ବଜ୍ରଗଡ଼ରେ ବିଶୁଦ୍ଧ ପାନୀୟ ଜଳ, ପକ୍କା ଘର ସ୍ବପ୍ନ

ଭଞ୍ଜନଗର,୧୩।୮(ଡି.ଏନ.ଏ.): ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କା ଘର, ବିଜୁଳି, ପାଣି ଆଦି ସୁବିଧା ୨୦୨୨ ଅଗଷ୍ଟ ୧୫ ସୁଦ୍ଧା ଯୋଗାଇ ଦିଆଯିବ ବୋଲି ଗତ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୪ ସୁଦ୍ଧା ରାଜ୍ୟର ସମସ୍ତ ଘରକୁ ପାଇପ୍‌ ଯୋଗେ ପିଇବା ପାଣି ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ମାତ୍ର ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଆମ୍ବପୁଆ ପଞ୍ଚାୟତ ବଜ୍ରଗଡ଼ ଗ୍ରାମକୁ ଗଲେ ବିକାଶ କେତେଦୂର ପହଞ୍ଚିଛି ତାହା ଅନୁମାନ କରାଯାଇପାରିବ। ଏଠାରେ ବିକାଶ କେବଳ ଭାଷଣରେ ଅଟକିଛି।
ବଜ୍ରଗଡ଼ରେ ପ୍ରାୟ ୫୦ ପରିବାର ବସବାସ କରୁଥିବା ବେଳେ ସେମାନେ ଏବେ ବିଶୁଦ୍ଧ ପାଣି ଟୋପାଏ ପାଇପାରୁନାହାନ୍ତି। ଗାଁରେ ଥିବା ୩ଟି ନଳକୂପ ମଧ୍ୟରୁ ୨ଟି ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ଯେଉଁଟି କାର୍ଯ୍ୟକ୍ଷମ ଅଛି ସେଥିରୁ ଲୌହଗୁଣ୍ଡ ବାହାରୁଛି। ସୋଲାର ପାନୀୟ ଜଳ ପ୍ରକଳ୍ପଟି ୩ ମାସରୁ ଊର୍ଦ୍ଧ୍ୱ ହେବ ଅଚଳ ପଡ଼ିଛି। ଲୋକେ ପାଣି ପାଇଁ ଗ୍ରାମଠାରୁ ପ୍ରାୟ ୧ କି.ମି. ଦୂର ଜଣଙ୍କ ଘରକୁ ଯାଉଛନ୍ତି। ଗ୍ରାମକୁ ପକ୍କା ରାସ୍ତା ନାହିଁ । ବେଲଗୁଣ୍ଠା ସହରଠୁ ମାତ୍ର ୪ କି.ମି. ଦୂରରେ ଥିବା ଏହି ଗ୍ରାମର ବିକାଶ ପ୍ରତି ପ୍ରଶାସନ ଏବଂ ରାଜନୈତିକ ନେତାମାନେ ନଜର ଦେଉନାହାନ୍ତି । ଗ୍ରାମରେ ଏକାଧିକ ଚାଳ ଛପର ଘର ରହିଛି। ଗରିବଙ୍କୁ ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କା ଘର ଯୋଜନାରେ ସାମିଲ କରାଯାଉନାହିଁ। ଅଧିକାଂଶ ପରିବାର ଶ୍ରମିକ ଶ୍ରେଣୀର ହୋଇଥିବା ବେଳେ ସେମାନେ ମୂଲ ଲାଗିି ପରିବାର ଚଳାଉଛନ୍ତି। ଗ୍ରାମର ଝୁନୁ ନାଇକ, ଡମୁଣି ନାଇକ, ରାଘବ ନାଇକ, କପିଳ ନାଇକଙ୍କ ଭଳି ବହୁ ପରିବାର ପକ୍କା ଘର ଯୋଜନାରୁ ବଞ୍ଚିତ ହୋଇଛନ୍ତି । କରୋନା ବେଳେ ଗ୍ରାମରେ ଅଗ୍ନିକାଣ୍ଡ ଯୋଗୁ ଝୁନୁ ନାଇକ, କପିଳ ନାଇକ ପ୍ରମୁଖଙ୍କ ଘର ପୋଡ଼ିଯାଇଥିଲା। କିନ୍ତୁ ସେମାନଙ୍କୁ ଏବେ ସୁଦ୍ଧା ପକ୍କା ଘର ଦିଆଯାଇନାହିଁ। ଗ୍ରାମର ଜଣେ ଡ୍ରାଇଭର ରାଘବ ନାୟକ କହିଛନ୍ତି, ପକ୍କା ଘର ପାଇଁ ବହୁତ ଥର ପଞ୍ଚାୟତ ଏବଂ ବ୍ଲକ କର୍ତ୍ତୃପକ୍ଷଙ୍କୁ ଜଣାଇଛୁ, କିନ୍ତୁ ଆମ କଥା କେହି ଶୁଣିବାକୁ ନାହିଁ। ତେଣୁ ଭାଗ୍ୟକୁ ଆଦରି ଦୁଃଖ କଷ୍ଟରେ ବଞ୍ଚିଛୁ। ସେହିପରି ଗ୍ରାମର ଡମୁଣୀ ନାୟକ କହିଛନ୍ତି, ସୋଲାର ପାନୀୟ ଜଳ ପ୍ରକଳ୍ପ ବହୁଦିନ ହେବ ଅଚଳ ଥିବାରୁ ଜଣଙ୍କ ଘରୁ ଯାଇ ପାଣି ଆଣୁଛୁ। ସେ ଯେଉଁଦିନ ମନା କରିଦେବେ ସେଦିନଠୁ ସମସ୍ୟା ଆହୁରି ବଢ଼ିଯିବ। ଅନ୍ୟପକ୍ଷରେ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ କନିଷ୍ଠ ଯନ୍ତ୍ରୀ ସୁଜିତ କୁମାର ପାତ୍ର କହିଛନ୍ତି, ହ୍ୟାଣ୍ଡ ଟ୍ୟୁବଲ ଅଚଳ ସମ୍ପର୍କରେ ଆମ ପାଖରେ କୌଣସି ଖବର ନାହିଁ। ଅଭିଯୋଗ ଆସିଲେ ମରାମତି କରାଯିବ । ସୋଲାର ପାନୀୟ ଜଳ ପ୍ରକଳ୍ପ ମରାମତି ଦାୟିତ୍ୱ ପଞ୍ଚାୟତର ବୋଲି କହିଛନ୍ତି। ସେହିପରି ଖୁବଶୀଘ୍ର ବଜ୍ରଗଡ଼ ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ। ପଞ୍ଚାୟତ ଫଣ୍ଡରୁ ତୁରନ୍ତ ସୋଲାର ପ୍ରକଳ୍ପ ମରାମତି କରାଯିବ ବୋଲି ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri