ମାଜିଷ୍ଟ୍ରେଟଙ୍କ ଜାଲ୍‌ ଦସ୍ତଖତରେ ଅଭିଯୁକ୍ତଙ୍କୁ ବେଲ୍‌: ଏଏସ୍‌ଆଇ ଗିରଫ

ବୁଗୁଡ଼ା,୨୦।୨(ଡି.ଏନ୍‌.ଏ.): ମାଜିଷ୍ଟ୍ରେଟଙ୍କ ଜାଲ ଦସ୍ତଖତ କରି ଅଭିଯୁକ୍ତଙ୍କୁ ବେଲରେ ଛାଡ଼ିବା ଘଟଣାରେ ବୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟର ପୋଲିସ ଏଏସ୍‌ଆଇ ସୂର୍ଯ୍ୟ ନାରାୟଣ ବେହେରାଙ୍କୁ ଗିରଫ କରିଛି । ସୂର୍ଯ୍ୟ ନାରାୟଣଙ୍କ ବିରୋଧରେ ବୁଗୁଡ଼ା କୋର୍ଟର ମାଜିଷ୍ଟ୍ରେଟ ସୋନାଲି ଅପରାଜିତା ଏଫ୍‌ଆଇଆର ଦେବାପରେ ପୋଲିସ କେସ ନଂ ୫୮/୨୧ରେ ଏକ ମାମଲା ରୁଜୁ କରିଥିଲା।
ସୂଚନାଯୋଗ୍ୟ, ବୁଗୁଡ଼ା ଥାନା ଅନ୍ତର୍ଗତ ଅନ୍ତର୍ଗତ କରବୁଲି ଗ୍ରାମରେ ପୁତୁରାକୁ ହତ୍ୟା ଉଦ୍ୟମ ଅଭିଯୋଗରେ ପୋଲିସ କେସ ନଂ ୪o/୨୧ରେ ଏକ ମାମଲା ରୁଜୁ କରିବା ସହ ଦାଦା ବାବୁଲା ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଝିଅର ବାହାଘର ଥିବା ଦର୍ଶାଇ ବାବୁଲା ଭଞ୍ଜନଗର ଅତିରିକ୍ତ ଜିଲା ଦୌରାଜଜ କୋର୍ଟରେ ବେଲ ପାଇଁ ଆବେଦନ କଲାପରେ ଗତ ୧୨ ତାରିଖରେ ବେଲ ମିଳିଥିଲା ଏବଂ ଉକ୍ତ ଅର୍ଡରଟି ବୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟକୁ ଆସିଥିଲା। ଏହା ଉପରେ ବୁଗୁଡ଼ା ମାଜିଷ୍ଟ୍ରେଟ ଦସ୍ତଖତ କଲାପରେ ବାବୁଲା ବେଲ୍‌ରେ ଆସିବା କଥା, କିନ୍ତୁ ଉକ୍ତ ଦିନ ବୁଗୁଡ଼ା ମାଜିଷ୍ଟ୍ରେଟ ସୋନାଲି ଅପରାଜିତା ଛୁଟିରେ ଥିବାରୁ ଆସ୍କା କୋର୍ଟର ମାଜିଷ୍ଟ୍ରେଟ ଶର୍ମିଷ୍ଠା ଜେନା ଦାୟିିତ୍ୱରେ ଥିଲେ । ତେବେ କୋର୍ଟ ଏଏସ୍‌ଆଇ ସୂର୍ଯ୍ୟ ନାରାୟଣ ବେହେରା ମାଜିଷ୍ଟ୍ରେଟଙ୍କ ନିକଟରେ ପେଶ ନ କରି ବେଲ ଅର୍ଡର ତାଙ୍କର ନକଲି ଦସ୍ତଖତ କରି ପଠାଇ ଦେଇଥିଲେ। ନକଲି ଦସ୍ତଖତରେ ବାବୁଲା ଜେଲ୍‌ରୁ ବେଲରେ ଆସିଥିବା ଜଣାପଡ଼ିବା ପରେ ଶୁକ୍ରବାର ବୁଗୁଡ଼ା ମାଜିଷ୍ଟ୍ରେଟ ସୋନାଲି ଅପରାଜିତା ବୁଗୁଡ଼ା ଥାନାରେ ସମ୍ପୃକ୍ତ ଏଏସ୍‌ଆଇଙ୍କ ବିରୋଧରେ ଅଭିଯୋଗ କରିଥିଲେ। ବୁଗୁଡ଼ା ଥାନା ଏସଆଇ କାର୍ତ୍ତିକ ନାୟକ ଘଟଣାର ତଦନ୍ତ ଭାର ନେଇଥିବା ବେଳେ ଭଞ୍ଜନଗର ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ମଧ୍ୟ ଘଟଣା ଉପରେ ରଖିଥିଲେ। ତେବେ ଆଜି ସଂପୃକ୍ତ କୋର୍ଟ ଏଏସ୍‌ଆଇ ସୂର୍ଯ୍ୟ ନାରାୟଣ ବେହେରାଙ୍କୁ ଗିରଫ କରାଯାଇଥିବା ନେଇ ଏସ୍‌ଡିପିଓ ସୂଚନା ଦେଇଛନ୍ତି। ଉକ୍ତ ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri