ଭତ୍ତା ପାଇଁ ଗଞ୍ଜାମ ଏନ୍‌ଏସି ଗେଟ୍‌ ସମ୍ମୁଖରେ ହୋ-ହଲ୍ଲା

ଗଞ୍ଜାମ,୨୪।୮(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ବିଭିନ୍ନ ଭତ୍ତା ଏନ୍‌ଏସି ଅଞ୍ଚଳଗୁଡିକରେ ବଣ୍ଟନ ସରିଥିବା ବେଳେ ଗଞ୍ଜାମ ଏନ୍‌ଏସିରେ ତା’ର ବ୍ୟତିକ୍ରମ ଘଟିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ହିତାଧିକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଥିସହ ହିତାଧିକାରୀମାନେ ଏନ୍‌ଏସି ଗେଟ୍‌ ସମ୍ମୁଖରେ ସୋମବାର ପ୍ରତିବାଦ ଜଣାଇ ଧାରଣା ଦେଇଥିଲେ l ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସେମାନେ ବୁଝି ନ ଥିଲେ l ଏଥିସହ ଉତ୍ତ୍ୟକ୍ତ ଲୋକ ଦାସଙ୍କୁ କାର୍ଯ୍ୟାଳୟ ମଧ୍ୟକୁ ଯିବାକୁ ଦେଇ ନ ଥିଲେ l ଫଳରେ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖା ଦେଇଥିଲା l ସ୍ଥାନୀୟ ସାମାଜିକ କର୍ମୀ ତଥା ବଡ଼ ବଜାର ବଣିକ ସଂଘ ସଭାପତି ଗୌରୀ ଶଙ୍କର ବାରିକି ମଧ୍ୟ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ l ପରବର୍ତ୍ତୀ ସମୟରେ ଏନ୍‌ଏସି ଇଓ ଆସନ୍ତା ଦୁଇ ଦିନ ମଧ୍ୟରେ ଭତ୍ତା ପ୍ରଦାନ କରାଯିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଧାରଣା ହଟିଥିଲା l


Enter your email to get our daily news in your inbox.

All Right Reserved By Dharitri.Com

ବିନା ଭକ୍ତରେ ମା’ ତାରିଣୀଙ୍କ ସୁନାବେଶ

ଘଟଗାଁ,୧।୧ (ଡି.ଏନ.ଏ.): କେନ୍ଦୁଝର ଜିଲା ଘଟଗାଁ ତାରିଣୀ ପୀଠରେ ଇଂରାଜୀ ନବବର୍ଷ ୨୦୨୨ର ପ୍ରଥମ ଦିନ ଶନିବାର ବିନା ଭକ୍ତରେ ମା’ଙ୍କ ସମସ୍ତ ନୀତିକାନ୍ତି, ମଙ୍ଗଳ...

ଭଙ୍ଗାଘରେ ବିତୁଛି ଜୀବନ, ବର୍ଷେ ହେଲା ମିଳୁନି ରାଶନ

ରାଜନଗର,୩୦ା୮(ଡି.ଏନ.ଏ.):କେହି ଯେପରି ଉପାସରେ ନ ରହିବେ ସେଥିପାଇଁ ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ସରକାର ଗରିବ ଲୋକମାନଙ୍କୁ ପ୍ରତିମାସରେ ଚାଉଳ, ଗହମ ଯୋଗାଇ ଦେଉଛନ୍ତି। କିନ୍ତ୨ୁ...

ବଣ୍ଡାଘାଟିରେ ଓଲଟିଲା କମାଣ୍ଡର ୨ ମୃତ ୪ ଗୁରୁତର

ମାଲକାନଗିରି-୧oା୬ (ସ୍ବ.ପ୍ର.)-ମାଲକାନଗିରି ଜିଲା ଖଇରପୁଟ ବଣ୍ଡାଘାଟିରେ ଏକ କମାଣ୍ଡର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଖବରରୁ...

ସମ୍ବଲପୁରର ସ୍ଥିତିନେଇ ଚିନ୍ତାବ୍ୟକ୍ତ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ସମ୍ବଲପୁର,୫ା୪ (ବ୍ୟୁରୋ): ସମ୍ବଲପୁର ଜିଲାରେ ସୋମବାର ୩୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବିଗତ ସପ୍ତାହ ହେବ ଦୈନିକ...

ସ୍ତ୍ରୀ ହତ୍ୟାକାରୀ ସ୍ବାମୀ ଗିରଫ

ଗଞ୍ଜାମ,୮।୧:(ଡି.ଏନ.ଏ): ନୂଆ ବର୍ଷରେ ନିଜ ସ୍ତ୍ରୀଙ୍କୁ ପିଟିପିଟି ମାରି ଦେଇଥିବା ଅଭିଯୁକ୍ତ ସୱାମୀ ଲକ୍ଷ୍ମଣ ରେଡ୍ଡୀଙ୍କୁ ହୁମା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି...

ଛତିଶଗଡ଼ରେ ଶେଷକୃତ୍ୟ, ପରିବାର ସାମିଲ

ସମ୍ବଲପୁର,୧୪ା୫(ବ୍ୟୁରୋ): ଛତିଶଗଡ଼ର ରାୟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ବିମାନବନ୍ଦରଠାରେ ଶୁକ୍ରବାର ରାତିରେ ହେଲିକପ୍ଟର ଦୁର୍ଘଟଣାରେ ଦୁଇ ପାଇଲଟ୍‌ଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ପାଇଲଟ...

ଧରାପଡ଼ିଲା ରାଜପଥ ଲୁଟେରା ଗ୍ୟାଙ୍ଗ୍‌

କାମାକ୍ଷାନଗର, ୨୨।୬(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଅଞ୍ଚଳରେ ଆତଙ୍କରାଜ ସୃଷ୍ଟି କରିଥିବା ଏକ ରାଜପଥ ଲୁଟେରା ଗ୍ୟାଙ୍ଗର ୪ ସଦସ୍ୟ ପୋଲିସ ହାତରେ ଧରାପଡ଼ିଛନ୍ତି। ସେମାନେ...

ଅଙ୍ଗନୱାଡି କେନ୍ଦ୍ର ଆଘେ ଖୁଲା ଟ୍ରାନ୍ସଫର୍ମର

ତୁଣ୍ଡଲା, ୨୯।୭ (ଡି.ଏନ୍‌.ଏ.):  କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବେଲଖଣ୍ଡି ଗୌନ୍ତିଆପଡ଼ାରେ ଥିବାର ଅଙ୍ଗନଓ୍ବାଡି କେନ୍ଦ୍ର ଆଘେ ବିପଦ୍‌ ଅବସ୍‌ତାରେ ଗୁଟେ ବିଦ୍ୟୁତ ଟ୍ରାନ୍ସଫର୍ମର ରହିଛେ।...

Advertisement
Archives

Model This Week