ଦିଗପହଣ୍ଡି,୧୮ା୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ପାଟପୁର ଥାନା ଅଧୀନ ଜିଉରା ଗ୍ରାମରେ ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା ପରେ ସ୍ବାମୀ ବିଲରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।
ମୃତା ମହିଳା ହେଲେ ଜୟନ୍ତୀ ସାହୁ। ପୋଲିସ ରବିବାର ତାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ସ୍ବାମୀ ନାରାୟଣ ସାହୁଙ୍କୁ ଅଟକ ରଖିଛି।
ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମର ଦାମ ସାହୁଙ୍କ ଝିଅ ଜୟନ୍ତୀ ଜିଉରା ଗ୍ରାମର ନାରାୟଣଙ୍କୁ ପ୍ରାୟ ୧୫ବର୍ଷ ପୂର୍ବେ ବିବାହ କରିଥିଲେ। ସେମାନଙ୍କର ୨ଟି ପୁଅ ଓ ଗୋଟିଏ ଝିଅ। ଜୟନ୍ତୀଙ୍କ ବାପଘର ଲୋକ ମଧ୍ୟ କିଛି ବର୍ଷ ହେଲା ଗାଁ ଛାଡ଼ି ଜିଉରାରେ ରହି ଆସୁଛନ୍ତି। ନାରାୟଣ ବିଭିନ୍ନ ସମୟରେ ନିଶାସକ୍ତ ହୋଇ ଘରକୁ ଆସି ଜୟନ୍ତୀଙ୍କୁ ମାଡ ମାରୁଥିଲେ। ଶନିବାର ରାତିରେ ମଧ୍ୟ ସେ ଏଭଳି ଆସି କୌଣସି କଥାକୁ ନେଇ ସ୍ତ୍ରୀଙ୍କ ସହ ପାଟିତୁଣ୍ଡ କରିଥିଲେ। ରବିବାର ସକାଳେ ବାରିପଟ ଚାଷ ଜମିରେ ଜୟନ୍ତୀଙ୍କ ମୃତଦେହ ପଡ଼ିଥିବା କେତେଜଣ ଗ୍ରାମବାସୀ ଓ ବାପଘର ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ପାଟପୁର ଥାନା ଆଇଆଇସି ସବ୍ୟସାଚୀ ମଲ୍ଲ ସଦଳବଳ ଘଟଣାସ୍ଥଳକୁ ଆସି ତଦନ୍ତ କରିବା ସହ ଅଭିଯୁକ୍ତ ନାରାୟଣଙ୍କୁ କାବୁ କରିଥିଲେ। ଏ ନେଇ ଜୟନ୍ତୀଙ୍କ ଭାଇ ଚେରୁ ସାହୁଙ୍କ ଏତଲାକ୍ରମେ ପୋଲିସ ଏକ ମାମଲା(ନଂ. ୪୫୮/୨୨) ରୁଜୁ କରିଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛି। ଜୟନ୍ତୀଙ୍କ ବେକରେ କ୍ଷତ ଚିହ୍ନ ରହିଛି। ତାଙ୍କୁ ତଣ୍ଟିଚିପି ଶ୍ୱାସରୁଦ୍ଧ କରି ମାରି ଦିଆଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଥିଲେ ମଧ୍ୟ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଆଇଆଇସି କହିଛନ୍ତି।
Posted inHome Left, ଆମ ଜିଲା ଖବର, ଗଞ୍ଜାମ View All
ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….
ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…
କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର
ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…
୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…
୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…
ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…
ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…
ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…
ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …
ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…
ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…
ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…
ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ
ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…
Archives

