ଚାକିରି ନାଁରେ ୨୭ ଲକ୍ଷ ଠକେଇ

ଜଗନ୍ନାଥପ୍ରସାଦ,୧୬ା୧୨(ଡି.ଏନ.ଏ.): ବିଶାଖାପାଟଣା ପୋର୍ଟରେ ଚାକିରି ଦେବା ନାଁରେ ୨୭ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ମଙ୍ଗଳବାର ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ପୋଲିସ ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେ ହେଲେ ଏହି ଥାନା ଅନ୍ତର୍ଗତ ସରକୁମ୍ପା ଗ୍ରାମର ବଂଶୀଧର ପଟ୍ଟନାୟକ। ବଂଶୀଧର ୨୦୧୮ ଡିସେମ୍ବରରେ ବିଶାଖାପାଟଣା ଅନ୍ତର୍ଗତ ପୋର୍ଟ ଅଞ୍ଚଳରେ ରହୁଥିଲେ। ନିଜକୁ ଗୋପାଳପୁର ପୋର୍ଟର ସୁପରଭାଇଜର ପରିଚୟ ଦେଇ ପୋର୍ଟରେ ବ୍ଲାକ୍‌ ଡାଇମଣ୍ଡ, ରେଡ୍‌ରୋଜ ନାମକ ଦୁଇଟି ଜାହାଜ ଥିବା ସେଠାରେ କେତେଜଣ ଶ୍ରମିକଙ୍କୁ କହିଥିଲେ। ବିଶାଖାପାଟଣା ପୋର୍ଟରେ କାମ କରୁଥିବା ଅସ୍ଥାୟୀ କର୍ମଚାରୀ କର୍ମଚାରୀ ଏମ୍‌. ନାନୀ ବାବୁଙ୍କ ସହ ବଂଶୀଧର ବନ୍ଧୁତା କରିଥିଲେ। ଗୋପାଳପୁର ପୋର୍ଟରେ ଚାକିରି କରାଇ ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରାୟ ୯୦ ଜଣଙ୍କଠାରୁ ୩୦ ହଜାର ଟଙ୍କା ଲେଖାଏ ମୋଟ ୨୭ ଲକ୍ଷ ଟଙ୍କା ନେଇଥିଲେ। ୨୦୨୦ ଅଗଷ୍ଟ ମଧ୍ୟରେ ସମସ୍ତଙ୍କୁ ଚାକିରିରେ ଯୋଗ ଦେବାକୁ ମିଥ୍ୟା ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ହେଲେ ଗତ ଅଗଷ୍ଟ ପରଠାରୁ ଟଙ୍କା ଦେଇଥିବା ବ୍ୟକ୍ତି ଓ ଲେବର ୟୁନିୟନର ନାନୀ ବାବୁ ବାରମ୍ବାର ଫୋନ କରିଥିଲେ ମଧ୍ୟ ବଂଶୀଧର ଉଠାଇ ନ ଥିଲେ। ନାନୀ ବାବୁ ବହୁ ଖୋଜାଖୋଜି ପରେ ଜଗନ୍ନାଥପ୍ରସାଦ ବଜାରରେ ବଂଶୀଧରଙ୍କୁ ଦେଖି ତାଙ୍କର ଗାଡ଼ି ନମ୍ବର ଚିହ୍ନି ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି ବଂଶୀଧରଙ୍କୁ ତାଙ୍କ ଘରୁ ଧରିବା ସହ ନ କଲି କାଗଜପତ୍ର ଓ ୪୮ ହଜାର ଟଙ୍କା ଜବତ କରିଥିଲା। ପଚରାଉଚରା ବେଳେ ବଂଶୀଧର ଠକେଇ କରିଥିବା ସ୍ବୀକାର କରିଥିଲେ। ବିଶାଖାପାଟଣାରୁ ଆସିଥିବା ଏମ୍‌. ନାନୀଙ୍କ ଏତଲା କ୍ରମେ ପୋଲିସ ନଂ.୨୯୮/୨୦ ମାମଲା ରୁଜୁ କରି ଠକେଇ ଅର୍ଥରେ କିଣିଥିବା ସ୍କୁଟିକୁ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri