ଜଗବନ୍ଧୁ ପୋଖରୀ ହୁଡ଼ାରୁ ୯୦ଘର ଉଚ୍ଛେଦ

ବ୍ରହ୍ମପୁର ଅଫିସ,୧୦ା୧୨: ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ନିୟମ ବଳରେ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସହରର ବନ୍ଧ ହୁଡାରେ ରହିଥିବା ବସ୍ତିଗୁଡିକୁ ଉଚ୍ଛେଦ କରାଯାଉଛି। ଶୁକ୍ରବାର ବିଏମ୍‌ସି ଏନଫୋର୍ସମେଣ୍ଟ୍‌ ପକ୍ଷରୁ ୯ନଂ. ୱାର୍ଡ ଅନ୍ତର୍ଗତ ଜଗବନ୍ଧୁ ପୋଖରୀ ହୁଡାରେ ଥିବା ୯୦ ଘର ଉଚ୍ଛେଦ କରାଯାଇଛି।
ବସ୍ତି ବାସିନ୍ଦାଙ୍କ ମଧ୍ୟରୁ ଜଗବନ୍ଧୁ ରାଜୀବ ଆବାସରେ ୬୪ ଓ ଅଟୋନଗର ରାଜୀବ ଆବାସରେ ୨୬ଜଣଙ୍କୁ ଘର ଦିଆଯାଇଛି। ଉଚ୍ଛେଦ ସମୟରେ ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଅନ୍ୟପକ୍ଷରେ ରାଜୀବ ଆବାସ ଯୋଜନାରେ ମିଳିଥିବା ଘରଗୁଡିକରେ ପାଣି ଗଳିବା ସହ ଡ୍ରେନ ପାଣି ଘରେ ପଶୁଥିବା ବସ୍ତି ବାସିନ୍ଦାମାନେ ଅଭିଯୋଗ କରିଛନ୍ତି। ଦୀର୍ଘ ୪୦ ବର୍ଷ ଧରି ଉକ୍ତ ଅଞ୍ଚଳରେ ବସବାସ କରୁଥିବା ବସ୍ତି ବାସିନ୍ଦାଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ ଥିବା ସ୍ଥାନରେ ଥଇଥାନ କରିବାକୁ ଦାବି ହୋଇଛି। ଶୁକ୍ରବାର ହୋଇଥିବା ଉଚ୍ଛେଦ ସମୟରେ ବିଏମସି ଡେପୁଟି କମିଶନର ବିନୋଦ କୁମାର ବେହେରା, ଆର୍ଶୀବାଦ ପରିଡା, ଏନଫୋର୍ସମେଣ୍ଟ୍‌ ଅଧିକାରୀ ତରୁଣକାନ୍ତ, ସହକାରୀ ନିର୍ବାହୀ ଯନ୍ତ୍ରୀ ନାଗେଶ୍ୱର ସୁବୁଦ୍ଧିଙ୍କ ସମେତ ଅତିରିକ୍ତ ଏସ୍‌ପି ଅସୀମ କୁମାର ପଣ୍ଡା, ଟାଉନ ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡା, ଟାଉନ ଥାନାଧିକାରୀ ସୁରେଶ ତ୍ରିପାଠୀ, ବଡ ବଜାର ଥାନାଧିକାରୀ ପ୍ରଶାନ୍ତ ଭୂପତି, ବୈଦ୍ୟନାଥପୁର ଥାନାଧିକାରୀ ରାମ କୁମାର ମୁର୍ମୁ, ଗୋସାଇଁ ନୂଆଗାଁ ଥାନାଧିକାରୀ ସ୍ମୃତି ପ୍ରଭା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ବ୍ୟାପିଲା ଝାଡାବାନ୍ତି, ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ

ପୁରୀ,୨୭।୪: ପୁରୀରେ ବ୍ୟାପିଲା ଝାଡାବାନ୍ତି। ପୁରୀ ସହରର ବିଭିନ୍ନ ଅଞ୍ଚଳରେ ବ୍ୟାପିଲା ଝାଡାବାନ୍ତି। ବାଲିସାହି, ରେଡକ୍ରସ୍‌ ରୋଡ୍‌ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ଆକ୍ରାନ୍ତ ଚିହ୍ନଟ...

ପ୍ରଶାନ୍ତ ୫୦ ହଜାରରୁ ଅଧିକ ଭୋଟରେ ଜିତିବେ: ଚିରଞ୍ଜୀବ

ଜଗତ୍‌ସିଂହପୁର,୨୭ା୪(ପ୍ରମୋଦ କୁମାର ନାୟକ): ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ଚିରଞ୍ଜୀବ ବିଶ୍ୱାଳ ବିନା ସର୍ତ୍ତରେ ବିଜେଡିରେ ମିଶିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଜଗତ୍‌ସିଂହପୁର...

ବଡ଼ଚଣାରେ ଭାବବିହ୍ବଳ ହେଲେ ବର୍ଷା

ଚଣ୍ଡିଖୋଲ/ ଛତିଆ/ ବଡ଼ଚଣା, ୨୭ା୪ (ପ୍ରଦୀପ୍ତ କୁମାର ପୃଷ୍ଟି/ ସୌମ୍ୟରଞ୍ଜନ ସାହୁ/ ଦିଲୀପ କୁମାର ମହାନ୍ତି): ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା...

ଘରୋଇ ଚିକିତ୍ସା କଲେ ଚାକିରିରୁ ବିଦା ହେବେ ଡାକ୍ତର

ବ୍ରହ୍ମପୁର,୨୭।୪(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟ(ଏସ୍‌ଆର) ତଥା ଟ୍ୟୁଟରମାନେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସା କରୁଥିବା...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri