Advertisement

ଗହଣା, ଟଙ୍କା ଚୋରି ଘଟଣା: ଅଭିଯୁକ୍ତଙ୍କୁ ଧରିପାରୁନି ପୋଲିସ

ବ୍ରହ୍ମପୁର ଅଫିସ,୪ା୧୧: ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀନଗରର ଏକ ତାଲା ବନ୍ଦ ଘରେ ଲୁଟିଆଗ୍ୟାଙ୍ଗ ଗତ ସେପ୍ଟେମ୍ବର ୨୧ତାରିଖରେ କଳାକାନା ବୁଲାଇଥିଲେ। ତେବେ ଏ ଯାଏ ବି ପୋଲିସକୁ ଏହାର ସୁରାକ ମିଳିପାରିନାହିଁ। ପୋଲିସ କେବଳ ଅଞ୍ଚଳର କେତେଜଣ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିବା ବେଳେ ତଦନ୍ତରେ ଅଗ୍ରଗତି ହୋଇନି। ଅନ୍ୟପଟେ ଚୋରି ସୁନା ଗହଣା ଓ ଟଙ୍କା ମିଳିବ କି ନାହିଁ ଏନେଇ ଗୃହକର୍ତ୍ତା ସନ୍ଦେହରେ ରହିଥିବା କହିଛନ୍ତି। ସେପ୍ଟେମ୍ବର ୨୦ତାରିଖ ରାତିରେ ଗାନ୍ଧିନଗରରେ ରହୁଥିବା ଦୀପକ ପାଣିଗ୍ରାହୀ ଘରେ ତାଲା ପକାଇ କୌଣସି କାମରେ ବାହାରକୁ ଯାଇଥିଲେ। ୨୨ତାରିଖ ଅପରାହ୍ନରେ ସେ ଫେରିବାରେ ଘରତାଲା ଭଙ୍ଗା ଯାଇଥିବା ଦେଖିଥିଲେ। ଘରେ ଥିବା ଆଲମିରା ଭଙ୍ଗା ମଧ୍ୟ ଯାଇଥିଲା। ସେଥିରେ ଥିବା ପ୍ରାୟ ୧ଲକ୍ଷ ଟଙ୍କା ଓ ୧୨ ତୋଳାର ସୁନାହାର, ଚେନ୍‌, ମୁଦି ଏଭଳି ପ୍ରାୟ ୧୨ ତୋଳା ସୁନା ଗହଣା ଓ ରୁପା ଜିନିଷ ଲୁଟ ହୋଇଥିଲା। ଗୃହକର୍ତ୍ତା ଦୀପକଙ୍କ ଅଭିଯୋଗ ପ୍ରକାରେ ଥାନାରେ ନଂ.୨୬୫/୨୨ରେ ଏକ ମାମଲା ରୁଜୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ନିକ୍‌ ସ୍ପଟ୍‌: ଓ୍ବାଇଲ୍ଡଲାଇଫ୍‌ ୱାଚ୍‌ ଟାୱାର

ରାୟଗଡ଼ା ଜିଲାର ଅନେକ ସ୍ଥାନ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏଥିପାଇଁ ବର୍ଷ ତମାମ ଭିଡ଼ ଜମିଥାଏ। ହେଲେ ଜିଲାର ଚନ୍ଦ୍ରପୁର ବ୍ଲକ୍‌ର ଅନ୍ୟତମ ଆକର୍ଷଣ ‘ଓ୍ବାଇଲ୍ଡଲାଇଫ୍‌...

ଗଞ୍ଜାମରେ ଥମୁନି କରୋନା ମୃତ୍ୟୁ ସଂଖ୍ୟା: ପୁଣି ନେଲା ୩ ମୁଣ୍ଡ

ଛତ୍ରପୁର,୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଥମିବାର ନା ନେଉ ନାହିଁ। ସୋମବାର ପୁଣି ଜିଲାରୁ ୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି।...

ଦୁର୍ନୀତିରେ ପରଜଙ୍ଗ ବ୍ଲକ ଜିଲାରେ ପ୍ରଥମ

ପରଜଙ୍ଗ,୨।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲାର ପରଜଙ୍ଗ ବ୍ଲକ ଦୁର୍ନୀତିର ଗନ୍ତାଘର ପାଲଟିଥିବା ଅଭିଯୋଗ ଆଣିଛି ଭାଜପା। ଏହାର ପ୍ରତିବାଦରେ ଆଗାମୀ ଦିନରେ ବ୍ଲକ ଘେରାଉ କରାଯିବ...

ବିଳମ୍ବିତ ହେଉଛି ବଇଣ୍ଡା ବିକାଶ

ବଇଣ୍ଡା,୮ା୯(ଡି.ଏନ.ଏ.) – ରାଜପଥ ସମ୍ପ୍ରସାରଣ ପାଇଁ ବଜାର ଭଙ୍ଗାଗଲା। ଶତାଧିକ ଦୋକାନୀ, ଉଠାଦୋକାନୀଙ୍କୁ ରାସ୍ତା ପାର୍ଶ୍ୱରୁ ହଟାଇ ଦିଆଗଲା। ହେଲେ ୩ ବର୍ଷ ବିତିଯାଇଥିଲେ ମଧ୍ୟ...

ପାଣିନଗର ଗାଁରେ ଜବରଦଖଲ ଉଚ୍ଛେଦ

ରୂପସା,୧୯ ।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ତହସିଲ ଅନ୍ତର୍ଗତ ନଟାକଟା ପଞ୍ଚାୟତର ପାଣିନଗର ଗ୍ରାମରେ ଜବରଦଖଲ ଉଚ୍ଛେଦ କରାଯାଇଛି। ଏହି ଗ୍ରାମରେ ଏକ ଗରିବ ପରିବାର ବାସ...

ଟିଟିଲାଗଡ଼ ଷ୍ଟେଶନରେ ପହଞ୍ଚିଲେ ୧୨୦୦ ମହାରାଷ୍ଟ୍ର ଫେରନ୍ତା

ଟିଟିଲାଗଡ଼,୧୦।୫: ବଲାଙ୍ଗୀରର ଟିଟିଲାଗଡ଼ ଷ୍ଟେଶନରେ ଓଡ଼ିଶାର ୧୨୦୦ ଶ୍ରମିକ ରବିବାର ପହଞ୍ଚିଛନ୍ତି। ସେମାନେ ମହାରାଷ୍ଟ୍ରରୁ ଫେରିଛନ୍ତି। ଶ୍ରମିକମାନେ ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ବରଗଡ଼ ଆଦି...

ମଶାଣି ସାଥୀ ସୁଶାନ୍ତ

ରୂପସା,୯ା୯: ପେସାରେ ଜଣେ ବାଇକ୍‌ ମେକାନିକ। ହେଲେ ସମସ୍ତେ ତାଙ୍କୁ ମଶାଣି ସାଥୀ ଭାବେ ଜାଣନ୍ତି। ଶବଦାହ ଲାଗି କେହି ତାଙ୍କୁ ଡାକନ୍ତୁ ବା ନ...

ବିରଜା କ୍ଷେତ୍ରକୁ ନୂତନ ରେଳପଥ ସଂଯୋଗ ଆଶା ମଉଳିଲା

ଯାଜପୁର ଅଫିସ,୫।୨: ଚଳିତ ରେଳ ବଜେଟ ଯାଜପୁର ଜିଲା ପାଇଁ ନିରାଶଜନକ ହୋଇଛି । ପୂର୍ବତଟ ରେଳପଥ ଅଧୀନ ଯାଜପୁର-କେଉଁଝରରୋଡ ଷ୍ଟେଶନଠାରୁ ଧାମରା ପର୍ଯ୍ୟନ୍ତ ଭାୟା...

Advertisement
Archives

Model This Week