କାମରେ ଆସୁନି କଳାମଣ୍ଡପ

ଢେଙ୍କାନାଳ ଅଫିସ, ୨୯।୭ କାନ୍ଥରେ ମାଡ଼ିଗଲାଣି ମୋଟା ବହଳର ଶିଉଳି। ଛାତ ଉପରେ ଉଠିଗଲାଣି ଗଛ। ଅନାବନା ଲଟାବୁଦାରେ ପରିପୂର୍ଣ୍ଣ ହୋଇ ଅରଣ୍ୟର ରୂପ ନେଲାଣି ପ୍ରବେଶ ପଥ। ପବିତ୍ର ଜାଗରଯାତ୍ରାରେ ଯେଉଁ ମଣ୍ଡପ ଦୀପମୟ ହୋଇଉଠୁଥିଲା, ତାହା ଏବେ ପାଲଟିଛି ବିଷାକ୍ତ ସରୀସୃପଙ୍କ ଠିକଣା। ଶ୍ରାବଣ କାଉଡ଼ିଯାତ୍ରା ବେଳେ ବର୍ଷା ହେଲେ ଯେଉଁଠି ଶ୍ରଦ୍ଧାଳୁମାନେ ମୁଣ୍ଡ ଗୁଞ୍ଜୁଥିଲେ, ସେଠାରେ ବର୍ଷେ ହେଲା ଝୁଲୁଛି ତାଲା। ଦେବୋତ୍ତର ବିଭାଗର ଦାୟିତ୍ୱହୀନତା କାରଣରୁ ରାଜ୍ୟର ପ୍ରସିଦ୍ଧ ଶୈବକ୍ଷେତ୍ର କପିଳାସ ପୀଠରେ ୧୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କଳା ପରିଷଦ ମଣ୍ଡପ ଏବେ ପରିତ୍ୟକ୍ତ ଅବସ୍ଥାରେ। କେବଳ ଏତିକି ନୁହେଁ, ଠିକ୍‌ ଢଙ୍ଗରେ ପରିଚାଳନା ହେଉ ନ ଥିବାରୁ ଧର୍ମଶାଳା, ପାଠାଗାର ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଆସିଲାଣି, ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ।
ଐତିହାସିକ ଏବଂ ପୌରାଣିକ ଦୃଷ୍ଟିକୋଣରୁ କପିଳାସ କ୍ଷେତ୍ରାଧିପତି ଶ୍ରୀଚନ୍ଦ୍ରଶେଖରଙ୍କ ପୀଠର ଗୁରୁତ୍ୱ ଅନେକ। ଦ୍ୱାଦଶ ଶତାବ୍ଦୀର ଏହି ପ୍ରାଚୀନ ଐତିହ୍ୟର ସଂରକ୍ଷଣ ଲାଗି ସରକାର ଏକାଧିକ ଯୋଜନା ହାତକୁ ନେଇଛନ୍ତି। ହେଲେ ଦେବୋତ୍ତର ବିଭାଗର ଅବହେଳା ପାଇଁ ପୀଠ ପରିସରରେ କରାଯାଇଥିବା ବହୁବିଧ ସୁବିଧାରୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି। କପିଳାସ ପାହାଡ଼ ଉପରେ ମା’ ଭୁବନେଶ୍ୱରୀଙ୍କ ମନ୍ଦିର ନିକଟରେ ନିର୍ମିତ କଳା ପରିଷଦ ମଣ୍ଡପ ଅବ୍ୟବହୃତ ପଡ଼ି ରହିବା ଏହାର ଏକ ଉଦାହରଣ।
୨୦୦୯ରେ ତତ୍କାଳୀନ ବିଧାୟକ ନବୀନ ନନ୍ଦଙ୍କ ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୧୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା କଳା ପରିଷଦ ମଣ୍ଡପ। ଶ୍ରୀଚନ୍ଦ୍ରଶେଖରଜୀଉ କଳା ପରିଷଦ ନାମକ ରେଜିଷ୍ଟ୍ରିଭୁକ୍ତ ସଂସ୍ଥାର କାର୍ଯ୍ୟାଳୟ ଭାବେ ଏହା ଦୀର୍ଘଦିନ ଧରି ବ୍ୟବହାର ହୋଇ ଆସୁଥିଲା। ଚନ୍ଦ୍ରଶେଖରଜୀଉ କଳା ପରିଷଦ ଓ ଜିଲା ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ପ୍ରସିଦ୍ଧ ଜାଗରଯାତ୍ରାରେ ସ୍ବନାମଧନ୍ୟ କଳାକାରଙ୍କୁ ନେଇ ଏଠାରେ ଭଜନ ପରିବେଷଣ କରାଯାଉଥିଲା। ଲକ୍ଷାଧିକ ଶ୍ରଦ୍ଧାଳୁ ଏହାକୁ ଉପଭୋଗ କରୁଥିଲେ। ଏହାର ନିକଟରେ ଥିବା ପାଠାଗାର ଗୃହକୁ ମଧ୍ୟ ବ୍ୟବହାର କରୁଥିଲେ। ହେଲେ ଦେବୋତ୍ତର ବିଭାଗର କେତେଜଣ କର୍ମଚାରୀ ଉଦ୍ଦେଶ୍ୟମୂଳକ ଭାବେ ମଣ୍ଡପରେ ବର୍ଷେ ହେଲା ତାଲା ପକାଇ ରଖିଛନ୍ତି। ତେଣୁ ଯେଉଁ ଉଦ୍ଦେଶ୍ୟରେ ଏହାକୁ ନିର୍ମାଣ କରାଯାଇଥିଲା, ତାହା ବାଟ ହୁଡ଼ିଥିବା ଅଭିଯୋଗ କରିଛନ୍ତି ପୂର୍ବତନ ବିଧାୟକ ନନ୍ଦ। ସେହିପରି ରାଜ୍ୟ ପର୍ଯ୍ୟଟନ ବିଭାଗ ଉଦ୍ୟମରେ ପରିତ୍ୟକ୍ତ ହୋଇପଡ଼ିଥିବା ୭ବଖରା ବିଶିଷ୍ଟ ଧର୍ମଶାଳାକୁ ୨୦୧୩ରେ ବ୍ୟବହାର ଉପଯୋଗୀ କରାଯାଇଥିଲା। ମଣ୍ଡପରେ ଅନୈତିକ କାର୍ଯ୍ୟ ହେଉଥିବା କହି ଦେବୋତ୍ତର ବିଭାଗର ଜଣେ ପୂର୍ବତନ ଅଧିକାରୀ ତାଲା ପକାଇ ଦେଇଛନ୍ତି। ସେବେଠାରୁ ଧର୍ମଶାଳା ଶ୍ରଦ୍ଧାଳୁଙ୍କ କାମରେ ଆସୁନାହିଁ। ମନ୍ଦିର ପ୍ରାଙ୍ଗଣରୁ ଦ୍ୱାଦଶ ଶତାବ୍ଦୀର ମୂର୍ତ୍ତି ଚୋରି ହେବା ପରେ ଜଗୁଆଳି ମୁତୟନ କରାଯାଇଛି। ରାତିରେ ରହଣି ପାଇଁ ପ୍ରଶାସନ ପକ୍ଷରୁ କାହାରିକୁ ଅନୁମତି ଦିଆଯାଉନାହିଁ। ଏତେସବୁ କଟକଣା ସତ୍ତ୍ୱେ ଧର୍ମଶାଳା ନିକଟ ଖୋଲା ମଣ୍ଡପରେ କିପରି ଅନୈତିକ କାର୍ଯ୍ୟ ହେଉଥିଲା, ଏଥିରେ କାହାର ସମ୍ପୃକ୍ତି ରହିଛି ତାହା ଦେବୋତ୍ତର ବିଭାଗ ସ୍ପଷ୍ଟ କରିବା ଜରୁରୀ ବୋଲି ପୂର୍ବତନ ବିଧାୟକ ନନ୍ଦ ଦାବି କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଦେବୋତ୍ତର ବିଭାଗର କେତେଜଣ କର୍ମଚାରୀ ନିଶା ସେବନ କରି ଯାତ୍ରୀଙ୍କୁ ଅସଦ୍‌ ବ୍ୟବହାର କରୁଥିବା ଅଭିଯୋଗ ହେଉଛି, ଯାହା ତଦନ୍ତସାପେକ୍ଷ। ଜିଲା ପ୍ରଶାସନ ଏହାର ତଦନ୍ତ କରିବା ସହିତ କଳା ପରିଷଦ ମଣ୍ଡପ, ଧର୍ମଶାଳାକୁ କାର୍ଯ୍ୟକ୍ଷମ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ ଉପକୃତ ହୋଇପାରିନ୍ତେ ବୋଲି ପୂର୍ବତନ ବିଧାୟକ ନନ୍ଦ କହିଛନ୍ତି।
ଏ ସଂକ୍ରାନ୍ତରେ ଜିଲା ଦେବୋତ୍ତର ଅଧିକାରୀ ତଥା ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ କୁହନ୍ତି, ଏହାକୁ ନେଇ ଜିଲାପାଳଙ୍କ ଉପସ୍ଥିତିରେ ଏକ ବୈଠକରେ ଆଲୋଚନା ହୋଇଛି। କିଏ ଓ କାହିଁକି ସେଠାରେ ତାଲା ପକାଇଛି ତାହା ଜଣାପଡୁ ନାହିଁ। ମାଜିଷ୍ଟ୍ରେଟ୍‌, ସ୍ଥାନୀୟ ସରପଞ୍ଚ ଏବଂ ଲୋକଙ୍କ ସହ ଆଲୋଚନା କରି ତାଲା ଭାଙ୍ଗି ଗୃହଗୁଡ଼ିକୁ ସଫାସୁତରା କରିବାକୁ ସ୍ଥିର କରାଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିଲିକା ହତ୍ୟା ମାମଲାର ପର୍ଦ୍ଦାଫାଶ କଲା ପୋଲିସ, ଜାଣନ୍ତୁ ହତ୍ୟା ପଛର ବଡ଼ ରହସ୍ୟ…

କୃଷ୍ଣପ୍ରସାଦ,୧୩।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁମାରପୁର ଚିଲିକା ହ୍ରଦରେ ଗତ ୧୧ ତାରିଖରେ ଘଟିଥିବା ନାବାଳକ ହତ୍ୟା ଘଟଣାରେ ପୁରୀ ପୋଲିକୁ ଏକ…

ସୁଇମିଂ ଷ୍ଟାର ସୌରଭ ପୁଟେଲଙ୍କୁ ସମ୍ମାନିତ କଲେ ବଲାଙ୍ଗୀର ଜିଲାପାଳ, ଅଭିନନ୍ଦନ ଜଣାଇ…

ବଲାଙ୍ଗୀର,୧୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଇନ୍ଦିରାନଗରପଡ଼ାର ଉଦୟୀମାନ କ୍ରୀଡାବିତ୍‌ ସୌରଭ ପୁଟେଲ ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ବଲାଙ୍ଗୀର ପତିତପାବନ ହାଇସ୍କୁଲ ଛାତ୍ର ଭାବେ ରାଜସ୍ଥାନର…

ଗଭୀର ଅବପାତ ରୂପ ନେଲା ଲଘୁଚାପ, ସମୁଦ୍ର ଅଶାନ୍ତ, ଦୀଘା ବେଳାଭୂମିରେ ଲାଗିଲା…

ଭୋଗରାଇ,୧୩ା୮(ପ୍ରଦୀପ ଦାସ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ମୌସମୀ ସକ୍ରିୟ ସହ ଅବପାତ ହେବାରୁ ଉତ୍ତର ଓଡ଼ିଶା…

ଗାତରେ ପଡ଼ିଗଲା ହାତୀଛୁଆ, ଜଗି ରହି ଚିତ୍କାର କରୁଥିଲା ମା’, ଆଉ ତା’ ପରେ…

ସୁନ୍ଦରଗଡ଼,୧୩ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସଦର ରେଞ୍ଜ ଅନ୍ତର୍ଗତ ହମିରପୁର ପଞ୍ଚାୟତର ଗୋପପୁର ଜଙ୍ଗଲରେ ଗାତରେ ପଡ଼ିଥିବା ଏକ ହାତୀଛୁଆକୁ ଗୁରୁବାର ସକାଳେ ଜଙ୍ଗଲ ବିଭାଗ ଦ୍ବାରା ଉଦ୍ଧାର…

ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ…

ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ, ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଚିଠି ଲେଖି…

ଦେବଗଡ଼,୧୩ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପୁନଃ ଅବସ୍ଥାପିତ ପାଇଁ ଚିଠି…

ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ସରିଲା ଅନାସ୍ଥା ଭୋଟିଂ, ନିଜେ ଉପସ୍ଥିତ ରହି କହିଲେ ଏମିତି…

ମହାକାଳପଡ଼ା,୧୩ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରି ପଞ୍ଚାୟତ ଅଫିସଠାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗୁରୁବାର ସରପଞ୍ଚ ଚାମେଲୀ…

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri