରେ କରୋନା କଟକଣା କୋହଳ: ଜିଲାପାଳ

ଛତ୍ରପୁର,୨୪ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା କଟକଣା ସାମାନ୍ୟ କୋହଳ ହୋଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌ କରି ସୂଚନା ଦେଇଛନ୍ତି ଯେ, ସୋମବାରଠାରୁ ଶୁକ୍ରବାର ଯାଏ ଦୋକାନ ବଜାର ସକାଳ ୫ଟାରୁ ରାତି ୮ଟା ଯାଏ ଖୋଲାରହିବ । ପୂର୍ବରୁ…

ଭତ୍ତା ପାଇଁ ଗଞ୍ଜାମ ଏନ୍‌ଏସି ଗେଟ୍‌ ସମ୍ମୁଖରେ ହୋ-ହଲ୍ଲା

ଗଞ୍ଜାମ,୨୪।୮(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ବିଭିନ୍ନ ଭତ୍ତା ଏନ୍‌ଏସି ଅଞ୍ଚଳଗୁଡିକରେ ବଣ୍ଟନ ସରିଥିବା ବେଳେ ଗଞ୍ଜାମ ଏନ୍‌ଏସିରେ ତା’ର ବ୍ୟତିକ୍ରମ ଘଟିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ହିତାଧିକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଥିସହ ହିତାଧିକାରୀମାନେ ଏନ୍‌ଏସି ଗେଟ୍‌ ସମ୍ମୁଖରେ…

ଗଞ୍ଜାମ ସହରରେ ଶଟ୍‌ଡାଉନ୍‌ ପ୍ରଭାବ, ରାସ୍ତାଘାଟ ଶୂନ୍‌ଶାନ

ଗଞ୍ଜାମ,୨୩ା୮(ଡି.ଏନ୍‌.ଏ.): ବର୍ତ୍ତମାନ କରୋନା ମହାମାରୀ ଗଞ୍ଜାମ ସହରରେ ସାମାନ୍ୟ କମିଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଶନି ଓ ରବିବାର ଦୁଇଦିନ ଶଟ୍‌ଡାଉନ୍‌ ଘୋଷଣା ବଳବତ୍ତର ରହିଛି। ଶଟ୍‌ଡାଉନ୍‌ ଯୋଗୁ ଗଞ୍ଜାମ ସହର ଜନଶୂନ୍ୟ ହୋଇପଡ଼ିଛି l ଦୁଇଦିନ…

ବାଲିଚାଲାଣକୁ ନେଇ ଗ୍ରାମବାସୀ – ପୋଲିସ ମୁହାଁମୁହିଁ

ହିଞ୍ଜିଳିକାଟୁ,୨୩ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା କୋଳିଦାସପୁରଠାରେ ବାଲି ଚାଲାଣ ନେଇ ଶନିବାର ରାତିରେ ପୋଡ଼ାଜଳା ହୋଇଥିଲା। ବାଲିଚାଲାଣକୁ ବିରୋଧ କରୁଥିବା ଗୋଷ୍ଠୀ ୩ ଟ୍ରକ, ଟ୍ରାକ୍ଟର ଓ ୨ ବାଇକ୍‌ ପୋଡ଼ି ଦେଇଥିଲେ। ପୋଲିସ ପୋଡ଼ାଜଳା ପାଇଁ ଗ୍ରାମର ୫…

ଅଟକିଲା ଦୁରନ୍ତୋ ଏକ୍ସପ୍ରେସ, କାରଣ ଅସ୍ପଷ୍ଟ

ବ୍ରହ୍ମପୁର ଅଫିସ,୨୩।୮: ବ୍ରହ୍ମପୁର ଦେଇ ଯାଉଥିବା ଦୁରନ୍ତ ଏକ୍ସପ୍ରେସ (ହାଓ୍ବଡା-ବେଙ୍ଗାଲୁର) ଶନିବାର ସନ୍ଧ୍ୟାରେ ଆମ୍ବପୁଆ ଲେବଲ କ୍ରସିଂରେ ହଠାତ୍‌ ଅଟକି ଯାଇଥିଲା। ଯାତ୍ରୀମାନେ କିଛି ବୁଝିପାରି ନ ଥିବାବେଳେ ଉଭୟ ପଟେ ଅଟକି ରହିଥିବା ଲୋକମାନେ ମଧ୍ୟ ଟ୍ରେନ ରହିବା ଦେଖି…

ବାଲି ଚାଲାଣକୁ ବିରୋଧ: ପୋଡ଼ିଦେଲେ ଟ୍ରକ୍‌, ଟ୍ରାକ୍ଟର

ହିଞ୍ଜିଳିକାଟୁ,୨୩।୮(ଡ଼ି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତଥା ପୁରୁଷୋତ୍ତମପୁର ତହସିଲ କୋଳିଦାସପୁରରେ ଶୁକ୍ରବାର ରାତିରେ ବାଲି ଚାଲାଣକୁ ନେଇ ତୁମୁଳକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକେ ୩ ଟ୍ରକ୍‌, ଗୋଟିଏ ଟ୍ରାକ୍ଟରକୁ ପୋଡି ଦେଇଛନ୍ତି। ଏଥିସହ ବାଲି ମାଫିଆଙ୍କ ୨ ବାଇକ୍‌ ପୋଡ଼ି…

