କାମରେ ଆସୁନି କଳାମଣ୍ଡପ

ଢେଙ୍କାନାଳ ଅଫିସ, ୨୯।୭ କାନ୍ଥରେ ମାଡ଼ିଗଲାଣି ମୋଟା ବହଳର ଶିଉଳି। ଛାତ ଉପରେ ଉଠିଗଲାଣି ଗଛ। ଅନାବନା ଲଟାବୁଦାରେ ପରିପୂର୍ଣ୍ଣ ହୋଇ ଅରଣ୍ୟର ରୂପ ନେଲାଣି ପ୍ରବେଶ ପଥ। ପବିତ୍ର ଜାଗରଯାତ୍ରାରେ ଯେଉଁ ମଣ୍ଡପ ଦୀପମୟ ହୋଇଉଠୁଥିଲା, ତାହା ଏବେ ପାଲଟିଛି ବିଷାକ୍ତ ସରୀସୃପଙ୍କ ଠିକଣା। ଶ୍ରାବଣ କାଉଡ଼ିଯାତ୍ରା ବେଳେ ବର୍ଷା ହେଲେ ଯେଉଁଠି ଶ୍ରଦ୍ଧାଳୁମାନେ ମୁଣ୍ଡ ଗୁଞ୍ଜୁଥିଲେ, ସେଠାରେ ବର୍ଷେ ହେଲା ଝୁଲୁଛି ତାଲା। ଦେବୋତ୍ତର ବିଭାଗର ଦାୟିତ୍ୱହୀନତା କାରଣରୁ ରାଜ୍ୟର ପ୍ରସିଦ୍ଧ ଶୈବକ୍ଷେତ୍ର କପିଳାସ ପୀଠରେ ୧୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କଳା ପରିଷଦ ମଣ୍ଡପ ଏବେ ପରିତ୍ୟକ୍ତ ଅବସ୍ଥାରେ। କେବଳ ଏତିକି ନୁହେଁ, ଠିକ୍‌ ଢଙ୍ଗରେ ପରିଚାଳନା ହେଉ ନ ଥିବାରୁ ଧର୍ମଶାଳା, ପାଠାଗାର ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଆସିଲାଣି, ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ।
ଐତିହାସିକ ଏବଂ ପୌରାଣିକ ଦୃଷ୍ଟିକୋଣରୁ କପିଳାସ କ୍ଷେତ୍ରାଧିପତି ଶ୍ରୀଚନ୍ଦ୍ରଶେଖରଙ୍କ ପୀଠର ଗୁରୁତ୍ୱ ଅନେକ। ଦ୍ୱାଦଶ ଶତାବ୍ଦୀର ଏହି ପ୍ରାଚୀନ ଐତିହ୍ୟର ସଂରକ୍ଷଣ ଲାଗି ସରକାର ଏକାଧିକ ଯୋଜନା ହାତକୁ ନେଇଛନ୍ତି। ହେଲେ ଦେବୋତ୍ତର ବିଭାଗର ଅବହେଳା ପାଇଁ ପୀଠ ପରିସରରେ କରାଯାଇଥିବା ବହୁବିଧ ସୁବିଧାରୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି। କପିଳାସ ପାହାଡ଼ ଉପରେ ମା’ ଭୁବନେଶ୍ୱରୀଙ୍କ ମନ୍ଦିର ନିକଟରେ ନିର୍ମିତ କଳା ପରିଷଦ ମଣ୍ଡପ ଅବ୍ୟବହୃତ ପଡ଼ି ରହିବା ଏହାର ଏକ ଉଦାହରଣ।
୨୦୦୯ରେ ତତ୍କାଳୀନ ବିଧାୟକ ନବୀନ ନନ୍ଦଙ୍କ ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୧୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା କଳା ପରିଷଦ ମଣ୍ଡପ। ଶ୍ରୀଚନ୍ଦ୍ରଶେଖରଜୀଉ କଳା ପରିଷଦ ନାମକ ରେଜିଷ୍ଟ୍ରିଭୁକ୍ତ ସଂସ୍ଥାର କାର୍ଯ୍ୟାଳୟ ଭାବେ ଏହା ଦୀର୍ଘଦିନ ଧରି ବ୍ୟବହାର ହୋଇ ଆସୁଥିଲା। ଚନ୍ଦ୍ରଶେଖରଜୀଉ କଳା ପରିଷଦ ଓ ଜିଲା ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ପ୍ରସିଦ୍ଧ ଜାଗରଯାତ୍ରାରେ ସ୍ବନାମଧନ୍ୟ କଳାକାରଙ୍କୁ ନେଇ ଏଠାରେ ଭଜନ ପରିବେଷଣ କରାଯାଉଥିଲା। ଲକ୍ଷାଧିକ ଶ୍ରଦ୍ଧାଳୁ ଏହାକୁ ଉପଭୋଗ କରୁଥିଲେ। ଏହାର ନିକଟରେ ଥିବା ପାଠାଗାର ଗୃହକୁ ମଧ୍ୟ ବ୍ୟବହାର କରୁଥିଲେ। ହେଲେ ଦେବୋତ୍ତର ବିଭାଗର କେତେଜଣ କର୍ମଚାରୀ ଉଦ୍ଦେଶ୍ୟମୂଳକ ଭାବେ ମଣ୍ଡପରେ ବର୍ଷେ ହେଲା ତାଲା ପକାଇ ରଖିଛନ୍ତି। ତେଣୁ ଯେଉଁ ଉଦ୍ଦେଶ୍ୟରେ ଏହାକୁ ନିର୍ମାଣ କରାଯାଇଥିଲା, ତାହା ବାଟ ହୁଡ଼ିଥିବା ଅଭିଯୋଗ କରିଛନ୍ତି ପୂର୍ବତନ ବିଧାୟକ ନନ୍ଦ। ସେହିପରି ରାଜ୍ୟ ପର୍ଯ୍ୟଟନ ବିଭାଗ ଉଦ୍ୟମରେ ପରିତ୍ୟକ୍ତ ହୋଇପଡ଼ିଥିବା ୭ବଖରା ବିଶିଷ୍ଟ ଧର୍ମଶାଳାକୁ ୨୦୧୩ରେ ବ୍ୟବହାର ଉପଯୋଗୀ କରାଯାଇଥିଲା। ମଣ୍ଡପରେ ଅନୈତିକ କାର୍ଯ୍ୟ ହେଉଥିବା କହି ଦେବୋତ୍ତର ବିଭାଗର ଜଣେ ପୂର୍ବତନ ଅଧିକାରୀ ତାଲା ପକାଇ ଦେଇଛନ୍ତି। ସେବେଠାରୁ ଧର୍ମଶାଳା ଶ୍ରଦ୍ଧାଳୁଙ୍କ କାମରେ ଆସୁନାହିଁ। ମନ୍ଦିର ପ୍ରାଙ୍ଗଣରୁ ଦ୍ୱାଦଶ ଶତାବ୍ଦୀର ମୂର୍ତ୍ତି ଚୋରି ହେବା ପରେ ଜଗୁଆଳି ମୁତୟନ କରାଯାଇଛି। ରାତିରେ ରହଣି ପାଇଁ ପ୍ରଶାସନ ପକ୍ଷରୁ କାହାରିକୁ ଅନୁମତି ଦିଆଯାଉନାହିଁ। ଏତେସବୁ କଟକଣା ସତ୍ତ୍ୱେ ଧର୍ମଶାଳା ନିକଟ ଖୋଲା ମଣ୍ଡପରେ କିପରି ଅନୈତିକ କାର୍ଯ୍ୟ ହେଉଥିଲା, ଏଥିରେ କାହାର ସମ୍ପୃକ୍ତି ରହିଛି ତାହା ଦେବୋତ୍ତର ବିଭାଗ ସ୍ପଷ୍ଟ କରିବା ଜରୁରୀ ବୋଲି ପୂର୍ବତନ ବିଧାୟକ ନନ୍ଦ ଦାବି କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଦେବୋତ୍ତର ବିଭାଗର କେତେଜଣ କର୍ମଚାରୀ ନିଶା ସେବନ କରି ଯାତ୍ରୀଙ୍କୁ ଅସଦ୍‌ ବ୍ୟବହାର କରୁଥିବା ଅଭିଯୋଗ ହେଉଛି, ଯାହା ତଦନ୍ତସାପେକ୍ଷ। ଜିଲା ପ୍ରଶାସନ ଏହାର ତଦନ୍ତ କରିବା ସହିତ କଳା ପରିଷଦ ମଣ୍ଡପ, ଧର୍ମଶାଳାକୁ କାର୍ଯ୍ୟକ୍ଷମ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ ଉପକୃତ ହୋଇପାରିନ୍ତେ ବୋଲି ପୂର୍ବତନ ବିଧାୟକ ନନ୍ଦ କହିଛନ୍ତି।
ଏ ସଂକ୍ରାନ୍ତରେ ଜିଲା ଦେବୋତ୍ତର ଅଧିକାରୀ ତଥା ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ କୁହନ୍ତି, ଏହାକୁ ନେଇ ଜିଲାପାଳଙ୍କ ଉପସ୍ଥିତିରେ ଏକ ବୈଠକରେ ଆଲୋଚନା ହୋଇଛି। କିଏ ଓ କାହିଁକି ସେଠାରେ ତାଲା ପକାଇଛି ତାହା ଜଣାପଡୁ ନାହିଁ। ମାଜିଷ୍ଟ୍ରେଟ୍‌, ସ୍ଥାନୀୟ ସରପଞ୍ଚ ଏବଂ ଲୋକଙ୍କ ସହ ଆଲୋଚନା କରି ତାଲା ଭାଙ୍ଗି ଗୃହଗୁଡ଼ିକୁ ସଫାସୁତରା କରିବାକୁ ସ୍ଥିର କରାଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁପନ ଅଫର ଅଛି କହି ମହିଳାଙ୍କ ଆକାଉଣ୍ଟରୁ ୬୦ହଜାର ଠକେଇ

କଟକ ରୋଡ,୨୪ା୬(ଡି.ଏନ୍‌.ଏ): ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ମହିଳା ସାଇବର ଠକେଇର ଶିକାର ହୋଇ ୬୦ ହଜାର ଟଙ୍କା ହରାଇଥିବା ବୁଧବାର ଅଭିଯୋଗ ହୋଇଛି। ସୂଚନା...

ଅଙ୍ଗୁଳିରେ କରିଛନ୍ତି ଆୟତ୍ତ

ଢେଙ୍କାନାଳ ଅଫିସ,୨୦।୨(ରତନ ନାୟାର): କାହା ପାଇଁ ବଜରଙ୍ଗୀ ତ କାହା ପାଇଁ ବିରାଜ। ପୁଣି କିଏ ଶ୍ରଦ୍ଧାରେ ଡାକନ୍ତି ଗୋବିନ୍ଦ। ନଁା ଅଲଗା, ହେଲେ ପରିଚୟ...

ସହଯୋଗ ସତ୍ତ୍ୱେ ଚାଲିପାରୁନି ବସ୍‌

ଭୁବନେଶ୍ୱର,୧।୬(ବ୍ୟୁରୋ): କରୋନା ଯୋଗୁ ଲକ୍‌ଡାଉନ ଜାରି ରହିଥିବାରୁ ଗତ ମାର୍ଚ୍ଚ ୨୨ତାରିଖରୁ ଯାତ୍ରୀବାହୀ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଲକ୍‌ଡାଉନ ହେବାର ୬୦ଦିନରୁ ଅଧିକ...

ଦେଶର ଶ୍ରେଷ୍ଠ ୫ ଆକାଂକ୍ଷୀ ଜିଲା ତାଲିକା: ତୃତୀୟରେ ମାଲକାନଗିରି

ଭୁବନେଶ୍ୱର,୧୩।୪(ବ୍ୟୁରୋ): ଦେଶର ଶ୍ରେଷ୍ଠ ୫ ଆକାଂକ୍ଷୀ ଜିଲା ତାଲିକାରେ ତୃତୀୟ ସ୍ଥାନରେ ମାଲକାନଗିରି ରହିଛି। ନିତି ଆୟୋଗଙ୍କ ଆକାଂକ୍ଷୀ ଜିଲା ତାଲିକାର ୩ୟ ସ୍ଥାନରେ ମାଲକାନଗିରି...

ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ ଅଫିସ, ୧୯ା୧୧: ମାର୍ଗଶିର ମାସ କୃଷ୍ଣପକ୍ଷ ଦଶମୀ ତିଥିରେ ଶନିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ହେବ। ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦିଆଯିବା...

୪୫ ମିନିଟ କାଟ ହେବ ବିଦ୍ୟୁତ୍‌

ଭୁବନେଶ୍ୱର,୨୨ା୪(ବ୍ୟୁରୋ): ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିଃ(ଟିପିସିଓଡିଏଲ) ଅଞ୍ଚଳରେ ଅସ୍ଥାୟୀ ଭାବେ ବିଦ୍ୟୁତ୍‌ କାଟ ଜାରି ରହିବ । କିଛି ଅଞ୍ଚଳରେ ଅଧ ଘଣ୍ଟାରୁ...

ଝିଅ ଘରକୁ ଯାଇ ଆଉ ଫେରିଲେନି ମା’

ବେତନଟୀ,୧୮।୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବେତନଟୀ ବନାଞ୍ଚଳ ଅଧୀନ ଗଡ଼ିଗା ବିଟ୍‌ ହାଉସର ମହୁଲବଣୀ ଜଙ୍ଗଲ ରାସ୍ତାର ଖଡ଼ିକପଦା ଗାଁ ନିକଟରୁ ଶନିବାର ସକାଳୁ ଜଣେ ମହିଳାଙ୍କ...

କଳାକାରଙ୍କ ଉପରେ କରୋନା ଚଡ଼କ: ସବୁ ଉପାର୍ଜନବାଟ ବନ୍ଦ

ଭୁବନେଶ୍ୱର, ୧୭ା୪(ବ୍ୟୁରୋ): କଳାକାରଙ୍କ ଉପରେ କରୋନା ଚଡ଼କ। ଲକ୍‌ଡାଉନ୍‌ ପାଇଁ ଉପାର୍ଜନର ସବୁ ବାଟ ବନ୍ଦ ହୋଇଯାଇଥିବାରୁ ରାଜ୍ୟର ହଜାର ହଜାର କଳାକାର ଏବେ ନାନା...

Advertisement
Archives

Model This Week