ସିରିଜ୍‌ ଚୋରି, ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ବେଗୁନିଆପଡ଼ା,୮ା୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ସିରିଜ୍‌ ଚୋରି ହୋଇଥିବା ଅଭିଯୋଗ ହୋଇଛି। ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଏସ.ଛଚିନା ଗ୍ରାମର ସୁଦାମ ଆର୍ଟ ଦୋକାନରୁ ମଙ୍ଗଳବାର ବିଳମ୍ବିତ ରାତିରେ କବାଟ ସଟର ଭାଙ୍ଗି ଆଲମିରାରୁ ନଗଦ ୮୦ ହଜାର ଟଙ୍କା ଓ ଦୁଇଟି ସୁନା ମୁଦି ଚୋରି ହୋଇଥିବା ମାଲିକ ସୁଦାମ ଗିରି ବେଗୁନିଆପଡ଼ା ଫାଣ୍ଡିରେ ଅଭିଯୋଗ କରିଛନ୍ତି। ତାଙ୍କ ପରିବାର ଗତ ରାତିରେ ଘରେ ଅନୁପସ୍ଥିତ ରହିଥିବା ବେଳେ ଜାଣିଶୁଣି କେହି ଟାର୍ଗେଟ କରି ଚୋରି କରିଥିବା ସେ ଅଭିଯୋଗ କରିଛନ୍ତି। ଏଥି ସହିତ ସେହି ଦୋକାନ ନିକଟରେ ଥିବା ରୀନା ବିଷୋୟୀଙ୍କ ଘରୁ ମଧ୍ୟ ଚୋରି ହୋଇଛି। ସେ ମଧ୍ୟ ଘରେ ଅନୁପସ୍ଥିତ ରହିଥିଲେ। ଏଥି ସହିତ କେ. ବରିଡା ବାଲି ସାହିର ବସନ୍ତ କୁମାର ମିଶ୍ରଙ୍କ ଘରେ ମଧ୍ୟ ଚୋରି ହୋଇଥିବା ନେଇ ତାଙ୍କ ସ୍ତ୍ରୀ ନର୍ମଦା କୁମାରୀ ମିଶ୍ର ବେଗୁନିଆପଡା ଫାଣ୍ଡିରେ ଏତଲା ଦେଇଛନ୍ତି। ବସନ୍ତ ବାହାରେ ଚାକିରୀ କରନ୍ତି। ବୁଧବାର ରାତିରେ ନର୍ମଦା ପିଲାଙ୍କୁ ନେଇ ଘରେ ଶୋଇଥିଲେ। ଚୋରମାନେ ଶୋଇବା ଘର ବାହାର ପଟୁ କବାଟ ବନ୍ଦ କରି ନିକଟରେ ଥିବା ଅନ୍ୟ ଏକ ଘରୁ ବିଭିନ୍ନ ଜିନିଷ ପତ୍ର ଫିଙ୍ଗାଫିଙ୍ଗି କରିବା ସହ ୩ ସୁନା ମୁଦି, ୨ ଟି ରୁପା ମୁଦି ଗୋଟିଏ ହାତ ଘଣ୍ଟା ଓ ନଗଦ ୧୭ ଶହ ୫୦ ଟଙ୍କା ନେଇ ଚମ୍ପଟ ମାରିଥିଲେ। ଏତଲା ପାଇ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ସଂଗ୍ରାମ ଦେଉରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଗୁରୁବାର ଅନୁସନ୍ଧାନୀ କୁକୁର ସହ ପୋଲିସ୍‌ ଚୋରି ହୋଇଥିବା ଘରଗୁଡିକୁ ଯାଇ ତଦନ୍ତ କରିଛି। ତେବେ କୌଣସି ଅଭିଯୁକ୍ତ ଏପର୍ଯ୍ୟନ୍ତ ଧରା ପଡି ନ ଥିବା ବେଳେ ଖୁବ ଶୀଘ୍ର ଚୋରଙ୍କୁ ଧରାଯିବ ବୋଲି ଫାଣ୍ଡି ଅଧିକାରୀ ସଂଗ୍ରାମ ଦେଉରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ:୧୦ ପଞ୍ଚାୟତରେ ବିଦ୍ୟୁତ୍‌ ସେବା ବ୍ୟାହତ

ରସୁଲପୁର,୧୬ା୫(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବର୍ଷାପବନ ସହ କୁଆପଥର ମାଡ଼ ହୋଇଛି। ବାତ୍ୟା ଅତିକ୍ରାନ୍ତ ହେବାର ଦିନକ ପରେ କାଳବୈଶାଖ...

ସାଆନ୍ତରାପୁର(କ) ସରପଞ୍ଚ ପଦବୀ ଉପନିର୍ବାଚନ: ୮୬% ମତଦାନ, ଆଜି ଫଳାଫଳ

ଛେଣ୍ଡିପଦା/ବଅଁରପାଳ, ୨୮।୧୧(ଡି.ଏନ.ଏ.) ଅନୁଗୋଳ ଜିଲା ବଅଁରପାଳ ବ୍ଲକ ସାଆନ୍ତରାପୁର(କ) ପଞ୍ଚାୟତର ସରପଞ୍ଚ ଉପନିର୍ବାଚନ ବୁଧବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ମତଦାନ ପାଇଁ ୧୩ଟି ବୁଥ କରାଯାଇଥିଲା।...

ବାଇକ୍‌ ପଛରୁ ଧକ୍କାଦେଲା ଟ୍ରକ୍‌: ଜଣେ ମୃତ, ୨ ଗୁରୁତର

ମାର୍ଶାଘାଇ,୩।୨:(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଜାତୀୟ ରାଜପଥ ନଂ.୫(କ) ଟିକରପଙ୍ଗା ଛକ ନିକଟରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା...

ଆନ୍ଧ୍ର ପକ୍ଷରୁ ଓଡ଼ିଶାରେ ୩ ଗ୍ରାମକୁ ନେଇ ପଞ୍ଚାୟତ ନିର୍ବାଚନ: ୨ ସରପଞ୍ଚ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ପଟ୍ଟାଙ୍ଗୀ,୯ା୨: କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତର ୩ଟି ଗ୍ରାମକୁ ନେଇ ଆନ୍ଧ୍ର ସରକାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରୁଛନ୍ତି।...

୫ ବର୍ଷ ହେଲା ମ. ରାମପୁରରେ ସକ୍ରିୟ ରହିଛନ୍ତି ମାଓବାଦୀ

ମ.ରାମପୁର,୬ା୨(ଡି.ଏନ୍‌.ଏ.): କନ୍ଧମାଳ ସୀମାନ୍ତ କଳାହାଣ୍ଡି ଜିଲା ମ. ରାମପୁର ବ୍ଲକର ମୋହନଗିରି, ବାରବନ୍ଧା, ଉର୍ଲାଦାନୀ, ମାଣିକେରା ଆଦି ଅଞ୍ଚଳରେ ଗତ ୪ରୁ ୫ ବର୍ଷ ହେଲା...

ବାଲିଖାଦାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣି ପରିବାରଲୋକଙ୍କ ରାସ୍ତାରୋକୋ

ରାସଗୋବିନ୍ଦପୁର,୯।୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ମୂଷାମାରୀ ବାଲିଖାଦାନ ନିକଟ ବାଲି ଷ୍ଟକ୍‌ ଥିବା ପାର୍ଶ୍ୱରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ...

ଅଙ୍ଗଦାନ କରିଥିବା ବିପିନଙ୍କ ପରିବାରକୁ ସମ୍ବର୍ଦ୍ଧନା

ଭଞ୍ଜନଗର,୧୯।୩(ଡି.ଏନ.ଏ)  ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ଭାଟପଡ଼ା ଗ୍ରାମର ବିପିନ ପ୍ରଧାନଙ୍କ ବ୍ରେନ୍‌ ଡେଡ୍‌ ଘୋଷିତ ହେବାପରେ ତାଙ୍କ ଶରୀରର ୬ଟି ଅଙ୍ଗକୁ ପରିବାର ଲୋକେ...

ନିୟମ ମାନୁନାହାନ୍ତି ରାୟଗଡ଼ ମଦ ଦୋକାନୀ

ରାୟଗଡ଼(ଗଜପତି)୪ା୭(ଡି.ଏନ୍‌.ଏ.):  ରାୟଗଡ଼ ବ୍ଲକ ସଦର ମହକୁମାଠାରେ ଥିବା ବିଦେଶୀ ମଦ ଦୋକାନରେ କେତେବେଳେ ଚଢାଦରରେ ବିକ୍ରି ହେଉଛି ତ ଆଉ କେତେବେଳେ ଆନ୍ଧ୍ରକୁ ବେଆଇନ ମଦ ଚୋରାଚାଲାଣ...

Advertisement
Archives

Model This Week