ହତ୍ୟା ଉଦ୍ୟମ ମାମଲା: ଦୁର୍ଦ୍ଦାନ୍ତ ଟୁନା କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୨୨ା୮: ଏନ୍‌କାଉଣ୍ଟର ପରେ ବି ଭୟ ନାହିଁ। ପୋଲିସକୁ ଚାଲେଞ୍ଜ କରି ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଗିରଫ ହୋଇଛନ୍ତି ଦୁର୍ଦ୍ଦାନ୍ତ ଟୁନା ଦାସ(୩୨)। ଟାଉନ ଥାନା ପୋଲିସ କେସ ନମ୍ବର ୧୫୪/୨୦ରେ ଖଲାସି ସାହିର ଦୁର୍ଦ୍ଦାନ୍ତ ଟୁନାଙ୍କୁ…

ଦିନରେ ବନ୍ଧା ହୋଇଥିଲେ, ରାତିରେ ଖସି ପଳାଇଲେ

ଆର୍‌.ଉଦୟଗିରି,୨୨ା୮(ଡି.ଏନ୍‌.ଏ.)- ଗଜପତି ଜିଲା ଆର୍‌.ଉଦୟଗିରି ଥାନା ହାଜତରୁ ଗୁରୁବାର ବିଳମ୍ବିତ ରାତିରେ ଜଣେ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି। ସେ ହେଲେ ପୁରୀ ସଦର ଥାନା ଅଞ୍ଚଳର ପ୍ରମୋଦ ମଲିକ। ଗୁରୁବାର ପୂର୍ବାହ୍ନରେ ତାଙ୍କୁ ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ପୋଲିସ…

ଏୟାରପୋର୍ଟରେ ଚାକିରି ନାଁରେ ଲକ୍ଷାଧିକ ଠକେଇ: ଏସ୍‌ପିଙ୍କ ନିକଟରେ ଫେରାଦ ହେଲେ ଯୁବକ

ବ୍ରହ୍ମପୁର ଅଫିସ ,୨୨। ୮: ଗଞ୍ଜାମ ଜିଲା ବ୍ରହ୍ମପୁରରେ ଚାକିରି ଦେବା ନାଁରେ ଠକେଇ ଘଟଣା ନଜରକୁ ଆସିଛି। ଏୟାରପୋର୍ଟରେ ଚାକିରି ଦେବା ନାଁରେ ଜଣେ ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଠକେଇରେ ଶିକାର ଯୁବକ ଗୁପ୍ତେଶ୍ବର…

ଛତ୍ରପୁରର ୧୧ ଗାଁରେ ମିନି କଣ୍ଟେନମେଣ୍ଟ: ଜାଣନ୍ତୁ କେଉଁଗୁଡ଼ିକ

ଛତ୍ରପୁର, ୨୨।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ୧୧ ଗାଁରେ ଗୋଟିଏ ଲେଖାଏ ସାହି ମିନି କଣ୍ଟେନମେଣ୍ଟ ଜୋନରେ ରହିଛି। ଏଠାରେ କରୋନା ପଜିଟିଭ୍‌ ସଂଖ୍ୟା ବୃଦ୍ଧି ପାଉଥିବା ଏବଂ ପଜିଟିଭ ଆକ୍ଟିଭ ଥିବାରୁ ମିନି କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି।…

ମେଡିକାଲ ଅଫିସରଙ୍କ ସହ ଗଞ୍ଜାମ ଜିଲାପାଳଙ୍କ ଆଲୋଚନା : ରୋଗୀ ସେବାରେ ଆହୁରି ଉନ୍ନତି ଆଣିବା ନେଇ ଗୁରୁତ୍ୱ

ଛତ୍ରପୁର,୨୨।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କୋଭିଡ ପରିଚାଳନା ନେଇ ଶନିବାର ସମସ୍ତ ମେଡିକାଲ ଅଫିସରଙ୍କ ସହ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା ଓ ସମୀକ୍ଷା କରିଛନ୍ତି। ଏହି ଦ୍ୱିତୀୟ ରାଉଣ୍ଡ ସମୀକ୍ଷାରେ କୋଭିଡ କେୟାର ହସ୍ପିଟାଲ, କୋଭିଡ…

ଶିଶୁକନ୍ୟାକୁ ହତ୍ୟା ପରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର ଅଫିସ,୨୨।୮: ଗଞ୍ଜାମ ଜିଲା ସଦର ଥାନା ଅନ୍ତର୍ଗତ ଭାବିନୀପୁର ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ ଅଶାନ୍ତିରୁ ଜଣେ ମହିଳା ନିଜର ୧ବର୍ଷ ୭ ମାସର ଝିଅକୁ ହତ୍ୟାକରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଖବରପାଇ ପୋଲିସ ପହଞ୍ଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?