ଗଞ୍ଜାମ

ପଞ୍ଜୀକୃତ ସବୁ ଚାଷୀଙ୍କ ଧାନ କିଣାଯାଉ

ଛତ୍ରପୁର,୭।୧୨(ଡି.ଏନ୍‌.ଏ): ଗଞ୍ଜାମ ଜିଲାରେ ସମସ୍ତ ପଞ୍ଜୀକୃତ ଚାଷୀ ଓ ଭାଗଚାଷୀଙ୍କଠାରୁ ଧାନ କିଣିବା ଲାଗି ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଦାବି ହୋଇଛି ା ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକଙ୍କ ଅନୁରୋଧ କ୍ରମେ ଧାନକିଣା କିଭଳି ଶୃଙ୍ଖଳିତ ହୋଇପାରିବ ସେନେଇ ଋଷିକୁଲ୍ୟା…

ବେଆଇନ କୋଠା ମାଲିକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର ଅଫିସ,୭।୧୨:ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି)ର ବିନା ପ୍ଲାନ ଆପ୍ରୁଭାଲରେ ସହର ମଧ୍ୟରେ ଶତାଧିକ କୋଠା ଗଢିଉଠିଛି। ଏଥିମଧ୍ୟରେ ସପିଂ ମଲ, ଆପାର୍ଟମେଣ୍ଟ୍‌, ହୋଟେଲ ଭଳି ବଡ଼ ବଡ଼ କୋଠା ରହିଛି। ଅନେକସ୍ଥାନରେ ପାର୍କିଂ ସ୍ଥଳ ନ ଥିବା ଦେଖିବାକୁ ମିଳିଛି।…

୫୧ ଗୃହରକ୍ଷୀଙ୍କୁ ପୁରସ୍କୃତ କଲେ ଏସ୍‌ପି

ଛତ୍ରପୁର, ୬।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ପୋଲିସ ପଡ଼ିଆରେ ଗୃହରକ୍ଷୀ ବାହିନୀର ୬୦ତମ ପ୍ରତିଷ୍ଠା ଦିବସ ଜିଲା ଗୃହବାହିନୀ ସଂସ୍ଥା ପକ୍ଷରୁ ପାଳିତ ହୋଇଯାଇଛି। ଏଥିରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାଏ ମୁଖ୍ୟ ଅତିଥିଭାବେ ଯୋଗଦେଇ ଅନୁଷ୍ଠିତ ପରେଡରେ ଅଭିବାଦନ…

ଉଷା ଆପ୍‌ରେ ବସ୍ତି ବାସିନ୍ଦାଙ୍କ ତଥ୍ୟ ସଂଗ୍ରହ

ବ୍ରହ୍ମପୁର ଅଫିସ,୬ା୧୨: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ଅଧୀନରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ଜାଗା ମିଶନ ଯୋଜନାରେ ପଟ୍ଟା ପ୍ରଦାନ କରାଯିବ। ଏ ନେଇ ବିଏମସି ପକ୍ଷରୁ ଗତ ୧୦ତାରିଖରେ ଡ୍ରୋନ ସର୍ଭେ ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା ଡ୍ରୋନ ମାଧ୍ୟମରେ…

କାର୍ଯ୍ୟରେ ଅବହେଳା, ୭ ବ୍ଲକ କର୍ମଚାରୀଙ୍କ ଦରମା ବନ୍ଦ

ଭଞ୍ଜନଗର, ୬ା୧୨(ଡି.ଏନ୍‌.ଏ): ଭଞ୍ଜନଗର ବ୍ଲକରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସୋମବାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ଜଳସମ୍ପଦ ବିଭାଗ ଡାକ ବଙ୍ଗଳାଠାରେ ସମୀକ୍ଷା କରିଛନ୍ତି। ଏହି ସମୟରେ ବିଡିଓ ଶଶିଭୂଷଣ ମହାପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ୟାମଘନ…

ପଞ୍ଚାୟତ ଫାଟକରେ ତାଲା ପକାଇଲେ ମହିଳା ଗୋଷ୍ଠୀ

ବେଗୁନିଆପଡ଼ା,୫।୧୨(ଡି.ଏନ.ଏ): ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି। ଏଥିପାଇଁ ମିଶନ ଶକ୍ତି ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ବିଭିନ୍ନ ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ମଧ୍ୟ…

ଜାନୁୟାରୀ ୧ରୁ ନବନିର୍ମିତ କୋଠାରେ ଶୁଖୁଆ ହାଟ

ଛତ୍ରପୁର,୫ା୧୨(ଡି.ଏନ୍‌.ଏ.): ହୁମ୍ମାସ୍ଥିତ ନବନିର୍ମିତ ଅତ୍ୟାଧୁନିକ କୋଠାରେ ଜାନୁୟାରୀ ପହିଲାରୁ ଶୁଖୁଆ ହାଟ ଆରମ୍ଭ ହେବ। ଏହାଦ୍ୱାରା ପୂର୍ବରୁ ରାଜପଥ ପାର୍ଶ୍ୱରେ ଖୋଲାରେ, ଅସ୍ବଚ୍ଛ ପରିବେଶରେ ବର୍ଷସାରା ଶୁଖୁଆ ବିକ୍ରି କରୁଥିବା ବେପାରୀ ଓ ମହିଳା ଗୋଷ୍ଠୀ ଉପକୃତ ହୋଇପାରିବେ। ଅନ୍ୟପକ୍ଷେ ଗଞ୍ଜାମ…

ସୋରଡ଼ାରେ କାର୍ଯ୍ୟଭାର ଗ୍ରହଣ କଲେ ନୂଆ ବିଡିଓ

ସୋରଡ଼ା,୫ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ କାର୍ଯ୍ୟାଳୟରେ ସୋମବାର ଭାରତୀୟ ପ୍ରଶାସନିକ ସେବାର ଓଡ଼ିଶା କ୍ୟାଡର ୨୦୨୧ ବ୍ୟାଚ୍‌ର ମହିଳା ଆଇଏଏସ୍‌ ତଥା ଶିକ୍ଷାନବୀଶ ଦିନାହ ଦସ୍ତାଗିର ବିଡିଓ ଦାୟିତ୍ୱ ଗ୍ରହଣ କରିଛନ୍ତି। ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶ ୨୩୫୯/୦୩.୧୨.୨୦୨୨ ପ୍ରକାରେ ବିଡିଓ…

ଦାବି ପୂରଣ ନ ହେଲେ ଗଣଧାରଣା ଜାରି ରହିବ

ବେଗୁନିଆପଡ଼ା,୫ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ରାଜ୍ୟ ଆଶାକର୍ମୀ ସଂଘ ପକ୍ଷରୁ ସୋମବାର ବିକ୍ଷୋଭ ଓ ଗଣଧାରଣା ଦିଆଯାଇଛି। ଭାରତୀୟ ମଜଦୂର ସଂଘ ଡାକରାରେ ୭ ଦଫା ଦାବି ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ନେଇ ବ୍ଲକ ଆଶାକର୍ମୀ ସଂଘ…

ଅଦାଲତ କୋଠା, ଚିହ୍ନଟ ଜାଗା ଦେଖିଲେ ହାଇକୋର୍ଟ ବିଚାରପତି

ଶେରଗଡ଼/ହିଞ୍ଜିଳିକାଟୁ/ଆସିକା/ କବିସୂର୍ଯ୍ୟନଗର ୫ା୧୨(ଡି.ଏନ୍‌.ଏ.):ଶେରଗଡ଼ଠାରେ ଜେଏମ୍‌ଏଫ୍‌ସି କୋର୍ଟ ଅଛି। ଏହା ବର୍ତ୍ତମାନ ବ୍ଲକର ଏକ କୋଠାରେ ଚାଲିଛି। କୋର୍ଟର ସ୍ଥାୟୀ କୋଠା ନୂତନ ଭାବେ କାମ ସରିଛି। ଏହା ଶୋଭାଚନ୍ଦ୍ରପୁର ମୌଜା ପାକିଡ଼ି ପାହାଡ଼ ପାଦଦେଶରେ ନୂତନ ଭାବେ ନିର୍ମାଣ କରାଯାଇଛି। ଉକ୍ତ…

ବଢ଼ୁଛି ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ: ବଟି ନ ଦେବାରୁ ବ୍ୟବସାୟୀଙ୍କୁ ଆକ୍ରମଣ

ବ୍ରହ୍ମପୁର ଅଫିସ,୪ା୧୨: ବ୍ରହ୍ମପୁର ସହରରେ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଗତ ୨ତାରିଖ ରାତିରେ ଗୋଷାଣିନୂଆଗାଁ ଥାନା ଅଧୀନ ବଡସାହିରେ ଏକ ଭେରାଇଟି ଷ୍ଟୋର ମାଲିକ ରାମ ଶାହାଙ୍କୁ କେତେଜଣ ଅସାମାଜିକ ବ୍ୟକ୍ତି ଦୋକାନ ବନ୍ଦ କରିବାକୁ ଧମକ ଦେଇଥିଲେ।…

ଆଶାକର୍ମୀଙ୍କ ପ୍ରତିବାଦ

ସୋରଡ଼ା,୪ା୧୨(ଡି.ଏନ୍‌.ଏ.): ରାଜ୍ୟ ଆଶାକର୍ମୀ ସଂଘ ନିଷ୍ପତ୍ତି କ୍ରମେ ୭ ଦଫା ଦାବି ପୂରଣ ପାଇଁ ସ୍ଥାନୀୟ ଶାଖା ତରଫରୁ ବଡ଼କାଳୀ ମନ୍ଦିରଠାରୁ ମଧ୍ୟାହ୍ନରେ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରି ଆଡ଼ପମଣ୍ଡପ,ବଡ଼ଦାଣ୍ଡ,ରଥପଦା,ଗଣିଛକ ଦେଇ ମେଡିକାଲରେ ପହଞ୍ଚି ଥିଲା। ସେଠାରେ ଆଶାକର୍ମୀମାନେ ଧାରଣାରେ ବସିଥିଲେ।

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?