ଗଞ୍ଜାମ

ଚାଷ ଜମିରେ ଥିବା ବେଳେ ବାଜିଲା ଗୁଳି

ଭଞ୍ଜନଗର,୨୧।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା କୁଟୁଣୁକୁମ୍ପା ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଚାଷ ଜମିରେ ଥିବା ବେଳେ ଜଣଙ୍କୁ ଗୁଳିମାଡ଼ ହୋଇଛି। ସେ ହେଲେ ଶିବରାମ ନାୟକ। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।…

ନିଖୋଜ ଯୁବକଙ୍କ ମିଳିଲା କଙ୍କାଳ

ପୋଲସରା,୨୦ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ମନ୍ଦାର-କେନ୍ଦୁବାଡ଼ି ରାସ୍ତା ନିକଟ ରତନେଇ ପାହାଡ଼ରୁ ପୋଲିସ ସୋମବାର ଜଣେ ନିଖୋଜ ଯୁବକଙ୍କ କଙ୍କାଳ ଜବତ କରିଛି। ମନ୍ଦାର ଗ୍ରାମର କୋକଲି ମଳିକଙ୍କ ପୁଅ କାହ୍ନା (୨୫) ଗତ ୨୬ ତାରିଖରୁ ନିଖୋଜ ହୋଇଯାଇଥିବା…

ଜଣଙ୍କୁ ପଥରରେ ଛେଚି ହତ୍ୟା, ମୃତଦେହ ନିକଟରେ ଦୁର୍ବୃତ୍ତ ରକ୍ତରେ ଲେଖିଲେ ପରବର୍ତ୍ତୀ ଟାର୍ଗେଟଙ୍କ ନାଁ

ପୁରୁଷୋତ୍ତମପୁର,୨୦ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡିଘାଇ ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ରବିବାର ରାତିରେ ଶୋଇଥିବା ଅବସ୍ଥାରେ ଅତି ବୀଭତ୍ସ ଭାବରେ ମୁଣ୍ଡକୁ ପଥର ଛେଚି ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଲେ ବିନାୟକ ପ୍ରଧାନ (୪୮)। ପୁରୁଷୋତ୍ତମପୁର ଏସ୍‌ଡିପିଓ…

ବଡ ଡାକ୍ତରଖାନାରୁ ନିଖୋଜ ହେଲେ ରୋଗୀ

ବ୍ରହ୍ମପୁର ଅଫିସ,୧୯ା୯:ବ୍ରହ୍ମପୁର ବଡ଼ ଡାକ୍ତରଖାନା ଆଶୁ ଚିକିତ୍ସା ବିଭାଗରେ ଚିକିତ୍ସାଧୀନ ଥିବା ଜଣେ ରୋଗୀ ରବିବାର ନିଖୋଜ ହୋଇଯାଇଛନ୍ତି। ଏ ନେଇ ତାଙ୍କ ପୁଅ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ନିଖୋଜଙ୍କ ଫଟୋ ଜାରି କରିବା ସହ ଘଟଣାର ତଦନ୍ତ…

ଯୁବତୀଙ୍କ ସହ ଘରେ ପଶିଥିଲେ ବିବାହିତ ପୁରୁଷ: ରାତି ସାରା ଜଗିଲା ପୋଲିସ

ଛତ୍ରପୁର,୧୯ା୯(ଡି.ଏନ୍‌.ଏ.): ଦ୍ୱିତୀୟ ବିବାହ କରି ଗଞ୍ଜାମ ଜିଲା ଛତ୍ରପୁର ବ୍ୟାଙ୍କ କଲୋନୀରେ ଭଡ଼ାଘରେ ରହୁଥିବା ଜଣେ ଯୁବକଙ୍କୁ ଗୁରୁବାର ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ପୋଲିସ ଗିରଫ କରିଛି। ସେ ହେଲେ ପିନା ସାମଲ । ପ୍ରଥମ ସ୍ତ୍ରୀଙ୍କ ଅଭିଯୋଗ ମୁତାବକ ପିନାଙ୍କୁ…

ନଦୀକୁ ଗାଧୋଇବାକୁ ଯାଇ ସୁଅରେ ଭାସିଗଲେ ଯୁବକ

ହିଞ୍ଜିଳିକାଟୁ,୧୯ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ପୁଟିଆପଦରଠାରେ ଋଷିକୂଲ୍ୟା ନଦୀକୁ ରବିବାର ପୂର୍ବାହ୍ନ୍ନରେ ଗାଧୋଇବାକୁ ଯାଇ ନଦୀ ପାଣିରେ ଜଣେ ନିଖୋଜ ହୋଇଛନ୍ତି। ନିଖୋଜ ଜଣକ ନନ୍ଦିକ ଗ୍ରାମର ମିଟୁ ଦାସ(୨୮)। ମିଟୁ ଅନ୍ୟମାନଙ୍କ ସହ ପୁଟିଆପଦର ନିକଟ ଋଷିକୂଲ୍ୟାକୁ ଗାଧୋଇବାକୁ…

ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କ ଅର୍ଡର ଜାଲିଆତି ଅଭିଯୋଗ,ଏମିତି ପଡ଼ିଲେ ଧରା

ପୁରୁଷୋତ୍ତମପୁର,୧୯ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅତିରିକ୍ତ ତହସିଲଦାର ତଥା ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ସୁନିଲ କୁମାର ଟୁଡୁଙ୍କ ଦସ୍ତଖତ ସମ୍ବଳିତ କୋର୍ଟର ଅର୍ଡରକୁ ଜାଲ୍‌ କରିଥିବା ଅଭିଯୋଗରେ ପୁରୁଷୋତ୍ତମପୁର ପୋଲିସ ରବିବାର ନୋଟାରି ତଥା ଓକିଲ ସୀମାଞ୍ଚଳ ସେଠୀ, ଓକିଲ ରାମଚନ୍ଦ୍ର ଆଚାର୍ଯ୍ୟ…

ଅବ୍ୟବସ୍ଥାରେ ଗଞ୍ଜାମ ମାଛ ମାର୍କେଟ: ଚିନ୍ତାରେ ବ୍ୟବସାୟୀ

ଗଞ୍ଜାମ,୧୯।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନବଜାର ଶେଷରେ ମାଂସ ଓ ମାଛ ମାର୍କେଟ ରହିଛି । ଏହି ମାଛ ମାର୍କେଟଟି ବର୍ତ୍ତମାନ ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିଲେ ମଧ୍ୟ ଏଥିପ୍ରତି ଏନ୍‌ଏସି ପ୍ରଶାସନର ଦୃଷ୍ଟି ପଡ଼ୁନାହିଁ। ଯାହାକୁ ନେଇ ଚିନ୍ତାରେ ମାଛ ବ୍ୟବସାୟୀ…

ଯାତ୍ରୀବାହୀ ବସ୍‌ ଧକ୍କାରେ ଓଲଟିଲା ଭିଜିଲାନ୍ସ ଗାଡ଼ି

ଖଲ୍ଲିକୋଟ,୧୮ା୯(ଡି.ଏନ.ଏ.):ଭିଜିଲାନ୍ସ ଗାଡ଼ିକୁ ଧକ୍କା ଦେଇଛି ଏକ ଯାତ୍ରୀବାହୀ ବସ୍‌। ଏଥିରେ ୨ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଭିଜିଲାନ୍ସ ଗାଡ଼ି ଚଳାଉଥିବା ହାବିଲଦାର ସୁଶୀଲ କୁମାର ଖଟୁଆ ଓ ଗାଡ଼ିରେ ବସିଥିବା ଭିଜିଲାନ୍ସ କଟକ ଅତିରିକ୍ତ ଏସ୍‌ପି ବେଣୁଧର ନାୟକ।…

ଜ୍ୱାଇଁ ମୋ’ ଝିଅକୁ ମାରିଦେଲେ

କବିସୂର୍ଯ୍ୟନଗର,୧୭ା୯(ଡି.ଏନ.ଏ.): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଗୁଡିଆଳି ଗ୍ରାମର ଏସ.ମହେନ୍ଦ୍ର ରେଡ୍ଡୀଙ୍କ ସ୍ତ୍ରୀ ରଙ୍ଗବତୀ (୨୦)ଙ୍କ ଝୁଲନ୍ତା ମୃତଦେହ ଶୁକ୍ରବାର ପୋଲିସ ଜବତ କରିଛି। ଝାଡ଼ବାଇ ଗ୍ରାମର ରଙ୍ଗବତୀଙ୍କ ଗୁଡ଼ିଆଳିର ମହେନ୍ଦ୍ରଙ୍କ ସହ ବିବାହ ହୋଇଥିଲା। ପାରିବାରିକ କଳହକୁ କେନ୍ଦ୍ର କରି…

ଜେଲ ଗଲେ ଇଞ୍ଜିନିୟର

ବ୍ରହ୍ମପୁର ଅଫିସ,୧୭।୯: ଗଞ୍ଜାମ ଜିଲା ଆସିକା ସ୍ଥିତ ଉଠା ଜଳସେଚନ ଉପବିଭାଜନର ସହକାରୀ ଯନ୍ତ୍ରୀ (ବୈଦ୍ୟୁତିକ) ଈଶ୍ୱର ଦାସଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଗୁରୁବାର ଗିରଫ କରିଥିଲା। ମାମଲା ନଂ.୧୪/୨୧ରେ ତାଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଏସ୍‌ପିଙ୍କ ଦାୟିତ୍ୱରେ ଥିବା ଡିଏସପି…

ଗାଧୋଇବାକୁ ଯାଇଥିବା ୨ ମହିଳାଙ୍କ ଉପରେ ମାଡ଼ିଗଲା ଅଚିହ୍ନା ଗାଡ଼ି: ରାସ୍ତାରେ ଟାୟାର ଜାଳି ବିକ୍ଷୋଭ

ଦିଗପହଣ୍ଡି,୧୭।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ. ରାଜ୍ୟ ରାଜପଥ ଗୋକର୍ଣ୍ଣପୁର ଗ୍ରାମ ମୁଖ୍ୟରାସ୍ତାରେ ଶୁକ୍ରବାର ଦୁର୍ଘଟଣା ଘଟିଛି। କୌଣସି ଗାଡି ମାଡ଼ିଯିବାରୁ ଘଟଣାସ୍ଥଳରେ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ଗୋକର୍ଣ୍ଣ ପୁର ଗ୍ରାମର ତମାଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri