ତ୍ରିରଙ୍ଗା ପ୍ରସ୍ତୁତିରେ ସାମିଲ ଏସ୍‌ଏଚ୍‌ଜି

ଛତ୍ରପୁର,୧୩।୮(ଡି.ଏନ୍‌.ଏ.): ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଶର ପ୍ରତ୍ୟେକ ଘରେ ଜାତୀୟ ପତାକା ଉଡାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଲକ୍ଷାଧିକ ଜାତୀୟ ପତାକା ଆବଶ୍ୟକ ପଡୁଛି। ଗଞ୍ଜାମ ଜିଲାରେ ବିଭିନ୍ନ ମହିଳା ସ୍ବଂୟ ସହାୟିକା ଗୋଷ୍ଠୀ(ଏସ୍‌ଏଚ୍‌ଜି)ର ପ୍ରଡ୍ୟୁସର ଗ୍ରୁପ(ପିଜି)କୁ ୨ ଲକ୍ଷ ୫୦ ହଜାର ଜାତୀୟ ପତାକା ତିଆରି କରିବା ପାଇଁ ଦାୟିତ୍ୱ ମିଳିଛି। ତ୍ରିରଙ୍ଗା ପ୍ରସ୍ତୁତି ଏବେ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଗ୍ରୁପର ଟେଲରିଂ ୟୁନିଟ୍‌ ତ୍ରିରଙ୍ଗା ପ୍ରସ୍ତୁତ କରୁଛି। ଏଥିରୁ ଅଧିକାଂଶ ଜାତୀୟ ପତାକା ପଠାଯାଇ ସାରିଲାଣି। ମିଶନ ଶକ୍ତି ଅଧୀନ ମହିଳା ସ୍ବଂୟ ସହାୟିକା ଗୋଷ୍ଠୀ ସଦସ୍ୟା ତଥା ପିଜି ଗ୍ରୁପର ୬୦ଟି ଟେଲରିଂ ୟୁନିଟ୍‌ ତ୍ରିରଙ୍ଗା ପ୍ରସ୍ତୁତିରେ ସାମିଲ ଅଛି ା ଏହାଦ୍ୱାରା ମହିଳାମାନେ ରୋଜଗାର କରି ସ୍ବାବଲମ୍ବୀ ହୋଇପାରିବେ ା ଜିଲାରେ ଆସିକା, ବେଗୁନିଆପଡା, ବେଲଗୁଣ୍ଠା, ବୁଗୁଡା, ଜଗନ୍ନାଥପ୍ରସାଦ,ଖଲ୍ଲିକୋଟ, ପୁୁରୁଷୋତ୍ତମପୁର,ସାନଖେମୁଣ୍ଡି, ଶେରଗଡ ଓ ସୋରଡା ବ୍ଲକର ୨ ଟି ଲେଖାଏ, ବ୍ରହ୍ମପୁର ୩, ଭଞ୍ଜନଗର, ଧରାକୋଟ, କବିସୂର୍ଯ୍ୟନଗର, କୁକୁଡାଖଣ୍ଡି, ପାତ୍ରପୁର, ପୋଲସରା ବ୍ଲକର ୩ଟି ଲେଖାଏ, ଛତ୍ରପୁର ବ୍ଲକର ୪ଟି ଏବଂ ଗଞ୍ଜାମ ବ୍ଲକର ୫ଟି ପିଜି ଟେଲରିଂ ୟୁନିଟ୍‌ ପତାକା ତିଆରି ଦାୟିତ୍ୱ ନେଇଛି ା ପ୍ରତ୍ୟେକ ୟୁନିଟ୍‌କୁ ୪୧୬୭ ଲେଖାଏ ତ୍ରିରଙ୍ଗା ପ୍ରସ୍ତୁତ କରିବାକୁ ଦାୟିତ୍ୱ ଦିଆଯାଇଥିବା ଓଡିଶା ଜୀବିକା ମିଶନର ଡିପିଏମ ନବୀନ ସେନାପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri