ଗଞ୍ଜାମ

ଅଙ୍ଗନବାଡ଼ି କର୍ମୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର ଅଫିସ,୨୨ା୧୨: ଆୟବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ପୌର ପରିଷଦର ୯ ନଂ ଓ୍ବାର୍ଡର ଅଙ୍ଗନବାଡ଼ି କର୍ମୀ ନମିତା ଦଳାଇଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢ଼ାଉ ଚାଲିଛି। ଏକା ସାଙ୍ଗରେ ୫ଟି ସ୍ଥାନରେ ଏହି ଚଢ଼ାଉ ଜାରି ରହିଛି। ମିଳିଥିବା…

ସିକିମ୍‌ ସଡ଼କ ଦୁର୍ଘଟଣା: ଆସନ୍ତାକାଲି ଆସିବ ଓଡ଼ିଆ ଯବାନଙ୍କ ମୃତଦେହ

କବିସୂର୍ଯ୍ୟନଗର,୨୧ା୧୨-ସିକିମ୍‌ର ନାଥୁଲାରେ ଏକ ବରଫାବୃତ୍ତ ରାସ୍ତାରେ ଯବାନଙ୍କ ଜିପ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଜଣେ ଓଡ଼ିଆଙ୍କ ସମେତ ୩ ଯବାନ ଓ ଜିପ୍‌ରେ ଥିବା କମାଣ୍ଡିଂ ଅଫିସରଙ୍କ ୭ ବର୍ଷୀୟ ପୁଅଙ୍କ ମୃତ୍ୟୁ ଘଟିଥିଲା। ମୃତ ଓଡ଼ିଆ ଯବାନ ହେଲେ ଗଞ୍ଜାମ…

ମହିଳାଙ୍କୁ ହତ୍ୟା: ରକ୍ତଭିଜା ଶାର୍ଟ, ସୁନାଗହଣା ଜବତ; ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୧୯ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଡ଼ଗୋବିନ୍ଦପୁର ଗ୍ରାମ ତଳସାହିର କେଦାର ବେହେରାଙ୍କ ସ୍ତ୍ରୀ ସୁଜାତାଙ୍କୁ ଗତ ସୋମବାର ଅପରାହ୍ନରେ ଘରେ ପଶି ହତ୍ୟା କରାଯାଇଥିଲା। ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଜରଡ଼ା ଥାନା ତଣ୍ଡିପୁର ଗ୍ରାମର ହେମନ୍ତ ବେହେରାଙ୍କୁ ଶନିବାର…

୫ ଦିନ ହେଲା ହନୁମାଙ୍କଡ଼ ଆତଙ୍କ: ୧୫ରୁ ଊର୍ଦ୍ଧ୍ୱ ଆହାତ

ପୁରୁଷୋତ୍ତମପୁର,୧୯।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବାଘଳା ଗ୍ରାମରେ ଗତ ୫ ଦିନ ହେଲା ଦୁଇଟି ହନୁମାଙ୍କଡ ଦୌରାତ୍ମ୍ୟ ଚଐାଇଛନ୍ତି। ଏପରିକି ୧୫ ରୁ ଊର୍ଦ୍ଧ୍ୱ ଜଣଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଦେଇଛନ୍ତି। ମାଙ୍କଡ଼ ଭୟରେ ଲୋକେ ଘରୁ ବାହାରକୁ…

ଗୀତା ମେହେଟ୍ଟାଙ୍କ ପରାମର୍ଶରେ ଚାଲିଛି କରୋନା ମୁକାବିଲା: ବିକ୍ରମ ଆରୁଖ

ଭଞ୍ଜନଗର,୧୯।୧୨(ଡି.ଏନ.ଏ.): କରୋନାର ସଫଳ ମୁକାବିଲା କରିବାରେ ରାଜ୍ୟ ସରକାର ସଫଳ ହୋଇଛନ୍ତି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ କମୁଛି। ଆଗାମୀ ଦିନରେ ଓଡ଼ିଶା କରୋନା ମୁକ୍ତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାର ଭୟାବହତା ସମ୍ପର୍କରେ ଆମେରିକାରେ ରହୁଥିବା ତାଙ୍କ…

ମଷ୍ଟରରୋଲ୍‌ରେ ଅବସରପ୍ରାପ୍ତ ଶିକ୍ଷକ, ପୋଷ୍ଟମାଷ୍ଟରଙ୍କ ନାଁ

ଦିଗପହଣ୍ଡି,୧୮।୧୨(ଡି.ଏନ.ଏ.) – ଦିଗପହଣ୍ଡି ବ୍ଲକ ବଡ଼ଡିମ୍ବୁଳା ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ମଷ୍ଟରରୋଲରେ ଅବସରପ୍ରାପ୍ତ ଶିକ୍ଷକଙ୍କ ସମେତ ପୋଷ୍ଟମାଷ୍ଟର ଓ ସେମାନଙ୍କ ସ୍ତ୍ରୀଙ୍କ ନାଁ ଲେଖାଯାଇ ମଜୁରୀ…

ଜୁଏଲାରୀ ଦୋକାନରୁ ୪୦ ଭରି ସୁନାଗହଣା ଚୋରି

ବ୍ରହ୍ମପୁର ଅଫିସ,୧୭ା୧୨: ଗଞ୍ଜାମ ଜିଲା ବଡ଼ବଜାର ଥାନା ଅନ୍ତର୍ଗତ ଗଣେଶ ମାର୍କେଟ ନିକଟରେ ଥିବା କେଶବ ଜୁଏଲାରୀରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୋକାନ ମାଲିକ ପି. ସତ୍ୟନାରାୟଣ ସେନାପତି ଏନେଇ ଅଭିଯୋଗ କରିଛନ୍ତି। ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର…

ଚାକିରି ନାଁରେ ୨୭ ଲକ୍ଷ ଠକେଇ

ଜଗନ୍ନାଥପ୍ରସାଦ,୧୬ା୧୨(ଡି.ଏନ.ଏ.): ବିଶାଖାପାଟଣା ପୋର୍ଟରେ ଚାକିରି ଦେବା ନାଁରେ ୨୭ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ମଙ୍ଗଳବାର ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ପୋଲିସ ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେ ହେଲେ ଏହି ଥାନା ଅନ୍ତର୍ଗତ ସରକୁମ୍ପା ଗ୍ରାମର ବଂଶୀଧର…

ଝରପଲ୍ଲୀ, ରାଧାମୋହନପୁର ରାସ୍ତା ଶୋଚନୀୟ

ବ୍ରହ୍ମପୁର ଅଫିସ/ଗୋପାଳପୁର,୧୫।୧୨: ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମିତ ଝରପଲ୍ଲୀଠାରୁ ରାଧାମୋହନପୁର ରାସ୍ତା ଶୋଚନୀୟ ହୋଇପଡ଼ିଛି। ଏହା ଗୋଳନ୍ଥରା ଥାନା ଗୋବିନ୍ଦନଗର ପଞ୍ଚାୟତ ଅନ୍ତର୍ଗତ ଝିଙ୍କିପଦର, ଝରପଲୀ, ରାଧାମୋହନପୁର ଓ ଗୋବିନ୍ଦନଗରକୁ ସଂଯୋଗ କରୁଛି। ମିଳିଥିବା ତଥ୍ୟନୁଯାୟୀ, ୨୦୧୮ରେ ପ୍ରଧାନମନ୍ତ୍ରୀ ଗ୍ରାମ…

କୃଷି ଆଇନ ପ୍ରତ୍ୟାହାର ଦାବି: ଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦେଲେ କୃଷକ ସଂଗଠନ

ଛତ୍ରପୁର,୧୪।୧୨(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ କୃଷି ଆଇନର ପ୍ରତ୍ୟାହାର, ଜନ ବିରୋଧୀ ପ୍ରସ୍ତାବିତ ବିଦ୍ୟୁତ ସଂଶୋଧନ ବିଲର ବାତିଲ, କୃଷି ପାଇଁ ବ୍ୟବହୃତ ଡିଜେଲର ଟିକସ ହ୍ରାସ ଆଦି ଦାବି ହୋଇଛି। ଏ ନେଇ ଗତ ଅଠର ଦିନ ଧରି ଦିଲ୍ଲୀ ସୀମାରେ…

ଅସ୍ତ୍ରୋପଚାର ପାଇଁ ଅହମ୍ମଦାବାଦ ଗଲେ ୧୦ ହୃଦ୍‌ରୋଗ ପୀଡିତ ଶିଶୁ

ଛତ୍ରପୁର,୧୪।୧୨(ଡି.ଏନ.ଏ.)- ଗଞ୍ଜାମ ଜିଲାର ହୃଦରୋଗରେ ପୀଡିତ ୧୦ଜଣ ଶିଶୁଙ୍କୁ ଅସ୍ତ୍ରୋପଚାର ପାଇଁ ରବିବାର ରାତିରେ ଅହମଦାବାଦ ପଠାଯାଇଛି। ରାଷ୍ଟ୍ରୀୟ ବାଲ୍‌ ସ୍ବାସ୍ଥ୍ୟ ଯୋଜନାରେ ଅହମ୍ମଦାବାଦର ସତ୍ୟସାଇ ହୃଦ ହସ୍ପିଟାଲରେ ମାଗଣା ଅସ୍ତ୍ରୋପଚାର ହେବ। ଖୋର୍ଦ୍ଧା ରୋଡ଼ ଷ୍ଟେଶନରୁ ଟ୍ରେନ ଯୋଗେ ଶିଶୁମାନେ…

ରାଜ୍ୟରେ ସୁସ୍ଥ ହେଲେ ୪୦୫ କରୋନା ଆକ୍ରାନ୍ତ: ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୧୨ ା୧୨(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୪୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୫୨, ଅନୁଗୋଳରୁ ୩୪, କଟକରୁ ୨୯, ବଲାଙ୍ଗୀରରୁ ୨୭, ବରଗଡ଼ରୁ ୨୩, ଯାଜପୁରରୁ ୨୧, ପୁରୀରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?