ପାଖେଇ ଆସୁଛି ଗୋପାଳପୁର ବେଳାଭୂମି ମହୋତ୍ସବ: ସମ୍ପୂର୍ଣ୍ଣ ହୋଇନି ରାସ୍ତା,ଆଲୋକୀକରଣ କାର୍ଯ୍ୟ

ଗୋପାଳପୁର,୧୭।୧୨,(ଡି.ଏନ୍‌.ଏ.): ଗୋପାଳପୁର ବେଳାଭୂମିକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ସୌନ୍ଦର୍ଯ୍ୟକରଣ କରାଯାଉଛି। ବିଗତ ଦୁଇ ବର୍ଷ ହେବ କରୋନା ମହାମାରୀ କାରଣରୁ ଗୋପାଳପୁର ବେଳାଭୂମିକୁ ପର୍ଯ୍ୟଟକଙ୍କ ଆଗମନ ଉପରେ ରୋକ ଲାଗିଥିଲା। କରୋନା ନିୟନ୍ତ୍ରଣାଧୀନ ହେବା ସହ ଚଳିତ ବର୍ଷ ଡିସେମ୍ବର ଶେଷ ସପ୍ତାହରେ ଏଠାରେ ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏଥି ନିମନ୍ତେ ଗଞ୍ଜାମ ଜିଲା ପ୍ରଶାସନ, ପୋଲିସ ପ୍ରଶାସନ ମିଳିତ ସହଯୋଗରେ ବ୍ୟାପକ ପ୍ରସ୍ତୁତି ଚାଲିଛି। କିନ୍ତୁ ଦୁଃଖର ବିଷୟ ହେଉଛି, ଗୋପାଳପୁରଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ମୁଖ୍ୟରାସ୍ତାରେ ଆଲୋକ ବ୍ୟବସ୍ଥା ନ ଥିବାରୁ ଗମନାଗମନାରେ ଅସୁବିଧା ସୃଷ୍ଟି ହେଉଛି। ଉକ୍ତ ରାସ୍ତା ଦେଇ ନିୟମିତ ସାଂସଦ, ବିଧାୟକ, ସ୍ଥାନୀୟ ଜନପ୍ରତିନିଧି, ଓ ପ୍ରଶାସନିକ ଅଧିକାରୀମାନେ ଯାତାୟତ କରୁଥିଲେ ମଧ୍ୟ ଏହି ରାସ୍ତା ଉପରେ ଦୃଷ୍ଟି ନ ପଡ଼ିବା ସମସ୍ତଙ୍କୁ ଆଚମ୍ବିତ କରିଛି। ସେହିପରି ଦୀର୍ଘ ଦୀନ ଧରି ଧରି ପୁର୍ତ୍ତ ବିଭାଗ ପକ୍ଷରୁ ରାମଚନ୍ଦ୍ରପୁରଠାରୁ ଗୋପାଳପୁର ଜଙ୍କସନ ପର୍ଯ୍ୟନ୍ତ ରାସ୍ତା ମରାମତି କାର୍ଯ୍ୟ ମନ୍ଥର ଗତିରେ ଚାଲୁଛି। ଅନ୍ୟପଟେ ରାସ୍ତାସାରା ଷ୍ଟ୍ରିଟ ଲାଇଟ ଲଗାଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସେଗୁଡ଼ିକ ଜଳିନାହିଁ। ପୂର୍ବରୁ ବହୁବାର ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ରାସ୍ତା ମରାମତି ଓ ଆଲୋକୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ନେଇ ଦାବି କରିଆସୁଛନ୍ତି। ଆଗକୁ ବେଳାଭୂମି ମହୋତ୍ସବ ଥିବାରୁ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରର ବହୁ କଳାକାରଙ୍କ ଆଗମନ ହେବ। ଏପରି କ୍ଷେତ୍ରରେ ରାସ୍ତା ମରାମତି ଓ ଆଲୋକୀକରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ନ ହେବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri