ମଷ୍ଟରରୋଲ୍‌ରେ ଅବସରପ୍ରାପ୍ତ ଶିକ୍ଷକ, ପୋଷ୍ଟମାଷ୍ଟରଙ୍କ ନାଁ

ଦିଗପହଣ୍ଡି,୧୮।୧୨(ଡି.ଏନ.ଏ.) – ଦିଗପହଣ୍ଡି ବ୍ଲକ ବଡ଼ଡିମ୍ବୁଳା ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ମଷ୍ଟରରୋଲରେ ଅବସରପ୍ରାପ୍ତ ଶିକ୍ଷକଙ୍କ ସମେତ ପୋଷ୍ଟମାଷ୍ଟର ଓ ସେମାନଙ୍କ ସ୍ତ୍ରୀଙ୍କ ନାଁ ଲେଖାଯାଇ ମଜୁରୀ ପ୍ରଦାନ କରାଯାଇଛି। ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
ବଡ଼ଡୁମ୍ବୁଳା ଗ୍ରାମର ଜଣେ ପୋଷ୍ଟମାଷ୍ଟରଙ୍କ ନାଁରେ ଥିବା ଜବକାର୍ଡ (ନଂ.୨୯୦୨୪୮୨୧୧୯) ଦ୍ୱାରା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ପୋଖରୀ ନିର୍ମାଣ ଆଳରେ ଦିଗପହଣ୍ଡିସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଖାତାରୁ ବହୁ ଟଙ୍କା ଉଠାଣ କରାଯାଇଛି। ସେହିପରି ବଡ଼ ଡିମ୍ବୁଳା ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ଅବସରପ୍ରାପ୍ତ ଶିକ୍ଷକ ଏବଂ ତାଙ୍କ ସ୍ତ୍ରୀ ମିଳିତ ଭାବରେ ଏମ୍‌ଜିଏନ୍‌ଆରଇଜିଏସରେ ୪୦ ହଜାରରୁ ଅଧିକ ଟଙ୍କା ସରକାରୀ ତହବିଲରୁ ଉଠାଣ କରିଛନ୍ତି। ଯାହାଙ୍କ ଜବକାର୍ଡ ପଞ୍ଜିକୃତ ସଂଖ୍ୟା ଓଆର୍‌ -୧୨- ୦୦୯-୦୦୪-୦୦୪-୭୫୯୫। ତେବେ କିପରି ଏମାନଙ୍କ ନକଲି ହାଜିରା ଦର୍ଶାଇ ସରକାରୀ ତହବିଲରୁ ନିୟମିତ ବ୍ୟବଧାନରେ ମଜୁରୀ ବାବଦରେ ଅର୍ଥରାଶି ଉଠାଣ କରାଗଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଗ୍ରାମର କେତେଜଣ କହିଛନ୍ତି, ଏମ୍‌ଜିଏନ୍‌ଆରଇଜିଏସ କାମରେ ଟ୍ରାକ୍ଟର, ଜେସିବି ବ୍ୟବହାର ହେଉଛି। ଶ୍ରମିକ ଆବଶ୍ୟକ ହେଲେ ଅନ୍ୟ ଗାଁରୁ ଆଦିବାସୀଙ୍କୁ ଆଣି ଅଳ୍ପ ଟଙ୍କା ଦେଇ କାମ କରାଯାଉଛି। ଏପଟେ ଗାଁର ବେକାର ଶ୍ରମିକମାନେ କାମ ନ ପାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି। ଏ ସମ୍ପର୍କରେ ବିଡ଼ିଓ ହଳଧର ଶବରଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଗ୍ରାମବାସୀଙ୍କ ଅଭିଯୋଗର କୌଣସି ସତ୍ୟତା ନାହିଁ। ସ୍ବଳ୍ପ ବେତନ ଭୋଗୀ କର୍ମଚାରୀମାନେ ବ୍ୟକ୍ତିଗତ ପ୍ରକଳ୍ପ ନିର୍ମାଣ କରିପାରିବେ। ଯଦି କୌଣସି ଅନିୟମିତତା କରାଯାଇଥିବା ପ୍ରମାଣ ମିଳେ ତାହା ହେଲେ ଅର୍ଥରାଶି ଫେରସ୍ତ ପାଇଁ ପଦକ୍ଷେପ ନିଆଯିବ ବୋଲି ବିଡିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧ୍ୟୟନ ଜାରି ରଖିଲେ ସୁ ନାଗରିକ ହୋଇପାରିବ

ତାଳଚେର,୧୨।୭(ନି.ପ୍ର.) ତାଳଚେର ପୌରାଞ୍ଚଳରେ ଥିବା ହାଇସ୍କୁଲ, ବିଦ୍ୟାମନ୍ଦିରଗୁଡିକରେ ଚଳିତ ଦଶମ ପରୀକ୍ଷାରେ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖି ସଫଳତା ହାସଲ କରିଥିବା ୧୭ ଛାତ୍ରୀଛାତ୍ରଙ୍କୁ...

ଇନୋଭା ଉପରେ ଓଲଟିପଡ଼ିଲା ବସ୍‌: ୨ ମୃତ, ୧୨ ଗୁରୁତର

ମାଧପୁର, ୨।୧୧: ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ଥାନାର କିଆକଟା ବୌଦ୍ଧ ତ୍ରିବେଣୀ ଛକରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ...

ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ମରାଣାତ୍ମକ ଆକ୍ରମଣ

ଗଞ୍ଜାମ,୭।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ସାନ ରାମଚନ୍ଦ୍ରପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଗ୍ରାମର ଜେ....

ଏମ୍‌କେସିଜି ଓପିଡି ଖୋଲାକୁ ନେଇ ଜନସ୍ବାର୍ଥ ମାମଲା

ବ୍ରହ୍ମପୁର ଅଫିସ ,୧୧ା୮-ବ୍ରହ୍ମପୁର ବଡ ମେଡିକାଲ(ଏମ୍‌କେସିଜି) ଓପିଡି ୧ମାସ ବିତିଯାଇଥିଲେ ମଧ୍ୟ ଖୋଲିଲା ନାହିଁ। ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର...

ଏନ୍‌ଏସି ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

କେସିଙ୍ଗା,୩୦ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ନବ ନିର୍ବାଚିତ ଅଧ୍ୟକ୍ଷ ନୃପରାଜ ଯାଦବ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏନ୍‌ଏସିର ନିର୍ବାହୀ ଅଧିକାରିଣୀ ମିସ୍‌ କିରଣ...

ଗଞ୍ଜାମରେ ଘରକୁ ଘର ବୁଲି ସ୍ବାସ୍ଥ୍ୟ ସ୍କ୍ରିନିଂ ଆରମ୍ଭ: ଅଞ୍ଚଳରେ ୫ ଦିନ ଶଟ୍‌ଡାଉନ

ଛତ୍ରପୁର,୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ମୁକାବିଲା ପାଇଁ ଗୁରୁବାରଠାରୁ ସମସ୍ତ ସହରାଞ୍ଚଳ, ୫ ବ୍ଲକ ହେଡକ୍ୱାର୍ଟରରେ ଘରକୁ ଘର ଯାଇ ସ୍ବାସ୍ଥ୍ୟ ସ୍କ୍ରିନିଂ ଆରମ୍ଭ ହୋଇଛି।...

ବୃଦ୍ଧାଙ୍କ ଜୀବନ ନେଲା ପାଗଳା ଗାଈ

ବୌଦ୍ଧ,୫।୭(ସ୍ବ.ପ୍ର)-ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବନ୍ଧାପଥର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ଏକ ପାଗଳା ଗାଈ ଆକ୍ରମଣରେ ସେହି ଗ୍ରାମର ଜଣେ ୮୦...

ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ

ପୁରୀ ଅଫିସ୍‌, ୨୫।୧୧: ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ ନେବା ଉପରେ କଡା କଟକଣା ଲାଗୁ ହୋଇଛି। ଏଥିପାଇଁ ଶ୍ରୀମନ୍ଦିର ଚାରିଦ୍ୱାରରେ ବଡ ବଡ ସୂଚନା...

Advertisement
Archives

Model This Week