ସିରିଜ୍‌ ଚୋରି, ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ବେଗୁନିଆପଡ଼ା,୮ା୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ସିରିଜ୍‌ ଚୋରି ହୋଇଥିବା ଅଭିଯୋଗ ହୋଇଛି। ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଏସ.ଛଚିନା ଗ୍ରାମର ସୁଦାମ ଆର୍ଟ ଦୋକାନରୁ ମଙ୍ଗଳବାର ବିଳମ୍ବିତ ରାତିରେ କବାଟ ସଟର ଭାଙ୍ଗି ଆଲମିରାରୁ ନଗଦ ୮୦ ହଜାର ଟଙ୍କା ଓ ଦୁଇଟି ସୁନା ମୁଦି ଚୋରି ହୋଇଥିବା ମାଲିକ ସୁଦାମ ଗିରି ବେଗୁନିଆପଡ଼ା ଫାଣ୍ଡିରେ ଅଭିଯୋଗ କରିଛନ୍ତି। ତାଙ୍କ ପରିବାର ଗତ ରାତିରେ ଘରେ ଅନୁପସ୍ଥିତ ରହିଥିବା ବେଳେ ଜାଣିଶୁଣି କେହି ଟାର୍ଗେଟ କରି ଚୋରି କରିଥିବା ସେ ଅଭିଯୋଗ କରିଛନ୍ତି। ଏଥି ସହିତ ସେହି ଦୋକାନ ନିକଟରେ ଥିବା ରୀନା ବିଷୋୟୀଙ୍କ ଘରୁ ମଧ୍ୟ ଚୋରି ହୋଇଛି। ସେ ମଧ୍ୟ ଘରେ ଅନୁପସ୍ଥିତ ରହିଥିଲେ। ଏଥି ସହିତ କେ. ବରିଡା ବାଲି ସାହିର ବସନ୍ତ କୁମାର ମିଶ୍ରଙ୍କ ଘରେ ମଧ୍ୟ ଚୋରି ହୋଇଥିବା ନେଇ ତାଙ୍କ ସ୍ତ୍ରୀ ନର୍ମଦା କୁମାରୀ ମିଶ୍ର ବେଗୁନିଆପଡା ଫାଣ୍ଡିରେ ଏତଲା ଦେଇଛନ୍ତି। ବସନ୍ତ ବାହାରେ ଚାକିରୀ କରନ୍ତି। ବୁଧବାର ରାତିରେ ନର୍ମଦା ପିଲାଙ୍କୁ ନେଇ ଘରେ ଶୋଇଥିଲେ। ଚୋରମାନେ ଶୋଇବା ଘର ବାହାର ପଟୁ କବାଟ ବନ୍ଦ କରି ନିକଟରେ ଥିବା ଅନ୍ୟ ଏକ ଘରୁ ବିଭିନ୍ନ ଜିନିଷ ପତ୍ର ଫିଙ୍ଗାଫିଙ୍ଗି କରିବା ସହ ୩ ସୁନା ମୁଦି, ୨ ଟି ରୁପା ମୁଦି ଗୋଟିଏ ହାତ ଘଣ୍ଟା ଓ ନଗଦ ୧୭ ଶହ ୫୦ ଟଙ୍କା ନେଇ ଚମ୍ପଟ ମାରିଥିଲେ। ଏତଲା ପାଇ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ସଂଗ୍ରାମ ଦେଉରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଗୁରୁବାର ଅନୁସନ୍ଧାନୀ କୁକୁର ସହ ପୋଲିସ୍‌ ଚୋରି ହୋଇଥିବା ଘରଗୁଡିକୁ ଯାଇ ତଦନ୍ତ କରିଛି। ତେବେ କୌଣସି ଅଭିଯୁକ୍ତ ଏପର୍ଯ୍ୟନ୍ତ ଧରା ପଡି ନ ଥିବା ବେଳେ ଖୁବ ଶୀଘ୍ର ଚୋରଙ୍କୁ ଧରାଯିବ ବୋଲି ଫାଣ୍ଡି ଅଧିକାରୀ ସଂଗ୍ରାମ ଦେଉରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ଚାଲୁଥିବା SIR-୨୦୨୬ କାର୍ଯ୍ୟକ୍ରମର ସମୀକ୍ଷା କଲେ ଉପ-ଶାସନ ସଚିବ, ଦେଲେ ଏଭଳି ନିର୍ଦ୍ଦେଶ

ପଟ୍ଟାଙ୍ଗି, ୨୮।୭(ଶରତ କୁମାର ଧଳ): କୋରାପୁଟ ଜିଲା ଗସ୍ତରେ ଆସିଥିବା ଉପ-ଶାସନ ସଚିବ ଜିତେନ୍ଦ୍ର କୁମାର ପାତ୍ର ଜିଲାର ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତରେ ପହଞ୍ଚିଛନ୍ତି।…

ପାଟପୁର କଲେଜରେ ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ପ୍ରବେଶ ଉତ୍ସବ: ନୀତିନିୟମ ସମ୍ପର୍କରେ କରାଗଲା ସଚେତନ

ଦିଗପହଣ୍ଡି,୨୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜରେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଯୁକ୍ତ ୨ ପ୍ରଥମ…

ଘରୁ ବାହାରିଲା ବୃଦ୍ଧାଙ୍କ ପଚାସଢା ମୃତଦେହ : କାନ୍ଧ ଦେଲେନି ବନ୍ଧୁପରିଜନ, ଶେଷରେ ସତ୍କାର କଲେ ଆଇଆଇସି

ପୁରୁଷୋତ୍ତମପୁର,୨୮। (ସବିତା ମିଶ୍ର) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ପରିବାର ଓ ବନ୍ଧୁବର୍ଗଙ୍କ ମାନବିକତା ହଜିଯାଇଛି…

ବଢୁଛି ବୈତରଣୀ: ଚାରିଆଡ଼େ ଜଳମଗ୍ନ

କେନ୍ଦୁଝର, ୨୮।୭: (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲାରେ ଗତ ୨୪ ଘଣ୍ଟାରେ ପ୍ରବଳ ବର୍ଷା ଯୋଗୁ ବୈତରଣୀ ନଦୀର ଜଳ ସ୍ତର ବୃଦ୍ଧି ପାଇବାରେ…

ସକାଳୁ କାମରେ ଆସୁଥିଲେ ସୁଶାନ୍ତ: ପଛପଟୁ ଧକ୍କା ଦେଇ ଚମ୍ପଟ ମାରିଲା କାର୍‌, ଅବସ୍ଥା ଗୁରୁତର ହେବାରୁ…

ଦିଗପହଣ୍ଡି,୨୮।୭(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି – ରାୟଗଡ଼ା ୩୨୬ନଂ ଜାତୀୟ ରାଜପଥର ପୁଞ୍ଜିକଂୟା ଛକ ନିକଟ ବିଏସଏନଏଲ ଅଫିସ ସମ୍ମୁଖରେ ମଙ୍ଗଳବାର ସକାଳେ ଏକ ଦ୍ରୁତଗାମୀ କାର୍‌…

ଗଞ୍ଜେଇ ଚାଲାଣରେ ରାଜସ୍ଥାନ ସିଣ୍ଡିକେଟ୍‌ର ପର୍ଦ୍ଦାଫାଶ କଲା STF

ଭୁବନେଶ୍ୱର,୨୮।୭: ଗଞ୍ଜେଇ ଚାଲାଣରେ ରାଜସ୍ଥାନ ସିଣ୍ଡିକେଟର ପର୍ଦ୍ଦାଫାଶ କରିଛି STF ଟିମ୍‌। ଟାର୍ଗେଟରେ ଥିବା ଗଞ୍ଜାମ ଜିଲାର ୩ଜଣ ଗଞ୍ଜେଇ ମାଫିଆ ଗିରଫ ହୋଇଛନ୍ତି। STF ଗିରଫ…

ଅନ୍ତରଙ୍ଗ ଦୃଶ୍ୟକୁ ନା… ନିହାରିକାଙ୍କ ମନର କଥା

କଣ୍ଟେଣ୍ଟ କ୍ରିଏଟର ଭାବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନିହାରିକା ଏନଏମ ଅଭିନେତା ରାଘବ ଜୁୟାଲଙ୍କ ସହ ‘ଭାଇ ତେରା ଷ୍ଟାର ହୈ’ ଜରିଆରେ…

ଭାରୋତ୍ତଳନ ପ୍ରତିଯୋଗିତାରେ ଚମକିଲେ ଭଞ୍ଜନଗରର ଶିବା: ଜିତିଲେ ସ୍ବର୍ଣ୍ଣ

ଭଞ୍ଜନଗର, ୨୮।୭ (ବାବୁଲା ପ୍ରଧାନ): ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଗତ ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୨ୟ ଓଡ଼ିଶା ଭାରୋତ୍ତଳନ ପ୍ରତିଯୋଗିତାରେ ଭଞ୍ଜନଗରର ଉଦୀୟମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri