ଭଞ୍ଜ ରାଜବଂଶର ସ୍ମୃତି : ଲୋକଙ୍କ ଦାନରେ ଚାଲିଛି କୁଲାଡ ଜଗନ୍ନାଥ ମନ୍ଦିର

ଭଞ୍ଜନଗର,୨୬।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଘୁମୁସର ଭଞ୍ଜ ରାଜବଂଶର ସ୍ମୃତି ଭାବେ ପରିଚିତ କୁଲାଡ ଜଗନ୍ନାଥ ମନ୍ଦିର ୧୭୬୦ ମସିହାରେ ନିର୍ମାଣ ହୋଇଥିଲା। ସେ ସମୟରେ ମନ୍ଦିର ପରିଚାଳନା ପାଇଁ ଭଞ୍ଜ ରାଜବଂଶ ପକ୍ଷରୁ ହଜାର ହଜାର ଭରଣ ଜମି, କୋଟି କୋଟି ଟଙ୍କାର ଅଳଙ୍କାର ଦାନ କରାଯାଇଥିଲା । କିନ୍ତୁ ପର୍ଯ୍ୟାୟ କ୍ରମେ ଲୋକେ ମନ୍ଦିର ଜମିକୁ ଜବର ଦଖଲ କରିନେଲେ। ଏଥିସହ ମନ୍ଦିରର ଥିବା କୋଟି କୋଟି ଟଙ୍କାର ଅଳଙ୍କାର ୧୯୯୩ ମସିହାରେ ଚୋରି ହୋଇଗଲା।

ଚୋରି ଅଳଙ୍କାରକୁ ପୋଲିସ ଆଜି ପର୍ଯ୍ୟନ୍ତ ଉଦ୍ଧାର କରି ପାରିନାହିଁ। ତେଣୁ ସେହି ଦିନଠୁ ଠାକୁରଙ୍କ ସୁନା ବେଶ ଲୋକଙ୍କ ସହଯୋଗରେ ହେଉଛି। ସୁନା ବେଶ ଦିନ କିଛି ବଦାନ୍ୟ ବ୍ୟକ୍ତି ଏବଂ ସଂଘ ଅଳଙ୍କାର ଦାନ କରନ୍ତି। ଏହାପରେ ସୁନା ବେଶ ସରିଗଲା ପରେ ଅଳଙ୍କାର ସୁରକ୍ଷା ଦୃଷ୍ଟିରୁ ନିଜ ଅଧୀନକୁ ନେଇ ଯାଉଛନ୍ତି। ଏହିଭଳି ପରମ୍ପରା ଭକ୍ତଙ୍କ ଭାବନାକୁ ଆଘାତ ଦେଉଛି। ଅନ୍ୟପଟେ ମନ୍ଦିର ନାମରେ ଥିବା ଜମିରୁ ଖଜଣା ପ୍ରାୟ ଆସୁନାହିଁ। ଅଳ୍ପ କିଛି ଚାଷୀ ଖଜଣା ଦେଉଛନ୍ତି। ଯାହା ସମୁଦ୍ରକୁ ଶଙ୍ଖେ। ସେଥିରୁ ମନ୍ଦିର ପରିଚାଳନା କଷ୍ଟକର।

ତେଣୁ ନେତା, ଅଫିସର, ବ୍ୟବସାୟୀ ଏବଂ ସାଧାରଣ ଜନତାଙ୍କ ଦାନ ଅର୍ଥରେ ମନ୍ଦିର ପରିଚାଳନା ହେଉଛି। ଭଞ୍ଜ ରାଜବଂଶର ସ୍ମୃତି ଆଜି ଏଭଳି ଅବସ୍ଥାକୁ ନେଇ ଭକ୍ତ ମାନେ ଚିନ୍ତା ବ୍ୟକ୍ତ କରିଛନ୍ତି। ତେଣୁ ସରକାର ଏହିଭଳି ପୁରୁଣା ସ୍ମୃତି ମନ୍ଦିର ଗୁଡିକର ପରିଚାଳନା ପାଇଁ ସ୍ବତନ୍ତ୍ର କିଛି ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଇତିମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧ କୋଟି ୨୨ ଲକ୍ଷ ଟଙ୍କା ବ୍ୟୟରେ ମନ୍ଦିର ମରାମତି କରାଯାଇଛି । ଆଗକୁ ଜୁଲାଇ ୧୬ ତାରିଖରେ ରଥଯାତ୍ରା ପଡୁଛି। ତେଣୁ ରଥ ମରାମତି ଆବଶ୍ୟକ ଅଛି । ଏଥିସହ ମନ୍ଦିର ସମ୍ମୁଖ ଭାଗ ମଧ୍ୟ ଆଉ କିଛି ରଙ୍ଗ କାମ ଅଛି। ଏହିଭଳି ପରିସ୍ଥିତିରେ ମଙ୍ଗଳବାର ରଥ କିଭଳି ମରାମତି ହେବ ତାହାର ସମୀକ୍ଷା ମିଳିତ କମିଟି କରିଥିଲେ।
ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାରଙ୍କ ନେତୃତ୍ୱରେ ଏକ ଟିମ ରଥର ସ୍ଥିତି ସମୀକ୍ଷା କରିଥିଲେ। ଏହି ସମୟରେ ରଥର କିଛି ଚକ ଓ ଅଖକୁ ବଦଳାଇବା ପାଇଁ କମିଟି ପରାମର୍ଶ ଦେଇଥିଲେ। ଏହାପରେ ବନ ବିଭାଗ ସହଯୋଗରେ ତାହାର ମରାମତି କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହି କମିଟିରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଗୋପାଳ ଚନ୍ଦ୍ର ବେହେରା, ରାଜସ୍ବ ନିରୀକ୍ଷକ ଭଗବାନ ବେହେରା, ବନପାଳ ଶରତ କୁମାର ମହାନ୍ତି, ମନ୍ଦିର ପରିଚାଳନା କମିଟି ସଭାପତି ବ୍ରହ୍ମାନନ୍ଦ ଦାସ, ସମ୍ପାଦକ ସଞ୍ଜୟ ପ୍ରଧାନ, ମୁଖ୍ୟ ମହାରଣା ତ୍ରିନାଥ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

ରଥଯାତ୍ରା ପାଇଁ ଆବଶ୍ୟକ ଅର୍ଥର ଅଭାବକୁ ଦେଖି ଗତବର୍ଷ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଲକ୍ଷାଧିକ ଟଙ୍କା ଦାନ କରିଥିଲେ। ଫଳରେ ରଥଯାତ୍ରା ଆକର୍ଷଣୀୟ ହୋଇପାରିଥିଲା। ଏହାପରେ ଯାତ୍ରା ସମୟରେ ମୁଖ୍ୟ ସଡ଼କରେ ଯେଉଁ ବିଦ୍ୟୁତ ତାର ସମସ୍ୟା ରହିଥିଲା ତାହାକୁ ବିଧାୟକଙ୍କ ନିର୍ଦ୍ଦେଶକ୍ରମେ ଅଣ୍ଡର ଗ୍ରାଉଣ୍ଡ କରି ଦିଆଯାଇଛି। ଏହିଭଳି ଅନେକ ସମସ୍ୟା ବିଧାୟକଙ୍କ ସହଯୋଗରେ ସମାଧାନ ହୋଇପାରିଛି। ଚଳିତବର୍ଷ ମଧ୍ୟ ବିଧାୟକଙ୍କ ସହଯୋଗରେ ଯାତ୍ରା ଭଲରେ ହେବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, କୁଲାଡ ଜଗନ୍ନାଥ ମନ୍ଦିର ଦେବୋତ୍ତର ବିଭାଗ ଅଧୀନରେ ପରିଚାଳିତ ହେଉଛି। ତେଣୁ ଭଞ୍ଜନଗର ଉପଜିଲାପାଳ ତାହାର ମୁଖ୍ୟ ଦାୟିତ୍ୱରେ ଅଛନ୍ତି। ଉପଜିଲାପାଳ ଉମାଶଙ୍କର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ଏବଂ ଅତିରିକ୍ତ ତହସିଲଦାର ଯାତ୍ରା କିଭଳି ସଫଳତାର ସହ ହୋଇପାରିବ ତାହାର କାର୍ଯ୍ୟ ତଦାରଖ କରୁଛନ୍ତି। ଏଥିସହ ଗତବର୍ଷ ଠାରୁ ମନ୍ଦିର ପରିଚାଳନାରେ ସହଯୋଗ କରିବା ପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଛି ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରୋର ଆଉ ଏକ ବଡ଼ ସଫଳତା, ଲଞ୍ଚ ହେଲା EOS-05 ସାଟେଲାଇଟ୍

ନୂଆଦିଲ୍ଲୀ,୪ା୯: ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ଅନ୍ତରୀକ୍ଷ କ୍ଷେତ୍ରରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରର…

କଳାହାଣ୍ଡି ଜିଲାରେ ଶିକ୍ଷାର ବିକଳ ଚିତ୍ର: ୩୮୨୦ ଡ୍ରପ୍‌ଆଉଟ ଛାତ୍ରୀଛାତ୍ର

ଭବାନୀପାଟଣା, ୪ା୯(ଉତ୍ତମ କୁମାର ଦାଶ):ଶିକ୍ଷାର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାଗଣାରେ ଛାତ୍ରୀଛାତ୍ରଙ୍କୁ ବହି,…

ବର୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ…

ଭୁବନେଶ୍ୱର,୪ା୯ (ସୌମ୍ୟରଞ୍ଜନ ରାଉତ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଆଡକୁ ଗତି କରୁଛି। ଫଳରେ ରାଜ୍ୟକୁ ଏବେ ଲଘୁଚାପ…

ଜମନକିରା ବ୍ଲକରେ ହାତୀ ଉପଦ୍ରବ: ଏକର ଏକର ଧାନ କ୍ଷେତ ଉଜୁଡ଼ିଲା, ଚିନ୍ତାରେ ଚାଷୀକୂଳ

ଜମନକିରା,୪।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ବ୍ଲକ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଏବେ ଚରମ ସୀମାରେ ପହଞ୍ଚିଛି । ବିଶେଷ କରି ବଡ଼ରମା ବନ୍ୟପ୍ରାଣୀ ରେଞ୍ଜ…

ମିଳୁନି ମୌଳିକ ସୁବିଧା, ଚଟାଣରେ ବସି ପଢ଼ୁଛନ୍ତି ପିଲା: ୪୬ ଛାତ୍ରୀଛାତ୍ରଙ୍କ ପାଇଁ ୨ ଶିକ୍ଷକ

ଗଞ୍ଜାମ, ୪ା୯ (ଅନାଥ ତରାଇ):ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମ ପ୍ରବେଶ ପଥ ନିକଟରେ ଥିବା ପୁଇଁତୋଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୀର୍ଘଦିନ ଧରି ଭିତ୍ତିଭୂମି ଅଭାବ…

ଇରାନ୍‌କୁ ଆର୍ଥିକ ଫାଇଦା ପହଞ୍ଚାଇଲେ ପରିଣାମ ଭୋଗିବ: ଆମେରିକା

ୱାଶିଂଟନ୍‌,୪।୯ (ପି.ଟି.): କିର୍‌ଗିଜସ୍ଥାନର ବିଶ୍‌କେକ୍‌ଠାରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇରାନ୍‌ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍‌ଙ୍କ…

ମନ୍ଧାନାଙ୍କ ରେକର୍ଡ ଶତକ: ଭାରତର ଲଗାତର ଦ୍ୱିତୀୟ ବିଜୟ

ଦୁବାଇ,୩ା୯: ସ୍ମୃତି ମନ୍ଧାନାଙ୍କ ରେକର୍ଡ ଶତକ ବଳରେ ମହିଳା ଏସିଆ କପ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୧୩୭ ରନର ବଡ଼ ବ୍ୟବଧାନରେ ହଂକଂ, ଚାଇନାକୁ ପରାସ୍ତ…

ଦିଗପହଣ୍ଡିରେ ନକଲି ମଦ କାରଖାନା ଠାବ: ବଟଲିଂ ମେସିନ୍ ସହ ବିପୁଳ ନକଲି ମଦ ଜବତ, ଅଭିଯୁକ୍ତ ଗିରଫ

ଦିଗପହଣ୍ଡି୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ନକଲି ବିଦେଶୀ ମଦ, ଖାଲି ବୋତଲ, ଦେଶୀ ମଦ ପାଉଚ୍ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri