ହାତୀଙ୍କ ସୂଚନା ଦେଉଥିବା ସାଇରନ୍‌ ଅଚଳ

ଢେଙ୍କାନାଳ ଅଫିସ, ୩୦।୭ ଢେଙ୍କାନାଳ ଜିଲା ଦେଇ ଯାଇଥିବା ୫୫ନଂ. ଏନ୍‌ଏଚ୍‌ରେ ଯାତ୍ରୀଙ୍କୁ ହାତୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ଦେବା ନିମନ୍ତେ ପରୀକ୍ଷାମୂଳକ ଭାବେ ଲାଗିଥିବା ସାଇରନ୍‌ ଓ ଆଲର୍ଟ ଲାଇଟ୍‌ ଅଚଳ ହୋଇପଡ଼ିଛି। ପଥଚାରୀମାନେ ହାତୀଙ୍କ ଚଳପ୍ରଚଳ ସମ୍ପର୍କରେ ସୂଚନା ପାଇପାରୁ ନ ଥିବାବେଳେ ସେମାନଙ୍କ ଜୀବନ ବିପଦରେ ପଡୁଛି। ସଦର ରେଞ୍ଜ ଅଧୀନ ରସାସିଂହ ନିକଟ ତଥା ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଏକ ସ୍ବେଚ୍ଛାସେବୀ ସଂସ୍ଥା ଦ୍ୱାରା ଉକ୍ତ ସାଇରନ୍‌ ଏବଂ ରେଡ୍‌ ଆଲର୍ଟ ଲାଇଟ୍‌ ଲଗାଯାଇଥିଲା। ଏହାର ଆଖପାଖ ଅଞ୍ଚଳରେ ହାତୀ ଚଳପ୍ରଚଳ ହେଲେ ଏଥିରେ ଖଞ୍ଜାଯାଇଥିବା ସେନ୍‌ସର ସକ୍ରିୟ ହୋଇ ସାଇରନ ବାଜୁଥିଲା। ଏଥିସହ ରାତ୍ରି ସମୟରେ ନାଲି ଲାଇଟ୍‌ ଜଳିଉଠୁଥିଲା। ତେବେ ପ୍ରବଳ ବର୍ଷାରେ ପାଣି ପଶିଯିବାରୁ ଏହା ଏବେ ଅଚଳ ହୋଇପଡ଼ିଛି। ଫଳରେ ସାଇନରରୁ ବିକୃତ ଶବ୍ଦ ବାହାରୁଛି। ଏ ନେଇ ସ୍ଥାନୀୟ ବାସିନ୍ଦା ବନ ବିଭାଗକୁ ଅବଗତ କରାଇଛନ୍ତି।
ଅନ୍ୟପଟେ ଅନୁଗୋଳ ଜିଲା ବନ୍ତଳା ସୀମାନ୍ତ ଆମ୍ବିଠି ଗ୍ରାମଦେଇ ଢେଙ୍କାନାଳ ଜିଲାକୁ ହାତୀପଲ ପ୍ରବେଶ କରିଛନ୍ତି। ଫଳରେ ସମ୍ପୃକ୍ତ ଅଞ୍ଚଳର ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଶୁକ୍ରବାର ସୁଦ୍ଧା ଜିଲାରେ ୩୨୬ ହାତୀ ରହିଛନ୍ତି। ତନ୍ମଧ୍ୟରୁ କେବଳ ହିନ୍ଦୋଳ ରେଞ୍ଜରେ ୨୨୫ ହାତୀ ଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ୫୫ନଂ. ଜାତୀୟ ରାଜପଥରେ ଯାତ୍ରୀ ଓ ଯାନବାହନର ସୁରକ୍ଷା ପାଇଁ ପରୀକ୍ଷାମୂଳକ ଭାବେ ଲାଗିଥିବା ସିଗନାଲ ଓ ରେଡ୍‌ଲାଇଟରେ ବର୍ଷାପାଣି ପଶି ଖରାପ ହୋଇଯାଇଛି। ଏହାକୁ ମରାମତି କରିବାକୁ କୋଏମ୍ବାଟୁରର ସମ୍ପୃକ୍ତ ସଂସ୍ଥାକୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri