କରୋନା ପଜିଟିଭ୍ ଚିହ୍ନଟ ପରେ ୩ ଦୋକାନ ସିଲ୍
ଛତ୍ରପୁର,୩୧ା୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏନ୍ଏସିରେ ୩ଟି ଦୋକାନରୁ ଜଣେ ଲେଖାଏ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ ସୋମବାର ଛତ୍ରପୁର ଏନ୍ଏସି ପ୍ରଶାସନ ପକ୍ଷରୁ ଉକ୍ତ ୩ଟି ଦୋକାନକୁ ସିଲ୍ କରି ଦିଆଯାଇଛି।
କଙ୍କିଆ ପଞ୍ଚାୟତ:୧୭ଗାଁକୁ ଛୁଇଁନି କରୋନା
ବ୍ରହ୍ମପୁର ଅଫିସ,୩୧ା୮ କରୋନା ସମଗ୍ର ବିଶ୍ୱବାସୀଙ୍କୁ ଦୋହଲାଇ ଦେଇଛି। ଦେଶ ଓ ରାଜ୍ୟ ମଧ୍ୟ ଏଥିରୁ ବାଦ ଯାଇନି। ବିଶେଷକରି ଗଞ୍ଜାମ ଜିଲାରେ କରୋନା କାୟା ବିସ୍ତାର କରିଛି। ମେ ୨ତାରିଖରେ କରୋନା ସଂକ୍ରମଣ ଜିଲାରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ ତାହା…
ସାନଭାଇକୁ ଦେଖିବାକୁ ଆସି, ବଡ଼ଙ୍କ ମୃତ୍ୟୁ
ଖଜୁରିପଡ଼ା/ବଲସକୁମ୍ପା,୩୦ା୮(ଡି.ଏନ୍.ଏ.)- ମେଡିକାଲରେ ଥିବା ସାନଭାଇକୁ ଦେଖିବାକୁ ଆସି ବଡଭାଇଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଚକାପାଦ ବ୍ଲକ ବପଲମେଣ୍ଡି ପଞ୍ଚାୟତ ବପଲମେଣ୍ଡି ଗ୍ରାମର ସଭାଜନ ମଲ୍ଲିକ (୫୦)। ସଭାଜନଙ୍କ ସାନଭାଇ ଖଜୁରିପଡ଼ା ମେଡିକାଲରେ ଚିକିତ୍ସିତ ହେଉଥିଲେ। ସେ ତାଙ୍କୁ ଦେଖିବାକୁ ଆସିଥିବାବେଳେ…
ଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ଏସବୁ ସୁବିଧା କଲା ଗଞ୍ଜାମ ଜିଲା ପ୍ରଶାସନ: ଟୁଇଟ କରି ସୂଚନା ଦେଲେ ଜିଲାପାଳ
ଛତ୍ରପୁର,୩୦।୮(ଡି.ଏନ୍.ଏ.): ଜେଇଇ ପରୀକ୍ଷାର୍ଥୀମାନଙ୍କ ପାଇଁ ରହିବା, ବସ୍ ଆଦି ସମସ୍ତ ସୁବିଧା କରାଯାଇଥିବା ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ଟୁଇଟ କରି ସୂଚନା ଦେଇଛନ୍ତି। ଶିତଳାପଲ୍ଲୀସ୍ଥିତ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ଓ ଖଲିକୋଟ କଲେଜ ଅଞ୍ଚଳରେ ଥିବା…
ସହାୟ ଆପ୍ ଜରିଆରେ ରୋଗୀଙ୍କୁ ନିଶୁଳ୍କ ସେବା
ଛତ୍ରପୁର,୩୦।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନମଣ୍ଡଳୀର ଭାଜପା ଯୁବନେତା ପ୍ରଶାନ୍ତ କୁମାର କର ଓ ଜିଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ହୋଇଥିବା ସହାୟ ଆପ୍ ଜରିଆରେ ରବିବାର ଆର୍ଯ୍ୟପଲ୍ଲୀ ପଞ୍ଚାୟତରେ ରୋଗୀମାନଙ୍କୁ ଚିକିତ୍ସା କରାଯିବା ସହ ମାଗଣା ଔଷଧ…
ମା’ ପଡ଼ିଯିବାରୁ କୂଅକୁ ଡେଇଁଲେ ପୁଅ
ଛତ୍ରପୁର,୩୦।୮(ଡି.ଏନ୍.ଏ.): ବୃଦ୍ଧା ମା’ କୂଅରେ ପଡିଯିବାରୁ ତାଙ୍କୁ ଉଦ୍ଧାର କରିବାକୁ ଯାଇ କୂଅ ଭିତରକୁ ଡେଇଁଲେ ପୁଅ। ଏ ଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ପୋଡ଼ାପଦର ପଞ୍ଚାୟତ ଅଧୀନ କୁମାରବେଗପଲ୍ଲୀ ଗ୍ରାମରେ। ସୂଚନାଯୋଗ୍ୟ, ସକାଳେ ଉକ୍ତ ଗ୍ରାମର…
ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଲୁଟ୍: ସ୍ତ୍ରୀଙ୍କ ବେକରେ ମାରଣାସ୍ତ୍ର ଲଗାଇ ନେଲେ ୧୨ ଭରି ସୁନା ଅଳଙ୍କାର, ଦେଢ଼ ଲକ୍ଷ ଟଙ୍କା
ବ୍ରହ୍ମପୁର ଅଫିସ,୩୦।୮: ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ ଶଟ୍ଡାଉନ୍ ଜାରିରହିଛି । ପୋଲିସ ପାଟ୍ରୋଲିଂକୁ ମଧ୍ୟ କଡାକଡି କରାଯାଇଛି। ଏହାସତ୍ତ୍ୱେ ଡକାୟତ ଗ୍ୟାଙ୍ଗ ସକ୍ରିୟ ରହିଛନ୍ତି। ଶନିବାର ବିଳମ୍ବିତ ରାତିରେ ସଦର ଥାନା ଅନ୍ତର୍ଗତ ନିମଖଣ୍ଡି ମହାନ୍ତି ସାହିରେ ରହୁଥିବା ଅବସରପ୍ରାପ୍ତ…
ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ଫଳ ପ୍ରକାଶିତ
ବ୍ରହ୍ମପୁର ଅଫିସ,୩୦ା୮- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ୬ଷ୍ଠ ସେମିଷ୍ଟର ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। କୁଳପତି ପ୍ରଫେସର ଗୋବିନ୍ଦ ଜେ. ଚକ୍ରପାଣି ଫଳ ଘୋଷଣା କରିଛନ୍ତି ା ଚଳିତ ବର୍ଷ ପାସ୍ ହାର…
ପୋଲିସକୁ ଡରି ଲୁଚିଥିଲେ,ବାର୍ହା ଫାଶରେ ଜୀବନ ଗଲା: ସାନ ମୃତ, ବଡଭାଇ ଗୁରୁତର
ଗଞ୍ଜାମ,୩୦ା୮(ଡି.ଏନ୍.ଏ.)- ରମ୍ଭା ଥାନା ଗଞ୍ଜାମ ବ୍ଲକ ଗଡ଼ହୁମ୍ମାରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ବାର୍ହା ପାଇଁ ବସା ଯାଇଥିବା ଫାଶରେ ଲାଗି ସାନର ମୃତ୍ୟୁ ହୋଇଥିବାବେଳେ ବଡ ଗୁରୁତର ହୋଇଛି। ମୃତକ ହେଲେ ଲକ୍ଷ୍ମଣ ଜେନା(୨୮)। ବଡ଼ ପୁଅ ରାଜୁ…
୫ବର୍ଷ ପରେ ଅପମୃତ୍ୟୁ ହେଲା ହତ୍ୟା ମାମଲା: ଜଙ୍ଗଲକୁ ନେଇ ହତ୍ୟା କରିଥିଲେ ସ୍ବାମୀ
ଭଞ୍ଜନଗର,୨୯।୮(ଡି.ଏନ.ଏ)- ଗଞ୍ଜାମ ଜିଲା ତାରସିଂ ଥାନା ଝାଲିଆଗୋଚ୍ଛା ଗ୍ରାମରେ ୨୦୧୫ରେ ଘଟିଥିବା ଏକ ଅପମୃତ୍ୟୁ ମାମଲା ୫ବର୍ଷ ପରେ ହତ୍ୟା ମାମଲାରେ ପରିଣତ ହୋଇଛି। ଅଭିଯୁକ୍ତ ସ୍ବାମୀ ରାଜୁ ନାଇକ ସ୍ତ୍ରୀ ମାଧୁରି ନାଇକଙ୍କୁ ହତ୍ୟା କରିଥିବା ପୋଲିସ ନିକଟରେ ଶନିବାର…
ଜାନୁୟାରୀ ଶେଷରୁ ଗଞ୍ଜାମରେ କିଣାଯିବ ଧାନ: ଜିଲାପାଳ
ଛତ୍ରପୁର,୨୯ା୮(ଡି.ଏନ୍.ଏ.): ଆସନ୍ତା ବର୍ଷ ଜାନୁୟାରୀ ଶେଷରୁ ମାର୍ଚ୍ଚ ୩୧ ମଧ୍ୟରେ ଗଞ୍ଜାମ ଜିଲାର ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିବ। ଏହାକୁ ଦୃଷ୍ଟିରେ ରଖି ଚାଷୀ ଯେପରି ସଂଘର୍ଷମୁକ୍ତ ହୋଇ ଧାନ ବିକ୍ରୟ କରିପାରିବେ ସେ ଦିଗରେ ସମସ୍ତ ଚୂଡ଼ାନ୍ତ ପ୍ରକ୍ରିୟା…
ଗାଡି ଯାଞ୍ଚବେଳେ ଏସ୍ଆଇଙ୍କୁ ପିଟିଲେ: ୨ଗିରଫ
ଗଞ୍ଜାମ,୨୮ା୮(ଡି.ଏନ୍.ଏ.)-ଗଞ୍ଜାମ ଥାନାରେ କାର୍ଯ୍ୟରତ ଏସ୍ଆଇ ଚନ୍ଦନ ବେହେରା ଶୁକ୍ରବାର ଗାଡି ଯାଞ୍ଚ କରୁଥିବାବେଳେ ୨ ଯୁବକ ତାଙ୍କୁ ଆକ୍ରମଣ କରିଛନ୍ତି। ଏନେଇ ୨ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ରମ୍ଭା ଥାନା ନିଳାଦ୍ରୀପୁର ଗ୍ରାମର ସତୀଶ ସ୍ବାଇଁ (୩୦) ଓ ସୂର୍ଯ୍ୟକାନ୍ତ…

