ଅଦାଲତ କୋଠା, ଚିହ୍ନଟ ଜାଗା ଦେଖିଲେ ହାଇକୋର୍ଟ ବିଚାରପତି

ଶେରଗଡ଼/ହିଞ୍ଜିଳିକାଟୁ/ଆସିକା/ କବିସୂର୍ଯ୍ୟନଗର ୫ା୧୨(ଡି.ଏନ୍‌.ଏ.):ଶେରଗଡ଼ଠାରେ ଜେଏମ୍‌ଏଫ୍‌ସି କୋର୍ଟ ଅଛି। ଏହା ବର୍ତ୍ତମାନ ବ୍ଲକର ଏକ କୋଠାରେ ଚାଲିଛି। କୋର୍ଟର ସ୍ଥାୟୀ କୋଠା ନୂତନ ଭାବେ କାମ ସରିଛି। ଏହା ଶୋଭାଚନ୍ଦ୍ରପୁର ମୌଜା ପାକିଡ଼ି ପାହାଡ଼ ପାଦଦେଶରେ ନୂତନ ଭାବେ ନିର୍ମାଣ କରାଯାଇଛି। ଉକ୍ତ କୋଠାର ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ସରିଯାଇଛି। ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ହାଇକୋର୍ଟ ବିଚାରପତି ତଥା ଗଞ୍ଜାମ ପ୍ରୋଟୋକଲ ବିଚାରପତି ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ। ଏହି ସମୟରେ ଜିଲା ଦୌରାଜଜ୍‌ ବିଜୟ କୁମାର ବେହେରା, ରେଜିଷ୍ଟ୍ରାର ପ୍ରଭାକର ଗଁଥିଆ ଉପସ୍ଥିତ ଥିଲେ। କୋର୍ଟ ପରିସର, ବିଚାର ଗୃହ ସହ ସମସ୍ତ କୋଠରି ବୁଲି ଦେଖିଥିଲେ। ପାଚେରି ନିର୍ମାଣ କାହିଁକି ହୋଇନାହିଁ ବୋଲି ହାଉସିଂ ବିଭାଗର ଯନ୍ତ୍ରୀଙ୍କୁ ପଚାରି ବୁଝିଥିଲେ। ନିର୍ମାଣାଧୀନ କୋଠାର ପଛପଟେ ଥିବା ପାହାଡ଼ କାଟି କ୍ବାର୍ଟର୍ସ ନିର୍ମାଣ କରିବା, କୋର୍ଟ ଚତୁଃପାର୍ଶ୍ୱରେ ପାଚେରି ନିର୍ମାଣ କରିବାକୁ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ତହସିଲଦାର ଡ. ଦୟାସିନ୍ଧୁ ପରିଡା, ଶେରଗଡ଼ ମାଜିଷ୍ଟ୍ରେଟ ପ୍ରଜ୍ଞା ପରମିତା ସ୍ବାଇଁ, ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକ, ଜିଲା କୋର୍ଟ କର୍ମଚାରୀ, ଶେରଗଡ଼ ବାର୍‌ର ସମସ୍ତ ଓକିଲ ଓ କର୍ମଚାରୀ, ପୋଲିସ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ହାଇକୋର୍ଟ ବିଚାରପତି ହିଞ୍ଜିଳିକାଟୁ ଜେଏମଏଫସି କୋର୍ଟ ବୁଲି ଦେଖିଥିଲେ। ଏଠାରେ ଜେଏମଏଫସି , ସବଜଜ୍‌ କୋର୍ଟର କାର୍ଯ୍ୟ ଓ ବିଚାର ବିଭାଗ ସମ୍ପର୍କିତ ଅନ୍ୟାନ୍ୟ ସ୍ଥିତି ପରଖିଥିଲେ। କୋର୍ଟରେ ପୁରୁଣା ମାମଲା ଗୁଡ଼ିକର ଫଇସଲା ଓ ବିଚାରଧୀନ ମାମଲା ଗୁଡ଼ିକର ଗତିଶୀଳତା ନେଇ ଉପସ୍ଥିତ ଜଜ୍‌ ଓ ଓକିଲ ସଂଘର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। କୋର୍ଟ କୋଠା ଓ ପ୍ରସ୍ତାବିତ ଜେଏମଏଫସି ଜଜ୍‌ଙ୍କ ବାସଗୃହ ନିମନ୍ତେ ଚିହ୍ନଟ ସ୍ଥାନ ଆଦି ଦେଖିଥିଲେ।
ବିଚାର ବିଭାଗୀୟ ଅଦାଲତର ନୂତନ କୋଠା ନିର୍ମାଣ ଲାଗି ଚିହ୍ନଟ ଜାଗାକୁ ମଧ୍ୟ ହାଇକୋର୍ଟ ବିଚାରପତି ଷଡ଼ଙ୍ଗୀ ପରିଦର୍ଶନ କରିଛନ୍ତି। ଆସିକା ବ୍ଲକର ବାବନପୁର ହାଇସ୍କୁଲ ସଂଲଗ୍ନ ଚିହ୍ନଟ ଜାଗାକୁ ସେ ବୁଲି ଦେଖିଥିଲେ। ଏହି ସମୟରେ ଗଞ୍ଜାମ ଜିଲା ଜଜ୍‌ ଆନନ୍ଦ ଚନ୍ଦ୍ର ବେହେରା, ରେଜିଷ୍ଟ୍ରାର ସୁଶାନ୍ତ କୁମାର ମିଶ୍ର, ବିରଷ୍ଠ ଦଓ୍ବୋନୀ ବିଚାରପତି ସୌଦାମିନୀ ବିଶ୍ୱାଳ, କନିଷ୍ଠ ଦଓ୍ବୋନୀ ବିଚାରପତି ସମାପିକା ସମଦର୍ଶନୀ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ୱେତା ଦାସ, ଭଞ୍ଜନଗର ଉପଜିଲାପାଳ ଜ୍ୟୋତିଶଙ୍କର ରାଏ, ଏସ୍‌ଡିପିଓ ଉମାଚନ୍ଦ୍ର ସିଂ, ତହସିଲଦାର ସଞ୍ଜୟ କୁମାର ସାମନ୍ତରାଏ ପ୍ରମୁଖ ଉପସ୍ଥିତ ଥିଲେ। ପରେ ବିଚାରପତିଙ୍କ ସହ ଆସିକା ରାଜସ୍ବ ଡାକବଙ୍ଗଳାଠାରେ ଆଇନଜୀବୀମାନଙ୍କ ସହିତ ଆଲୋଚନା କରିଥିଲେ। ଓକିଲ ସଂଘ ସଭାପତି ସୁରେନ୍ଦ୍ର ନାଥ ପଣ୍ଡା, ସମ୍ପାଦକ ଛବିଳରାମ ମିଶ୍ର, ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ନାଥ ଶର୍ମା, ସରୋଜ ତ୍ରିପାଠୀ, ଅଜିତ୍‌ ଚୌଧୁରୀ ପ୍ରମୁଖ ବିଚାରପତିଙ୍କ ସହ ଅଦାଲତ କୋଠା ନିର୍ମାଣ ସମ୍ପର୍କରେ ଆଲୋଚନା କରିଥିଲେ।
ବିଚାରପତି ଜଷ୍ଟିସ ଷଡ଼ଙ୍ଗୀଙ୍କୁ କବିସୂର୍ଯ୍ୟନଗର ଡାକବଙ୍ଗଳାଠାରେ ଭବ୍ୟ ସମ୍ବର୍ଦ୍ଧନା ସହ ଗାର୍ଡ ଅଫ ଅନର ଦିଆଯାଇଥିଲା। ସେଠାରୁ ଦେୱାନୀ ବିଚାରପତିଙ୍କ ନିର୍ମାଣଧୀନ କୋଠା ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଦାଲତ ପରିଦର୍ଶନ କରିଥିଲେ। ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କୁ ଏକ ମାସ ମଧ୍ୟରେ କାର୍ଯ୍ୟ ସାରିବାକୁ ତାଗିଦ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଦକ୍ଷିଣ ଓଡ଼ିଶା ଜୋନ-ଏ କ୍ରିକେଟ ଟୁର୍ନାମେଣ୍ଟ: ପୋଡ଼ାମାରିକୁ ହରାଇ ପାଟପୁର ଚାମ୍ପିୟନ

ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?