କଳାଧାନ ଚାଷ: ଜଳାଭାବ ଯୋଗୁ ଆଶଙ୍କାରେ ଚାଷୀ

ପାରଳାଖେମୁଣ୍ଡି, ୯ା୫ (ଗିରିଧାରୀ ପରିଛା):ଗଜପତି ଜିଲାରେ ମୂଲ୍ୟବାନ କଳାଧାନ ଚାଷ ହେଉଛି। ଏହି କଳା ଧାନ ଚାଷ ଓଡ଼ିଶାର ବରଗଡ ଜିଲା ସମେତ ଅନ୍ୟାନ୍ୟ ଜିଲାରେ କାଁ ଭାଁ ହେଉଥିବା ନଜିର ରହିଛି । ହେଲେ ଏହି ଅଞ୍ଚଳ ବିଶେଷ କରି ଦକ୍ଷିଣ ଓଡିଶା ତଥା ସୀମାନ୍ତବର୍ତ୍ତୀ ଆନ୍ଧ୍ରର ଶ୍ରୀକାକୁଲମ, ବିଜୟନଗରମ ଜିଲାରେ ଚାଷ କରାଯାଇଥାଏ। ତେବେ ଗଜପତି ଜିଲା ଗୋଷାଣି ବ୍ଲକ ଅଗରଖଣ୍ଡିର ଚାଷୀ ଡି. ଖଗେଶ୍ବର ରାଓ ଏହି କଳା ଧାନ ଚାଷ କରିଛନ୍ତି। ଚଳିତ ବର୍ଷ ପ୍ରଥମ କରି ସେ ଏହି ଚାଷ କରୁଥିବା କହିଛନ୍ତି। ଏହି ଚାଷକୁ ନେଇ ସେ ବହୁ ପୂର୍ବରୁ ଚିନ୍ତା କରିଥିଲେ ମଧ୍ୟ ତେଲେଙ୍ଗାନା ରାଜ୍ୟ ଗସ୍ତ କରିଥିବା ବେଳେ ଏହି ମୂଲ୍ୟବାନ କଳା ଧାନ ଚାଷ ସମ୍ପର୍କରେ ବିସ୍ତୃତ ଭାବେ ଜାଣିବାକୁ ପାଇଥିଲେ । ଏହା ପରେ ସେ କର୍ଣ୍ଣାଟକର ବାଙ୍ଗାଲୁରୁରୁ କଳା ଧାନ ବିହନ କ୍ରୟ କରିଥିଲେ। କଳା ଧାନ ରାଜ୍ୟରେ ୬ କିସମର ଥିବା ବେଳେ ୨ଟି କିସମର କଳା ଧାନ ବିହନ ନିଜ ଜମିରେ ପ୍ରଥମ ଥର ପାଇଁ ଅମଳ କରୁଥିବା ପ୍ରକାଶ କରିଛନ୍ତି, ଯାହାକି ଗୋଟିଏ କିସମ କଳାଧାନ ୧୫୦ରୁ ୧୬୦ ଦିନ ଏବଂ ଅନ୍ୟଟି ୧୨୦ରୁ ୧୩୦ ଦିନ ମଧ୍ୟରେ ଅମଳ ହୋଇଥାଏ।

ଏହାର ବଜାର ମୂଲ୍ୟ କିଲୋ ପ୍ରତି ୧୦୦ରୁ ଊର୍ଦ୍ଧ୍ୱ ରହିଥିବା ବେଳେ କୁଇଣ୍ଟାଲ ପିଛା ୧୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେବ। ଗଛରେ କେଣ୍ଡା ବାହାରିବାର ୧୫୦ ଦିନ ଅବଧି ପରେ ଧାନ ଅମଳ କରାଯାଏ। କଳା ଚାଉଳ ତଥା କାଲାବତୀ ଖରିଫ ଋତୁରେ ପ୍ରାୟତଃ ବର୍ଷକୁ ଥରେ ଚାଷ କରାଯାଇଥାଏ। ହେଲେ କାଲାବତୀ ବିଭିନ୍ନ କିସମର ଥିବା ଏବଂ ଅବଧି କମ ହୋଇଥିବାରୁ ବର୍ଷରେ ଦୁଇ ଥର ଚାଷ କରାଯାଇପାରେ। ଏହା ସାଧାରଣତଃ ଶ୍ରୀ ପ୍ରଣାଳୀ କିମ୍ବା ରୁଆ ଦ୍ବାରା ହେଇଥାଏ। ଏକର ପିଛା ୨୦ ରୁ ୨୫ କିଲୋଗ୍ରାମ ମଞ୍ଜି ଆବଶ୍ୟକ ପଡୁଥିବାର ଜଣାପଡିଛି। ଏହା ଅତ୍ୟନ୍ତ ଲାଭଦାୟକ ଫସଲ। ଯଦିଓ ଏହାର ଅମଳ ତୁଳନାତ୍ମକ ଭାବେ ବହୁତ କମ । ପ୍ରତି ଏକରରେ ୧୫ ରୁ ୨୦ କ୍ବିଣ୍ଟାଲ ଧାନ ଅମଳ ହୋଇଥାଏ। ଏହାର ବିହନ ଏବଂ ଚାଉଳର ମୂଲ୍ୟ ସମଗ୍ର ଭାରତର ଖୁଚୁରା ବଜାରରେ ଅତି କମରେ କିଲୋ ପିଛା ୧୦୦ ଟଙ୍କାରୁ ଅଧିକ ବିକ୍ରି ହୁଏ, ଯାହା ଭାରତରେ ଉତ୍ପାଦିତ ସମସ୍ତ ଚାଉଳ ମଧ୍ୟରେ ସର୍ବାଧିକ । ଏହା ସହ ଏହି କଳା ଚାଉଳରେ ପ୍ରୋଟିନ, ଆଇରନ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଥିବାରୁ ଓ ଏହାକୁ ମଧୁମେୟ ରୋଗୀ ଓ କିଡନୀ, ହୃଦରୋଗ, କର୍କଟ ରୋଗୀ ଖାଇପାରୁଥିବା ହେତୁ ଏହା ସମଗ୍ର ଭାରତରେ ବେଶ ଚାହିଦା ରହିଛି । ଏହାର ପତ୍ର ବାଇଗଣୀ ରଙ୍ଗ ଯୋଗୁଁ କୀଟପତଙ୍ଗ ଆଦି କମ ଆକର୍ଷିତ ହୁଅନ୍ତି, ଯଦ୍ବାରା କୀଟପତଙ୍ଗ ଖାଇବାର ସମ୍ଭାବନା କମ ରହିଛି। ଅଗରଖଣ୍ଡି ଗ୍ରାମର ଏହି ଚାଷୀ ଜଣକ ସମ୍ପୂର୍ଣ୍ଣ ଜୈବିକ ପ୍ରଣାଳୀରେ ଚାଷ ଅମଳ କରିଥିବା କହିଛନ୍ତି । ଏହା ସହ ସୁଗାର ଫ୍ରି’ ଚାଉଳ ମଧ୍ୟ ଏହି ଅଞ୍ଚଳରେ ସେ ଚାଷ କରୁଥିବାର କହିଛନ୍ତି। ସୁଗାର ଫ୍ରି’ ଚାଉଳ ବିଶେଷ କରି ମଧୁମେହ ରୋଗୀଙ୍କ ଲାଗି ସମ୍ପୂର୍ଣ୍ଣ ଆହାର ହୋଇଥାଏ। ତେବେ ଏସବୁ ଧାନର ବିକ୍ରୟ ପାଇଁ ସରକାରୀ ସ୍ତରରେ ପ୍ରୋତ୍ସାହନ ନଥିବାରୁ ଆନ୍ଧ୍ରର ବଜାର ତଥା ବ୍ୟବସାୟୀଙ୍କ ଉପରେ ନିର୍ଭର କରୁଥିବା ପ୍ରକାଶ କରିଛନ୍ତି ।

ଆମ ରାଜ୍ୟରେ କଳା ଧାନ କି ସୁଗାର ଫ୍ରି’ ଚାଉଳ ଧାନ ପ୍ରତି ବିଭାଗୀୟ ଯତ୍ନବାନ ହୋଇପାରି ନ ଥିବାରୁ ସଚେତନତା ହୋଇପାରୁ ନାହିଁ। ଫଳରେ ଚାଷୀ ଏପରି ଲାଭଜନକ ଧାନ ଚାଷରୁ ବଞ୍ଚିତ ହେଉଛନ୍ତି। ଚାଷୀ ଡି. ଖଗେଶ୍ବର ରାଓ କହିଛନ୍ତି ଯେ, କଳା ଧାନ କି ସୁଗାର ଫ୍ରି’ ଧାନ ଅମଳ ପରେ ଆନ୍ଧ୍ରର ଧାନ ବ୍ୟବସାୟୀଙ୍କ ହାତରେ ବିକ୍ରି କରିଦେବେ । ଏହି କଳାବତୀ ଏବଂ ସୁଗାର ଫ୍ରି’ ଧାନ ଲାଗି ଆନ୍ଧ୍ରର ବ୍ୟବସାୟୀ ଅଗ୍ରିମ ଯୋଗାଯୋଗ କରିଛନ୍ତି । ଅମଳ ପରେ ବଜାର ମୂଲ୍ୟ ଅନୁଯାୟୀ ଏହି ଧାନ ନେଇଯିବେ। ଏକର ପିଛା ୨୦ ବସ୍ତା ଅମଳ ହେବ। ଏପରି ଭାବେ ମୋଟ ଦୁଇ ଏକରରେ ୪୦ବସ୍ତା ଏବଂ ଏହାର ଆନୁମାନିକ ଅତି କମରେ ୪୦ ହଜାର ଟଙ୍କାରେ ବିକ୍ରୟ କରିବେ ବୋଲି କହିଛନ୍ତି। ଏହାର ବିହନ ବାବଦରେ ୪ ରୁ ୫ ହଜାର ଟଙ୍କା ବିନିଯୋଗ କରିଥିବା ପ୍ରକାଶ କରିଛନ୍ତି । ଉଲ୍ଲେଖନୀୟ କଥା ହେଲା ଯେ, ସାଧାରଣ ଧାନ ଚାଷରେ ଯେଉଁ ପରିମାଣରେ ଜଳସେଚନ କରିବାକୁ ପଡିଥାଏ ଏହି କଳା ଧାନ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ସେହି ପରିମାଣର ଜଳସେଚନର ଆବଶ୍ୟକ ପଡିଥାଏ। ହେଲେ ଚଳିତ ବର୍ଷ ଅଭାବୀ ବର୍ଷା ଯୋଗୁଁ ନାଳ ନଦୀ ଶୁଖିଯିବାରୁ ନିଜସ୍ବ ଉଦମ୍ୟରେ ଜଳସେଚନ ପାଇଁ ବ୍ୟବସ୍ଥା କରି ଅଧିକ ଖର୍ଚ୍ଚାନ୍ତ ହୋଇଛନ୍ତି। ଏଥିପ୍ରତି ବିଭାଗ ସହଯୋଗ କଲେ ଚାଷୀମାନେ ଆକୃଷ୍ଟ ହୋଇ ଲାଭାନ୍ବିତ ହୋଇପାରନ୍ତେ ବୋଲି ମତ ରଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?