ବ୍ରହ୍ମପୁରରେ ପୁଣି ଚଳଚଞ୍ଚଳ ସମବାୟ ରାଜନୀତି

ବ୍ରହ୍ମପୁର ଅଫିସ,୩ା୧୧: ବିସିସି ବ୍ୟାଙ୍କ ସମେତ ଜିଲା ସମବାୟ ସଂଘ ଓ ବ୍ରହ୍ମପୁର ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ନିର୍ଦ୍ଦେଶକ ନିର୍ବାଚନ ଏବଂ ଫଳାଫଳ ଘୋଷଣା ପରେ ଏହି ୩ କେନ୍ଦ୍ରୀୟ ସମବାୟ ସଂସ୍ଥାରେ ସଭାପତି ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୧୮ ତାରିଖ ସୁଦ୍ଧା ନିର୍ବାଚନ ସରିବ ଏବଂ ନୂଆ ସଭାପତି ନିର୍ବାଚିତ ହେବାର କାର୍ଯ୍ୟକ୍ରମ ରହିଛି। ତେଣୁ ପୁଣି ସମବାୟ ରାଜନୀତି ଚଳଚଞ୍ଚଳ ହୋଇଛି। ବିଜେଡିର ଗଞ୍ଜାମ ଜିଲା ପର୍ଯ୍ୟବେକ୍ଷକ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ବୁଧବାର ବ୍ରହ୍ମପୁର ସର୍କିଟ ହାଉସ୍‌ରେ ବିଧାୟିକା ଓ ବିଧାୟକ ଏବଂ ଦଳ ସଭାପତି ଓ ଅନ୍ୟମାନଙ୍କ ସହ ଆଲୋଚନା କରିଛନ୍ତି।

ସୂଚନାଯୋଗ୍ୟ, ଗୁରୁତ୍ୱପୂର୍ଣ୍ଣ ବିସିସି ବ୍ୟାଙ୍କକୁ ନିର୍ବାଚିତ ହୋଇଥିବା ୧୫ ନିର୍ଦ୍ଦେଶକଙ୍କ ମଧ୍ୟରେ ୪ ମହିଳା ଅଛନ୍ତି। ସେଥିରୁ ରଙ୍ଗେଇଲୁଣ୍ଡା ବ୍ଲକର ବିଷ୍ଣୁପ୍ରିୟା ନାୟକ, ବ୍ରହ୍ମପୁର ଓ ପାଖ ବ୍ଲକକୁ ନେଇ ଗଠିତ ୬ନଂ. ଜୋନ୍‌ରୁ କୁନି କୁମାରୀ ଦାସ, ପାତ୍ରପୁର ବ୍ଲକର ୯ନଂ. ଜୋନ୍‌ର ଗୀତାଞ୍ଜଳି ପ୍ରଧାନ ଶାସକ ଦଳ ମନୋନୀତ ହୋଇଥିବା ବେଳେ ପୁରୁଷୋତ୍ତମପୁର ବ୍ଲକ ୩ନଂ. ଜୋନ୍‌ରୁ ନିର୍ବାଚିତ ସୁଷମା ବେହେରା ବିଦ୍ରୋହୀ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ପୁରୁଷ ୧୧ ଜଣ ନିର୍ଦ୍ଦେଶକଙ୍କ ମଧ୍ୟରୁ ବିଜେଡି ବିଦ୍ରୋହୀ, ସିପିଆଇ ଓ ଭାଜପା ସମର୍ଥିତ ଓ ନିର୍ଦ୍ଦଳୀୟମାନେ ଅଛନ୍ତି।

ଅପରପକ୍ଷରେ ବିସିସି ବ୍ୟାଙ୍କ ଏକ ବୃହତ୍ତର ସମବାୟ ଅନୁଷ୍ଠାନ ହୋଇଥିବାରୁ ଏହାର ସଭାପତି ହେବାକୁ ଅନେକଙ୍କ ନଜର ରହିଛି। ତେବେ ଶାସକ ଦଳର ଅଧିକ ବିଦ୍ରୋହୀ ଜିତିଥିବାରୁ ସମସ୍ୟା ଦେଖାଦେଇଛି। ତଥାପି ବିଦ୍ରୋହୀଙ୍କୁ ମନାଇ ଯେ କୌଣସି ପ୍ରକାରେ ସଭାପତି ପଦ କ୍ଷମତାସୀନ ଦଳ ହାତେଇବାର ପଦକ୍ଷେପ ନିଆଯାଇଛି। ଶାସକ ଦଳ ସମର୍ଥିକ ୩ ମହିଳାଙ୍କ ମଧ୍ୟରୁ ଜଣେ ସଭାପତି ହେବାର ମଧ୍ୟ ଚର୍ଚ୍ଚାକୁ ଆସିଛି। ଏହା ଯଦି ସମ୍ଭବ ହୁଏ ତେବେ ଶତାଧିକ ବର୍ଷର ଏହି ବ୍ୟାଙ୍କରେ ପ୍ରଥମ କରି ମହିଳା ସଭାପତି ହେବେ। ନିର୍ବାଚନ ହେବାକୁ ୧୦ ରୁ ଅଧିକ ଦିନ ଥିବାରୁ ଜିଲା ବିଜେଡି ଅଙ୍କକଷା ଆରମ୍ଭ କରି ଦେଇଥିବା ସୂଚନା ମିଳିଛି।

ସେହିପରି ଜିଲା ସମବାୟ ସଂଘ ୧୫ ନିର୍ଦ୍ଦେଶକଙ୍କ ମଧ୍ୟରୁ ୧୨ ଜଣ ଅପ୍ରତିଦ୍ୱନ୍ଦ୍ୱି ଥିଲେ। ୨ଟି ଜୋନ୍‌ ଖାଲି ପଡ଼ିଛି। ୯ନଂ ଏକମାତ୍ର ଜୋନରେ ଗତ ୨୩ ତାରିଖରେ ହୋଇଥିବା ନିର୍ବାଚନରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଜିତିଛନ୍ତି। ତେଣୁ ସମବାୟ ସଂଘରେ ଶାସକ ଦଳ ସମର୍ଥିତ ସଭାପତି ହେବାର ସୁନିଶ୍ଚିତ ହୋଇଛି। ମନ୍ତ୍ରୀ ଅମାତ ଏ ସମ୍ପର୍କରେ ଜିଲା ବିଜେଡି ସଭାପତିଙ୍କ ସହ ଆଲାଚନା କରିଥିବା ଜଣାପଡ଼ିଛି। ବ୍ରହ୍ମପୁର ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତିର ୧୫ ନିର୍ଦ୍ଦେଶକଙ୍କ ମଧ୍ୟରୁ ୧୨ ଜଣ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିଲେ। ଅବଶିଷ୍ଟ ୩ଟି ଜୋନ୍‌ ପାଇଁ ଗତ ୨୩ ତାରିଖରେ ହୋଇଥିବା ନିର୍ବାଚନରେ ଶାସକ ଦଳ ମନୋନୀତ ପ୍ରାର୍ଥୀମାନେ ଜିତିଛନ୍ତି। ତେଣୁ ଏହି ସଂସ୍ଥାରେ ମଧ୍ୟ ସଭାପତି ବିଜେଡି ଦଖଲକୁ ଯିବାର ସ୍ପଷ୍ଟ ହୋଇଛି। କାହାକୁ ଦଳ ଚୟନ କରିବ ସେନେଇ ଆଲୋଚନା ପରିସରକୁ ଆସିଛି। ଆସନ୍ତା ୧୦ ତାରିଖରେ ଏହି ଦୁଇଟି ଯାକ ସଂସ୍ଥାର ସଭାପତି ପଦ ପାଇଁ ନାମାଙ୍କନ ଦାଖଲ ହେବ। ଆବଶ୍ୟକସ୍ଥଳେ ୧୧ରେ ନିର୍ବାଚନ କରାଯିବ। ତେଣୁ ଉପରୋକ୍ତ ୩ ସମବାୟ ସଂସ୍ଥା ଉପରେ ବିଭିନ୍ନ ମହଲ ନଜର ପକାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri