ଜୋର ଜବରଦସ୍ତ ଘର ଭାଙ୍ଗିବା ଘଟଣା : ଅସନ୍ତୋଷ ପ୍ରକାଶ କଲେ କନ୍ଧ ଶତପଥୀ

ଗଞ୍ଜାମ,୨୩।୨(ଡି.ଏନ୍‌.ଏ.): ଗଞ୍ଜାମ ସହର ତ୍ରିବେଣୀ ମଠ ଛକଠାରେ ଦୀର୍ଘ ସତୁରୀ ବର୍ଷରୁ ଊର୍ଦ୍ଧ୍ୱ ହେବ ରହି ଆସୁଥିବା କନ୍ଧ ଶତପଥୀଙ୍କ ଘରକୁ ଗତ ୯ ତାରିଖରେ ମନ୍ଦିର କର୍ତ୍ତୃପକ୍ଷ ଜୋର ଜବରଦସ୍ତ ଜେସିବି ଦ୍ୱାରା ଭାଙ୍ଗି ଦେଇଥିଲେ । ଏ ନେଇ କନ୍ଧ ଶତପଥୀ ଥାନାରେ ଏତଲା ଦେବା ସହ ତହସିଲଦାରଙ୍କୁ ଅବଗତ କରାଇଥିଲେ । ପୋଲିସ ଉପସ୍ଥିତିରେ ତହସିଲ ପ୍ରଶାସନ ଜାଗା ମପାମପି କରିବା ପରେ ମନ୍ଦିରର କିଛି ଜାଗା ନ ଥିବା ଓ ଶତପଥୀଙ୍କ ୬ ଫୁଟ ଘରକୁ ଜୋର ଜବରଦସ୍ତ ଭାଙ୍ଗି ଦିଆଯାଇଥିବା ଜଣାପଡିଥିଲା । ଫଳରେ ପୋଲିସ ଏକ ମାମଲା ରୁଜୁ କରିଥିଲା। ଏହି ଘଟଣାକୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ଘର ଭାଙ୍ଗିଥିବା ଲୋକଙ୍କ ଉପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଏ ନେଇ କନ୍ଧ ଶତପଥୀ ଏବଂ ତାଙ୍କ ପରିବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅନ୍ୟପଟେ ଘର ଭାଙ୍ଗିଥିବା ମନ୍ଦିର କର୍ତ୍ତୃପକ୍ଷ ବିଭିନ୍ନ ସମୟରେ ଧମକ ମିଳୁଥିବା କନ୍ଧ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଥାନା ଆଇଆଇସି ଦିଲ୍ଲୀପ କୁମାର ସାହୁଙ୍କୁ ପଚାରିବାରୁ ଆରଆଇ ରିପୋର୍ଟ ଦେଲା ପରେ ସୁନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମାନବିକତା ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ: ୬୧ ହଜାରୁ ଊର୍ଦ୍ଧ୍ୱ ଟଙ୍କା ଫେରାଇଦେଲେ

ରାୟଗଡା ଅଫିସ,୩୧।୩: ଜଣେ ଦୁର୍ଘଟଣା ଗ୍ରସ୍ତ ବାଇକ ଆରୋହୀଙ୍କୁ ୬୧ହଜାର ୧୬୦ ଫେରାଇ ନିଜର ମାନବିକତା ଦେଖାଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ଏଭଳି ଏକ ଘଟଣା...

୮ ଦୁର୍ନୀତିଖୋର ଅଧିକାରୀଙ୍କୁ ଜବାବ ତଲବ

ଯାଜପୁର ଅଫିସ,୨୪।୧ :ଯାଜପୁର ଜିଲାର ୧୦ବ୍ଲକ ଅନ୍ତର୍ଗତ ପ୍ରାୟ ଅଧିକାଂଶ ଗ୍ରାମ ପଞ୍ଚାୟତ ଦୁର୍ନୀତିରେ ବୁଡ଼ି ରହିଛି ା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମହାତ୍ମାଗାନ୍ଧୀ ଜାତୀୟ...

ସଂଶୋଧିତ ମୋଟର ଯାନ ଆଇନକୁ କୋହଳ ଦାବି: ଜାତୀୟ ରାଜପଥ ଅବରୋଧ, ୨୦ ଅଟକ

ଜୟପୁର, ୧୦।୯(ନି.ପ୍ର.): ସଂଶୋଧିତ ମୋଟର ଯାନ ଆଇନକୁ କୋହଳ ଦାବିରେ ମଙ୍ଗଳବାର ସକାଳେ କୋରାପୁଟ ଜିଲା ଜୟପୁର ୨୬ ନମ୍ବର ଜାତୀୟ ରାଜପଥର ମୁଖ୍ୟ ଟ୍ରାଫିକ...

ଠିକାଦାରଙ୍କୁ ଅନୁକମ୍ପା ଚର୍ଚ୍ଚା

ଅନୁଗୋଳ ଅଫିସ୍‌, ୧୭।୯: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ଠିକାସଂସ୍ଥାଗୁଡିକୁ ଅନୁକମ୍ପା ଦେଖାଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଠିକାସଂସ୍ଥାଗୁଡିକର ଟେଣ୍ଡର ଡକା ନ...

ପିଇବା ପାଣି ଅଭାବ: ବିଡିଓଙ୍କୁ ଜଣାଇଲେ ବସ୍ତିବାସୀ

ଧରାକୋଟ,୨୦ା୧(ଡି.ଏନ୍‌.ଏ.): ଧରାକୋଟ ବ୍ଲକ ଅନ୍ତର୍ଗତ ମୁଣ୍ଡମରାଇ ଗ୍ରାମ ଋଷିକୁଲ୍ୟା କେନାଲ ପାର୍ଶ୍ୱରେ ଥିବା କିଶୋରବିହାର ବସ୍ତିରେ ପିଇବା ପାଣିର ଅଭାବ ଦେଖାଦେଇଛି। କିଶୋର ବିହାର ଅଞ୍ଚଳରେ...

ସ୍ୟାଟ ଉଚ୍ଛେଦକୁ ଗଞ୍ଜାମ ଓକିଲ ସଂଘର ବିରୋଧ: କାର୍ଯ୍ୟରୁ ନିବୃତ୍ତ ରହିଲେ ଆଇନଜୀବୀ

ବ୍ରହ୍ମପୁର ଅଫିସ,୯।୮: ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ) ଉଚ୍ଛେଦ ପ୍ରତିବାଦରେ ଶୁକ୍ରବାର ଗଞ୍ଜାମ ଓକିଲ ସଂଘ ପକ୍ଷରୁ ଆଇନଜୀବୀମାନେ କାର୍ଯ୍ୟରୁ ନିବୃତ୍ତ ରହିଛନ୍ତି। ଏ ନେଇ...

ପିତବାସପୁରରେ ବହପୁଛେ କିଡ଼୍‌ନୀ ରୋଗ୍‌: ଚେତି ଶୁଇଛେ ସୁଆସ୍‌ତିଅ ବିଭାଗ

କୋକସରା, ୮ା୭( ଡି.ଏନ୍‌.ଏ):  କୋକସରା ବ୍ଲକ ଲଡ଼ୁଗାଁ ପଁଚେତ୍‌ ପିତବାସପୁର ଗାଁରେ କିଡ଼୍‌ନୀ ରୋଗ୍‌ ବହପିବାରେ ଲାଗିଛେ। ଇ ରୋଗ୍‌ରେ ବଛ୍‌ରେ ଭିତରେ ଝନ୍‌କର ମୁରତୁ...

ପାରାଦୀପରେ ମାରାତ୍ମକ: ପ୍ରଦୂଷଣ ପ୍ରସଙ୍ଗ ସବୁ ଶିଳ୍ପସଂସ୍ଥାକୁ ଜରିମାନା ନୋଟିସ

ପାରାଦୀପ, ୮।୨ (ସ୍ବ.ପ୍ର.): ରାଜ୍ୟର ଅର୍ଥନୈତିକ ମୁଖଶାଳା ପାରାଦୀପରେ ଦେଶର ଦ୍ୱିତୀୟ ବୃହତ୍‌ ବନ୍ଦର ସମେତ ଏସିଆର ବୃହତ୍‌ ସାର କାରଖାନା ଓ ବୃହତ୍‌ ବିଶୋଧନାଗାର...

Advertisement
Archives

Model This Week