ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ବଟେଶ୍ୱର ଶୈବପୀଠ

ଗଞ୍ଜାମ,୧୮ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜାତୀୟ ରାଜପଥ ହୁମାଠାରୁ ମାତ୍ର ୩କିମି ରାସ୍ତା ପରେ ପଡିବ ପ୍ରସିଦ୍ଧ ଐତିହାସିକ ବଟେଶ୍ୱର ପୀଠ। ଅନ୍ୟାନ୍ୟ ଋତୁ ସମେତ ଶୀତରିତୁ ଆସିବାମାତ୍ରେ ସେଠାରେ ପ୍ରବଳ ଭିଡ଼ ଜମିଥାଏ। ଝାଉଁ ଜଙ୍ଗଲ ମଧ୍ୟରେ ଥିବା ଏହି ବଟେଶ୍ୱର ପୀଠକୁ ଲାଗି ରହିଛି ଆକର୍ଷଣୀୟ ମନୋରମ ଶିଶୁ ପାର୍କ। ଏଥିସହ ସେଠାରେ ଅଛି ପର୍ଯ୍ୟଟକମାନଙ୍କ ପାଇଁ ଶୌଚାଳୟ, ରାତ୍ର ରହଣି ପାଇଁ କଲ୍ୟାଣ ମଣ୍ଡପ। ଏଥିପାଇଁ ପ୍ରତିବର୍ଷ ଏହି ପର୍ଯ୍ୟଟନ ସ୍ଥଳୀକୁ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ପିକ୍‌ନିକ କରିବାକୁ ଆସିଥାନ୍ତି। ପ୍ରାୟ ୩୦ ଫୁଟ ତଳେ ପୂଜା ପାଉଛନ୍ତି ମହାଦେବ। ମନ୍ଦିର ଚତୁଃପାର୍ଶ୍ୱରେ ଘେରି ରହିଛି ଝାଉଁ ଜଙ୍ଗଲ। ସୁନ୍ଦର ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ମନ୍ଦିରକୁ ଲାଗି ରହିଛି ଶିଶୁ ଉଦ୍ୟାନ। ଉକ୍ତ ଉଦ୍ୟାନରେ ଜୀବନ୍ତ ଭଳି ଦେଖାଯାଉଛି ପ୍ଲାଷ୍ଟିକରେ ନିର୍ମିତ ବିଭିନ୍ନ ବାଘ, ଜେବ୍ରା, ହରିଣ ଆଦି। ପାର୍କକୁ ଲାଗି ରହିଛି ଏକ ଅତ୍ୟାଧୁନିକ ପୋଖରୀ ଓ ପୋଖରୀର ମଧ୍ୟସ୍ଥଳରେ ବିରାଟ ଶିବମୂର୍ତ୍ତି। ପୋଖରୀ ଚତୁଃପାର୍ଶ୍ୱରେ ବିଭିନ୍ନ ଛୋଟ ଛୋଟ ଫୁଲ ଗଛ ଲଗାଯାଇଥିବା ବେଳେ ଆକର୍ଷଣୀୟ ଆଲୋକ ମାଳାରେ ଝଲସି ଉଠୁଛି ପୋଖରୀ, ଯାହା ପର୍ଯ୍ୟଟକଙ୍କୁ ବିମୋହିତ କରୁଛି। ବଟେଶ୍ୱର ପୀଠଠାରୁ ଆଉ କିଛି ଦୂରରେ ରହିଛି ବଙ୍ଗୋପସାଗର ବେଳାଭୂମି। ପ୍ରତିବର୍ଷ କାର୍ତ୍ତିକ ମାସ ସୋମବାର ଏଠାରେ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥାଏ। ମାସ ଶେଷରେ ପୂର୍ଣ୍ଣିମାରେ ଏହି ପୀଠଠାରେ ବାଲିଯାତ୍ରା ଅନୁଷ୍ଠିତ ହେଉଛି। ଲକ୍ଷାଧିକ ଭକ୍ତ ଠାକୁର ଦର୍ଶନ ସାଙ୍ଗକୁ ସମୁଦ୍ର ବେଳାଭୂମିରେ ମଜା ନେଉଛନ୍ତି। ପର୍ଯ୍ୟଟକମାନଙ୍କ ପାଇଁ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ଥିବା ସତ୍ତ୍ୱେ ମିଳିନି ପର୍ଯ୍ୟଟନ ମାନ୍ୟତା। ଏହି ପ୍ରସିଦ୍ଧ ବଟେଶ୍ୱର ମନ୍ଦିରର ବିଭିନ୍ନ ଯାନିଯାତ୍ରାକୁ ଛଅ ଖଣ୍ଡ ଗ୍ରାମବାସୀ ତଥା କଣ୍ଟିଆଗଡ଼, ନୀଳାଦ୍ରିପୁର, ଖଟୁଆକୁଦା, ମୟୂରପଦା, ଗୋଖରକୁଦା ଏବଂ ପୋଡ଼ମପେଟା ଗ୍ରାମବାସୀ ପରିଚାଳନା କରୁଛନ୍ତି। ଏହି ପୀଠକୁ ଯିବାଆସିବା ରାସ୍ତା ପ୍ରଶସ୍ତୀକରଣ ହୋଇପାରିଲେ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସୁବିଧା ହୋଇପାରନ୍ତା ବୋଲି ମନ୍ଦିର ପରିଚାଳନା କମିଟି ଉପସଭାପତି ଶବର କୁମାର ତରାଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri