କଷ୍ଟ ଦେଉଛି କ୍ରଶର ଗୁଣ୍ଡ

କାମାକ୍ଷାନଗର, ୩୦।୭ (ଡି.ଏନ୍‌.ଏ.) ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) କର୍ତ୍ତୃପକ୍ଷଙ୍କ ପରିଚାଳନାରେ ଥିବାବେଳେ ରାସ୍ତାର ଉନ୍ନତୀକରଣ ହୋଇପାରୁ ନ ଥିଲା। ଖାଲଖମାରେ ଭର୍ତ୍ତି ହୋଇଥିବା ସଡ଼କ ପାଲଟିଥିଲା ମରଣଯନ୍ତା। ସହରବାସୀଙ୍କ ଜୀବନରେଖା ପାଲଟିଥିବା ଏହି ସଡ଼କକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଦେଲେ ସ୍ଥିତି ସୁଧୁରିବ ବୋଲି ଆଶା ଥିଲା। ହେଲେ ଏହାପରେ ସମସ୍ୟା ସୁଧୁରିବା ପରିବର୍ତ୍ତେ ଆହୁରି ବଢ଼ିଯାଇଛି। ରାସ୍ତା ଉନ୍ନତୀକରଣ ଦାୟିତ୍ୱରେ ଥିବା ଠିକାସଂସ୍ଥା ମରାମତି ନାମରେ ଖାଲଖମାରେ କ୍ରଶର ପଥରଗୁଣ୍ଡ ପକାଇ ଦାୟିତ୍ୱ ସାରି ଦେଇଥିବାବେଳେ ଜିରିଡ଼ାମାଳିଠାରୁ କାମାକ୍ଷାନଗର ଯାଏ ଦୀର୍ଘ ୩ କି.ମି. ରାସ୍ତା ଏବେ ପ୍ରଦୂଷଣ ବଳୟରେ ପରିଣତ ହୋଇଛି । ଏହି କାରଣରୁ ରାସ୍ତାପାର୍ଶ୍ୱ ବ୍ୟବସାୟୀଙ୍କ ବ୍ୟବସାୟ ବନ୍ଦ ହେବାକୁ ବସିଥିବାବେଳେ ଶ୍ୱାସଜନିତ ରୋଗର ଶିକାର ରୋଗୀ ବାହାରକୁ ବାହାରିବାକୁ ଭୟ କଲେଣି।
ଢେଙ୍କାନାଳ ଜିଲା କାମାକ୍ଷାନଗର ସହର ଦେଇ ଯାଇଛି ୫୩ନଂ. ଜାତୀୟ ରାଜପଥ। ଜିଲାର ଅନ୍ୟତମ ବ୍ୟସ୍ତବହୁଳ ଏହି ଏନ୍‌ଏଚ୍‌ର ଦୋହରୀକରଣ କାମ ଜାରି ରହିଛି। ସହର ଭିତରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଏକ ବାଇପାସ୍‌ ରାସ୍ତା ମଧ୍ୟ ନିର୍ମାଣ କରାଯାଉଛି। ଏହି କାରଣରୁ ଆଳତୁମା ଛକ-ଜିରାଡ଼ାମାଳି ଭାୟା କାମାକ୍ଷାନଗର ରାସ୍ତାକୁ ଏନ୍‌ଏଚ୍‌ଏଆଇଠାରୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି। ପୂର୍ତ୍ତ ବିଭାଗ ଅଧୀନକୁ ଆସିବା ପରେ ଉକ୍ତ ୩ କିଲୋମିଟର ଦୀର୍ଘ ରାସ୍ତାର ଉନ୍ନତୀକରଣ ଦାୟିତ୍ୱ ଏକ ଠିକାସଂସ୍ଥାକୁ ଦିଆଯାଇଛି। ହେଲେ ଦୂରଦୃଷ୍ଟି ଅଭାବରୁ ଏବେ ସମସ୍ୟା ଅନେକାଂଶରେ ବଢ଼ିଯାଇଛି। କାରଣ ଦାୟିତ୍ୱଧାରୀ ଠିକାସଂସ୍ଥା ବଡ଼ବଡ଼ ଖାଲଖମାରେ କ୍ରଶର ଗୁଣ୍ଡ ପକାଇ ଫିଲିଂ କରିଥିବାବେଳେ ଭାରିଯାନ ଚଳାଚଳ ପରେ ସେସବୁ ରାସ୍ତାକୁ ଉଠିଯାଇଛି। ବର୍ଷା ହେଲେ ଖାଲଗୁଡ଼ିକରେ ପାଣି ଭର୍ତ୍ତି ହୋଇ ବିପଦକୁ ଆମନ୍ତ୍ରଣ କରୁଥିବାବେଳେ ଖରା ହେଲେ ସାମାନ୍ୟ ପବନରେ କିମ୍ବା ଯାନବାହନ ଚଳାଚଳ କଲେ ଭୟଙ୍କର ଧୂଳି ଉଡ଼ି ଦୋକାନରେ ପଶୁଛି। ପ୍ରଦୂଷଣ ଏତେ ମାତ୍ରାରେ ବଢିଯାଉଛି ଯେ, ରାସ୍ତା ପାର୍ଶ୍ୱରେ ବ୍ୟବସାୟ କରିବା କାଠିକର ପାଠ ହେଲାଣି। ବୈଦ୍ୟୁତିକ ସାମଗ୍ରୀରେ ଧୂଳି ପଶି ଯନ୍ତ୍ରାଂଶ ଖରାପ ହୋଇଯାଉଛି। ସେହିପରି ଘରେ ଧୂଳିର ବହଳ ଆସ୍ତରଣ ଜମିଯାଉଥିବା ଅଭିଯୋଗ ହେଉଛି। ଏହି ବ୍ୟସ୍ତବହୁଳ ସଡ଼କରେ ଧୂଳି ପ୍ରଦୂଷଣ ଅଞ୍ଚଳବାସୀଙ୍କୁ ଅଣନିଃଶ୍ୱାସୀ କରି ପକାଇଥିବାବେଳେ ଏହାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ରାସ୍ତା କାମ ଯେପରି ତ୍ୱରାନ୍ବିତ ହୋଇପାରିବ, ସେଥିଲାଗି ପଦକ୍ଷେପ ନେବାକୁ ସହରର ବୁଦ୍ଧିଜୀବୀ, ବ୍ୟବସାୟୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

୨ ନେତ୍ରୀଙ୍କ ସହ ଭାଜପା ଛାଡ଼ିଲେ ନିରୋଜ ନଳିନୀ

ଢେଙ୍କାନାଳ,୪ା୪(ରତନ ନାୟାର): ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ ବୁଧବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ଢେଙ୍କାନାଳ ଜିଲା ଭାଜପା ସମ୍ପାଦିକା...

ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ

ଢେଙ୍କାନାଳ,୩ା୪(ରତନ ନାୟାର): ଢେଙ୍କାନାଳ ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri