ଲୋକପ୍ରିୟ ମୃଦୁ ପାନୀୟରେ କଣ୍ଡୋମ୍, କଡ଼ା କାର୍ଯ୍ୟାନୁଷ୍ଠାନ ଦାବି

ପାରଳାଖେମୁଣ୍ଡି, ୨୯।୫(ଗିରିଧାରୀ ପରିଛା): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିଥିବା ବେଳେ ଗଜପତି ଜିଲାରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଉଛି। ସାଧାରଣ ଜନତା ହୁଅନ୍ତୁ କିମ୍ବା ଗନ୍ତବ୍ୟ ପଥେ ଯାଉଥିବା ଯାତ୍ରୀ ସମସ୍ତେ ତୃଷା ମେଣ୍ଟାଇବା ପାଇଁ ଥଣ୍ଡା ପାନୀୟ ପିଇବାକୁ ବାଧ୍ୟ ହେଉଛନ୍ତି।

ଗଜପତି ଜିଲାର ମୋହନା ବଜାର ଓ ସାହି ଗୁଡ଼ିକରେ ବିଭିନ୍ନ କମ୍ପାନୀର ନାମୀ ଦାମୀ ବ୍ରାଣ୍ଡ୍ ର ଥଣ୍ଡା ପାନୀୟ ବିକ୍ରୀ ହେଉଛି। ବିଭିନ୍ନ ସମୟରେ ଥଣ୍ଡା ପାନୀୟ ବୋତଲ ଭିତରୁ କାଠିକୁଟା, ପୋକ ମାଛି ପଡ଼ିଥିବାର ନଜିର ରହିଛି। କିନ୍ତୁ ଭାରତର ଜଣାଶୁଣା ଟାଟା କମ୍ପାନୀ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ୧୦ ଟଙ୍କିଆ ମୃଦୁ ପାନୀୟ ଟାଟା ଗ୍ଳୋକୋ ବୋତଲ ମଧ୍ୟରୁ କଣ୍ଡମ୍ ବାହାରିବା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଛି।

ସ୍ଥାନୀୟ ଖ୍ରୀଷ୍ଟିୟାନ ସାହିର ଏକ ଦୋକାନରୁ ଦୁଇ ତିନି ଜଣ ଲୋକେ ଟାଟା ଗ୍ଲୋକୋ କିଣି ପିଇବା ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସଙ୍ଗେ ସଙ୍ଗେ ଦୋକାନୀ ମୋହନାର ଜନୈକ ଡ଼ିଲର୍ ଙ୍କୁ ଡାକି ସମସ୍ତ ବୋତଲ ଫେରାଇ ଦେଇଥିବା କହିଛନ୍ତି। ତୁରନ୍ତ ଏଭଳି କମ୍ପାନୀକୁ ସିଜ୍ କରିବା ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାହି ବାସିନ୍ଦା ଓ ବୁଦ୍ଧିଜୀବି ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ନବୀନଙ୍କ ଘରେ ପହଞ୍ଚିଲେ ଅନଙ୍ଗ: ବଢିଲା ଚର୍ଚ୍ଚା

ଭୁବନେଶ୍ୱର, ୨୩ା୧(ସୁନିତ୍‌ ମିଶ୍ର):କେନ୍ଦ୍ରାପଡ଼ା ଜିଲା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ କରାଯିବାକୁ ନେଇ କିଛିଦିନ ହେଲା ରାଜ୍ୟ ରାଜନୀତି ଜୋର୍‌ ଧରିଛି। ଅରବିନ୍ଦଙ୍କୁ ଦଳବିରୋଧୀ…

୩୩ ପ୍ରଶ୍ନ ପାଇଁ ପ୍ରସ୍ତୁତ ରୁହ: ଏପ୍ରିଲ ୧୬ରୁ ଘର ଗଣନା

ଭୁବନେଶ୍ୱର,୨୪।୧ (ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନଗଣନା ନେଇ ନିର୍ଦ୍ଦେଶନାମା ଜାରି ହେବା ପରେ ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ଘର ଗଣନା ପାଇଁ ପ୍ରସ୍ତୁତି…

ବାରିପଟେ ଥିବା ଖେଳ ପଡିଆକୁ ଯାଇଥିଲେ ବ୍ୟକ୍ତି, ଦଳିଦେଲା ହାତୀ

ନିରାକାରପୁର, ୨୪।୧(ମାନସ ଚନ୍ଦ୍ର ପଟ୍ଟନାୟକ): ପୁଣି ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ସେ ହେଲେ ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳ ଜଙ୍କିଆ ଥାନା ଅନ୍ତର୍ଗତ…

ବୁଦ୍ଧି-ଜ୍ଞାନ

ବେଳେବେଳେ ଦେଖାଯାଏ, ବୁଦ୍ଧି ପାଖରେ ବିଦ୍ୟା ଓ ଧନ ଉଭୟେ ହାର୍‌ ମାନନ୍ତି। ଏକଥା ସତ ଯେ, ଜୀବନଧାରଣ ନିମିତ୍ତ ବିଦ୍ୟା ଓ ଧନର ନିତାନ୍ତ ପ୍ରୟୋଜନ…

ବାଳିକା, ବିବାହ ଓ ବ୍ୟଥା

ହଠାତ୍‌ ଦିନେ ୧୬ ବର୍ଷର ବାଳିକା ଲାଡ୍‌ଲିକୁ ବିଦ୍ୟାଳୟ ଯିବାକୁ ବାରଣ କଲେ ତା’ର ମାଆବାପା। ସେହିଦିନ ତାକୁ ନୂଆ ଶାଢ଼ି ପିନ୍ଧାଇ ସଜବାଜ କରାଇ ନେଇଗଲେ…

ପ୍ରୋତ୍ସାହନ ଆବଶ୍ୟକ

ସିବିଆଇ, ଆଇବି କିମ୍ବା କେନ୍ଦ୍ରୀୟ ସଶସ୍ତ୍ରବଳ ବାହିନୀରେ କାର୍ଯ୍ୟକରିବା ଅର୍ଥ ହେଉଛି ପ୍ରତିଷ୍ଠା, ପ୍ରଭାବ ଏବଂ ଜାତୀୟ ଶକ୍ତିର ପ୍ରତ୍ୟକ୍ଷ ଅବଲୋକନ। ହେଲେ ଏବେ ଏହି ଆକର୍ଷଣ…

ମଧ୍ୟପ୍ରାଚ୍ୟ ମୁହାଁ ଆର୍ମଡା

ଓ୍ବାଶିଂଟନ୍‌/ତେହରାନ୍‌,୨୪ା୧: ଇରାନ୍‌ର ବିପର୍ଯ୍ୟସ୍ତ ଅର୍ଥନୀତି ଓ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇଙ୍କ ବେପରୁଆ ଶାସନ ବିରୋଧରେ ୨୦୨୫ ଡିସେମ୍ବର ଶେଷଭାଗରୁ ଦେଶବ୍ୟାପୀ ଚାଲିଥିବା ଆନ୍ଦୋଳନରେ ଅଦ୍ୟାବଧି…

ୟୁଏଇ ଆଲୋଚନା ଟେବୁଲରେ ରୁଷିଆ, ୟୁକ୍ରେନ୍‌, ଆମେରିକା ଚାପରେ…

କିଭ୍‌/ମସ୍କୋ,୨୪ା୧: ଆସନ୍ତା ଫେବୃଆରୀରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଥିବାବେଳେ ଏହାର ଅବସାନ ଘଟାଇବା ପାଇଁ ଆମେରିକା ଚାପରେ ଉଭୟ ପକ୍ଷ ଆଲୋଚନା ଟେବୁଲକୁ ଆସିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri