Advertisement

ଖସୁନି ପରିବା ଦର, ଚିନ୍ତାରେ ଖାଉଟି

ଧରାକୋଟ,୩।୧୧(ଡି.ଏନ୍‌.ଏ.): ଗତ ଲଗାଣ ବର୍ଷାରେ ପରିବା ଚାଷ ବ୍ୟାପକ କ୍ଷତି ହୋଇଛି। ବିଲରେ ପାଣି ଜମି ରହିବାରୁ ଗଛସବୁ ପଚି ଯାଇ ଗଛ ନଷ୍ଟ ହୋଇଯାଇଥିଲା। ଫଳ ଆରମ୍ଭରୁ ଏପରି ହେବା କାରଣରୁ ପରିବା ଚାଷ ଠପ୍‌ ହୋଇଥିଲା। ଯେଉଁଠି ବି ଅଳ୍ପ ଚାଷ ରହିଛି, ବଜାରରେ ଦର ଆକାଶଛୁଆଁ ହୋଇଛି। ଧରାକୋଟ ବ୍ଲକ ମୁଣ୍ଡମରାଇ, ଚରିଛକ, ଦସ୍‌ମାଇଲି, ମାଣିକପୁର, ବାହାରପୁର, ଢ଼ଉଗାଁ, ନନ୍ଦିଗୋର୍‌ ଓ ଜାହାଡା ଅଞ୍ଚଳରେ ଅଧିକାଂଶ ପରିବା ଦର ୫୦ ଉପରେ ରହିଛି। ଅଞ୍ଚଳରେ ବିନ ୮୦, ଫୁଲକୋବି ୭୦, ପୋଟଳ ୬୦, କାଙ୍କଡ଼ ୬୦, ଝୁଲଣ ୬୦, ଟମାଟୋ ୫୦, ଭେଣ୍ଡି ୫୦, ଅମୃତଭଣ୍ଡା ୪୦, କୁନ୍ଦୁରି ୪୦, ମୂଳା ୫୦, ବାଇଗଣ ୫୦ ଓ କ୍ୟାପସିକମ୍‌ ଦର ୧୩୦ ଟଙ୍କା ରହିଛି। ବ୍ଲକର ମୁଣ୍ଡମରାଇ, ପୁଟୁ, ନନ୍ଦିଗୋର, ଧରାକୋଟ, ସୁନାପଲି, ସିନ୍ଦୁରାପଲି, ଲଖିମପୂର୍‌, କୁଶରାବ, କୁଷପଡ଼ା, ବେଠୁଆର, କାନଗିରିଡି, ସୁନମୋହି, ଢ଼ଉଗାଁ, ପୋଡ଼ାପାଲି, ହୀରାଖଣ୍ଡି ଆଦି ଗ୍ରାମରେ ପରିବା ଚାଷ କରାଯାଏ। ଏଠାରୁ ଅନ୍ୟ ଅଞ୍ଚଳକୁ ପରିବା ବିକ୍ରି ପାଇଁ ପଠାଯାଉଥିବା ବେଳେ ବର୍ତ୍ତମାନ ଆଉ ଯାଉନି। ପରିବା ଦର ବୃଦ୍ଧି ପାଇଁ ଖାଉଟି ଚିନ୍ତାରେ ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଭବାନୀପାଟଣା, ୨୫।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଅଦାଲତ ଜିଲା ଓ ଦୌରାଜଜ୍‌ ପ୍ରଦୀପ କୁମାର ପଟ୍ଟନାୟକ ମଙ୍ଗଳବାର ଏକ ହତ୍ୟା ମାମଲା କେସ୍‌ ନଂ. ୫୧/୨୦୧୫ର...

ଅର୍ଥ ସାଜିଛି ପ୍ରତିବନ୍ଧକ, ପାର୍ବତୀଙ୍କ ପାଠପଢ଼ା ଅଧାରୁ ବନ୍ଦ

ବୈପାରିଗୁଡ଼ା,୧୬ା୯(ଡି.ଏନ୍‌.ଏ.): ଆଦିବାସୀ ଝିଅ ପାର୍ବତୀ ପୂଜାରୀ (୧୦)। ଘର ବୈପାରିଗୁଡ଼ା ବ୍ଲକ ମାଠପଡ଼ା ପଞ୍ଚାୟତର ବାଣୁଆଗୁଡ଼ା ଗ୍ରାମରେ । ଚଳିତ ବର୍ଷ ମାଠପଡ଼ା ପ୍ରାଥମିକ ବିଦ୍ୟାଳୟରେ...

ଫେରିବେ ୧୪୭୦: କ୍ୱାରାଣ୍ଟାଇନ୍‌ କଡ଼ାକଡ଼ି କରିବାକୁ ଦାବି

ବିଜେପୁର,୨୬ା୪(ଡି.ଏନ୍‌.ଏ.) : କରୋନା ପ୍ରତିହତ ପାଇଁ କରାଯାଇଥିବା ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଖୋଲିବାକୁ ଆଉ ମାତ୍ର ୭ ଦିନ ବାକି ରହିଛି। ଏହା ଖୋଲିବା ମାତ୍ରକେ...

ଲଗାଣ ବର୍ଷାରେ ଭାଙ୍ଗିଲା ଘର

ଛତ୍ରପୁର,୧୫ା୧୧(ଡି.ଏନ୍‌.ଏ.): ୨ଦିନ ଧରି ଲଗାଣ ବର୍ଷାରେ ଛତ୍ରପୁର ଏନ୍‌ଏସି ୯ନମ୍ବର ୱାଡ ନୂଆସାହିରେ ରହୁଥିବା କାଳୁ ଚରଣ ନାୟକଙ୍କ ଘର ସୋମବାର ଭୁଶୁଡ଼ି ପଡ଼ିଥିଲା। ହେଲେ...

ଅଗ୍ନିକାଣ୍ଡରେ ୭ ବଖରା ଭସ୍ମୀଭୂତ:୬ ଗୋରୁ ଆହତ

ବରୀ/ରତ୍ନଗିରି,୯ା୬(ସ୍ବ.ପ୍ର./ଡି.ଏନ.ଏ.): ବରୀ ବ୍ଲକ ଅଧୀନ ମନ୍ଦାରୀ ପଞ୍ଚାୟତର ମେଦୁଆକୁଳ ରାଜସ୍ବ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ୩ ପରିବାରର ୭...

ବିଜେଡି ଲହରରେ ବିରୋଧୀ ଧରାଶାୟୀ

ଢେଙ୍କାନାଳ ଅଫିସ୍‌, ୨।୩ ଢେଙ୍କାନାଳ ଜିଲାରେ ବିଜେଡି ସପକ୍ଷରେ ଯାଇଛି ପଞ୍ଚାୟତ ନିର୍ବାଚନ ଜନାଦେଶ। ଜିଲା ପରିଷଦ ନିର୍ବାଚନରେ ଧରାଶାୟୀ ହୋଇଯାଇଛନ୍ତି ପ୍ରମୁଖ ବିରୋଧୀ ଭାଜପା...

ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌: ଜଣେ ମୃତ, ୨ ଗୁରୁତର

ଫୁଲବାଣୀ ଅଫିସ,୪।୧୨: କନ୍ଧମାଳ ଜିଲା ଫୁଲବାଣୀ ଏଫ୍‌ସିଆଇ ଛକର ନିଶ୍ୱାସ କଲେଜ ନିକଟରେ ବୁଧବାର ଭାରସାମ୍ୟ ହରାଇ ଏକ କାର୍‌ (ଓଆର୍‌୦୫ଏଲ୍‌ ୯୧୯୧) ଗଛରେ ପିଟିହୋଇ...

ଜେଏମ୍‌ଏଫ୍‌ସି କୋର୍ଟ ଉଦ୍‌ଘାଟିତ

ଧର୍ମଗଡ଼,୨୬।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରାଠାରେ ସୋମବାର ଜେଏମ୍‌ଏଫ୍‌ସି କୋର୍ଟ ଉଦ୍‌ଘାଟିତ ହୋଇଯାଇଛି। ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏହି...

Advertisement
Archives

Model This Week