Advertisement

ବିଲୁଆ ଆକ୍ରମଣରେ ୩୦ରୁ ଊର୍ଦ୍ଧ୍ୱ ଆହତ

ପୋଲସରା,୫ା୧୧(ଡି.ଏନ.ଏ.): ଗତ କିଛି ଦିନ ହେଲା ପୋଲସରା ବ୍ଲକରେ ବିଲୁଆଙ୍କ ଆତଙ୍କ ଦେଖିବାକୁ ମିଳିଛି। ଶୁକ୍ରବାର ବିଲୁଆ ଆକ୍ରମଣରେ ୩୦ରୁ ଊଦ୍ଧର୍‌ବ ଲୋକ ଆହତ ହୋଇଛନ୍ତି। ବ୍ଲକର ନିମିନା ଗ୍ରାମର ପଞ୍ଚୁ ଗୌଡ଼, ତନୁ ବେହେରା, ବଘାଡି ଗ୍ରାମର ବାସନ୍ତୀ ମହାପାତ୍ର, ଚନ୍ଦ୍ରମା ସାହୁ, ମାୟା ସାହୁ, ଗୋଠଳୀ ଗ୍ରାମର ଗୟାଚାନ୍ଦ ଗୌଡ଼, ରମେଶ ପରିଡ଼ା, ଡିମ୍ବିରିଆ ଗ୍ରାମର ଲକ୍ଷ୍ମୀ ସାହୁ, ବୁଢେଇଶୁଣୀରୁ ମାମି ପରିଡ଼ା ଓ ପଙ୍କଳବାଡି ଗ୍ରାମର ସନ୍ତୋଷୀ ସାହୁ ଭଳି ବିଭିନ୍ନ ଗ୍ରାମରୁ ୩୦ରୁ ଉଦ୍ଧର୍‌ବ ମହିଳା ଏବଂ ପୁରୁଷ ବିଲୁଆ ଆକ୍ରମଣରେ ରକ୍ତାକ୍ତ ହୋଇ ପୋଲସରା ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଭୋରରୁ ନିଜ ବିଲ ବାଡ଼ିକୁ ଯାଉଥିବା ବହୁ ମହିଳା ଓ ପୁରୁଷଙ୍କୁ ବିଲୁଆ କାମୁଡ଼ି ଦେଇଥିଲା। ଗତ ଏକ ମାସ ମଧ୍ୟରେ ପୋଲସରାରୁ ପାଖାପାଖି ଶହେରୁ ଊଦ୍ଧର୍‌ବ ବ୍ୟକ୍ତି ବିଲୁଆ ଆକ୍ରମଣର ଶୀକାର ହୋଇଥିବା ପୋଲସରା ମେଡିକାଲର ମୁଖ୍ୟ ଚିକିତ୍ସା ଅଧିକାରୀ ନାରାୟଣ ସ୍ବାଇଁ ଓ ଫାର୍ମାସିଷ୍ଟ ଜ୍ଞାନେଶ୍ୱର ରାଓ କହିଛନ୍ତି। ସେହିପରି ବୁଲା କୁକୁରଙ୍କ ମଧ୍ୟ ଦୌରାତ୍ମ୍ୟ ବୃଦ୍ଧି ପାଉଛି। ସ୍ଥାନୀୟ ବନ ବିଭାଗ ପକ୍ଷରୁ ସଚେତନତା ପୂର୍ବକ ହିଂସ୍ର ପାଲଟିଥିବା ବିଲୁଆ ଓ ପାଗଳା କୁକୁର ଧରି ଉଚିତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲେ ମାହାଙ୍ଗା ଥାନା ଅଧିକାରୀ

ନିଶ୍ଚିନ୍ତକୋଇଲି,୧୬ା୫(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା ଅଧିକାରୀ ନୀହାର ରଞ୍ଜନ ମହାନ୍ତିଙ୍କୁ ରବିବାର ଗ୍ରାମାଞ୍ଚଳ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ବଦଳି କରିଦିଆଯାଇଛି। ସେ ଦୀର୍ଘଦିନ ହେବ ନେମାଳ...

ସ୍ବାଧୀନତା ଦିବସରେ ଅଘଟଣ: ଜାତୀୟ ପତାକା ଉତ୍ତୋଳନ ବେଳେ ଗ୍ରାମରକ୍ଷୀଙ୍କ ଜୀବନ ଗଲା

ଖୋର୍ଦ୍ଧା ଅଫିସ,୧୫ା୮: ସମଗ୍ର ରାଜ୍ୟରେ ୭୫ତମ ସ୍ବାଧୀନତା ଦିବସ ପାଳନ କରାଯାଉଥିବା ବେଳେ ଖୋର୍ଦ୍ଧାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଙ୍କିଆ ଥାନା ସିକୋ ଫାଣ୍ଡିରେ...

ସମ୍ଭାବ୍ୟ ବାତ୍ୟା ନେଇ ସତର୍କତା

କେନ୍ଦ୍ରାପଡ଼ା ଅଫିସ,୧୦ା୫:କେନ୍ଦ୍ରାପଡ଼ା ଜିଲାରେ ସୋମବାର ଅପରାହ୍ନରୁ ଆକାଶ ମେଘାଚ୍ଛନ୍ନ ରହିଛି। ସାମୁଦ୍ରିକ ଝଡ଼କୁ ନେଇ ବିପଦ ନ ଥିବା ପ୍ରକାଶ ସତ୍ତ୍ୱେ କେନ୍ଦ୍ରାପଡ଼ା ତଟାଞ୍ଚଳବାସୀଙ୍କୁ ଜିଲା...

ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ: ପରେଡ୍‌ରେ ଅଂଶଗ୍ରହଣ କରିବେ ୫୦ ଦଳ

ଅନୁଗୋଳ ଅଫିସ, ୧୭।୭- ଅନୁଗୋଳ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ମଙ୍ଗଳବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଜିଲାପାଳ ମନୋଜ କୁମାର...

ବଢୁଛି ଚୋରା କାଠ ଚାଲାଣ, ବିଭାଗ ନୀରବ

ବଇଣ୍ଡା,୪।୮(ଡି.ଏନ.ଏ.)-ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅଧୀନସ୍ଥ ଧଣ୍ଡାତୋପା ରେଞ୍ଜ କନ୍ତପଡ଼ା ଗ୍ରାମ ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ଅବାଧ କାଠ ଚାଲଣ ହେଉଥିବା ଅଭିଯୋଗ ହୋଇଛି।...

କିରୋସିନ ଆବଣ୍ଟନରେ ଠକାମୀ: ପ୍ରତିବାଦରେ କଣ୍ଟାପଡ଼ା ବ୍ଲକ ସମ୍ମୁଖରେ ଧାରଣା

କଣ୍ଟାପଡ଼ା, ୨।୬(ଡି.ଏନ୍‌.ଏ.): କରୋନା ମହାମାରୀ ଓ ଲକ୍‌ଡାଉନ ଯୋଗୁ ଗରିବ ତଥା ଦିନମଜୁରିଆ ଦୁଃଖକଷ୍ଟରେ ଜୀବନ ବିତାଉଛନ୍ତି। ତେବେ ରାସନ କାର୍ଡଧାରୀଙ୍କ ପାଇଁ ସରକାର କମ୍‌...

ଭ୍ରୂଣହତ୍ୟା ତଦନ୍ତରେ ଫସିଲେ ନକଲି ଡାକ୍ତର: ଡାକ୍ତରୀ ପାଠ ନ ପଢ଼ି…

ନୟାଗଡ଼ ଅଫିସ,୫।୯: ନୟାଗଡ଼ ଜିଲାରେ ଭ୍ରୂଣହତ୍ୟା ଘଟଣା ୨ୟ ଥର ସାମ୍‌ନାକୁ ଆସିବା ପରେ ପ୍ରଶାସନର ନିଦ ହଜିଯାଇଛି । ଏହି ଘଟଣାରେ ପ୍ରଶାସନର ପ୍ରାଥମିକ...

୨ ଦିନ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ ଅଫିସ,୧୩।୧୧: ଶ୍ରୀମନ୍ଦିର ୨ ଦିନ ବନ୍ଦ ରହିବ । ଆସନ୍ତା ରବିବାର ଏବଂ ସୋମବାର ଶ୍ରୀମନ୍ଦିର ବନ୍ଦ ରହିବା ନେଇ ପୁରୀ ଉପଜିଲାପାଳ ସୂଚନା...

Advertisement
Archives

Model This Week