ଗଜପତି

ଦୁର୍ଘଟଣାରେ ଚାଲିଗଲା ଶିଶୁର ଜୀବନ, ୫ ଆହତ

ଗଜପତି,୯ା୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ପାଟିକୋଟା ଛକ ନିକଟରେ ଶୁକ୍ରବର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ ଜଣ ଶିଶୁ ଏବଂ ୨ ମହିଳା…

ପରିତ୍ୟକ୍ତ ଅବସ୍ଥାରେ ୬ ଦିନର ଶିଶୁପୁତ୍ର ଉଦ୍ଧାର

ପାରଳାଖେମୁଣ୍ଡି,୫ା୨(ଗିରିଧାରୀ ପରିଛା): ଗଜପତି ଜିଲା ନୂଆଗଡ଼ ବ୍ଲକଠାରେ ପରିତ୍ୟକ୍ତ ଅବସ୍ଥାରେ ୬ଦିନ ଶିଶୁପୁତ୍ରକୁ ଉଦ୍ଧାର କରିଛି ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ। ଗଜପତି ଜିଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଖଜୁରୀପଦାସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା…

ସଫଳତାର ମୂଳମନ୍ତ୍ର କଠିନ ପରିଶ୍ରମ: ପାଣ୍ଡିଆନ

ପାରଳାଖେମୁଣ୍ଡି/ଆର.ଉଦୟଗିରି,୨୪।୧(ଗିରିଧାରୀ ପରିଛା/ମନୋଜ ପାଢ଼ୀ): ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଙ୍ଗଳବାର ଦିନିକିଆ ଗଜପତି ଜିଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଯୁବପିଢିଙ୍କ ଭିତରେ କ୍ରୀଡ଼ା, କଳା, ସାହିତ୍ୟ, ସଂସ୍କୃତି ଓ ସାମାଜିକ ସେବାକାର୍ଯ୍ୟର ଭାବଧାରା ସୃଷ୍ଟିକରି…

ଚୋରି କରିବାକୁ ଆସି ବୃଦ୍ଧାଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୨୨ା୧(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି କରଣ ସାହିରେ ରବିବାର ରାତିରେ ଘରେ ଏକାକୀ ଥିବା ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଛି। ସେ ହେଲେ ସରୋଜିନୀ ପଟ୍ଟନାୟକ(୭୦)। ଶରୀରରେ କ୍ଷତ ଚିହ୍ନ ଥିବା ଓ ଘର ସାରା ଲଙ୍କାଗୁଣ୍ଡ ପଡିଥିବାରୁ କୌଣସି…

ପରିଚୟ ହଜାଇଛି ବୃନ୍ଦାବନ ପ୍ୟାଲେସ

ପାରଳାଖେମୁଣ୍ଡି, ୨୮ା୧୨ (ଗିରିଧାରୀ ପରିଛା)ଗଜପତି ଜିଲାରେ ରାଜବଂଶର କୀର୍ତ୍ତି ବହନ କରୁଥିବା ବୃନ୍ଦାବନ ପ୍ୟାଲେସ ବା ବସନ୍ତ ନିବାସ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଜିଲା ସଦର ମହକୁମା ପାରଳାଖେମୁଣ୍ଡିରେ ରହିଛି ମହାରାଜା ଗୌରଚନ୍ଦ୍ର ଗଜପତି ଓ ତାଙ୍କ ପୁତ୍ର କୃଷ୍ଣଚନ୍ଦ୍ର ଗଜପତିଙ୍କ…

ଗୋଦାମଘରେ ପାଠପଢ଼ା

ମୋହନା,୧୪ା୧୨(ମନ୍ମଥ ମିଶ୍ର)ବିଦ୍ୟାଳୟରେ ନାହିଁ ଆବଶ୍ୟକ ଶ୍ରେଣୀ ଗୃହ, ମଧ୍ୟାହ୍ନ ଭୋଜନ ପାଇଁ ଉଦ୍ଦିଷ୍ଟ ବାରଣ୍ଡାରେ ଚାଲୁଛି ଏକାଥରକେ ତିନି ତିନୋଟି ଶ୍ରେଣୀର ପିଲାଙ୍କ ପାଠପଢା। କେବଳ ସେତିକି ନୁହେଁ ଗୋଦାମ ଗୃହରେ ମଧ୍ୟ ପଢୁଛନ୍ତି ଛାତ୍ରୀଛାତ୍ରୀ। ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି…

ଦୁର୍ଗମ ଅଞ୍ଚଳ ଖଞ୍ଜାମେରାରେ ବସୁଧା ଯୋଜନା ଫେଲ୍‌

ଆର୍‌.ଉଦୟଗିରି,୧୧।୧୨(ମନୋଜ କୁମାର ପାଢୀ): ଦୁର୍ଗମ ଅଞ୍ଚଳରେ ଫେଲ୍‌ ମାରିଛି ରାଜ୍ୟ ସରକାରଙ୍କ ବସୁଧା ଯୋଜନା। ବର୍ଷ ବର୍ଷ ଧରି ବିଶୁଦ୍ଧ ପାନୀୟ ଜଳ ପାଇବା ଆଶାରେ ଚାତକ ପରି ଚାହିଁ ବସିଥିଲେ ପାହାଡିଆ ଦୁର୍ଗମ ଅଞ୍ଚଳ ଆଦିବାସୀ। ଶେଷରେ ଗାଁ ମୁଣ୍ଡରେ…

ବାତ୍ୟା ମିଗ୍‌ଜୋମ୍‌: ପ୍ରବଳ ବର୍ଷା ଯୋଗୁ ମାଆ ଗୃହକୁ ସ୍ଥାନାନ୍ତରିତ ହେଲେ ଗର୍ଭବତୀ ମହିଳା

ଗଜପତି,୬।୧୨(ଗିରିଧାରୀ ପରିଛା): ଗଜପତି ଜିଲାରେ ବାତ୍ୟା ମିଗ୍‌ଜୋମ ଯୋଗୁଁ ବର୍ଷା ଜାରି ରହିଥିବା ବେଳେ କ୍ରମଶଃ ବର୍ଷାର ପରିମାଣ କମିବାରେ ଲାଗିଛି। କିନ୍ତୁ ଜିଲାରେ ବାତ୍ୟାର ପ୍ରଭାବ ଯେଉଁଭଳି ଭାବେ ଆକଳନ କରାଯାଇଛି ସେହିପରି ପ୍ରଭାବ ପଡିନି। ପୂର୍ବରୁ ପାଣିପାଗ ବିଭାଗ…

ବାତ୍ୟା ‘ମିଗଜୋମ’ର ପ୍ରଭାବ: ଆସନ୍ତାକାଲି ଗଜପତିରେ ସବୁ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୫।୧୨: ବାତ୍ୟା ‘ମିଗଜୋମ’ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିଛି। ଏହାସହ କିଛି ସ୍ଥାନରେ ବର୍ଷା ମଧ୍ୟ ହେଉଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲାରେ ଆସନ୍ତାକାଲି ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଗଜପତିର ବହୁ ଉପାନ୍ତ…

ଗଜପତିରେ ହାତୀ, ବାଘ ଆତଙ୍କ ୨୪ଘଣ୍ଟା ପହରା ଦେଉଛି ବନ ବିଭାଗ

ପାରଳାଖେମୁଣ୍ଡି(ଗିରିଧାରୀ ପରିଛା):୨୭ା୧୧-ଗଜପତି ଜିଲାରେ ହାତୀ, ବାଘ ଭୟ ଲୋକମାନଙ୍କୁ ଆତଙ୍କିତ କରି ପକାଇଛି। କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୁରା ପଞ୍ଚାୟତର ୱାନାଗୁଡା ଗ୍ରାମ ପାହାଡ଼ ଅଞ୍ଚଳରେ ୪ଟିକିଆ ହାତୀ ପଲ ବୁଲୁଥିଲା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ରବିବାର ହାତୀପଲ…

ପର୍ଯ୍ୟଟନ ସ୍ଥଳକୁ ପ୍ଲାଷ୍ଟିକମୁକ୍ତ ପାଇଁ ପ୍ରଶାସନର ପ୍ରୟାସ

ପାରଳାଖେମୁଣ୍ଡି,୨୨।୧୧ (ଗିରିଧାରୀ ପରିଛା): ଗଜପତି ଜିଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁପ ପ୍ରଶାସନ ପ୍ରୟାସ ଆରମ୍ଭ କରିଛି। ବର୍ତ୍ତମାନ ପିକନିକ ଋତୁ ଆରମ୍ଭ ହୋଇଥିବା ବେଳେ ଜିଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ରାୟଗଡ…

ଗରା, ମାଠିଆ ରଖି ରାସ୍ତା ଅବରୋଧ: ହଟହଟା ହେଲେ ଯାତ୍ରୀ

ଆର୍‌ ଉଉଦୟଗିରି,୧୩।୧୧(ମନୋଜ କୁମାର ପାଢୀ) ଗଜପତି ଜିଲା ଆର୍‌ ଉଦୟଗିରି ଗ୍ରାମରେ ୧୦ ଦିନ ହେଲା ପାନୀୟ ଜଳ ସମସ୍ୟା ଲାଗି ରହିଛି । ଏହି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକାର କରାଯାଇ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?