ପଣସର ଅଭାବୀ ବିକ୍ରି, ବାହାର ରାଜ୍ୟ ବ୍ୟବସାୟୀ ମାଲାମାଲ

ପାରଳାଖେମୁଣ୍ଡି,୨୭ା୫ (ଗିରିଧାରୀ ପରିଛା): ଗଜପତି ଜିଲାର ୭ଟି ବ୍ଲକ ଯଥା ମୋହନା, ଆର.ଉଦୟଗିରି, ନୂଆଗଡ, ଗୋଷାଣୀ, କାଶୀନଗର, ଗୁମ୍ମା ଏବଂ ରାୟଗଡ଼ ବ୍ଲକରେ ଉତ୍ପାଦିତ ପଣସର ଚାହିଦା ଦେଶର ବିଭିନ୍ନ ରାଜ୍ୟରେ ବେଶ ଅଧିକ ରହିଛି। ବିଶେଷକରି ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ସହ ଛତିଶଗଡ଼, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ରାଜ୍ୟକୁ ଏହା ରପ୍ତାନି ହୋଇଥାଏ। ଚଳିତବର୍ଷ ପଣସ ଉତ୍ପାଦନ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ବିଶେଷକରି ଗୁମ୍ମା ବ୍ଲକର ଡ଼କଳାକୋଟ, ଡୁମ୍ବାଡ଼ା, ଅଜୟଗଡ଼, ଭୁବୁନି, ତରଙ୍ଗଡ଼ା, ସେରଙ୍ଗ, ଆଶ୍ରୟଗଡ଼ ଓ ନାମନାଗଡ଼ ଏବଂ ରାୟଗଡ଼ ବ୍ଲକର ଜିରାଙ୍ଗ, କଇଁପୁର ଓ ମଣ୍ଡଳସାହି ସହ ଆର. ଉଦୟଗିରି, ନୂଆଗଡ, ମୋହନା, ଗୋଷାଣୀ ଓ କାଶୀନଗର ବ୍ଲକର ବହୁ ଅଞ୍ଚଳରେ ବହୁ ପରିମାଣର ପଣସ ଉତ୍ପାଦିତ ହୁଏ। ପ୍ରାୟତଃ ନଭେମ୍ବର ମାସ ଶେଷ ସପ୍ତାହରୁ ପଣସ ଫଳ ଧରେ। ଜାନୁଆରି ମାସ ସୁଦ୍ଧା ବିକ୍ରିଯୋଗ୍ୟ ହୋଇଥାଏ। ଅଧିକ ଉତ୍ପାଦନ କାରଣରୁ ଚଳିତବର୍ଷ ବଜାରକୁ ବିପୁଳ ପରିମାଣର ପଣସ ଆସିଥିବା ଦେଖିବାକୁ ମିଳୁଛି। ତେବେ ଉତ୍ପାଦିତ ପଣସକୁ ସରକାରୀ ଭାବେ ବିକ୍ରୟ ପାଇଁ କୌଣସି ସୁବିଧା ଏବଂ ପ୍ରୋତ୍ସାହନ ନଥିବା ଯୋଗୁଁ ଚାଷୀମାନେ ବାଧ୍ୟ ହୋଇ ବିଭିନ୍ନ ରାଜ୍ୟରୁ ଆସି ଡେରା ପକାଇଥିବା ବ୍ୟବସାୟୀଙ୍କୁ ସିଧାସଳଖ ବିକ୍ରି କରୁଛନ୍ତି। ସ୍ଥାନୀୟ ଚାଷୀ ବାହାରୁ ଆସୁଥିବା ବ୍ୟବସାୟୀଙ୍କୁ କିଲୋ ପିଛା ୩୦ ରୁ ୩୫ ଟଙ୍କାରେ ବିକ୍ରୟ କରୁଥିବା କହିଛନ୍ତି ଚାଷୀ ମଣ୍ଡୁ ମଣ୍ଡଳ, ଗଣେଶ ବାରିକ, ସାଇ ଗମାଙ୍ଗ ପ୍ରମୁଖ। ରାଞ୍ଚି, ରାୟପୁର, ମଥୁରା, କାଶୀ, ବୃନ୍ଦାବନ, ପାଟଣା ଓ କୋଲକାତାରୁ ଏବଂ ଅନ୍ୟ କିଛି ରାଜ୍ୟରୁ ମଧ୍ୟ ବ୍ୟବସାୟୀ ଆସିଥାନ୍ତି। ଉତ୍ପାଦନ ସମୟରେ ପ୍ରତ୍ୟେକ ଦିନ ଏହି ଅଞ୍ଚଳରୁ ପ୍ରାୟ ଦୁଇ ଟ୍ରକ ପଣସ ବାହାର ରାଜ୍ୟକୁ ଯାଉଛି। ଚଳିତବର୍ଷ ଅଧିକାଂଶ ସ୍ଥାନରେ ପଣସ ଉତ୍ପାଦନ ଅଧିକ ମାତ୍ରାରେ ହୋଇଛି। ହେଲେ ଏଥିନିମନ୍ତେ ସରକାରୀ ଭାବେ କୌଣସି ସୁବିଧା ଓ ସୁଯୋଗ ଯୋଗାଇଦେବାକୁ ଚାଷୀ ବହୁବାର ଦାବି କରିଥିଲେ ହେଁ, କୌଣସି ସୁଫଳ ମିଳୁନାହିଁ। ଫଳରେ ପଣସ ଚାଷୀମାନେ ନିଜ ଉତ୍ପାଦିତ ସାମଗ୍ରୀକୁ ଶାଗ ମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏଥିପାଇଁ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଚାଷୀମାନେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?