ଗଞ୍ଜାମ

ଦୁର୍ବୃତ୍ତଙ୍କ ଟେର୍‌ ପାଉନି ପୋଲିସ

ବ୍ରହ୍ମପୁର ଅଫିସ,୧୯ା୧୨:ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମବାସୀ ଏବେ ଆତଙ୍କିତ। ଜଣେ ଅଜଣା ଯୁବକ ବାରମ୍ବାର ମହିଳାଙ୍କୁ ଟାର୍ଗେଟ କରୁଛନ୍ତି। ସେ କେତେବେଳେ ଲୁହାଛଡ଼, ଆଉ କେତେବେଳେ ଇଟାରେ ଆକ୍ରମଣ ତ ପୁଣି କେତେବେଳେ ଧାରୁଆ ଅସ୍ତ୍ରରେ କିଛିଦିନ ହେଲା…

ସ୍ତ୍ରୀଙ୍କ ତଣ୍ଟି ଚିପି ବିଲରେ ଫିଙ୍ଗିଦେଲେ

ଦିଗପହଣ୍ଡି,୧୮ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପାଟପୁର ଥାନା ଅଧୀନ ଜିଉରା ଗ୍ରାମରେ ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା ପରେ ସ୍ବାମୀ ବିଲରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ମୃତା ମହିଳା ହେଲେ ଜୟନ୍ତୀ ସାହୁ। ପୋଲିସ ରବିବାର ତାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ…

ମିଳିଛି ଗ୍ରୀନ୍‌ ସିଗ୍‌ନାଲ: ପୂରଣ ହେବ ଦୀର୍ଘଦିନର ସ୍ବପ୍ନ

ପୁରୁଷୋତ୍ତମପୁର,୧୮।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରବାସୀଙ୍କ ଦୀର୍ଘଦିନର ସ୍ବପ୍ନ ପୁରଣ ହେବାକୁ ଯାଉଛି। ସହରର ମୁଖ୍ୟରାସ୍ତାରେ ଷ୍ଟ୍ରିଟଲାଇଟ ଲଗାଇବା, ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ, ପୁରୁଷୋତ୍ତମପୁର-ବ୍ରହ୍ମପୁର ରାସ୍ତାର କାଳୀ ମନ୍ଦିର ଛକଠାରୁ ପାଣ୍ଡିଆ ଛକ ମଧ୍ୟରେ ଥିବା ବିଭିନ୍ନ ସାହି ବସ୍ତି ରାସ୍ତା ସଂକୀର୍ଣ୍ଣ…

କୋଦଳା ଏନ୍‌ଏସି ନିର୍ବାହୀ ଅଧିକାରିଣୀଙ୍କୁ ହାଇକୋର୍ଟଙ୍କ ଛାଟ: ବୈଠକ କରାଇ ନ ଦେବାରୁ ମାମଲା ରୁଜୁ

ବେଗୁନିଆପଡ଼ା,୧୮ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କୋଦଳା ଏନ୍‌ଏସି କାଉନସିଲ ସାଧାରଣ ବୈଠକ କରାଇ ନ ଦେବା ନେଇ ଷଡ଼ଯନ୍ତ୍ର କରିଥିଲେ ନିର୍ବାହୀ ଅଧିକାରିଣୀ। ମ୍ୟୁନିସିପାଲିଟି ଆଇନ ଓ ନିୟମର ଧଜିଆ ଉଡ଼ାଇ ଅଯଥା ହସ୍ତକ୍ଷେପ କରିଥିଲେ ଏବଂ ବୈଠକକୁ ବିଧାୟକ, ଏମ୍‌ପିଙ୍କୁ ଉପସ୍ଥିତ…

ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର ଲୋକେ

ଛତ୍ରପୁର,୧୮ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ରିକ୍କାପଲ୍ଲୀ ଆବାସିକ ବିଦ୍ୟାଳୟରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ୍ୟୁ ଛାତ୍ରୀ ଜଣକ ହେଲେ ଛତ୍ରପୁର ଥାନା ଅଧୀନ ତରେଇପାଟପୁର ଗ୍ରାମ କୈଳାଶ ଚନ୍ଦ୍ର ବେହେରା ଝିଅ ରୋଜା ବେହେରା(୧୫) ରୋଜା ଦଶମ…

ପାଖେଇ ଆସୁଛି ଗୋପାଳପୁର ବେଳାଭୂମି ମହୋତ୍ସବ: ସମ୍ପୂର୍ଣ୍ଣ ହୋଇନି ରାସ୍ତା,ଆଲୋକୀକରଣ କାର୍ଯ୍ୟ

ଗୋପାଳପୁର,୧୭।୧୨,(ଡି.ଏନ୍‌.ଏ.): ଗୋପାଳପୁର ବେଳାଭୂମିକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ସୌନ୍ଦର୍ଯ୍ୟକରଣ କରାଯାଉଛି। ବିଗତ ଦୁଇ ବର୍ଷ ହେବ କରୋନା ମହାମାରୀ କାରଣରୁ ଗୋପାଳପୁର ବେଳାଭୂମିକୁ ପର୍ଯ୍ୟଟକଙ୍କ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ବଟେଶ୍ୱର ଶୈବପୀଠ

