ଯାଉଥିଲେ ଦୋକାନ ଖୋଲିବାକୁ ମୃତ୍ୟୁ ସାଜି ଆସିଲା ଟ୍ରକ
ଦିଗପହଣ୍ଡି,୬ା୩(ଡି.ଏନ.ଏ.): ଦିଗପହଣ୍ଡି ବସ୍ଷ୍ଟାଣ୍ଡ ମୁଖ୍ୟରାସ୍ତାର ଟାଉନ ଛକଠାରେ ରବିବାର ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଦିଗପହଣ୍ଡି ପନ୍ଦରା ସାହିର ସୁରେନ୍ଦ୍ର ମିଶ୍ର। ସୁରେନ୍ଦ୍ର ସାଇକେଲରେ ପୁଞ୍ଜିକଁୟା ଛକ ସ୍ଥିତ ନିଜର ରାଶନ ଦୋକାନକୁ ଯାଉଥିଲେ।…
ଗଞ୍ଜାମ ଏନ୍ଏସି ପାଇଁ ନାମାଙ୍କନପତ୍ର ଦାଖଲ କଲେ ପ୍ରାର୍ଥୀ
ଗଞ୍ଜାମ,୬ା୩(ଡି.ଏନ୍.ଏ.): ଗଞ୍ଜାମ ଏନ୍ଏସିରେ ଆଗାମୀ ପୌର ନିର୍ବାଚନ ପାଇଁ ବିଜେଡି ଚେୟାରମ୍ୟାନ ପ୍ରାର୍ଥୀ ଝୁଲି ପାତ୍ରଙ୍କ ସମେତ ୧୦ ଜଣ କାଉନସିଲର ପ୍ରାର୍ଥୀ ରବିବାର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଜେଡି ଚେୟାରମ୍ୟାନ…
ଛତ୍ରପୁର ନଗର ବିଜେଡି ସଭାପତିଙ୍କ ଇସ୍ତଫା
ଛତ୍ରପୁର,୬।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜୁବାବୁ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି । ଏ ନେଇ ସେ ଜିଲା ବିଜେଡି ସଭାପତିଙ୍କୁ ତାଙ୍କ ଇସ୍ତଫାପତ୍ର ପଠାଇଦେଇଛନ୍ତି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେ ବିଜେଡିରେ ଅଛନ୍ତି ବୋଲି…
ବିଏମ୍ସି ପାଇଁ ଚୂଡ଼ାନ୍ତ ହୋଇନି ୩ ଦଳର ପ୍ରାର୍ଥୀ
ବ୍ରହ୍ମପୁର ଅଫିସ,୬।୩: ବ୍ରହ୍ମପୁର ପୌର ନିର୍ବାଚନ ପାଇଁ ଶନିବାର ସୁଦ୍ଧା ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇନାହିଁ। ତେଣୁ ଆଶାୟୀମାନେ ନିରାଶ ହୋଇଛନ୍ତି ଏବଂ ମୁଖ୍ୟତଃ ବିଜେଡି ଟିକେଟ ଲାଗି ଆବେଦନ କରିଥିବା…
୧୦ ମଙ୍ଗଳାରେ ବୁଲିବାକୁ ଆସି ନବବିବାହିତାଙ୍କ ଜୀବନଗଲା
ସୋରଡ଼ା,୫ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡ଼ା ଥାନା ମାୟାଙ୍ଗୀ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି। ବିବାହର ୧୦ ଦିନ ପରେ ବାପଘରକୁ ବୁଲି ଆସିଥିବା ଭାଲୁ ସ୍ବାଇଁଙ୍କ ଝିଅ ଜ୍ୟୋତିମାଳା (୨୧)ଙ୍କ ଅକାଳ ବିୟୋଗ ହୋଇଛି। ଆଜି ସାରେ ଶୌଚ…
ଚିତ୍ର ଆଙ୍କି ଚର୍ଚ୍ଚାରେ ଗଞ୍ଜାମ ତହସିଲଦାର
ଗଞ୍ଜାମ,୫ା୩(ଡି.ଏନ୍.ଏ.): ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ଚିତ୍ର ଆଙ୍କି ଚର୍ଚ୍ଚାକୁ ଆସିଛନ୍ତି। ଶନିବାର ଗଞ୍ଜାମ ଦାମୋଦରପୁର ବିଶ୍ରାମାଗାର ପାଚେରିରେ ନିଖୁଣ ଏଞ୍ଜେଲଓ୍ବିଙ୍ଗ୍ ଚିତ୍ର ଆଙ୍କିଥିଲେ। ଫଳରେ ବିଶ୍ରାମାଗାରକୁ ଆସୁଥିବା ଯାତ୍ରୀମାନେ ଏଠାରେ ସେଲ୍ଫି ନେଇପାରିବେ। ତହସିଲଦାରଙ୍କ ଏହି ଚିତ୍ର ଦେଖି…
ଛତ୍ରପୁର ଏନ୍ଏସି ଅଧ୍ୟକ୍ଷା, କାଉନ୍ସିଲର ନିର୍ବାଚନ: ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେଡି
ଛତ୍ରପୁର,୫ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏନ୍ଏସିରେ ପୌର ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବିଜେଡି ପକ୍ଷରୁ ଛତ୍ରପୁର ଏନ୍ଏସି ଅଧ୍ୟକ୍ଷା ଓ ୧୪ କାଉନ୍ସିଲର ପ୍ରାର୍ଥୀଙ୍କ ସମ୍ପର୍କରେ ଶନିବାର ଘୋଷଣା କରାଯାଇଛି। ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର…
ଗଞ୍ଜାମ ଏନ୍ଏସିରେ କାଉନସିଲର ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି
ଗଞ୍ଜାମ,୫ା୩(ଡି.ଏନ୍.ଏ.): ଗଞ୍ଜାମ ଏନ୍ଏସିରେ ଆଗାମୀ ପୌର ନିର୍ବାଚନ ପାଇଁ ଚେୟାରମ୍ୟାନ ଓ କାଉନସିଲର ପ୍ରାର୍ଥୀଙ୍କ ନାମ ଶନିବାର ଘୋଷଣା କରିଛନ୍ତି ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା। ଗଞ୍ଜାମ ସହର ଓ୍ବାର୍ଡ ନଂ ୧ରେ ଝୁଲି ପାତ୍ର ଚେୟାରମ୍ୟାନ ପ୍ରାର୍ଥୀ ହୋଇଛନ୍ତି।…
ଚର୍ଚ୍ଚାରେ ଗଞ୍ଜାମ ଜିଲା ପରିଷଦ ଅଧ୍ୟକ୍ଷା ପଦ
ବ୍ରହ୍ମପୁର ଅଫିସ,୫ା୩: ଗଞ୍ଜାମ ଜିଲା ପରିଷଦ ନିର୍ବାଚନରେ ବିଜେଡି ନିରଙ୍କୁଶ ସଂଖ୍ୟା ଗରିଷ୍ଠ ହୋଇଛି। ୬୯ ଜୋନ୍ରୁ ୬୭ଟିରେ ବିଜେଡି ପ୍ରାର୍ଥୀମାନେ ନିର୍ବାଚିତ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି। ଅର୍ଦ୍ଧେକ ଜୋନ୍ ନିୟମ ପ୍ରକାରେ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ସ୍ଥଳେ…
ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ
ଆସିକା,୫ା୩(ଡି.ଏନ.ଏ.): ଗଞ୍ଜାମ ଜିଲା ଆସିକା ବିଦ୍ୟୁତ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ଏନ.ଭି ରାମଦାସଙ୍କୁ ବିଭାଗୀୟ ଅର୍ଥ ଆତ୍ମସାତ ଅଭିଯୋଗରେ ପୋଲିସ ଶୁକ୍ରବାର ଗିରଫ କରିଛି। ଏ ନେଇ ଆସିକା ଥାନାରେ ନଂ.୧୧୬/୨୨ରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା…
ପୋଲିସକୁ ବୋମା ଫିଙ୍ଗି ଖସିଗଲେ ୨, ଧରାପଡ଼ିଲେ ୫ ଅଭିଯୁକ୍ତ
ଗୋପାଳପୁର,୩ା୩(ଡି.ଏନ.ଏ.): ବ୍ରହ୍ମପୁର ପୋଲିସ ଜିଲା ଅଧୀନ ୪ ଥାନା ଅଞ୍ଚଳରୁ ଗତ ୬ରୁ ୭ ମାସ ମଧ୍ୟରେ ଏକାଧିକ ଘରୁ ଚୋରି ଘଟଣାରେ ସମ୍ପୃକ୍ତ ୫ ଚୋରଙ୍କୁ ଗୋଳନ୍ଥରା ଥାନା ପୋଲିସ ଗିରଫ କରିଛି। ସେମାନେ ହେଲେ ବଡ଼ବଜାର ଥାନା ସୁକୁଣ୍ଡା…
ଆଜି ବି ୨ୟ ଦିନରେ ଜଣେ ହେଲେ ଦାଖଲ କଲେନାହିଁ ନାମାଙ୍କନପତ୍ର
ଗଞ୍ଜାମ,୩ା୩(ଡି.ଏନ୍.ଏ.): ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତି ପାଣିପାଗରେ ସେତିକି ଉଷ୍ଣତା ବଢୁଛି। ବର୍ତ୍ତମାନ ବିଭିନ୍ନ ଓ୍ବାର୍ଡର ପ୍ରାର୍ଥୀ ଚୟନ ଚାଲିଛି। ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି l ବିଜେଡିର ୧୨ ଟି ଓ୍ବାର୍ଡ ପାଇଁ…
Archives


