ଉଚ୍ଛେଦ ହେବ ମର୍ଦ୍ଦରାଜ ଭେଣ୍ଡିଂ ଜୋନ

ବ୍ରହ୍ମପୁର ଅଫିସ,୫।୧୧: ବ୍ରହ୍ମପୁର ମହାନଗର ନିଗମ (ବିଏମସି) ପକ୍ଷରୁ କୋର୍ଟପେଟାସ୍ଥିତ ମର୍ଦ୍ଦରାଜ ଭେଣ୍ଡିଂ ଜୋନ ଉଚ୍ଛେଦ କରାଯିବ। ବ୍ୟବସାୟୀଙ୍କୁ କମାପଲ୍ଲୀ ଓଭର ବ୍ରିଜ ନିକଟରେ ବ୍ୟବସାୟ କରିବାକୁ ପଡ଼ିବ। ଶୁକ୍ରବାର ବହୁ ଭେଣ୍ଡିଂ ଜୋନ ବ୍ୟବସାୟୀ ବିଏମସି କମିଶନର ଜେ.ସୋନାଲଙ୍କ ନିକଟରେ ଫେରାଦ ହୋଇ ଉକ୍ତ ସ୍ଥାନ ପରିଷ୍କାର ନ ଥିବା ଅଭିଯୋଗ କରିଥିଲେ। ତେବେ ବିଏମସି ପକ୍ଷରୁ ନିଷ୍ପତ୍ତି ହୋଇଥିବା ସ୍ଥାନରେ ସଫା ସୁତରା କରାଯିବ ବୋଲି କମିଶନର କହିଥିଲେ। ଏହା ପରେ ବିଏମସି କମିଶନର ଜେ.ସୋନାଲ, ଏନଫୋର୍ସମେଣ୍ଟ୍‌ ଅଧିକାରୀ ତରୁଣକାନ୍ତ ଓ ଅତିରିକ୍ତ କମିଶନର ନୀଳମାଧବ ଭୋଇ ଭେଣ୍ଡିଂ ଜୋନ ଗସ୍ତ କରି ପରିବା ବ୍ୟବସାୟୀଙ୍କ ସହ ଆଲୋଚନା କରିଥିଲେ। ଉକ୍ତ ବ୍ୟବସାୟୀଙ୍କୁ କମାପଲୀ ଓଭର ବ୍ରିଜ ନିକଟରେ ବିଏମସି ପକ୍ଷରୁ ପ୍ରଦାନ କରାଯାଇଥିବା ଅସ୍ଥାୟୀ ସ୍ଥାନକୁ ଥଇଥାନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ଅନେକ ବ୍ୟବସାୟୀ ବିଏମସିର ଏଭଳି ନିଷ୍ପତ୍ତି ପ୍ରତି ଅସନ୍ତୋଷ ପ୍ରକାଶ କରିଥିଲେ। ବ୍ୟବସାୟୀମାନେ ଥଇଥାନ ନିମନ୍ତେ ୨ ଦିନ ସମୟ ପ୍ରଦାନ କରିବା ପାଇଁ ବିଏମସି ଅଧିକାରୀଙ୍କୁ କହିଥିଲେ। ଏଥିରେ ବିଏମସି ଅଧିକାରୀ ସହମତି ପ୍ରକାଶ କରିଛନ୍ତି।
ଏହି ଭେଣ୍ଡିଂ ଜୋନରେ ପ୍ରାୟ ୩ଶହ ବ୍ୟବସାୟୀ ଅଛନ୍ତି। କରୋନା ସମୟରେ ବ୍ୟବସାୟୀଙ୍କୁ ରାସ୍ତା କଡରେ ବ୍ୟବସାୟ ପାଇଁ ଅନୁମତି ମିଳିଥିଲା। କରୋନା କଟକଣା ହଟିବା ପରେ ପୁଣି ଥରେ ଭେଣ୍ଡିଂ ଜୋନ ମଧ୍ୟରେ ବ୍ୟବସାୟ କରିବା ପାଇଁ ଅନୁମତି ମିଳିଥିଲା। ଯାହାକୁ ନେଇ ବ୍ୟବସାୟଙ୍କ ମହଲରେ ପ୍ରତ୍ରିିକ୍ରିୟା ପ୍ରକାଶ ପାଇଥିଲା। ଏହାର କିଛି ଦିନ ପରେ ଭେଣ୍ଡିଂ ଜୋନ ମଧ୍ୟରେ ବ୍ୟବସାୟ ଆରମ୍ଭ କରିଥିଲେ। ବର୍ତ୍ତମାନ ଏହି ଭେଣ୍ଡିଂ ଜୋନକୁ ଉଚ୍ଛେଦ କରାଯିବ। ବିଏମସି ପକ୍ଷରୁ ୩ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଭେଣ୍ଡିଂ ଜୋନ ନିର୍ମାଣ କରାଯିବ ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି। ତେବେ ଅଧିକାଂଶ ବ୍ୟବସାୟୀ କମାପଲୀ ଓଭରବ୍ରିଜ ପାର୍ଶ୍ୱକୁ ଥଇଥାନ ହେବା ଦ୍ୱାରା ବ୍ୟବସାୟରେ ସମସ୍ୟା ଦେଖାଦେବ ବୋଲି କହିଛନ୍ତି। ସୂଚନା ଥାଉ କି, ବିଏମସି ପକ୍ଷରୁ କର୍ପୋରେସନ ରୋଡଠାରେ ମଧ୍ୟ ଏଭଳି ଏକ ଭେଣ୍ଡିଂ ଜୋନ ଉଦଘାଟିତ ହୋଇଛି। କିନ୍ତୁ ତାହା ତାହା ଦୀର୍ଘ ଦିନ ଧରି ବ୍ୟବସାୟୀଙ୍କ ଦ୍ୱାରା ବ୍ୟବହୃତ ହୋଇପାରୁ ନାହିଁ। ବର୍ତ୍ତମାନ ମର୍ଦ୍ଦରାଜ ଭେଣ୍ଡିଂ ଜୋନ ଅତ୍ୟାଧୁନିକ ନିର୍ମାଣ ପରେ ବ୍ୟବସାୟୀମାନେ ପୁଣି ଥରେ ଭେଣ୍ଡିଂ ଜୋନକୁ ସ୍ଥାନାନ୍ତରଣ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?