ଗଞ୍ଜାମ

‘ଆମେ ନେବୁନି କି କାହାକୁ ନେବାକୁ ଦେବୁନି’

ଛତ୍ରପୁର,୫।୫(ଡି.ଏନ୍‌.ଏ. )- ଗଞ୍ଜାମ ଜ଼ିଲା ଛତ୍ରପୁର ଏନ୍‌ଏସି ଅଧ୍ୟକ୍ଷା, ଉପାଧ୍ୟକ୍ଷା ଓ କାଉନସିଲରମାନଙ୍କୁ ଗୁରୁବାର ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ବିକାଶର ମନ୍ତ୍ର ଦେଇଛନ୍ତି। ‘ଆମେ ନେବୁନି କାହାକୁ ନେବାକୁ ଦେବୁନି’ ଏହି ନୀତିରେ ଚାଲିବାକୁ ଜ଼ିଲାପାଳ ଉପସ୍ଥିତ କାଉନସିଲରମାନଙ୍କୁ ପରାମର୍ଶ…

ଘଟକେଶ୍ୱର ସେଚ ପ୍ରକଳ୍ପର ବଢ଼ୁଛି ବ୍ୟୟ

ବ୍ରହ୍ମପୁର ଅଫିସ,୫।୫: ଗଞ୍ଜାମ ଜିଲାର ଘଟକେଶ୍ୱର ବହୁମୁଖୀ ଜଳସେଚନ ପ୍ରକଳ୍ପ ନିର୍ମାଣ ବିଳମ୍ବରୁ ବଢ଼ୁଛି ବ୍ୟୟ ଅଟକଳ। ଏହି ଯୋଜନା ବ୍ରହ୍ମପୁର ସବ୍‌ଡିଭିଜନ ଅନ୍ତର୍ଗତ ଆଦିବାସୀ ବହୁଳ କଙ୍କିଆ-ଟାମଣା ନିକଟ ପ୍ରସିଦ୍ଧ ଶୈବପୀଠ ଘଟକେଶ୍ୱର ପାର୍ଶ୍ୱରେ ହେଉଛି। ପ୍ରକଳ୍ପ ପାଇଁ ୧୯୮୭ରେ ତତ୍କାଳୀନ…

ବ୍ରହ୍ମପୁର ବଜାରରେ ଆଳୁ ଦର ଆକାଶଛୁଆଁ

ବ୍ରହ୍ମପୁର ଅଫିସ,୫।୫: ଗରିବଠାରୁ ଧନୀ ପ୍ରତ୍ୟେକ ଶ୍ରେଣୀର ପ୍ରତି ବୟସର ଲୋକଙ୍କ ଖାଦ୍ୟରେ ନିୟମିତ ବ୍ୟବହୃତ ହେଉଥିବା ପରିବା ହେଉଛି ଆଳୁ। କିନ୍ତୁ ବ୍ରହ୍ମପୁର ବଜାରରେ ବର୍ତ୍ତମାନ ଆଳୁର ଚଢ଼ା ଦର ଶୁଣି ଗ୍ରାହକଙ୍କୁ ଝଟକା ଲାଗୁଛି। କିଛି ଜାଗାରେ ପାଇକାରୀ…

ଦିଗପହଣ୍ଡିରେ ଖାଦ୍ୟ ସୁରକ୍ଷା ଯୋଜନା ପ୍ରହସନ

ଦିଗପହଣ୍ଡି, ୫।୫(ଡି.ଏନ.ଏ.): ଦିଗପହଣ୍ଡି ବ୍ଲକ ଅଧୀନ ଅନେକ ଗ୍ରାମାଞ୍ଚଳରେ ରାଶନ କାର୍ଡ ପାଇବା ପାଇଁ ଅନେକ ଯୋଗ୍ୟ ହିତାଧିକାରୀ ଅପେକ୍ଷା କରି ରହିଛନ୍ତି। ହେଲେ ସେମାନଙ୍କୁ ରାଶନ କାର୍ଡ ମିଳୁନାହିଁ। ଖାଦ୍ୟ ସୁରକ୍ଷା ଯୋଜନା ପ୍ରହସନ ପାଲଟିଛି। ବହୁ ଯୋଗ୍ୟ ହିତାଧିକାରୀଙ୍କ…

ଝାଡ଼ାବାନ୍ତିରେ ୨ ମୃୃତ, ୭ ଗୁରୁତର

ହିଞ୍ଜିଳିକାଟୁ,୪ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଖାସପା ଗ୍ରାମରେ ଗତ ୪ ଦିନ ଧରି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗ୍ରାମର ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତିମାନେ ହେଲେ…

ଗଞ୍ଜାମରେ ଆରମ୍ଭ ହେଲା ଐତିହାସିକ ପବିତ୍ର ଚନ୍ଦନଯାତ୍ରା

ଗଞ୍ଜାମ,୪।୫(ଡି.ଏନ୍‌.ଏ.): ଗଞ୍ଜାମରେ ପବିତ୍ର ଚନ୍ଦନଯାତ୍ରା ଆରମ୍ଭ ହୋଇଛି। ଅକ୍ଷୟ ତୃତୀୟା ଅବସରରେ ଶ୍ରୀମଦନ ମୋହନ ଗୋପାଳ ସ୍ବାମୀଙ୍କ ମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୁଜାର୍ଚ୍ଚନା କରାଯିବା ପରେ ସନ୍ଧ୍ୟାରେ ଠାକୁର ଶୋଭାଯାତ୍ରାରେ ବାହାରିଥିଲେ। ସାମନ୍ତରା ସାହି, ଦୁର୍ଗାଦେବୀ ସାହି, ଚୌଧୁରୀ ପଣ୍ଡା…

ବିଦ୍ୟୁତ୍‌ ନେଲା ନାବାଳିକାଙ୍କ ଜୀବନ, ଢୁଢୁଆରେ ଉତ୍ତେଜନା

ଭଞ୍ଜନଗର,୩।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଢୁଢୁଆରେ ମଙ୍ଗଳବାର ପୂର୍ବାହ୍ନରେ ବିଦ୍ୟୁତ୍‌ ଆଘାତରେ ଜଣେ ନାବାଳିକାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ରାଣୀ ନାଇକ (୧୪)। ଏହି ଘଟଣାକୁ ନେଇ ଚପା ଉତ୍ତେଜନା ଦେଖା ଦେଇଛି। ସୂଚନାଯୋଗ୍ୟ, ବୁଗୁଡ଼ା ଥାନା…

ବଜ୍ରପାତରେ ଜଳିଗଲା ଧାନ ଗଦା, ଚାଷୀଙ୍କୁ ସହାୟତା ଦାବି

ଗଞ୍ଜାମ,୩।୫(ଡି.ଏନ୍‌.ଏ): ଗଞ୍ଜାମ ବ୍ଲକ ରମ୍ଭା ଥାନା ଅଧୀନ ସାନ ରାମଚନ୍ଦ୍ରପୁର ଗାଁରେ ବଜ୍ରପାତ ଘଟି ଧାନଗଦା ସହ ଏକ ପାଳଗଦା ପୋଡି ପାଉଁଶ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ, ସାନ ରାମଚନ୍ଦ୍ରପୁର ଗ୍ରାମର ଲୋକନାଥ ପାତ୍ର ଖଳାରେ ଧାନଗଦା କରି ରଖିଥିଲେ।…

ସ୍ମାର୍ଟ ସ୍କୁଲରେ ଛାତ୍ରଙ୍କ ‘ପୁଷ୍ପା’ ଭିଡିଓ ଭାଇରାଲ

ଶେରଗଡ଼/ ହିଞ୍ଜିଳିକାଟୁ,୩ା୫(ଡି.ଏନ୍‌.ଏ):ଶିକ୍ଷାର ଭିତ୍ତିଭୂମି ସୁଦୃଢ଼ କରି ସରକାରୀ ସ୍କୁଲ ଛାତ୍ରୀଛାତ୍ରଙ୍କୁ ଆଧୁନିକ ଶୈଳୀରେ ପାଠ ପଢ଼ାଇବା ପାଇଁ ସରକାର ଗୁରୁତ୍ୱାରୋପ କରୁଛନ୍ତି। ଗତବର୍ଷ ରାଜ୍ୟରେ ପ୍ରଥମେ ଗଞ୍ଜାମ ଜିଲାର ଶେରଗଡ଼ ଓ ହିଞ୍ଜିଳିକାଟୁ ବ୍ଲକ ଅଧୀନ ବିଭିନ୍ନ ହାଇସ୍କୁଲ ରୂପାନ୍ତରଣ କରାଯାଇଥିଲା।…

ସ୍ମାଟ କ୍ଲାସରେ ଚାଲିଲା ପୁଷ୍ପା ଭିଡିଓ

ଭୁବନେଶ୍ୱର,୨।୫(ବ୍ୟୁରୋ): ଆଧୁନିକ ପଦ୍ଧତିରେ ପାଠ ପଢ଼ା ପାଇଁ ରାଜ୍ୟ ସରକାର ସ୍କୁଲରେ ସ୍ମାଟ କ୍ଲାସର ବ୍ୟବସ୍ଥା କରିଛନ୍ତି। ସ୍ମାଟ କ୍ଲାସରେ ରହିଛି ଟିଭି ଭଳି ଅତ୍ୟଧୁନିକ ଉପକରଣ। ଯେଉଁଥିରେ ପିଲା ପାଠ ପଢ଼ିବାର ବ୍ୟବସ୍ଥା କରାଯାଇଛି। ମାତ୍ର ସ୍ମାଟ କ୍ଲାସ ଟିଭିରେ…

ପ୍ରଥମ ଥର ରଥରେ ଲାଗିବ ସୋରଡ଼ା କାଠ

ସୋରଡା,୨ା୫(ଡି.ଏନ୍‌.ଏ.): ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ପାଇଁ ଦକ୍ଷିଣ ଘୁମୁସର ବନଖଣ୍ଡ ସୋରଡା ବନ ବିଭାଗ ଗାଜଲବାଡି ବନାଞ୍ଚଳରୁ ସୋମବାର ୨ଟି ଟ୍ରକରେ ରଥକାଠ ପୁରୀ ଅଭିମୁଖେ ଯାଇଛି। ରଥ ଲାଗି ପ୍ରଥମ ଥର ପୁରୀକୁ କାଠ ଯାଉଥିବାରୁ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ…

ପୋଖରୀରୁ ମିଳିଲା ମୃତଦେହ

ବ୍ର୍ରହ୍ମପୁର ଅଫିସ,୨।୫: ଗଞ୍ଜାମ ଜିଲା ବଡବଜାର ଥାନା ପୋଲିସ ଜଗବନ୍ଧୁସାହି ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଜବତ କରିଛି। ମୃତକ ହେଲେ ସ୍ଥାନୀୟ ଗଣେଶନଗରରେ ରହୁଥିବା ପୂର୍ଣ୍ଣ ଭୂୟାଁ (୪୦)। ମୃତଦେହ ଜବତ କରି ପୋଲିସ ବ୍ୟବଚ୍ଛେଦ କରାଇଛି। ଏନେଇ ପୋଲିସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri