ପଞ୍ଚାୟତ ଫାଟକରେ ତାଲା ପକାଇଲେ ମହିଳା ଗୋଷ୍ଠୀ

ବେଗୁନିଆପଡ଼ା,୫।୧୨(ଡି.ଏନ.ଏ): ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି। ଏଥିପାଇଁ ମିଶନ ଶକ୍ତି ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି।
ବିଭିନ୍ନ ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ମଧ୍ୟ କରାଯାଉଛି। ତେବେ ମିଶନ ଶକ୍ତି ଗୃହ ନିର୍ମାଣ ହେଉ ନ ଥିବାରୁ ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଳକ୍‌ରେ ତାତିଛନ୍ତି ମହିଳା ଗୋଷ୍ଠୀ। ମିଶନ ଶକ୍ତି ଗୃହ ନ ଥିବାରୁ ବେଗୁନିଆପଡ଼ା ବ୍ଳକ ଅଗାଁର ଗାଁ ପଞ୍ଚାୟତରେ ମହିଳା ସଦସ୍ୟାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦୀର୍ଘ ଦିନ ହେଲାଣି ଅଙ୍ଗାରଗାଁ ପଞ୍ଚାୟତରେ ମିଶନ ଶକ୍ତିର ନିଜସ୍ବ ଗୃହ ନାହିଁ। ଫଳରେ ସୟଂ ସହାୟିକା ଗୋଷ୍ଠୀର ମହିଳାମାନେ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ଅସୁବିଧା ହେଉଥିବା କହିଛନ୍ତି। ସୋମବାର ମହିଳା ସଂଘର କିଛି ସଦସ୍ୟା ମିଶନ ଶକ୍ତି ଗୃହ ନିର୍ମାଣ ଦାବି କରି ପଞ୍ଚାୟତ କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି। ପରେ ବ୍ଲକ ଅଧିକାରୀ ପହଞ୍ଚି ବୁଝାସୁଝା କରିବା ପରେ ଗେଟ୍‌ ଖୋଲା ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁଣ୍ଡରୁ ବାନ୍ତି ଲାଗୁଛି କହି ପ୍ରେମିକ ସହ ଫେରାର ହେଲେ ନୂଆବୋହୁ

ବ୍ରଜରାଜନଗର,୨୮।୨(ଡି.ଏନ୍‌.ଏ.): ବିବାହ ପରେ ଘରକୁ ଫେରୁଥିଲେ ବରକନ୍ୟା। ରାସ୍ତାରେ ବାନ୍ତି ଲାଗୁଛି କହି କାରରୁ ଓହ୍ଲାଇ ପ୍ରେମିକ ସହ ଫେରାର ହେଲେ ନୂଆବୋହୁ । ଏଭଳି...

‘ଘଟଣା ବେଳେ ଡିଏଫ୍‌ଓଙ୍କ କ୍ୱାର୍ଟର୍ସରେ ଥିଲେ ଜିଲାପାଳ’

ପାରଳାଖେମୁଣ୍ଡି, ୧୮ା୮ (ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ର ଜେରା ଜାରି ରହିଛି। ମଙ୍ଗଳବାର ଦୁଇଟି ପର୍ଯ୍ୟାୟରେ...

ପଦ୍ମପୁରରେ ଚୋରା ମଦ ବେପାରୀ ଗିରଫ

ପଦ୍ମପୁର,୨୩।୭(ଡି.ଏନ.ଏ.): ବାସୁଦେବପୁର ବ୍ଲକ ଅଧିନ ପଦ୍ମପୁର ବଜାର ନିକଟରୁ ଜଣେ ଚୋରା ମଦ ବେପାରୀଙ୍କୁ ଗୁରୁବାର ଅବକାରୀ ବିଭାଗ ଗିରଫ କରିଛି। ଗିରଫ ବେପାରୀ ହେଲେ...

ବିଭିନ୍ନ ସ୍ଥାନରେ ଚଢ଼ାଉ: ୧୪ ଗାଡି ଜବତ, ୩୧ ହଜାର ଜରିମାନା ଆଦାୟ

ଭଣ୍ଡାରିପୋଖରୀ,୮।୪(ଡି.ଏନ୍‌.ଏ): କରୋନା (କୋଭିଡ-୧୯)ର ମୁକାବିଲା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ୍‌ ଠାରୁ ଆରମ୍ଭକରି ସଟ୍‌ଡାଉନ୍‌ ଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି।...

ଶିକ୍ଷାନୁଷ୍ଠାନର ୨ଶହ ମିଟର ଭିତରେ ଗୁଟ୍‌ଖା, ସିଗାରେଟ ବିକିଲେ ହେବ କାର୍ଯ୍ୟାନୁଷ୍ଠାନ

ଜୁନାଗଡ଼,୨୨।୧: କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନର ୨ଶହ ମିଟର ପରିସରରେ ଖୋଲା ହୋଇଥିବା ଦୋକାନରେ ଶୁକ୍ରବାର ଚଢାଉ କରାଯାଇଥିଲା। ଚଢାଉ ବେଳେ ଅଧିକାରୀମାନେ...

ମୁହଁ ଖୋଲିଲେ ଶ୍ରୀମନ୍ଦିର ଚୁଲା ଭାଙ୍ଗିଥିବା ସନ୍ଦିଗ୍ଧଙ୍କ ମା’

ଖୋର୍ଦ୍ଧା ଅଫିସ,୬ା୪: ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳର ଜଗନ ମହାପାତ୍ର ପୁରୀ ବୁଲିବାକୁ ଯାଇଥିଲେ। ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପଶିଥିଲେ। ଶ୍ରୀମନ୍ଦିରରେ ବୁଲୁଥିବା ବେଳେ...

ଦେଢ଼ଲକ୍ଷ ଟଙ୍କା, ସାଢ଼େ ୩ ଭରି ଗହଣା ନେଇଗଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୯ା୩: ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ଅଧୀନ ହିଲପାଟଣା ଗୋପବନ୍ଧୁନଗରରେ ଏକ ତାଲାବନ୍ଦ ଘରେ ଚୋର କଳାକନା ବୁଲାଇଛନ୍ତି। ଘର ମାଲିକ କୋରାମଣି ପାଣିଗ୍ରାହୀଙ୍କ...

ଦକ୍ଷେଶ୍ୱର ମନ୍ଦିରରୁ ଚୋରି

ଖୋର୍ଦ୍ଧା ଅଫିସ୍‌/ ବାଣପୁର, ୨୩ା୧୨ (ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବାଣପୁରର ଐତିହାସିକ ଶୈବପୀଠ ଶ୍ରୀଦକ୍ଷେଶ୍ୱର ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ୨୨ଟି ଅଷ୍ଟଧାତୁ ମୂର୍ତ୍ତି ଚୋରି...

Advertisement
Archives

Model This Week