ଗଞ୍ଜାମ,୧୮ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜାତୀୟ ରାଜପଥ ହୁମାଠାରୁ ମାତ୍ର ୩କିମି ରାସ୍ତା ପରେ ପଡିବ ପ୍ରସିଦ୍ଧ ଐତିହାସିକ ବଟେଶ୍ୱର ପୀଠ। ଅନ୍ୟାନ୍ୟ ଋତୁ ସମେତ ଶୀତରିତୁ ଆସିବାମାତ୍ରେ ସେଠାରେ ପ୍ରବଳ ଭିଡ଼ ଜମିଥାଏ। ଝାଉଁ ଜଙ୍ଗଲ ମଧ୍ୟରେ ଥିବା ଏହି ବଟେଶ୍ୱର…

ବ୍ରିଜ୍‌କୁ ପିଟି ହୋଇ ଓଲଟିଲା କାର୍‌, ବୃଦ୍ଧାଙ୍କ ଜୀବନ ଗଲା

ବେଗୁନିଆପଡ଼ା,୧୭।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡାଠାରୁ ଭେଜିପୁଟ ରାସ୍ତାର ସୁମଣ୍ଡଳ ନିକଟସ୍ଥ ମା’ କାଳୀ ମନ୍ଦିର ପାଖରେ ଥିବା ବ୍ରିଜରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ କାର୍‌ ଭାରସାମ୍ୟ ହରାଇ ବ୍ରିଜକୁ ଧକ୍କା ଦେବା ପରେ ରାସ୍ତା ପାର୍ଶ୍ୱରେ…

ଜୋନାଲସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା: ଭାଗ ନେଲେ ୩୦୦ ପ୍ରତିଯୋଗୀ

ବେଗୁନିଆପଡ଼ା,୧୭।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକସ୍ଥିତ ବାପୁଜୀ ଷ୍ଟାଡିୟମଠାରେ ୩ଟି ବ୍ଲକର ହାଇସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଇ ଜୋନାଲସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଶନିବାର କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି।…

ଜଗନ୍ନାଥ ଦର୍ଶନ ସାରି ରାତିରେ ଫେରିଥିଲେ: ସକାଳୁ ମିଳିଲା ମୃତଦେହ

ପୁରୁଷୋତ୍ତମପୁର,୧୭।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ଉପକଣ୍ଠରେ ଥିବା କାଳୀମନ୍ଦିର ଛକ ପୋଖରୀରେ ବୁଡି ଜଣେ ଯୁବକଙ୍କ ଶନିବାର ମୃତ୍ୟୁ ଘଟିଛି। ସେ ହେଲେ ଆସିକା ନୂଆଁଗାର ଚିତ୍ତରଞ୍ଜନ ବିଷୋଇ(୪୦) । ଚିତ୍ତରଞ୍ଜନ ଗତ କିଛି ଦିନହେଲା ପୁରୁଷୋତ୍ତମପୁରରେ ଥିବା ଏକ…

ହତ୍ୟା ଉଦ୍ୟମ ମାମଲା, ୨ ଅଭିଯୁକ୍ତ ଜେଲ ଗଲେ

ବ୍ରହ୍ମପୁର ଅଫିସ,୧୭ା୧୨: ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ବଡବଜାର ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ପ୍ରହଲ୍ଲାଦ ନଗର ୪ର୍ଥ ଲାଇନର ସମୀର ଜେନା ଓ ପୁରୁଣା ବ୍ରହ୍ମପୁର ନିକଟସ୍ଥ ଆଇନାବନ୍ଧ ସାହିର ଜିତେନ୍ଦ୍ର ଗୌଡ଼…

ପଇଡ଼ରେ ନିଶା ଦେଇ ଦୁଇ ଯାତ୍ରୀଙ୍କଠୁ ଲୁଟ୍‌

ବ୍ରହ୍ମପୁର ଅଫିସ,୧୭ା୧୨: ପୁରୀ- ଗୁଣପୁର ଟ୍ରେନରେ ଏବେ ଲୁଟେରା ସକ୍ରିୟ ହୋଇଛନ୍ତି। ପୁଣି ପଇଡ଼ରେ ନିଶା ଦେଇ ୨ଯାତ୍ରୀଙ୍କୁ ଲୁଟିଛନ୍ତି। ୧୫ଦିନ ମଧ୍ୟରେ ସମାନ ଢଙ୍ଗରେ ଦୁଇଟି ଲୁଟ୍‌ ଘଟଣା ସାମନାକୁ ଆସିଥିବାରୁ ଲୋକେ ଉକ୍ତ ଟ୍ରେନରେ ଯାତ୍ରା କରିବାକୁ ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?