Posted inଗଜପତି

ସ୍ତ୍ରୀ ସହିତ ଅନୈତିକ ସମ୍ପର୍କରୁ ସାଙ୍ଗଙ୍କୁ ହତ୍ୟା

ପାରଳାଖେମୁଣ୍ଡି, ୨୩ା୫ (ଗିରିଧାରୀ ପରିଛା): ସ୍ତ୍ରୀ ସହିତ ଅନୈତିକ ସମ୍ପର୍କକୁ କେନ୍ଦ୍ରକରି ଜଣେ ଯୁବକ ତାଙ୍କ ବନ୍ଧୁଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣା ଗତ ୧୯ ତାରିଖରେ ଘଟିଥିଲେ ମଧ୍ୟ ପୋଲିସ ଘଟଣାର ପ୍ରକୃତ ରହସ୍ୟ ଉପରୁ ଗୁରୁବାର ପର୍ଦ୍ଦାଫାସ କରିଛି। ଏହା ଘଟିଛି ଗଜପତି ଜିଲା ଗୋଷାଣୀ ବ୍ଲକ ଭିନଳା ଗ୍ରାମରେ। ପୋଲିସ ଗୁରୁବାର ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ଭିନଳା ଗ୍ରାମର ପ୍ରଶାନ୍ତ ଜେନା, ସୀମାଞ୍ଚଳ ପ୍ରଧାନ ଓ ସୁରେନ୍ଦ୍ର ପ୍ରଧାନ ତିନି ଜଣ ଭଲ ବନ୍ଧୁ ଥିଲେ। ଏମାନଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥିବା ଯୋଗୁ ଜଣେ ସୀମାଞ୍ଚଳ କିଛି ମାସ ତଳେ ପ୍ରଭାତୀ ପ୍ରଧାନଙ୍କୁ ବିବାହ କରିଥିଲେ। ସାଙ୍ଗମାନଙ୍କ ମଧ୍ୟରେ ଘରକୁ ଯିବାଆସିବା ମଧ୍ୟରେ ପ୍ରଶାନ୍ତଙ୍କ ସହ ପ୍ରଭାତୀଙ୍କ ଅନୈତିକ ସମ୍ପର୍କ ଗଢ଼ି ଉଠିଥିଲା, ଯାହା ପରବର୍ତ୍ତୀ ସମୟରେ ଗାଁ ଲୋକଙ୍କ ମଧ୍ୟରେ ଏକ ଗୁଜବ ସୃଷ୍ଟି ହୋଇଥିଲା। ଏହାକୁ ନେଇ ପ୍ରଭାତୀ ଗତ ଫେବ୍ରୁଆରୀ ମାସରେ ବିଷପିଇ ଆତ୍ମହତ୍ୟା କରିଥିଲେ। ଏହି କଥା ସ୍ବାମୀ ସୀମାଞ୍ଚଳ ଜାଣିବା ପରେ ପ୍ରତିଶୋଧ ଆଶାରେ ପ୍ରଶାନ୍ତଙ୍କୁ ହତ୍ୟା କରିବାକୁ ସୁଯୋଗ ଅପେକ୍ଷାରେ ରହିଥିଲେ। ଏ ନେଇ ପ୍ରଶାନ୍ତ ସୂଚନା ପାଇ ପ୍ରଭାତୀଙ୍କ ମୃତ୍ୟୁ ପରଠାରୁ କୁଣ୍ଡା ବ୍ୟବସାୟ କରି ଗାଁ ବାହାରେ ରହୁଥିଲେ। କେତେବେଳେ ସମୟ ଦେଖି ନିଜ ଗ୍ରାମକୁ ଆସି ନିଜ ପରିବାର ସହ ମିଶି ପୁଣି ଚାଲିଯାଉଥିଲେ। ଗତ ୧୮ତାରିଖ ସାରେ ମହେନ୍ଦ୍ରତନାୟ ନଦୀର ଶରଧାପୁର ବ୍ରିଜ ନିକଟରେ ସେହି ଗ୍ରାମର ଲବ ଜେନା ଓ ସୁରେଶ ବାରିକ କୌଣସି କାମରେ କଥାବାର୍ତ୍ତା ହେଉଥିବା ବେଳେ ପ୍ରଶାନ୍ତ ନିଜ ଗାଡିରେ ଗ୍ରାମକୁ ଯାଉଥିବା ଦେଖିଥିଲେ। ସେମାନେ ସୀମାଞ୍ଚଳକୁ ଏହି ଖବର ଦେଇଥିଲେ। ଏହାପରେ ସୀମାଞ୍ଚଳ ଓ ସହଯୋଗୀ ପାଞ୍ଚଜଣ ମିଶି ଯୋଜନାବଦ୍ଧ ଭାବେ ଠେଙ୍ଗା, ଲୁହା ପାଇପ ଭଳି ମାରଣାସ୍ତ୍ର ଧରି ପ୍ରଶାନ୍ତ ଆସିବା ବାଟକୁ ଜଗି ରହିଥିଲେ। ପ୍ରଶାନ୍ତ ଗାଁରୁ ଫେରିବା ସମୟରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ପ୍ରଶାନ୍ତର ଅବସ୍ଥା ଗୁରୁତର ହେବାରୁ ସେହି ସ୍ଥାନରେ ଛାଡି ଚାଲିଯାଇଥିଲେ। ଘଟଣା ସ୍ଥଳରେ ଗ୍ରାମବାସୀ ପହଞ୍ଚି ପ୍ରଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାରଳାଖେମୁଣ୍ଡି ଜିଲା ଚିକିତ୍ସାଳୟକୁ ନେଇଥିଲେ। ପରେ ଅଧିକ ଚିକିତ୍ସା ପାଇଁ ଶ୍ରୀକାକୁଲମ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲ। ଘଟଣାରେ ଅଭିଯୁକ୍ତ ସୀମାଞ୍ଚଳ, ସହଯୋଗୀ ସନ୍ତୋଷ ସ୍ବାଇଁଙ୍କୁ ଗୁରୁବାର ଗୁରାଣ୍ଡି ପୋଲିସ ଗିରଫ କରିଛ। ତଦନ୍ତ ସମୟରେ ଦୁଇ ଅଭିଯୁକ୍ତ ନିଜ ଦୋଷ ସ୍ବୀକାର କରିଥିବା ଏକ ଖବରଦାତା ସମ୍ମିଳନୀରେ ପାରଳାଖେମୁଣ୍ଡି ଏସ୍‌ଡିପିଓ ମାଧବାନନ୍ଦ ନାୟକ ସୂଚନା ଦେଇଛନ୍ତି। ଏହି ଘଟଣାରେ ଆଉ ତିନିଜଣ ସମ୍ପୃକ୍ତ ଥିବା ସୂଚନା ଦେଇଛନ୍ତି। ବର୍ତ୍ତମାନ ସେମାନେ ଫେରାର ଅଛନ୍ତି। ଯଥାଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶଳାଙ୍କୁ ଗୁଳି କରି ହତ୍ୟା କଲେ ଭିଣୋଇ

ପାରଳାଖେମୁଣ୍ଡି,୧୬ା୬(ଗିରିଧାରୀ ପରିଚ୍ଛା): ଶଳାଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଭିଣୋଇ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ମୋହନା ଥାନା ଭାଲିଆଗଣି ଗାଁରେ। ମୃତକ...

ପାରଳାଖେମୁଣ୍ଡିରେ ବର୍ଷା, ପବନ, ବଜ୍ରପାତର ତାଣ୍ଡବ

ପାରଳାଖେମୁଣ୍ଡି,୧୫।୬(ଗିରିଧାରୀ ପରିଛା): ମାଡ଼ି ଆସିଲା ପବନ, ଘଡଘଡି ସହ ବର୍ଷା। କିଛିକ୍ଷଣ ପାଇଁ ରଚିଲା ତାଣ୍ଡବ। କାଳ ବୈଶାଖୀ ପ୍ରଭାବରେ ପବନ, ଘଡଘଡି ସାଙ୍ଗକୁ ବର୍ଷାରେ...

ଘାଟିରୁ ୨ଶହ ଫୁଟ ତଳକୁ ଖସିପଡ଼ିଲା ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ଗାଡି

ଗଜପତି,୧୪।୬: ଗଜପତି ଜିଲା ଅଡ଼ବା ଥାନା ତୁଆବାଡ଼ି ଘାଟିରେ ଶୁକ୍ରବାର ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବୋଲେରୋ...

ଟ୍ରକ୍‌ରୁ ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ

ମୋହନା,୯ା୬: ମୋହନା ପୋଲିସକୁ ବଡ଼ ସଫଳତା ମିଳିଛି। ପାଖାପାଖି ୭ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି। ଅଡ଼ବା ଥାନା ଅଞ୍ଚଳରୁ ମାଲବାହୀ ଟ୍ରକ୍‌ ଯୋଗେ...

ପାରଳାଖେମୁଣ୍ଡିରେ ବିଜେଡି ପ୍ରାର୍ଥୀ ରୂପେଶ, ମୋହନାରେ ଦାସୁରଥୀ ବିଜୟୀ

ପାରଳାଖେମୁଣ୍ଡି,୪।୬ (ଗିରିଧାରୀ ପରିଛା): ଗଜପତି ଜିଲାର ପାରଳାଖେମୁଣ୍ଡି ବିଧାନସଭା ଆସନରୁ ବିଜେଡି ଦଳର ପ୍ରାର୍ଥୀ ଇଂ.ରୂପେଶ କୁମାର ପାଣିଗ୍ରାହୀ ବିଜୟଲାଭ କରିଛନ୍ତି । ସେ ତାଙ୍କ...

ଭୋଟ୍‌ ଗଣତି କେନ୍ଦ୍ରରେ ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୪ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ ପରିସରରେ ଭୋଟ୍‌ ଗଣତି ସମୟରେ ଗଣତି କେନ୍ଦ୍ରର ପ୍ରସାରଣ ଦେଖିବା ପାଇଁ...

ଶପିଂ ମଲ୍‌ରେ ନିଆଁ: କୋଟି କୋଟି ଟଙ୍କା ନଷ୍ଟ

ପାରଳାଖେମୁଣ୍ଡି,୩।୬(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବଡ଼ଦାଣ୍ଡରେ ଥବା ବାରାଟମ ଶପିଂ ମଲ୍‌ରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଯାଇଛି। ଫଳରେ ସେଠାରେ ଥିବା ସବୁ...

କିଛି କ୍ଷଣ ମଧ୍ୟରେ ଛାରଖାର କରିଦେଲା ପବନ ବର୍ଷା

ପାରଳାଖେମୁଣ୍ଡି,୩।୬(ଗିରିଧାରୀ ପରିଛା): ରାଜ୍ୟରେ ଅଦିନିଆ ବର୍ଷା ପବନ ହେତୁ ଅନେକ କ୍ଷତି ହୋଛି। କିଛି କ୍ଷଣ ମଧ୍ୟରେ ସବୁ କିଛି ଛାରଖାର ହୋଛି। ତାତିରୁ ଆଶ୍ୱସ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri