ଜିଲା ଚିକିତ୍ସାଳୟରେ ଚିକିତ୍ସା ଢିଲା

ଢେଙ୍କାନାଳ ଅଫିସ,୫।୮: ସାତ ମହଲା କୋଠା। ତଳେ ଛିଡ଼ାହେଲେ ନଭଶ୍ଚୁମ୍ଭୀ ଅଟ୍ଟାଳିକାକୁ ଆଖିପାଉନି। ରୋଗୀ ଯେପରି ହାତପାଆନ୍ତାରେ ଗୁଣାତ୍ମକ ସେବା ପାଇପାରିବେ, ସେଥିଲାଗି କିଣାଯାଇଛି ଅତ୍ୟାଧୁନିକ ଉପକରଣ। ଏସବୁରେ ଖର୍ଚ୍ଚ ହୋଇଛି ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା। କୋଠା ଅଛି, ସରଞ୍ଜାମ ବି ଅଛି। ହେଲେ ଚିକିତ୍ସା କରିବାକୁ ନାହାନ୍ତି ଡାକ୍ତର। ଢେଙ୍କାନାଳ ଜିଲା ଚିକିତ୍ସାଳୟରେ ଏଭଳି ଢିଲା ଅବସ୍ଥା ରୋଗୀଙ୍କ ଭରସା ଭାଙ୍ଗୁଥିବାବେଳେ ବଦନାମ ମୁଣ୍ଡାଉଛି ସ୍ବାସ୍ଥ୍ୟ ବିଭାଗ।
ଶିଳ୍ପ ସମୃଦ୍ଧ ଢେଙ୍କାନାଳର ସ୍ବାସ୍ଥ୍ୟସେବାର ମୁଖ୍ୟ ଅନୁଷ୍ଠାନ ଜିଲା ଚିକିତ୍ସାଳୟର ସ୍ବାସ୍ଥ୍ୟ ବିଗିଡ଼ିଯାଇଛି। ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି ରୋଗୀସେବା। ଡାକ୍ତରଙ୍କ ପାଇଁ ଗଣ୍ଡାଗଣ୍ଡା ପ୍ରକୋଷ୍ଠ ଉପଲବ୍ଧ ଥିବାବେଳେ ଅଧିକାଂଶ ବନ୍ଦ। କାରଣ ମୋଟ୍‌ ୫୮ ଗୁରୁତ୍ୱପୂର୍ଣ୍ଣ ପଦବୀରୁ ୩୪ଟି ଖାଲି ପଡ଼ିଛି। ଷ୍ଟାଫ୍‌ନର୍ସ, ସ୍ବାସ୍ଥ୍ୟକର୍ମୀ ଏବଂ ଅନ୍ୟ ପଦପଦବୀରେ ସମାନ ସମସ୍ୟା ଲାଗି ରହିଛି। ଫଳରେ ଜିଲାବାସୀ ନିର୍ଭର କରୁଥିବା ଗୁରୁତ୍ୱପୂର୍ଣ୍ଣ ଡାକ୍ତରଖାନାକୁ ଗୁରୁତର ଅବସ୍ଥାରେ ରୋଗୀ ଆସିଲେ କଟକ ରେଫର କରିଦିଆଯାଉଛି। ତେଣୁ ଜିଲା ଚିକିତ୍ସାଳୟ ଏବେ ରେଫେରାଲ ହସ୍ପିଟାଲ ପାଲଟିଛି ବୋଲି ବୁଦ୍ଧିଜୀବୀମାନେ କଟାକ୍ଷ କରୁଛନ୍ତି। ଅନ୍ୟପଟେ ଦୀର୍ଘଦିନ ଧରି କାର୍ଯ୍ୟକ୍ଷମ ହୋଇ ନ ପାରି ଅନେକ ମେଶିନ ଖରାପ ହୋଇଗଲାଣି। ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିବା ଆଶଙ୍କା ଦେଖାଦେଇଛି।
ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ବଡ଼ ସମସ୍ୟା ପାଲଟିଥିବାବେଳେ ସେବା ନ ପାଇ ଅନେକ ସମୟରେ ଆଖି ବୁଜୁଛନ୍ତି ରୋଗୀ। ଏହାକୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜୁଛି। ପୋଲିସ, ଜିଲା ପ୍ରଶାସନର ପଦସ୍ଥ ଅଧିକାରୀ ହସ୍ତକ୍ଷେପ କରିବା ଯାଏ କଥା ଯାଉଛି। ସମୀକ୍ଷା ବୈଠକରେ ଜିଲାର କୌଣସି ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ଯେପରି ନିରାଶ ନ ହୋଇ ଫେରନ୍ତି, ସେଥିଲାଗି ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଉଛି। ଉନ୍ନତ ରୋଗୀସେବାର ନୀଳନକ୍ସା ପ୍ରଦର୍ଶନ କରାଯାଉଛି। ରିପୋର୍ଟ କାର୍ଡ ଦେଖାଇ ବାହାବା ନେଉଛନ୍ତି ବିଭାଗୀୟ ଅଧିକାରୀ। ହେଲେ ରୋଗୀ ଜୀବନ ସଙ୍କଟରେ ପଡ଼ିଥିବାବେଳେ ଦାୟିତ୍ୱବାନ ହେବା ବଦଳରେ ଅତି ହାଲୁକାରେ ନେଉଛନ୍ତି ଡାକ୍ତର, ଯାହା ରୋଗୀ ମୃତ୍ୟୁର କାରଣ ପାଲଟୁଛି। ବିଶେଷ କରି ଜିଲା ଚିକିତ୍ସାଳୟରେ ବାରମ୍ବାର ଏଭଳି ଅବ୍ୟବସ୍ଥାର ଚିତ୍ର ପଦାକୁ ଆସୁଛି, ଯାହାକୁ ନେଇ ରୋଗୀ, ସମ୍ପର୍କୀୟ ଏବଂ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଜିଲାପାଳ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଏହାକୁ ଗୁରୁତ୍ୱର ସହ ନେଇ ସମସ୍ୟାର ସମାଧାନ କରିବାକୁ ଦାବି ହେଉଛି।
ଏ ସଂକ୍ରାନ୍ତରେ ଜିଲାପାଳ ସରୋଜ କୁମାର ସେଠୀ କୁହନ୍ତି, ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଡାକି ଘଟଣା ସମ୍ପର୍କରେ ଆଲୋଚନା କରାଯାଉଛି। ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

ନର୍ସିଂହୋମ୍‌ ସେବାରେ ଡାକ୍ତର
ଢେଙ୍କାନାଳ ଜିଲା ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଖାଲି ୭ମହଲା କୋଠା କରିଦେଲେ କ’ଣ ହେବ, ବିଶେଷଜ୍ଞ ନାହାନ୍ତି। ଯେଉଁ କେତେଜଣ ଡାକ୍ତର ଅଛନ୍ତି ସେମାନେ ନର୍ସିଂହୋମ୍‌ ସେବାରେ ଲାଗିପଡ଼ିଛନ୍ତି। ଜନସାଧାରଣ ସେବା ନ ପାଇ କଟକ, ଭୁବନେଶ୍ୱର ଯାଉଛନ୍ତି। ଏଭଳି ଅବ୍ୟବସ୍ଥା ପାଇଁ ସରକାର ଦାୟୀ।
-ପଙ୍କଜ କୁମାର ନାୟକ, ସାମାଜିକ କର୍ମୀ

ଅଚଳ ହୋଇପଡ଼ିଛି ଉପକରଣ
ଜିଲା ଚିକିତ୍ସାଳୟ ଉପରେ ଜିଲାବାସୀ ନିର୍ଭର କରୁଥିବାବେଳେ ଉନ୍ନତମାନର ସ୍ବାସ୍ଥ୍ୟ ପରୀକ୍ଷା ଉପକରଣ ସବୁ ଅଚଳ ହୋଇପଡ଼ିଛି। ଡାକ୍ତର ଅଭାବ ଏବଂ ଚିକିତ୍ସାରେ ଅବହେଳା ଯୋଗୁ ରୋଗୀଙ୍କ ମୃତ୍ୟୁ ଘଟୁଛି। ସ୍ବାସ୍ଥ୍ୟ ଅନୁଷ୍ଠାନ ପ୍ରତି ଲୋକଙ୍କ ଭରସା ରହୁନି। ଏଥିପ୍ରତି ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଯତ୍ନବାନ ହେବା ଉଚିତ।
-ବିଶ୍ୱନାଥ ବେହେରା, ମିଳିତବଜାର ପୂଜା କମିଟି ସଭାପତି

ଶିଶୁ ମୃତ୍ୟୁ ଘଟଣା ଦୁର୍ଭାଗ୍ୟଜନକ
ଜିଲା ଚିକିତ୍ସାଳୟରେ ଶିଶୁ ମୃତ୍ୟୁ ଦୁଃଖଦ ଓ ଦୁର୍ଭାଗ୍ୟଜନକ ଘଟଣା। ଦାୟିତ୍ୱରେ ଥିବା ଡାକ୍ତରଙ୍କ ଦାୟିତ୍ୱହୀନତା ନିନ୍ଦନୀୟ। ଜିଲା ମୁଖ୍ୟ ଚିକିତ୍ସାଳୟ ରୋଗୀଙ୍କ ବିଶ୍ୱାସ ହରାଇଛି। ଡାକ୍ତର ନ ଥିବାରୁ ଡାକ୍ତରଖାନା ମୃତ୍ୟୁର ଦ୍ୱାର ପାଲଟିବାରେ ଲାଗିଛି। ଶିଶୁ ମୃତ୍ୟୁ ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
-ରାଜକିଶୋର ବେହେରା, ମାନବାଧିକାର କର୍ମୀ


Enter your email to get our daily news in your inbox.

All Right Reserved By Dharitri.Com

ଶ୍ମଶାନ ଜମିରୁ ଜବରଦଖଲ ଉଚ୍ଛେଦ: ଖୋଲା ଆକାଶ ତଳେ ୭୦ ପରିବାର

ଜଳେଶ୍ୱର, ୧୨।୨(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅନ୍ତର୍ଗତ ନିମପୁର ଗାଁରେ ଦୀର୍ଘଦିନ ହେଲା ଆଦିବାସୀମାନେ ଶ୍ମଶାନ ଜମିରେ ଜବରଦଖଲ କରି ରହିଆସୁଥିଲେ। ମଙ୍ଗଳବାର ପୂର୍ବାହ୍ନରେ ପ୍ରଶାସନ...

ରାଜଧାନୀରେ ଯୁବତୀଙ୍କ ହାଇଡ୍ରାମା

ଭୁବନେଶ୍ୱର,୧୯।୪ (ବ୍ୟୁରୋ): ରାଜଧାନୀରେ ମଙ୍ଗଳବାର ଜଣେ ଯୁବତୀଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି। ଯୁବତୀ ଜଣକ ହଠାତ୍‌ ଖଣ୍ଡଗିରି ଥାନାରେ ପହଞ୍ଚତ୍ ଆତ୍ମହତ୍ୟା ଧମକ ଦେଇଥିଲେ। ୧୦ଟି ନିଦ...

୩ ଦିନିଆ ରିମାଣ୍ଡରେ ପାଠକ ବାପ, ପୁଅ

ଭୁବନେଶ୍ୱର,୩।୧୨(ବ୍ୟୁରୋ):ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଜେଲ ଯାଇଥିବା ଆଇଏଫ୍‌ଏସ୍‌ ଅଧିକାରୀ ତଥା ନିଲମ୍ବିତ ରାଜ୍ୟ ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ...

ରଙ୍ଗହୀନ ଢେଙ୍କାନାଳ ରେଳଷ୍ଟେଶନ

ଢେଙ୍କାନାଳ ଅଫିସ, ୭।୨(ରତନ ନାୟାର): ପ୍ରତିବର୍ଷ ଆସୁଛି ରେଳବଜେଟ। ଓଡ଼ିଶା ଭାଗରେ ଦାବିଠାରୁ ଅଧିକ ଟଙ୍କା ପଡ଼ିଥିବା କହି କେନ୍ଦ୍ର ଦେଖାଉଛି ଗୋଲାପୀ ଚିତ୍ର। ଏହାକୁ...

୨୦ ବର୍ଷ ପରେ ଘରକୁ ଫେରିଲେ ନିଖୋଜ ପାଣ୍ଡୁ

ମାଲକାନଗିରି,୯।୫(ଡି.ଏନ.ଏ.): ରୋଜଗାର ଆଶାରେ ବାହାର ରାଜ୍ୟକୁ ଯାଇ ଦୀର୍ଘ ୨୦ ବର୍ଷ ହେଲା ନିଖୋଜ ଥିଲେ। ତାଙ୍କ ଫେରିବା ବାଟକୁ ଚାହିଁ ମାଆବାପାଙ୍କ ଆଖିରୁ ଲୁହ ଶୁଖୁ...

ଭାରିଯାନ ବଢ଼ାଉଛି ପ୍ରଦୂଷଣ

ପାରାଦୀପ,୨୮ା୧୧(ସ୍ବ.ପ୍ର.): ପାରାଦୀପର ବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମି ସବୁବେଳେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏଠାରେ ଥିବା ବେଳାଭୂମି ରାସ୍ତାରେ ସବୁବେଳେ ଲୋକ ଓ ପର୍ଯ୍ୟଟକଙ୍କ ଗହଳି ପରଲିକ୍ଷିତ...

ଅନିୟମିତତା: କୂଅ ଖୋଳା ନାଁରେ ଲକ୍ଷାଧିକ ଟଙ୍କା ଚଳୁ

କୋଟପାଡ଼,୯ା୧(ଡି.ଏନ୍‌.ଏ.) କୋରାପୁଟ ଜିଲା କୋଟପାଡ଼ ବ୍ଲକ ଚିତ୍ରା ପଞ୍ଚାୟତ ମକାପୁଟ ଗ୍ରାମରେ ଗଭୀର କୂପ ଖୋଳା ନ ଯାଇ ହିତାଧିକାରୀଙ୍କ ଟଙ୍କା ଆତ୍ମସାତ୍‌ କରାଯାଇଥିବା ଜିଲାପାଳଙ୍କ ନିକଟରେ...

ସବୁ ସିଲ୍‌ ଥିବା ଦୋକାନ ଖୋଲିବ

ଭୁବନେଶ୍ୱର,୧୭।୧୦ (ବ୍ୟୁରୋ): ଭୁବନେଶ୍ୱରରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଅଭିଯୋଗରେ ସିଲ୍‌ ହୋଇଥିବା ସମସ୍ତ ଦୋକାନ ବଜାର/ବ୍ୟବସାୟିକ ପ୍ରତିଷ୍ଠାନ ଉପରୁ ବିଏମ୍‌ସି କଟକଣା କୋହଳ କରିଛି। ପାର୍ବଣକୁ...

Advertisement
Archives

Model This Week