କୃଷି ଆଇନ ପ୍ରତ୍ୟାହାର ଦାବି: ଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦେଲେ କୃଷକ ସଂଗଠନ

ଛତ୍ରପୁର,୧୪।୧୨(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ କୃଷି ଆଇନର ପ୍ରତ୍ୟାହାର, ଜନ ବିରୋଧୀ ପ୍ରସ୍ତାବିତ ବିଦ୍ୟୁତ ସଂଶୋଧନ ବିଲର ବାତିଲ, କୃଷି ପାଇଁ ବ୍ୟବହୃତ ଡିଜେଲର ଟିକସ ହ୍ରାସ ଆଦି ଦାବି ହୋଇଛି। ଏ ନେଇ ଗତ ଅଠର ଦିନ ଧରି ଦିଲ୍ଲୀ ସୀମାରେ କୃଷକ ଶୀତ କାକରରେ ପଡି ରହି ଆନ୍ଦୋଳନ କରୁଛନ୍ତି। କର୍ପୋରେଟ ସପକ୍ଷବାଦୀ କେନ୍ଦ୍ର ସରକାର କୃଷକ ଙ୍କ ଦାବିକୁ ମାନିବା ପରିବର୍ତ୍ତେ କଥାଭାଷାର ନାଟକ କରି ସେମାନଙ୍କୁ ପ୍ରତାରଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ସଂଯୁକ୍ତ କିଶାନ ମୋର୍ଚ୍ଚାର ଡାକରାରେ ସୋମବାର ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଗଣଧାରଣା ଦିଆଯାଇଛି। ପ୍ରାରମ୍ଭରେ ଚାଷୀ ସଂଗଠନର ସଦସ୍ୟ ମାନେ ରାଲିରେ ଆସି ଜ଼ିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଏଥିରେ ଏଆଇକେଏସର ନୀଳକଣ୍ଠ ଦାଶ, ଏଆଇକେକେଏସର ଶଙ୍କର ସାହୁ,
ଏଆଇକେଏମଏସର ପ୍ରତାପ ନାୟକ, ଓଡିଶା କୃଷକ ସଭାର ହରିକୃଷ୍ଣ ରେଡ୍ଡୀ, ଋଷିକୂଲ୍ୟା ରୟତ ମହାସଭାର ସୀମାଞ୍ଚଳ ନାହାକ,ଏନ ନାରାୟଣ ରେଡ୍ଡୀ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଜଣଙ୍କର ମୃତଦେହ ଜବତ

ଯାଜପୁର ଅଫିସ, ୧୯।୩: ଯାଜପୁର ଟାଉନ୍‌ ଥାନା ବଡ଼ସୁଆର ନିକଟରେ ଖରସ୍ରୋତାରେ ବୁଡିଯିବା ଘଟଣାରେ ଆଜି ଆଉ ଜଣଙ୍କର ମୃତଦେହ ଜବତ କରାଯାଇଛି। ଏହାକୁ ମିଶାଇ...

ଆଜିଠୁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ ଅଫିସ,୨୦ା୩: କରୋନା ଭୂତାଣୁ ସଂକ୍ରମଣରୁ ଜନସାଧାରଣଙ୍କୁ କିପରି ସୁରକ୍ଷା ଦିଆଯାଇ ପାରିବ ସେନେଇ ସରକାର ସବୁପ୍ରକାର ଚେଷ୍ଟା ଜାରି ରଖିଛନ୍ତି। ବିଭିନ୍ନ ଧର୍ମାନୁଷ୍ଠାନରେ ଭକ୍ତଙ୍କ...

ଜମିର ବେଞ୍ଚ ମାର୍କ ମୂଲ୍ୟାୟନ ତ୍ରୁଟିପୂର୍ଣ୍ଣ

ବ୍ରହ୍ମପୁର ଅଫିସ,୨୪ା୯: ତ୍ରୁୃଟିପୂର୍ଣ୍ଣ ବେଞ୍ଚ ମାର୍କ ମୂଲ୍ୟାୟନ ଯୋଗୁ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଜମି ବିକାକିଣାରେ ସମସ୍ୟା ସୃଷ୍ଟି ହୋଇଛି। ସରକାରୀ...

ଅନିଶ୍ଚିତତାରେ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଜଗତ୍‌ସିଂହପୁର ଅଫିସ,୨୪।୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ପକ୍ଷରୁ ଚଳିତବର୍ଷ ହେବାକୁ ଥିବା ମାଟ୍ରିକ ପରୀକ୍ଷା ବାତିଲ କରି ଦିଆଯାଇଛି।...

୩୦ୟୁନିଟ୍‌ ରକ୍ତ ସଂଗ୍ରହ

ବାଲେଶ୍ୱର ଅଫିସ, ୧୪।୪-ବାଲେଶ୍ୱର ସଦର ବ୍ଲକ ଅଧୀନ ନଗ୍ରମ ପଞ୍ଚାୟତ ହାଇସ୍କୁଲଠାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଚ୍ଛା ସଙ୍ଗଠନ ପକ୍ଷରୁ ସୋମବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ...

ଏକଲପୁର ଫେରିଘାଟକୁ ନେଇ ବିବାଦ

ମହାକାଳପଡ଼ା,୨୩ା୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କଂସାର ଓ କଂସାର ବଡ଼ଦାଣ୍ଡୁଆ ପଞ୍ଚାୟତର ଗୋବରୀ ନଦୀ ଏକଲପୁର ଫେରିଘାଟରେ ଦୈନଦିନ ଯାତାୟାତ ପାଇଁ ବ୍ଲକ ପ୍ରଶାସନ...

ଜଣେ ଏସିପି, ୭ ଇନ୍ସପେକ୍ଟର, ୪୪ ଏସ୍‌ଆଇ, ୪ ଏଏସ୍‌ଆଇଙ୍କ ବଦଳି

କଟକ ଅଫିସ,୨୧ା୪: କମିଶନରେଟ୍‌ ପୋଲିସରେ ବୁଧବାର ଜଣେ ଏସିପିଙ୍କ ସମେତ ୭ ଇନ୍ସପେକ୍ଟର, ୪୪ ସବ୍‌ଇନ୍ସପେକ୍ଟର ଓ ୪ ଜଣ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟରଙ୍କ ବଦଳି କମିଶନରେଟ...

ତଥାପି ଚେତୁନାହାନ୍ତି ଲୋକେ

ବସ୍ତା, ୨୮।୩(ଡି.ଏନ.ଏ.)-ସରକାରଙ୍କ ଦ୍ୱାରା ବାରମ୍ବାର ସଚେତନତା ପରେ ମଧ୍ୟ ଲୋକେ ଚେତୁ ନ ଥିବା ଦେଖିବାକୁ ମିଳିଛି। ପୋଲିସର ଘନ ଘନ ପାଟ୍ରୋଲିଂ ସତ୍ତ୍ୱେ ଲୋକେ...

Advertisement
Archives

Model This Week