ଘରୋଇକରଣ ହେଲା ପରିମଳ ବ୍ୟବସ୍ଥା

ଭଞ୍ଜନଗର,୫।୧୧(ଡି.ଏନ.ଏ): ରାଜ୍ୟର ସମସ୍ତ ଏନ୍‌ଏସିର ପରିମଳ ବ୍ୟବସ୍ଥା ତଦାରଖ ପାଇଁ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି ା ହେଲେ ଭଞ୍ଜନଗର ଏନ୍‌ଏସରେ ସଫେଇ କର୍ମଚାରୀମାନଙ୍କ ବିରୋଧ ଯୋଗୁ ଘରୋଇକରଣ ହୋଇପାରି ନ ଥିଲା। ଇତିମଧ୍ୟରେ ଏଠାରେ ମଧ୍ୟ ପରିମଳ ବ୍ୟବସ୍ଥା ତଦାରଖ ପ୍ରକ୍ରିୟା ଘରୋଇକରଣ ହୋଇଛି। ଏଥିପାଇଁ ଘରୋଇ ସଂସ୍ଥା ବର୍ଷକୁ ୧ କୋଟି ୨୦ଲକ୍ଷ ଟଙ୍କା ନେବ। ଉକ୍ତ ସଂସ୍ଥା ୬୬ଜଣ ସଫେଇ କର୍ମଚାରୀଙ୍କୁ ଦରମା ବାବଦକୁ ଟଙ୍କା ପ୍ରଦାନ କରିବ। ଏଥିସହ ଗାଡ଼ି, ତେଲ, ବ୍ଲିଚିଙ୍ଗ୍‌ ପାଉଡ଼ର ସମେତ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ କରିବ। ସଫେଇ କର୍ମଚାରୀମାନେ ଆଉଟସୋର୍ସିଂ ମାଧ୍ୟମରେ କାମ କରିବେ। ନିୟମିତ ଥିବା ୯ଜଣ ସଫେଇ କର୍ମଚାରୀ ପୂର୍ବଭଳି ଏନ୍‌ଏସିରୁ ଦରମା ନେବେ। ସରକାର ଏନଏସି ଗୁଡ଼ିକରେ ଗ୍ରୁପ୍‌ ସି ଓ ଗ୍ରୁପ୍‌ ଡ଼ି କର୍ମଚାରୀ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ କରି ଦେଇଛନ୍ତି। ଏଥିସହ କର୍ମଚାରୀମାନଙ୍କ ବିଭିନ୍ନ ଦାବିକୁ ଏଡ଼ାଇବା ପାଇଁ ଆଉଟସୋର୍ସିଂ ମାଧ୍ୟମରେ ନିଯୁକ୍ତି ଦେଉଛନ୍ତି । ଶ୍ରମିକମାନଙ୍କ ପାରିଶ୍ରମିକ ବୃଦ୍ଧି ପାଇଲେ ସେହି ଅନୁପାତରେ ଚୁକ୍ତି ଅନୁସାରେ ଆଗାମୀ ଦିନରେ ଖର୍ଚ୍ଚ ବଢ଼ିବ । ସହରରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ଅଛି। କିନ୍ତୁ ସହରରୁ ଦୈନନ୍ଦିନ ବାହାରୁଥିବା ପ୍ଲାଷ୍ଟିକ୍‌ ବର୍ଜ୍ୟକୁ କମ୍ପାନୀ ଗୁଡ଼ିକୁ ପଠାଇବା ବ୍ୟବସ୍ଥା କରାଯାଇପାରୁନାହିଁ । ସେସବୁକୁ ଭଞ୍ଜନଗର-ଫୁଲବାଣୀ ମୁଖ୍ୟ ରାସ୍ତାର ଏକ ଘରୋଇ କଲେଜ ସମ୍ମୁଖରେ ପକାଇ ଦିଆଯାଉଛି । ଏଥିପାଇଁ ସାଧାରଣରେ ଅସନ୍ତୋଷ ବଢ଼ୁଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି। ଅପରପକ୍ଷେ ସ୍ବୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ଆଥର୍ର୍କ କ୍ଷେତ୍ରରେ ଉନ୍ନତ କରିବା ପାଇଁ ସରକାର ମୁଖ୍ୟମନ୍ତ୍ରୀ କର୍ମତପତ୍ର ଅଭିଯାନ (ମୁକ୍ତା) ଯୋଜନା କରିଛନ୍ତି। ଉକ୍ତ ଯୋଜନାରେ ବିନା ଟେଣ୍ଡରରେ ସ୍ବୟଂ ସହାୟିକା ଗୋଷ୍ଠୀକୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାମ ଦିଆଯିବ । ତା’ଠାରୁ ଅଧିକ ଟଙ୍କାର କାମ ହେଲେ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟଦେଶ ରହିବ। ୨୦୨୦ରୁ ମୁକ୍ତା ଯୋଜନା ଆସିବାପରଠୁ ଏନଏସିରେ ପ୍ରାୟ ୩କୋଟି ଟଙ୍କା ବ୍ୟୟରେ ଅନେକ ଉନ୍ନୟନ କାର୍ଯ୍ୟ କରାଯାଇଛି । ଏହି ଯୋଜନାରେ ସହରର ବିକାଶ କରିବା ପାଇଁ ବର୍ତ୍ତମାନ ଆଉ ଦେଢ଼ କୋଟି ଟଙ୍କା ରହିଛି । ମୁକ୍ତା ଯୋଜନା କାର୍ଯ୍ୟକାରୀ ହେବାପରଠୁ ଯେଉଁ ସ୍ବୟଂ ସହାୟିକା ଗୋଷ୍ଠୀ କାମ କରୁଛନ୍ତି, ସମ୍ପୃକ୍ତ ଗୋଷ୍ଠୀର ଆଥର୍ର୍କ ସ୍ଥିତିରେ ଉନ୍ନତି ଆସୁଛି । ସରକାରଙ୍କ ନିଷ୍ପତ୍ତି ଅନୁସାରେ ସହରର ପରିମଳ ବ୍ୟବସ୍ଥାକୁ ଘରୋଇକରଣ କରାଯାଇଛି ବୋଲି ଏନ୍‌ଏସି ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଗୁଡ୍‌ ଫ୍ରାଇଡେ: ବାଇବେଲ ପାଠକରି ସାମୂହିକ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ ): ଆଜି ଗୁଡ୍‌ ଫ୍ରାଇଡେ। ଏହାକୁ ଶ୍ରଦ୍ଧାଳୁମାନେ ରୀତିନୀତି ଅନୁସାରେ ପାଳନ କରିଛନ୍ତି। ଯିଶୁଖ୍ରୀଷ୍ଟଙ୍କୁ ଆଜିର ଦିନରେ କାଲବରୀ ନାମକ ଏକ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ...

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri