ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ବଟେଶ୍ୱର ଶୈବପୀଠ

ଗଞ୍ଜାମ,୧୮ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜାତୀୟ ରାଜପଥ ହୁମାଠାରୁ ମାତ୍ର ୩କିମି ରାସ୍ତା ପରେ ପଡିବ ପ୍ରସିଦ୍ଧ ଐତିହାସିକ ବଟେଶ୍ୱର ପୀଠ। ଅନ୍ୟାନ୍ୟ ଋତୁ ସମେତ ଶୀତରିତୁ ଆସିବାମାତ୍ରେ ସେଠାରେ ପ୍ରବଳ ଭିଡ଼ ଜମିଥାଏ। ଝାଉଁ ଜଙ୍ଗଲ ମଧ୍ୟରେ ଥିବା ଏହି ବଟେଶ୍ୱର ପୀଠକୁ ଲାଗି ରହିଛି ଆକର୍ଷଣୀୟ ମନୋରମ ଶିଶୁ ପାର୍କ। ଏଥିସହ ସେଠାରେ ଅଛି ପର୍ଯ୍ୟଟକମାନଙ୍କ ପାଇଁ ଶୌଚାଳୟ, ରାତ୍ର ରହଣି ପାଇଁ କଲ୍ୟାଣ ମଣ୍ଡପ। ଏଥିପାଇଁ ପ୍ରତିବର୍ଷ ଏହି ପର୍ଯ୍ୟଟନ ସ୍ଥଳୀକୁ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ପିକ୍‌ନିକ କରିବାକୁ ଆସିଥାନ୍ତି। ପ୍ରାୟ ୩୦ ଫୁଟ ତଳେ ପୂଜା ପାଉଛନ୍ତି ମହାଦେବ। ମନ୍ଦିର ଚତୁଃପାର୍ଶ୍ୱରେ ଘେରି ରହିଛି ଝାଉଁ ଜଙ୍ଗଲ। ସୁନ୍ଦର ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ମନ୍ଦିରକୁ ଲାଗି ରହିଛି ଶିଶୁ ଉଦ୍ୟାନ। ଉକ୍ତ ଉଦ୍ୟାନରେ ଜୀବନ୍ତ ଭଳି ଦେଖାଯାଉଛି ପ୍ଲାଷ୍ଟିକରେ ନିର୍ମିତ ବିଭିନ୍ନ ବାଘ, ଜେବ୍ରା, ହରିଣ ଆଦି। ପାର୍କକୁ ଲାଗି ରହିଛି ଏକ ଅତ୍ୟାଧୁନିକ ପୋଖରୀ ଓ ପୋଖରୀର ମଧ୍ୟସ୍ଥଳରେ ବିରାଟ ଶିବମୂର୍ତ୍ତି। ପୋଖରୀ ଚତୁଃପାର୍ଶ୍ୱରେ ବିଭିନ୍ନ ଛୋଟ ଛୋଟ ଫୁଲ ଗଛ ଲଗାଯାଇଥିବା ବେଳେ ଆକର୍ଷଣୀୟ ଆଲୋକ ମାଳାରେ ଝଲସି ଉଠୁଛି ପୋଖରୀ, ଯାହା ପର୍ଯ୍ୟଟକଙ୍କୁ ବିମୋହିତ କରୁଛି। ବଟେଶ୍ୱର ପୀଠଠାରୁ ଆଉ କିଛି ଦୂରରେ ରହିଛି ବଙ୍ଗୋପସାଗର ବେଳାଭୂମି। ପ୍ରତିବର୍ଷ କାର୍ତ୍ତିକ ମାସ ସୋମବାର ଏଠାରେ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥାଏ। ମାସ ଶେଷରେ ପୂର୍ଣ୍ଣିମାରେ ଏହି ପୀଠଠାରେ ବାଲିଯାତ୍ରା ଅନୁଷ୍ଠିତ ହେଉଛି। ଲକ୍ଷାଧିକ ଭକ୍ତ ଠାକୁର ଦର୍ଶନ ସାଙ୍ଗକୁ ସମୁଦ୍ର ବେଳାଭୂମିରେ ମଜା ନେଉଛନ୍ତି। ପର୍ଯ୍ୟଟକମାନଙ୍କ ପାଇଁ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ଥିବା ସତ୍ତ୍ୱେ ମିଳିନି ପର୍ଯ୍ୟଟନ ମାନ୍ୟତା। ଏହି ପ୍ରସିଦ୍ଧ ବଟେଶ୍ୱର ମନ୍ଦିରର ବିଭିନ୍ନ ଯାନିଯାତ୍ରାକୁ ଛଅ ଖଣ୍ଡ ଗ୍ରାମବାସୀ ତଥା କଣ୍ଟିଆଗଡ଼, ନୀଳାଦ୍ରିପୁର, ଖଟୁଆକୁଦା, ମୟୂରପଦା, ଗୋଖରକୁଦା ଏବଂ ପୋଡ଼ମପେଟା ଗ୍ରାମବାସୀ ପରିଚାଳନା କରୁଛନ୍ତି। ଏହି ପୀଠକୁ ଯିବାଆସିବା ରାସ୍ତା ପ୍ରଶସ୍ତୀକରଣ ହୋଇପାରିଲେ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସୁବିଧା ହୋଇପାରନ୍ତା ବୋଲି ମନ୍ଦିର ପରିଚାଳନା କମିଟି ଉପସଭାପତି ଶବର କୁମାର ତରାଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବରଙ୍ଗପୁରରେ ଲଜ୍ଜା; ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲକୁ ଟାଣିନେଇ ବଳାତ୍କାର ଅଭିଯୋଗ, ଚିତ୍କାର ଶୁଣି ଦୌଡ଼ି ଆସିଲେ ଗ୍ରାମବାସୀ

ନବରଙ୍ଗପୁର,୧।୧୦(ସଦାଶିବ ପ୍ରହରାଜ ): ମାନବିକତାକୁ ଲଜ୍ଜିତ କଲା ଅମାନବୀୟ ଘଟଣା । ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲରେ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଙ୍ଗଲରୁ…

ସଫେଇ ଅଭିଯାନରେ ସାମିଲ ହେଲେ ଅଧିକ୍ଷକ: କର୍ମଚାରୀଙ୍କୁ ଦେଲେ ସ୍ବଚ୍ଛତା ବାର୍ତ୍ତା

କେସିଙ୍ଗା, ୧।୧୦ (ତୁମେଶ୍ୱର ସାହୁ): ଆଗାମୀ ଗାନ୍ଧୀ ଜୟନ୍ତୀ ଏବଂ ଅକ୍ଟୋବର ୧ ତାରିଖର ସ୍ବତନ୍ତ୍ର ସ୍ବଚ୍ଛତା ଶ୍ରମଦାନ ଅବସରରେ କଳାହାଣ୍ଡି ଜିଲାର କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧।୧୦(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?