ହତ୍ୟା ଉଦ୍ୟମ ମାମଲା: ଦୁର୍ଦ୍ଦାନ୍ତ ଟୁନା କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୨୨ା୮: ଏନ୍‌କାଉଣ୍ଟର ପରେ ବି ଭୟ ନାହିଁ। ପୋଲିସକୁ ଚାଲେଞ୍ଜ କରି ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଗିରଫ ହୋଇଛନ୍ତି ଦୁର୍ଦ୍ଦାନ୍ତ ଟୁନା ଦାସ(୩୨)। ଟାଉନ ଥାନା ପୋଲିସ କେସ ନମ୍ବର ୧୫୪/୨୦ରେ ଖଲାସି ସାହିର ଦୁର୍ଦ୍ଦାନ୍ତ ଟୁନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ନିକଟରୁ ୨ଟି ବୋମା ଓ ଗୋଟିଏ ଖଣ୍ଡା ଜବତ ହୋଇଥିବା ତଦନ୍ତ ଅଧିକାରୀ ସୂର୍ଯ୍ୟଚନ୍ଦ୍ର ପାଢ଼ୀ ସୂଚନା ଦେଇଛନ୍ତି।
ଘଟଣାରୁ ପ୍ରକାଶ, ଟାଉନ ଥାନା ଅନ୍ତର୍ଗତ ରୁକ୍ମିଣୀ ସିନେମା ହଲ୍‌ ଛକ ଦେଇ ଶୁକ୍ରବାର ରାତିରେ ବିଏମ୍‌ସିର ସଫେଇ କର୍ମଚାରୀ ମାନସ ମାଧୋଇ ଘରକୁ ଫେରୁଥିବା ବେଳେ ଟୁନା ତାଙ୍କୁ ଅଟକାଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେଠାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଟୁନା ଉତ୍‌କ୍ଷିପ୍ତ ହୋଇ ଏକ ଖଣ୍ଡାରେ ଆକ୍ରମଣ ଉଦ୍ୟମ କରିଥିଲେ। ମାନସ ପ୍ରାଣ ବିକଳରେ ଧାଇଁ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଟୁନା ଲକ୍ଷ୍ୟ କରି ଏକ ବୋମା ତାଙ୍କ ଉପରକୁ ଫିଙ୍ଗିଥିଲେ। ହେଲେ ମାନସ ସୌଭାଗ୍ୟବଶତଃ ଅଳ୍ପକେ ରକ୍ଷା ପାଇ ଯାଇଥିଲେ। ଘଟଣା ସମ୍ପର୍କରେ ଟାଉନ ଥାନାରେ ଅଭିଯୋଗ ହେବା ପରେ ଏସ୍‌ଆଇ ଶୁକ୍ରବାର ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଟୁନାଙ୍କୁ ଗିରଫ କରିଥିଲେ। ଶନିବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ୍‌ଆଇ କହିଛନ୍ତି। ପୂର୍ବ ଶତ୍ରୁତାକୁ ନେଇ ଏଭଳି ଘଟଣା ଘଟିଥିବା ପୋଲିସ କହିଛି।
ପ୍ରକାଶ ଥାଉ କି, ବିଗତ ବର୍ଷରେ ସଦର ଥାନା ପୋଲିସ ଟୁନାଙ୍କୁ ଏନ୍‌କାଉଣ୍ଟର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ବଡ଼ ସଫଳତା:୫ ଶାବକ ଜନ୍ମଦେଲା ଭାରତରେ ଜନ୍ମିତ ଚିତା

ନୂଆଦିଲ୍ଲୀ,୫ା୧୦:ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?