ପିଅନ ସମ୍ଭାଳୁଛନ୍ତି ପ୍ରାଣୀଧନ ସେବା
ପରଜଙ୍ଗ, ୨୬।୭(ଡି.ଏନ୍.ଏ.) କେଉଁଠି ଫାଟୁଆ ତ ଆଉ କେଉଁଠି ବ୍ୟାପିଲାଣି ବଜବଜିଆ ଭଳି ସଂକ୍ରାମକ ରୋଗ। ରୋଗାକ୍ରାନ୍ତ ଗୃହପାଳିତ ପ୍ରାଣୀମାନେ ଯନ୍ତ୍ରଣାରେ କଲବଲ ହେଉଛନ୍ତି। ହେଲେ ସେମାନଙ୍କ ଚିକିତ୍ସା ଠିକ୍ ଭାବେ ହୋଇପାରୁଛି ନା ସାମୂହିକ ଟିକାକରଣ କାର୍ଯ୍ୟକ୍ରମ ଆଗକୁ ଯାଇପାରୁଛି।…
ଜୁ’ରେ ହୀନସ୍ତା ଜଙ୍ଗଲୀଜୀବ
ଢେଙ୍କାନାଳ ଅଫିସ,୨୫।୭: ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ଢେଙ୍କାନାଳର କପିଳାସ ପ୍ରାଣୀ ଉଦ୍ୟାନ। ଜୁ’ରେ ଏଲିଫ୍ୟାଣ୍ଟ ରେସ୍କ୍ୟୁ ସେଣ୍ଟର କାର୍ଯ୍ୟକ୍ଷମ ହେବା ପରେ ଏହାର ଗୁରୁତ୍ୱ ଅନେକାଂଶରେ ବଢ଼ିଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇ…
ଅଟକିଲା ଜୀବନଯାତ୍ରା
ଢେଙ୍କାନାଳ ଅଫିସ, ୨୩।୭ ପାସେଞ୍ଜର ହଲ୍ଟରେ ଅଟକି ରହିଥିଲା ଟ୍ରେନ୍। ଜାତୀୟ ରାଜପଥ, ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଅପେକ୍ଷା କରି ରହିଥିଲେ ସହସ୍ରାଧିକ ଯାନବାହନ। ବନ୍ଦ ରହିଥିଲା ବ୍ୟବସାୟିକ ପ୍ରତିଷ୍ଠାନଠାରୁ ଆରମ୍ଭ କରି ସରକାରୀ, ବେସରକାରୀ କାର୍ଯ୍ୟାଳୟ।…
ଜ୍ୱାଇଁ ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ
ପରଜଙ୍ଗ,୨୩।୭(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ପଙ୍ଗାତିରା ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି। ଶୁକ୍ରବାର ବିଳମ୍ବିତ ରାତିରେ ଗାଁ ଦାଣ୍ଡରେ ଶ୍ୱଶୁରଙ୍କୁ ଟାଙ୍ଗିଆରେ ହାଣିଲେ ଜ୍ୱାଇଁ। ମୃତ ଶ୍ୱଶୁର ଜଣଙ୍କ ପରଜଙ୍ଗ ଥାନା ପଙ୍ଗାତିରା ଗଁାର…
୭ ଶ୍ରେଣୀକୁ ୨ ଶିକ୍ଷକ
ପରଜଙ୍ଗ, ୨୨।୭(ଡି.ଏନ୍.ଏ.) ସାତଟି ଶ୍ରେଣୀ ପାଇଁ ନିଯୁକ୍ତ ହୋଇଛନ୍ତି ମାତ୍ର ୨ଜଣ ଶିକ୍ଷକ। ସେଥିରେ ଜଣଙ୍କ କାନ୍ଧରେ ଲଦି ଦିଆଯାଇଛି ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱ। ସ୍କୁଲର ନଥିପତ୍ର, ମଧ୍ୟାହ୍ନ ଭୋଜନ, ଉପସ୍ଥାନ ଏବଂ ଅନ୍ୟାନ୍ୟ କାର୍ଯ୍ୟ ବୁଝିବାରେ ବିତିଯାଉଛି ତାଙ୍କର ଦିନ।…
ଆଜି ଢେଙ୍କାନାଳ ବନ୍ଦ
ଢେଙ୍କାନାଳ ଅଫିସ, ୨୨ା୭: ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ଅହେତୁକ ବିଳମ୍ବ ହେଉଛି। ବର୍ଷାରେ ରାସ୍ତା ମରଣଯନ୍ତା ପାଲଟିଥିବାବେଳେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଏହାର ପ୍ରତିବାଦରେ ଜିଲା ଓକିଲ ସଂଘର ଆହ୍ବାନକ୍ରମେ ଶୁକ୍ରବାର ସକାଳ ୬ଟାରୁ ସନ୍ଧ୍ୟା…
ଠିକାସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାର ଦ୍ୱାରସ୍ଥ ହେଲେ ଏମ୍ପି
ଢେଙ୍କାନାଳ ଅଫିସ,୨୧ା୭: ୫୫ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଥିବା ଏବଂ ବାରମ୍ବାର ଦୃଷ୍ଟି ଆକର୍ଷଣ କରିବା ପରେ କାର୍ଯ୍ୟକାରୀ ନ ହେବାରୁ ରାଜପଥ ମରଣଯନ୍ତାରେ ପରିଣତ ହୋଇଛି। ଏହାକୁ ନେଇ ଏମ୍ପି ମହେଶ ସାହୁ ଗୁରୁବାର…
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଡାକ୍ତର,ଆଜି ହେଲେ ଗିରଫ
ଢେଙ୍କାନାଳ ଅଫିସ,୨୦।୭: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ମେଡ଼ିସିନ ବିଭାଗ ଡାକ୍ତର ଉମାକାନ୍ତ ଖେଜୁରିଆ ବୁଧବାର ଗିରଫ ହୋଇଛନ୍ତି। ମଙ୍ଗଳବାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ସୂଚନାନୁସାରେ, ଜୀବନବୀମା କାଗଜପତ୍ରରେ ଦସ୍ତଗତ କରିବା ଲାଗି ଜଣେ ବୀମା ଏଜେଣ୍ଟଙ୍କଠାରୁ ୧୧ହଜାର…
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାକ୍ତର
ଢେଙ୍କାନାଳ ଅଫିସ,୧୯।୭: ଭିଜିଲାନ୍ସ ହାତରେ ଧରାପଡିଲେ ଜିଲା ମୁଖ୍ୟ ଚିକିତ୍ସାଳୟ ମେଡ଼ିସିନ ବିଭାଗ ଡାକ୍ତର ଉମାକାନ୍ତ ଖେଜୁରିଆ। ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପ୍ରମାଣପତ୍ର ଇସ୍ୟୁ ପାଇଁ ୧୧ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସେତିକି ବେଳେ ଭିଜିଲାନ୍ସ ହାତରେ ଧରାପଡିଯାଇଥିଲେ। ଡାକ୍ତର ଜଣଙ୍କ…
ସ୍ଥିରତା ପାଇଁ ଫେରୁ ‘ସବୁଜ ପତ୍ରିକା’
ଆଠମଲ୍ଲିକ,୧୯।୭ (ଡି.ଏନ.ଏ.) ଜନସଂଖ୍ୟାରେ ଦେଖାଦେଲାଣି ବିସ୍ଫୋରକ ପରିସ୍ଥିତି। ଖୁବ୍ଶୀଘ୍ର ଭାରତ ବିଶ୍ୱ ଜନସଂଖ୍ୟା ବହୁଳ ଦେଶ ତାଲିକାର ଶୀର୍ଷ ସ୍ଥାନକୁ ଯିବ। ଏହାର ପ୍ରତିକୂଳ ପ୍ରଭାବକୁ ନେଇ ଏବେ ତଥ୍ୟାଭିଜ୍ଞମହଲରେ ଚିନ୍ତାର ରେଖା ଦେଖାଦେଇଛି। ହୁ ହୁ ହୋଇ ବଢ଼ୁଥିବା ଦେଶର…
୨ ଅଭିଯୁ୍କ୍ତଙ୍କୁ ଆଜୀବନ ଜେଲ
ଢେଙ୍କାନାଳ ଅଫିସ,୧୯।୭ ୨୦୨୦ ସେପ୍ଟେମ୍ବରରେ ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ନିମବାହାଳି ଛକରେ ରହୁଥିବା ଜରି ଗୋଟାଳି ରାଜୁ ଓରଫ୍ ବିଜୁଙ୍କ ହତ୍ୟା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ଏହି ମାମଲାର ବିଚାର କରି ଜିଲା ଦୌରାଜଜ୍ ଘଟଣାର ୨…
ବ୍ରାହ୍ମଣୀ କଇଁଛଙ୍କୁ ପ୍ରଦୂଷଣ ବିପତ୍ତି
ଢେଙ୍କାନାଳ ଅଫିସ, ୧୮।୭ – ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ‘ବ୍ରାହ୍ମଣୀ’ ବିପଦରେ। ନଦୀ ତଟବର୍ତ୍ତୀ ଅଞ୍ଚଳରେ ଗଢ଼ି ଉଠିଥିବା କଳକାରଖାନାର ବର୍ଜ୍ୟଜଳ ଏହାର ପାଣିକୁ ଅତିମାତ୍ରାରେ ପ୍ରଦୂଷିତ କରିଦେଇଛି। ପ୍ରଦୂଷଣ ପ୍ରଭାବ ଏତେ ବଢ଼ିଗଲାଣି ଯେ, ଦୀର୍ଘ ଆୟୁବିଶିଷ୍ଟ କଇଁଛ…
Archives


