ପଞ୍ଜୀକୃତ ସବୁ ଚାଷୀଙ୍କ ଧାନ କିଣାଯାଉ

ଛତ୍ରପୁର,୭।୧୨(ଡି.ଏନ୍‌.ଏ): ଗଞ୍ଜାମ ଜିଲାରେ ସମସ୍ତ ପଞ୍ଜୀକୃତ ଚାଷୀ ଓ ଭାଗଚାଷୀଙ୍କଠାରୁ ଧାନ କିଣିବା ଲାଗି ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଦାବି ହୋଇଛି ା ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକଙ୍କ ଅନୁରୋଧ କ୍ରମେ ଧାନକିଣା କିଭଳି ଶୃଙ୍ଖଳିତ ହୋଇପାରିବ ସେନେଇ ଋଷିକୁଲ୍ୟା ରୟତ ମହାସଭା ଓ ଚାଷୀଙ୍କ ସହ ମଙ୍ଗଳବାର ଛତ୍ରପୁରସ୍ଥିତ ଯୋଗାଣ କାର୍ଯ୍ୟାଳୟରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା ା ଏହି ବୈଠକରେ ଯୋଗାଣ, ସମବାୟ ଓ ମିଶନ ଶକ୍ତିର ଅଧିକାରୀମାନେ ଉପସ୍ଥିତ ଥିଲେ ା ଚଳିତ ମାସ ୧୦ ତାରିଖରୁ ଧାନ କିଣା କେନ୍ଦ୍ର ଖୋଲିବା, ଚାଷୀଙ୍କ ସୁବିଧା ଅନୁସାରେ ପ୍ରତି ଗ୍ରାମରେ ଧାନ କିଣା କେନ୍ଦ୍ର ଖୋଲି ଧାନ କିଣିବା, ଟୋକନ୍‌ ଅବଧି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିବା, ପ୍ରଥମେ ଭାଗଚାଷୀ ଓ ଛୋଟ ଚାଷୀଙ୍କଠାରୁ ଧାନ କିଣିବା, ସ୍କ୍ବାର୍ଡ ଗଠନ, ଅଖା ଓ ଗାଡି ଭଡା ଚାଷୀଙ୍କୁ ପ୍ରଦାନ, ଧାନକିଣା ସମସ୍ୟା ଦୂୂର ପାଇଁ ଟୋଲଫ୍ରି ନମ୍ବର ଜାରି କରିବା, ଚାଷୀ ସଙ୍ଗଠନକୁ ସାମିଲ କରି ଧାନ କିଣାରେ ସ୍ବଚ୍ଛତା ଆଣିବା ନେଇ ପ୍ରସ୍ତାବ ଦିଆଯାଇଥିଲା। ଏହା ଉପରେ ପଦକ୍ଷେପ ନିଆଯିବ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମାଞ୍ଚଳରେ ଶାନ୍ତି ବଜାୟ ପାଇଁ ଏସ୍‌ପିଙ୍କୁ ଫେରାଦ

ବ୍ରହ୍ମପୁର ଅଫିସ,୨୦ା୮-ସହରତଳି ଅଞ୍ଚଳକୁ ଅଭିଯୁକ୍ତମାନେ ଏବେ ତାଙ୍କର ଆଡ୍ଡାସ୍ଥଳୀଭାବେ ବାଛିଛନ୍ତି। ବିଭିନ୍ନ ଗ୍ରାମାଞ୍ଚଳରେ ଚୋରି, ଲୁଟ ଭଳି ଘଟଣା ଘଟାଉଛନ୍ତି। ପୋଲିସକୁ ଏ ଦିଗରେ କେତେକ...

ଦୁଇ ଦିନରେ ୧୨ହଜାର ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ,୬ା୭-ଯୁକ୍ତ ଦୁଇ ଶ୍ରେଣୀରେ ନାମଲେଖା ବୁଧବାରଠାରୁ ଆରମ୍ଭ ହୋଇଯାଇଛି । ଗୁରୁବାର ରଥଯାତ୍ରା ଯୋଗୁ ସରକାରୀ କଲେଜଗୁଡ଼ିକ ଛୁଟି ଥିଲା। ଏଣୁ ନାମଲେଖା ବନ୍ଦ...

ବ୍ରହ୍ମପୁର ସହରରେ କରୋନା ଭୟ: ଫାଷ୍ଟ ଗେଟ ସିଲ୍‌

ବ୍ରହ୍ମପୁର ଅଫିସି,୧୩।୭: ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବ୍ରହ୍ମପୁର ସହର ଜିଲାର ଏକ ମାତ୍ର ପ୍ରମୁଖ ସହର ତଥା ବ୍ୟବସାୟିକ ପେଣ୍ଠସ୍ଥଳୀ।...

୫୦ ବର୍ଷର ସ୍ବପ୍ନକୁ ପ୍ରତାରଣା

ନୟାଗଡ଼ ଅଫିସ,୨୬।୨: ନୟାଗଡ ଜିଲାର ଜୀବନରେଖା କୁହାଯାଉଥିବା ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକାରୀ ଦାବିରେ ଦଶପଲ୍ଲାର ମହାବୀର ମନ୍ଦିରରୁ ଆରମ୍ଭ ହୋଇଥିବା ପଦଯାତ୍ରା ନୟାଗଡରେ ଗୁରୁବାର...

ହେଲ୍‌ମେଟ ନ ପିନ୍ଧିଲେ ଘରକୁ ଯିବ ଚାଲାଣ

ଅନୁଗୋଳ ଅଫିସ, ୨୮।୫ ରାସ୍ତା ଦୁର୍ଘଟଣାକୁ କିପରି ନିୟନ୍ତ୍ରଣ କରାଯାଇପାରିବ ଓ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ସହ ଆହତମାନଙ୍କୁ ତୁରନ୍ତ ଚିକିତ୍ସାସେବା ଯୋଗାଇ ଦିଆଯିବ...

ସଫା ଆଳରେ ସୁନାଗହଣା ଲୁଟ୍‌

ଧାମନଗର,୨୨।୧(ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ପଳିକିରି ମେଳଣଡିହି ଗ୍ରାମର ଆରତି ଦାସ ନାମ୍ନୀ ଜଣେ ମହିଳାଙ୍କଠାରୁ ସଫା ଆଳରେ ସୁନାଗହଣା ଲୁଟ୍‌ ହୋଇଥିବା ଧାମନଗର...

୩୪ବର୍ଷ ପରେ ଖୋଲିଲା ଜବତ ବାକ୍ସ

ଲୋଇସିଂହା, ୭।୧୦(ଡି.ଏନ.ଏ.):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ପ୍ରାଥମିକ କୃଷି ସମବାୟ ସମିତି ଗୋଦାମ ଘରେ ବନ୍ଧା ପଡିଥିବା ସ୍ବାଧୀନତା ସଂଗ୍ରାମୀ ତଥା ସ୍ବାଧୀନତା ପରବର୍ତ୍ତୀ...

ଦେବଗଡ଼ରେ ଭିନ୍ନକ୍ଷମ ଦିବସ ପାଳିତ

ଦେବଗଡ଼,୪ା୧୨(ଡି.ଏନ୍‌.ଏ.)-ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଭିନ୍ନକ୍ଷମମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି ା ଜିଲାପାଳ...

Advertisement
Archives

Model This Week